ମହିଳାଙ୍କ ଜୀବନରୁ ରୋଷେଇଘର ପ୍ରଦୂଷଣ କମେଇବା ପାଇଁ Envirofit

ମହିଳାଙ୍କ ଜୀବନରୁ ରୋଷେଇଘର ପ୍ରଦୂଷଣ କମେଇବା ପାଇଁ Envirofit

Thursday December 01, 2016,

4 min Read

ଅପରିଷ୍କାର ଚୂଲିରୁ କୁଣ୍ଡଳି ଭଳି ଉଠୁଥିବା ଧୁଆଁରେ କାଶି କାଶି ଅଣାୟତ ହେବା ପରେ ବି ଘର ପାଇଁ ରୋଷେଇ କରିବା ଆଜିବି ଭାରତର ଗାଁ ମାନଙ୍କର ଏକ ନିତିଦିନିଆ ଦୃଶ୍ୟ।

image


ନିକଟରେ ଦି ଏନର୍ଜି ଆଣ୍ଡ ରିସୋର୍ସେସ ଇନଷ୍ଟିଚ୍ୟୁଟ (TERI)ର ପ୍ରକାଶିତ ରିପୋର୍ଟ ଆନାଲାଇଜିଙ୍ଗ ରୁରାଲ ଏନର୍ଜି ଟ୍ରାଞ୍ଜିସନ ଇନଇକ୍ୟୁଇଟି ଅନୁସାରେ କାଠ ବ୍ୟବହାର କରିବାରେ ଗୋଆ ପରେ କର୍ଣ୍ଣାଟକ ଦିତୀୟ ସ୍ଥାନରେ ରହିଛି। ପ୍ରତିମାସରେ ଗୋଆର ଏକ ପରିବାର 197କିଲୋ କାଠ ବ୍ୟବହାର କରୁଥିବା ବେଳେ କର୍ଣ୍ଣାଟକରେ 195କିଲୋ ରହିଛି ଯାହା ଜାତୀୟସ୍ତରରେ ବ୍ୟବହୃତ ହାରାହାରି 115କିଲୋ ଠାରୁ ବହୁ ଅଧିକ ରହିଛି।

ତେବେ ପ୍ରାକୃତିକ ଜୈବ ଭିତ୍ତିକ ଉପାଦାନ ଉପରେ ନିର୍ଭର କରିବା ଦ୍ଵାରା କଣ ହୁଏ? ପ୍ରଥମେ ଏହା ଉଭୟ ନିର୍ଦ୍ଦିଷ୍ଟ ବ୍ୟକ୍ତିର ସ୍ଵାସ୍ଥ୍ୟ ଏବଂ ପରିବେଶ ଉପରେ କୁପ୍ରଭାହ ପକାଇଥାଏ। ଚିରାଚରିତ ପ୍ରଣାଳୀରେ ରୋଷେଇ ଦ୍ଵାରା କଳା ଧୁଆଁ ନିର୍ଗମନ ହେବା ସହ ଜଳନ୍ତା ଅଂଶର ଅବଶିଷ୍ଠାଂଶ ଦ୍ଵାରା ଘର ଭିତରର ବାତାବରଣ ପ୍ରଭାବିତ ହୁଏ। ଜଳବାୟୁ ପରିବର୍ତ୍ତନକୁ ଏହି ସବୁ ଉପାଦାନ ତ୍ଵରିତ କରିଥାଏ।

ବିଶ୍ଵବ୍ୟାପୀ ଅପରିପକ୍ଵ ମୃତ୍ୟୁ ପାଇଁ ଇନଡୋର ଏୟାର ପଲ୍ୟୁସନ(IAP) ଏକ ପ୍ରମୁଖ କାରଣ। ଘରୋଇ ପ୍ରଦୁଷିତ ବାୟୁ ଦ୍ଵାରା ପ୍ରତିବର୍ଷ 4.3ମିଲିୟନ ଲୋକଙ୍କ ମୃତ୍ୟୁ ଘଟିଥାଏ। ଏହି ସଂଖ୍ୟା ଏଚଆଇଭି, ମ୍ୟାଲେରିଆ ଏବଂ ଟିବିର ମିଳିତ ମୃତ୍ୟୁ ସଂଖ୍ୟା ଠାରୁ ଅଧିକ। ଭାରତରେ ପ୍ରତିବର୍ଷ ଏକ ମିଲିୟନରୁ ଅଧିକ ଲୋକଙ୍କର ମୃତ୍ୟୁ ଏହି ଘରୋଇ ପ୍ରଦୁଷିତ ବାୟୁ ଦ୍ଵାରା ଘଟିଥାଏ। ଆଜି ପର୍ଯ୍ୟନ୍ତ ବି 63ପ୍ରତିଶତ ଲୋକ କାଠ ଏବଂ ଗୋବର ଘସି ଭଳି ଜୈବ ଉପାଦାନରେ ରୋଷେଇ କରିଥାନ୍ତି।

