ହମାରା ସାହାସ- ମହିଳାମାନଙ୍କ ଦ୍ଵାରା, ମହିଳାମାନଙ୍କ ପାଇଁ

ହମାରା ସାହାସ- ମହିଳାମାନଙ୍କ ଦ୍ଵାରା, ମହିଳାମାନଙ୍କ ପାଇଁ

Thursday October 22, 2015,

4 min Read

ମାତ୍ର ଦଶମାସ ତଳର ଘଟଣା - ଯେତେବେଳେ ତମନ୍ନା ଭଟ୍ଟି ମହିଳାମାନଙ୍କ ଦ୍ଵାରା ପରିଚାଳିତ ଏବଂ ମହିଳାମାନଙ୍କ ପାଇଁ ସମର୍ପିତ ସଂସ୍ଥା ହମାରା ସାହାସ ଆରମ୍ଭ କରିବାକୁ ଉଦ୍ୟମ କଲେ। ସାଧାରଣ ଗୃହିଣୀ ଏବଂ ବୃତ୍ତିଗତ ମହିଳାମାନଙ୍କ ଦ୍ଵାରା ପରିଚାଳିତ ଏହି ସଂସ୍ଥା ସମାଜରେ ସାଧାରଣ ସ୍ଥାନ ପାଇବାରୁ ବଞ୍ଚିତ ମହିଳା ଏବଂ ଶିଶୁମାନଙ୍କର ଉନ୍ନତି ପାଇଁ ପ୍ରୟାସ କରିବା ଏହାର ଲକ୍ଷ୍ୟ। ମହିଳା ଭାବରେ ଅନ୍ୟ ମହିଳାମାନଙ୍କ ଆବଶ୍ୟକତା, ସେମାନଙ୍କ ପ୍ରତିବନ୍ଧକତା, ସେମାନଙ୍କ ଅକ୍ଷମତା ଏବଂ ସଂଘର୍ଷକୁ ଆମେ ଭଲ ଭାବରେ ବୁଝିପାରୁ। ଏଣୁ ଆମେ ଏହାର ବିଭନ୍ନ ଦିଗକୁ ଦେଖି ଆମେ ଆମର ସବୁ ସାମର୍ଥ ଲଗାଇଥାଉ ବୋଲି ତମନ୍ନା କୁହନ୍ତି।

image


ମୁଁ ପେଶାରୁ ଜଣେ ଫ୍ୟାସନ ଡିଜାଇନର। ମୁଁ ଯେତେବେଳେ ବିବାହ କଲି, ଯୋଧପୁରର ରତନଡାରେ ଥିବା ମୋ ପଡୋଶୀ ମହିଳାମାନେ ଦୁଃସ୍ଥ ଜୀବନ ବିତାଇବା ମୁଁ ଦେଖିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଲ୍ୟବିବାହ କରିଛନ୍ତି ଏବଂ କମ୍ ବୟସରେ ମା ହୋଇଛନ୍ତି। ଘରର ଦାୟିତ୍ଵ ନେବା ପାଇଁ ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କୁ ଇଚ୍ଛାବିରୁଦ୍ଧରେ ସ୍କୁଲ ବା କଲେଜ ଛାଡ଼ିବାକୁ ପଡ଼ିଥାଏ ବୋଲି ତମନ୍ନା କହିଛନ୍ତି। ମୁଁ ସମାଜରେ ଏହି ବର୍ଗର ମହିଳାମାନଙ୍କ ପାଇଁ କିଛି କରିବାକୁ ଚାହେଁ। ଘର ବାହାରେ ବି ଏକ ସୁନ୍ଦର ଦୁନିଆ ରହିଛି ଏବଂ ସେମାନଙ୍କୁ ମୁଁ ସେ ଦୁନିଆର ଅନୁଭବ ଦେବାକୁ ଚାହେଁ । ଏକ ପରିବର୍ତ୍ତନ ପାଇଁ ମୋର ମାନସିକତାକୁ ବୁଝିପାରିଥିବାରୁ ଏବଂ ମୋତେ ସେମାନଙ୍କ ସମର୍ଥନ ଦେଇ ପ୍ରୋତ୍ସାହିତ କରିଥିବାରୁ ମୁଁ ମୋର ବନ୍ଧୁବାନ୍ଧବ, ନିକଟ ସଂପର୍କୀୟମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ବୋଲି ସେ କୁହନ୍ତି। ରାଜସ୍ଥାନର ଯୋଧପୁର ଅଞ୍ଚଳରେ ନିଜର ଧ୍ୟାନ ଆକର୍ଷଣ କରିବା ପୂର୍ବରୁ ତମନ୍ନା ଅନ୍ୟ ଏକ ଏନଜିଓରେ ଦଶବର୍ଷ କାର୍ଯ୍ୟ କରିସାରିଛନ୍ତି।

