“ଟି' ବକ୍ସ’ ଷ୍ଟାର୍ଟ-ଅପରେ ନିବେଶ କଲେ ରତନ ଟାଟା

“ଟି' ବକ୍ସ’ ଷ୍ଟାର୍ଟ-ଅପରେ ନିବେଶ କଲେ ରତନ ଟାଟା

Wednesday January 27, 2016,

1 min Read

ଟାଟା ଗୃପ ପୂର୍ବତନ ମୁଖ୍ୟ ରତନ ଟାଟା ବ୍ୟାବସାୟିକ ନିଷ୍ପତ୍ତି ନେବାରେ ବେଶ ଚତୁର । ତାଙ୍କର ପ୍ରତିଟି ପଦକ୍ଷେପକୁ ବ୍ୟବସାୟ ଜଗତ ଚାହିଁ ରହିଥାଏ । ଭାରତରେ ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକର ଭବିଷ୍ୟତକୁ ଭଲ ଭାବେ ପରଖି ପାରଥିବା ରତନ ଟାଟା ଚଳିତ ବର୍ଷ ଏ ଯାଏଁ ଚାରିଟି ସଂସ୍ଥାରେ ନିଜର ପୁଞ୍ଜିନିବେଶ କରିସାରିଲେଣି । ସଦ୍ୟତମ ରିପୋର୍ଟ ଅନୁସାରେ ଟି' ବକ୍ସ ନାମକ ଷ୍ଟାର୍ଟଅପ୍ ସଂସ୍ଥାରେ ସେ ନିଜର ପାଣ୍ଠି ନିବେଶ କରିଛନ୍ତି । ଏହାକୁ ମିଶାଇ ସେ ୨୦ରୁ ଅଧିକ ନୂଆ ସଂସ୍ଥାରେ ପୁଞ୍ଜିନିବେଶ କରିସାରିଲେଣି ।

image


ତିନି ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା ଟି'ବକ୍ସ । ଆସାମ, ଦାର୍ଜିଲିଂ, ନୀଳଗିରି ଓ ନେପାଳରୁ ସ୍ୱତନ୍ତ୍ର ଚା’ ସଂଗ୍ରହ କରି ଏହି କଂପାନି ନିର୍ଦ୍ଧିଷ୍ଟ ଗ୍ରାହକମାନଙ୍କ ନିକଟରେ ତାହାକୁ ପହଂଚାଇବାର କାରବାର କରୁଛି । ରତନ ଟାଟାଙ୍କଠାରୁ ମିଳିଥିବା ପାଣ୍ଠିକୁ ବ୍ୟବହାର କରି ଟି' ବକ୍ସ ବିଶ୍ୱର ନୂଆ ନୂଆ ବଜାରରେ ପ୍ରବେଶ କରିବାକୁ ଯୋଜନା ରଖିଛି । ଟି' ବକ୍ସର ପ୍ରତିଷ୍ଠାତା ତଥା ସିଇଓ କୌଶଲ ଦୁଗର କହିଛନ୍ତି ଯେ, ରତନ ଟାଟାଙ୍କ ବିଷୟରେ କାହାକୁ କିଛି କହିବାର ଆବଶ୍ୟକତା ନାହିଁ । ତାଙ୍କର ଦୃଢ଼ ନେତୃତ୍ୱ ଯୋଗୁଁ ଟାଟା ଗୃପ ବିଶ୍ୱ ସ୍ତରରେ ପହଂଚି ପାରିଛି । ଚା’ କାରବାର କ୍ଷେତ୍ରରେ ରତନ ଟାଟାଙ୍କ ଦୀର୍ଘ ବର୍ଷର ଅଭିଜ୍ଞତାକୁ ଟି' ବକ୍ସ ବ୍ୟବହାର କରିବେ । ଭାରତର ଏକ ନମ୍ବର ପ୍ରିମିୟମ୍ ଟି’ ବ୍ରାଣ୍ଡ୍ ଭାବେ ଟି' ବକ୍ସ ଉଭା ହେବ ବୋଲି ସେ କହିଛନ୍ତି ।

image


ବର୍ତମାନ ସୁଦ୍ଧା ଟି' ବକ୍ସ ୭ ନିୟୁତ ଡଲାର ପାଣ୍ଠି ହାସଲ କରିସାରିଛି । ମାର୍ଚ୍ଚ ସୁଦ୍ଧା ଏହା ୬ ନିୟୁତ ଡଲାର ସିରିଜ୍ ଏ ପାଣ୍ଠି ହାସଲ କରିଥିଲା ।

image