ଚିରାଚରିତ ଭାବରେ ସରକାର ଏବଂ ବିକଶିତ ସଂସ୍ଥାମାନେ ମାଟି ଚୁଲା ଏବଂ ଅନ୍ୟାନ୍ୟ ଷ୍ଟୋଭରେ ରୋଷେଇକୁ ବର୍ଜନ କରି ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ତେବେ ଗ୍ରାହକମାନ ଏହାର ସଠିକ ବ୍ୟବହାର ସଂପର୍କରେ ଅଜ୍ଞତା ସହ ଉଭୟ ଷ୍ଟୋଭର ସ୍ଥାୟିତ୍ଵ ଏବଂ ଏହାକୁ ଆପଣେଇବା ଉପରେ ସମସ୍ୟା ଦେଖା ଦେଉଛି।

କିଛି ଅଲଗା କରିବାର ଲକ୍ଷ୍ୟ ନେଇ 2007ରେ Envirofit ସ୍ଥାପନ କରାଯାଇଥିଲା। ଏହା ରୋଷେଇ ଷ୍ଟୋଭ ବଜାରରେ ପରିବର୍ତ୍ତନ ଆଣି ବଜାରରେ ଏକ ନୂଆ ଧାରାକୁ ଦେଖାଇଲା। ଘରର ଅନ୍ୟ ବ୍ୟବହୃତ ସାମଗ୍ରୀ ଭଳି ଏହାକୁ ବି ସୁଲଭ ମୂଲ୍ୟରେ ଯୋଗାଇବା ସହିତ ଏହାର ଗୁଣବତ୍ତା ଏବଂ ସ୍ଥାୟିତ୍ଵ ଉପରେ ବି ଗୁରୁତ୍ତ୍ଵ ଦିଆଯାଇଛି। ଏମାନେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି କାରଣ ଏହାକୁ ବ୍ୟବହାରର ମୁଖ୍ୟ ମାଧ୍ୟମ ମହିଳା ଏବଂ ଏମାନଙ୍କ ମତାମତ ହିଁ ଏହାର ପ୍ରଗତିର ବାଟ ଖୋଲିବାକୁ ସକ୍ଷମ।

ଇନଡୋର ଏୟାର ପଲ୍ୟୁସନକୁ ଦୂର କରିବାକୁ Envirofitର ଲକ୍ଷ୍ୟ

“ଏକ ତ୍ରିସ୍ତରୀୟ ପ୍ରଭାବର ଲକ୍ଷ୍ୟରେ କଂପାନୀ ଆରମ୍ଭ କରାଯାଇଥିଲା। ଲୋକଙ୍କୁ ଲାଭ ଦେବା ପାଇଁ ବ୍ୟବସାୟ (ଗ୍ରାହକ ଏବଂ କର୍ମଚାରୀ), ବିଶ୍ଵକୁ ସାହାଯ୍ୟ କରିବା ପାଇଁ (କମ ଅଙ୍ଗାରକାମ୍ଳ ନିର୍ଗମନ ହେବା ଭଳି ଉତ୍ପାଦ ପ୍ରସ୍ତୁତ କରିବା ଯାହା IAPକୁ କମ କରିବ) ଏବଂ ତୃତୀୟ ଏବଂ ଶେଷ ଲକ୍ଷ୍ୟ ଲାଭ କରିବା” ବୋଲି Envirofitର ଏମଡି ହରିଶ ଅଞ୍ଚନ କୁହନ୍ତି। ସେମାନେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ଅତି ରୋମାଞ୍ଚକର- ପରିକଳ୍ପନା କରିବା, ଉତ୍ପାଦ ପ୍ରସ୍ତୁତ କରିବା ଏବଂ ପ୍ରସ୍ତୁତ ଷ୍ଟୋଭକୁ ବିକ୍ରୀ କରିବା। ଯାହାଫଳରେ ଏକ ବିକଶିତ ଜୀବନଶୈଳୀ, ରୋଜଗାର ଏବଂ ସୁସ୍ଥ ପରିବେଶ ମିଳିପାରିବ। ପ୍ରଥମ ଥର କର୍ଣ୍ଣାଟକର ସିମୋଗା ଜିଲ୍ଲାରେ କଂପାନୀର ପରିଚାଳନା, କାର୍ଯ୍ୟକାରିତା ଏବଂ ପରୀକ୍ଷଣ କରାଯାଇଛି।