ଯୋଧପୁରର ରତନଡା ଠାରେ ନିଜର ସମାଜସେବା କାମ ଆରମ୍ଭ କରିଛି ହମାରା ସାହସ। ଏହି ଅଞ୍ଚଳର ବାସିନ୍ଦାମାନେ ମୁଖ୍ୟତଃ ମାଟିପାତ୍ର ତିଆରି କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି ଏବଂ ଏକ ଦାରିଦ୍ର୍ୟରେ ଭରା କଷ୍ଟକର ଜୀବନ ଅତିବାହିତ କରିଥାନ୍ତି। ଏହି ସଂପ୍ରଦାୟର ପୁରୁଷବର୍ଗ ମାନେ ମଦ୍ୟପ ଗୋଷ୍ଠୀର ଏବଂ ଏମାନେ ମହିଳା ଓ ଶିଶୁ ଶୋଷଣରେ ସଂପୃକ୍ତ ଥାନ୍ତି। ବାଧ୍ୟ ହୋଇ ମହିଳାମାନଙ୍କୁ ପରିବାର ପୋଷଣ ପାଇଁ କାର୍ଯ୍ୟ କରିବାକୁ ପଡ଼େ। କିନ୍ତୁ ସେମାନଙ୍କ ଠାରେ ନିଜର ଆତ୍ମବିଶ୍ଵାସ ଏବଂ ସଚେତନତା ନଥାଏ।

ଏହି ଚିତ୍ରପଟ୍ଟରେ ଏକ ପରିବର୍ତ୍ତନର ଆଶା ନେଇ ହମାରା ସାହାସ ତାର କାମ ଆରମ୍ଭ କରିଛି। ଏହି ଲକ୍ଷ୍ୟ ଏବେ ସଫଳତା ପାଇଛି ଏବଂ ଆଜି ଏଠାରୁ ଅଧିକାଂଶ ପ୍ରଶିକ୍ଷିତ ମହିଳାମାନଙ୍କୁ ସରକାରୀ ଉଦ୍ୟୋଗରେ ସାମୟିକ ଭାବରେ ନିଯୁକ୍ତି ମିଳୁଛି।

ବହୁ ସମୟରେ ଆମେ ମ୍ୟାରିକମଙ୍କ ଉଦାହରଣ ଦେଇଥାଉ ବୋଲି ତମନ୍ନା କହିଛନ୍ତି। ବହୁ ପ୍ରତିବନ୍ଧକ, ବାଧାବିଘ୍ନ ସତ୍ତ୍ୱେ ସେ ଯଦି ଆଜିର ସ୍ଥାନରେ ପହଞ୍ଚିପାରିଛନ୍ତି ତେବେ ଏହା ଆମ ପାଇଁ ମଧ୍ୟ ସହଜସାଧ୍ୟ ହେବ ବୋଲି ତମନ୍ନା ଯୁକ୍ତି ରଖନ୍ତି।

ହମାରା ସାହସର ଉଦ୍ୟମ

Embroidery Lessons

Embroidery Lessons


ହମାରା ସାହସର ପ୍ରତିଷ୍ଠାତା ତମନ୍ନା ଭଟ୍ଟି ଜଣେ ଫ୍ୟାସନ ଡିଜାଇନର। ନିଜର ଜୀବନର ଏହି ଦିଗକୁ ସେ ନିଜର ସଂସ୍ଥା ପ୍ରତିଷ୍ଠାରେ ବିନିଯୋଗ କରିଛନ୍ତି। ସ୍ଥାନୀୟ ମହିଳାମାନେ ଘର ବ୍ୟତୀତ ବାହାରର ଦୁନିଆ ସଂସ୍ପର୍ଶରେ ଆସୁନଥିବାରୁ ସେମାନଙ୍କ ଜୀବନ ବହୁମାତ୍ରାରେ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ସେ କୁହନ୍ତି। ବିଶେଷକରି ନିଜର ଆର୍ଥିକ ସ୍ବାଧିନତା ଲାଭ ପାଇଁ ଚାକିରୀ କରିବାକୁ ସେମାନେ ବୃତ୍ତିଗତ ଭାବରେ ତାଲିମ ପାଇନଥାନ୍ତି। ଏହା ସେମାନଙ୍କୁ ସାମାଜିକସ୍ତରରେ ପଛୁଆ କରିରଖିବା ସହ ପର ଉପରେ ନିର୍ଭର ହୋଇ ରହିବାକୁ ବାଧ୍ୟ କରିଥାଏ ବୋଲି ତମନ୍ନା କୁହନ୍ତି। ହମାରା ସାହସ ଠାରେ ଆମେ ସେମାନଙ୍କୁ ଏମ୍ବ୍ରିୟୋଡୋରି, ସିଲାଇ ଏବଂ ଅନ୍ୟାୟ ହସ୍ତଶିଳ୍ପ ଉପରେ ସ୍ଵଳ୍ପ ମିଆଦୀ ତାଲିମ ଦେଇଥାଉ। ଏହା ସେମାନଙ୍କୁ ବୃତ୍ତିଗତ ଭାବରେ ସଶକ୍ତ କରିବା ସହ ମୋର ଫ୍ୟାସନ ଡିଜାଇନିଂ ଡିଗ୍ରୀ କାମରେ ଆସି ପରୁଛି ବୋଲି ସେ କହନ୍ତି।

