ୱାଇ ବି ଖୁରାନିଆ ଭୁବନେଶ୍ୱର ପୁଲିସ କମିଶନର

ୱାଇ ବି ଖୁରାନିଆ ଭୁବନେଶ୍ୱର ପୁଲିସ କମିଶନର

Friday January 22, 2016,

1 min Read

୧୯୯୦ ମସିହା ବ୍ୟାଚର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ଭୁବନେଶ୍ୱର-କଟକର ପୁଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଖୁରାନିଆ ଏବେ ରାଜ୍ୟ ଭିଜିଲାନସ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ରୁଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ୱର ସଂପର୍କରେ ଖୁରାନିଆଙ୍କର ବେଶ ଭଲ ଅଭିଜ୍ଞତା ରହିଛି । ପୂର୍ବରୁ ସେ ଭୁବନେଶ୍ୱର ରେଂଜର ପୁଲିସ ଡିଆଇଜି ଏବଂ ପରେ ଅତିରିକ୍ତ ପୁଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।

ପୂର୍ବରୁ ସେ ଯାଜପୁର, ନୟାଗଡ଼, ରାଉରକେଲା, ଗଂଜାମ ଓ ମୟୁରଭଂଜର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରି ସାରିଛନ୍ତି । ସେହିପରି ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

image


ଦ୍ୱୈତ ନଗରୀକୁ ଅପରାଧମୁକ୍ତ କରିବା ସହିତ ପୁଲିସ କିପରି ଲୋକଙ୍କ ବିଶ୍ୱାସଭାଜନ ହେବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ଖୁରାନିଆ କହିଛନ୍ତି ।

ପୂର୍ବରୁ ପୁଲିସ କମିଶନର ଥିବା ଆର୍.ପି ଶର୍ମାଙ୍କୁ ଭିଜିଳାନସ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

କମିସନରେଟ ପୋଲିସର ଫେସବୁକ ପେଜ ରହିଛି।