ରୋଷେଇ ସମୟରେ 50 ପ୍ରତିଶତ ସମୟ ହ୍ରାସ କରିବା, ଧୁଆଁ ଏବଂ ବିଷାକ୍ତ ବାଷ୍ପକୁ 80 ପ୍ରତିଶତ ହ୍ରାସ କରିବା ଏବଂ ଜାଳେଣୀର ବ୍ୟବହାରକୁ 60 ପ୍ରତିଷତ ହ୍ରାସ କରିବା ପାଇଁ Envirofit ଉଭୟ ଘରୋଇ ଏବଂ ଅନୁଷ୍ଠାନରେ ବ୍ୟବହୃତ ହେବା ଭଳି ଷ୍ଟୋଭ ତିଆରି କରିଛି। ଏହାଦ୍ଵାରା କମ୍ ସମୟରେ ରୋଷେଇ, ଜାଳେଣୀ ଭାବରେ ବ୍ୟବହୃତ ଜଙ୍ଗଲର ବ୍ୟବହାର କମ୍ ହେବା ସହ ଏକ ସୁସ୍ଥ ଏବଂ ପରିଷ୍କାର ରୋଷେଇ ଘର ମିଳିପାରିଛି।

ନିର୍ଗମନକୁ କମ୍ କରିବା ପାଇଁ ରକେଟ ଚାମ୍ବର ଟେକନୋଲୋଜିରେ Envirofitର ଷ୍ଟୋଭ ପ୍ରସ୍ତୁତ କରାଯାଇଛି। ଷ୍ଟିଲରେ ନିର୍ମିତ ଏହି ଷ୍ଟୋଭ୍ ଆଶାତୀତ ଭାବରେ ଲୋକପ୍ରିୟତା ହାସଲ କରିଛି ଏବଂ ବିଶ୍ଵବ୍ୟାପୀ ସାତଲକ୍ଷରୁ ଅଧିକ ଷ୍ଟୋଭକୁ Envirofit ବିକ୍ରୀ କରିଛି।

2013 ପର୍ଯ୍ୟନ୍ତ ଏହି ମଡେଲର ଷ୍ଟୋଭ ବ୍ୟବହୃତ ହୋଇ ଆସୁଥିବା ବେଳେ ସେମାନଙ୍କ ପ୍ରସ୍ତୁତ ନୂଆ ମଡେଲ PCS-1 ବଜାରକୁ ଆସିଛି। ଏହା ଜାଳେଣୀର ବ୍ୟବହାରକୁ କମ କରିବା ସହ ଶୁବ ଶୀଘ୍ର ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି। ଏହାକୁ ସହଜରେ ଧରିବା ପାଇଁ ଗ୍ରୀପ ହାଣ୍ଡଲ ଲଗାଇବା ସହ ଓଜନକୁ ବି କମ୍ ରଖାଯାଇଛି। ଅତିରିକ୍ତ ବାୟୁ ଚଳାଚଳ ପାଇଁ ଏହି ମଡେଲରେ ଏକ ଚାମ୍ବର ପ୍ରସ୍ତୁତ କରାଯିବା ସହ ଏହାର ବ୍ୟବହାର ଉପଯୋଗ ସମୟକୁ ପାଞ୍ଚବର୍ଷ ରହିଛି।