ସମାଜର ଦାରିଦ୍ର୍ୟ, ଦୁର୍ଦ୍ଧଶାଗ୍ରସ୍ତ ବର୍ଗରେ ଥିବା ସବୁ ମହିଳାମାନଙ୍କୁ ସ୍ଵାଧୀନତା ଦେବା ସହ ସ୍ଵାବଲମ୍ବୀ କରିବା ହମାରା ସାହସର ଲକ୍ଷ୍ୟ। ଯାହା ଫଳରେ ସେ ଆତ୍ମବିଶ୍ଵାସର ସହ ଏକ ସୁସ୍ଥ ଜୀବନ ଜିଇଁବାକୁ ସକ୍ଷମ ହେବ ବୋଲି ସେ ମତ ରଖନ୍ତି।

ହମାରା ସାହାସ ପାଇଁ ଆହ୍ଵାନ

ଅର୍ଥନୈତିକ ସ୍ଵାଧୀନତା ଏବଂ ସୁରକ୍ଷା ଯୋଗାଇବା ବ୍ୟତୀତ ହମାରା ସାହାସ ଆଗରେ ଆହୁରି ଦୃଢ଼ ଆହ୍ବାନ ରହିଛି। କନ୍ୟା ଭୃଣହତ୍ୟାର ମୁଳୋତ୍ପାଟନ, ଅଛୁଆଁ ଭେଦଭାବ, ନିରକ୍ଷରତା, ଯୈତୁକ ପ୍ରଥା ଏବଂ ବାଲ୍ୟବିବାହ ଆଦିକୁ ଦୂର କରିବାର ଲକ୍ଷ୍ୟ ରଖିଛି। ଯୁବବର୍ଗ ଏବଂ ବୟୋଜେଷ୍ଠ ମାନେ ଏହି ପରିବର୍ତ୍ତନକୁ ଆପଣେଇବାକୁ ପ୍ରସ୍ତୁତ। ତେବେ ମଧ୍ୟମ ବୟସ୍କ ବର୍ଗର ଲୋକମାନଙ୍କୁ ମନାଇବା କଷ୍କସାଧ୍ୟ ବୋଲି ତମନ୍ନା କୁହନ୍ତି।

ଏହି ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ପାଇଁ ହମାରା ସାହାସ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛି। ଆମେ ପ୍ରଥମେ ଲିଙ୍ଗଗତ ବୈଷ୍ୟମତା ଯାହା ଏ ସମାଜର ମୂଳସ୍ତରରେ ରହି ବହୁ କୁପ୍ରଭାବ ପକାଇଥାଏ , ତା ସଂପର୍କରେ ଲୋକମାନଙ୍କୁ ସଚେତନ କରିଥାଉ। ଏହାକୁ ଆମେ ଶିକ୍ଷାଦାନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିଥାଉ ଯେଉଁଠାରେ ଆମେ ଶିଶୁମାନଙ୍କୁ ଶିକ୍ଷା ଦେଇଥାଉ ବୋଲି ତମନ୍ନା ମତ ଦିଅନ୍ତି।

ସ୍ବେଚ୍ଛାସେବୀ ଏବଂ ବୃତ୍ତିଗତମାନଙ୍କ ସହାୟତାରେ ହମାରା ସାହସ ମୁକ୍ତ ପ୍ରାଥମିକ ଶିକ୍ଷାଦାନ କରିଥାଏ। ଏହା ଫଳରେ ତାଙ୍କ ମାଁ ମାନେ ସ୍ଵଳ୍ପ ମିଆଦୀ ତାଲିମ ନେବାକୁ ସମୟ ପାଇଥାନ୍ତି ଏବଂ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିଥାନ୍ତି। ସଚେତନତା ଶିକ୍ଷାଦାନ ଦ୍ଵାରା ଶିଶୁମାନଙ୍କ ନମନୀୟ ମସ୍ତିଷ୍କକୁ ଏକ ବୃହତ ଆକାରରେ ଭାବିବା ପାଇଁ ସହଜରେ ପ୍ରଭାବିତ କରାଯାଇପାରେ। ଏହାଦ୍ଵାରା ସେମାନେ ସମସ୍ତଙ୍କୁ ସମାନ ସୁଯୋଗ, ନିଜ ଉପରେ ନିଜର ଭରସାର ଆବଶ୍ୟକତାକୁ ବୁଝିବା ସହ ସମସ୍ତଙ୍କୁ ସମ୍ମାନ ଏବଂ ମର୍ଯ୍ୟାଦା ଦେଇଥାନ୍ତି ବୋଲି ବୁଝାଇ କୁହନ୍ତି ତମନ୍ନା।

ଅନ୍ୟପକ୍ଷରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆର୍ଥିକ ସ୍ତରରେ ସ୍ଵଛଳ ନଥିବା ମହିଳାମାନଙ୍କୁ ବୃତ୍ତିଗତ ସହାୟତା ଯୋଗାଇଥାଏ। ଏହା ସେମାନଙ୍କୁ ନେତୃତ୍ଵ ନେବାର ଦିଗ ଦେଖାଇବା ସହ ଆତ୍ମବିଶ୍ବାସ ଏବଂ ନିର୍ଣ୍ଣୟ ନେବାର ଦକ୍ଷତା ବୃଦ୍ଧି କରାଇବାର ଜ୍ଞାନ ଆହରଣ କରାଇଥାଏ। ଆମ ସିଲାଇ, ହସ୍ତଶିଳ୍ପ, ଏମ୍ବ୍ରିୟୋଡେରୀ ଆଦିରେ ଶିକ୍ଷାଦାନ ସେମାନଙ୍କୁ ସ୍ଵାବଲମ୍ବୀ କରାଇବା ସହ ସେମାନଙ୍କୁ ଆର୍ଥିକ ସ୍ତରରେ ଦୃଢ଼ କରାଇଥାଏ। ଏହା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ କରାଇଥାଏ ଯାହା ସେମାନଙ୍କୁ ଖୁସିରେ ରଖିଥାଏ ବୋଲି ମତ ରଖନ୍ତି ତମନ୍ନା।

ଆର୍ଥିକ ସହାୟତା ଆମପାଇଁ ଆଉ ଏକ ବଡ଼ ଆହ୍ଵାନ। ସରକାରୀ ସଂସ୍ଥାମାନଙ୍କ ଆର୍ଥିକ ସହାୟତା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଆମ ସଂସ୍ଥା ଏକବର୍ଷ ହେବା ପରେ ଆମେ ଏହାର ସହାୟତା ନେବାକୁ ଯୋଗ୍ୟ ହେଇପାରିବୁ। ସରକାରୀ ସହାୟତା ନଥିବାରୁ ବର୍ତ୍ତମାନ ଆମେ ସ୍ଥାନୀୟ ଦାନକର୍ତ୍ତା ଏବଂ ସ୍ଵେଚ୍ଛାସେବୀଙ୍କ ଦାନ ଉପରେ ନିର୍ଭରଶୀଳ ବୋଲି ତମନ୍ନା କୁହନ୍ତି।

ହମାରା ସାହସ ରାଜସ୍ଥାନର ଏକମାତ୍ର ଏନଜିଓ ଯାହା ମହିଳାମାନଙ୍କ ଦ୍ଵାରା ପରିଚାଳିତ ବୋଲି ଗର୍ବର ସହ କୁହନ୍ତି ତମନ୍ନା। ମୁଁ ଏମିତି ଏକ ସମାଜ ଦେଖିବାକୁ ଚାହୁଁଛି ଯାହା ମହିଳାମାନଙ୍କୁ ସମ୍ମାନ ଏବଂ ସମାନତା ହେଉଥିବ। ଏହି ସୁନ୍ଦର ମହିଳାମାନଙ୍କୁ ମୁଁ ଆତ୍ମବିଶ୍ଵାସୀ ଏବଂ ଆତ୍ମନିର୍ଭରଶୀଳ ଦେଖିବାକୁ ଚାହୁଁଛି। ନିଜ ଗୋଡ଼ରେ ନିଜେ ଠିଆ ହେଇ ପାରିଲେ ଏମାନଙ୍କୁ ଅନ୍ୟମାନେ ସମ୍ମାନ ଦେବେ ବୋଲି ସ୍ଵପ୍ନ ଦେଖନ୍ତି ତମନ୍ନା।

    Share on
    close