ଅଧିକ ଲୋକଙ୍କ ପାଇଁ ବ୍ୟବହାର ପାଇଁ Envirofit 100ଲିଟରର ଷ୍ଟୋଭ EFL-100L ପ୍ରସ୍ତୁତ କରିଛି। ଏଥିରେ ଏକ ସଙ୍ଗରେ 300ଜଣ ଲୋକଙ୍କ ପାଇଁ ରୋଷେଇ କରାଯିବାର ବ୍ୟବସ୍ଥା ରହିଛି। ଏହା ସାଧାରଣତଃ ସ୍କୁଲ, କଲେଜ, ହଷ୍ଟେଲ ଏବଂ ବିଭିନ୍ନ ପ୍ରତିଷ୍ଠାନରେ ବ୍ୟବହାର ହୋଇଥାଏ। ଦିନକୁ ଦିନ କଂପାନୀର ଉତ୍ପାଦ ବ୍ୟବହାରରେ ଲୋକପ୍ରିୟତା ବୃଦ୍ଧି ପାଇଛି। ଆଜି ପର୍ଯ୍ୟନ୍ତ ଭାରତରେ ସାଢ଼େ ତିନିଲକ୍ଷରୁ ଅଧିକ ଗ୍ରାହକ ଏହାକୁ ଆପଣେଇଛନ୍ତି। ସାତବର୍ଷ ପରେ ଭାରତରେ କଂପାନୀ ଆରମ୍ଭ ହେବା ଠାରୁ Envirofit ଆଠଲକ୍ଷ 50ହଜାର ଷ୍ଟୋଭ ବିକ୍ରୀ କରିପାରିଛି।

“ଏବେ ଭାରତର କିଛି ନୂଆ ରାଜ୍ୟରେ ଆମର ବ୍ୟବସାୟକୁ ବୃଦ୍ଧିକରିବା ପାଇଁ ଆଶା ରଖିଛୁ ଏବଂ ପୂର୍ବରୁ ଆମେ ବ୍ୟବସାୟରେ ସଫଳ ହୋଇନଥିବା ଜାଗାମାନଙ୍କରେ ବଜାରର ନୂଆ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ। କିଛି ପ୍ରତିବନ୍ଧକକୁ ଆମେ ସହଭାଗିତାରେ ଦୂର କରି ନୂଆ ଦିଗ ଏବଂ ବ୍ୟବସାୟର ବୃଦ୍ଧିପାଇଁ ପ୍ରୟାସ କରୁଛୁ। ସାଧାରଣ, ବାଣିଜ୍ୟିକ ଏବଂ ସାମାଜିକ ସଂସ୍ଥାମାନଙ୍କ ସାହାଯ୍ୟର ହାତ ଦ୍ଵାରା ଏହା ପ୍ରଭାବିତ ହୋଇପାରିବ” ବୋଲି ଅଞ୍ଚନ କହିଛନ୍ତି।

ଆଜି Envirofitର ବ୍ୟବସାୟ ଯେଉଁ ସ୍ଥାନରେ ପହଞ୍ଚିଛି ଆଗାମୀ ଦିନରେ ଏହା ଭଲ ଗତିରେ ବ୍ୟବସାୟ କକିବା ବୋଲି ଆଶା ରହିଛି। ସଂସ୍ଥାର ପଥ ପ୍ରଦର୍ଶକ ମାନେ ଅଧିକରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିପାରିବାରେ ଶକ୍ତି ରଖିଛନ୍ତି ବୋଲି ବିଶ୍ଵାଶ୍ବାସ ରଖିଛନ୍ତି। “ଉତ୍ପାଦର ନିର୍ମାଣ ପାଇଁ ପ୍ରତିବଦ୍ଧତା ଏବଂ ଗ୍ରାହକମାନଙ୍କ ପରିବାର ଏବଂ ସାଙ୍ଗସାଥୀଙ୍କ ଠାରୁ ମିଳୁଥିବା ସକାରାତ୍ମକ ଟିପ୍ପଣୀ ପାଇ ଆମେ 2018-19 ସୁଦ୍ଧା ଏକ ମିଲିୟନ ଷ୍ଟୋଭ ବିକ୍ରୀ କରିବାକୁ ଲକ୍ଷ୍ୟ ରଖିଛୁ” ବୋଲି ଅଞ୍ଚନ ଗର୍ବର ସହ କୁହନ୍ତି।