ବାତ୍ୟାରେ କ୍ଷତିଗ୍ରସ୍ତ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିକୁ ସଜାଡିବା ପାଇଁ ପ୍ରାକ୍ତନ ଛାତ୍ରମାନେ କମର ଭିଡ଼ିଲେ

ବାତ୍ୟାରେ କ୍ଷତିଗ୍ରସ୍ତ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିକୁ ସଜାଡିବା ପାଇଁ ପ୍ରାକ୍ତନ ଛାତ୍ରମାନେ କମର ଭିଡ଼ିଲେ

Monday December 26, 2016,

2 min Read

କିଛିଦିନ ତଳେ ଚେନ୍ନାଇ ସହରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ୱାର୍ଦା ବ୍ୟାପକ ତାଣ୍ଡବ ରଚାଇ ଥିଲା। ଦୁଇ ବର୍ଷ ତଳେ ‘ହୁଡହୁଡ’ ଓଡ଼ିଶା ଏବଂ ବିଶାଖାପାଟଣାରେ ନିଜର ପ୍ରଭାବ ପକାଇ ଯାଇଥିଲା। ଓଡ଼ିଶା ଅନେକ ଗୁଡ଼ିଏ ବାତ୍ୟା ଦେଖିଆସିଛି। ଠିକ ଯେମିତି ବାତ୍ୟା ପ୍ରଭାବରେ ଓଡ଼ିଶାର ସବୁଜିମା ନଷ୍ଟ ହେଇଥିଲା ସେମିତି ଏବେ ଚେନ୍ନାଇ ସହରର ସବୁଜିମା ଉଭେଇଯାଇଛି। ୧୪୦ କିମି ବେଗରେ ବୋହୁଥିବା ପବନରେ ସହରର ୧୭,୦୦୦ ଗଛ ଉପୁଡି ଯାଇଛି।

Image : (L) – <a href=

Image : (L) –

GMU; (R) – The News Minutea12bc34de56fgmedium"/>

ଏପରି ସମୟରେ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା ନକରି ନିଜର ନାଗରିକ ଏବଂ ନୈତିକ ଦାୟିତ୍ଵ ତୁଲେଇବା ପାଇଁ ଆଗେଇଆସିଛନ୍ତି କିଛି ବିଦ୍ୟାର୍ଥୀ ବୃନ୍ଦ। ସରକାରଙ୍କର ଯାହା କର୍ତ୍ତବ୍ୟ ସେ କରିବେ କିନ୍ତୁ ତା'ଛଡ଼ା ନିଜର ବିବେକର ଡାକରା ଶୁଣି ସମାଜର ସାହାଯ୍ୟ ପାଇଁ ଆଗେଇଆସିବା ମଧ୍ୟ ଆବଶ୍ୟକ। ଏହି ଛାତ୍ରଛାତ୍ରୀ ମାନେ ଏପରି କରି ଏକ ଦୃଷ୍ଟାନ୍ତ ସାଜିଛନ୍ତି। 

ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବର୍ତ୍ତମାନ ବିଦ୍ୟାର୍ଥୀ ଏବଂ ପୂର୍ବତନ ବିଦ୍ୟାର୍ଥୀ ମାନେ ନିଜ କଲେଜର ସବୁଜ ଶୋଭାର ପୁନରୁଥାନ କରିବା ପାଇଁ ଆଗେଇ ଆସିଛନ୍ତି। ବିଦ୍ୟାର୍ଥୀ ମାନଙ୍କର ଏକ ‘Athenaeum’ ନାମରେ ଦଳ ଗଠନ କରାଯାଇଛି। ଏମାନେ କ୍ରାଉଡଫଣ୍ଡିଙ୍ଗ ୱେବସାଇଟ Ketto ଜରିଆରେ ଏଥିପାଇଁ ପାଣ୍ଠି ଯୋଗାଡ଼ କରିବା ଆରମ୍ଭ କରିଛନ୍ତି। ପୂର୍ବତନ ବିଦ୍ୟାର୍ଥୀ ମାନେ ଏକ ବିବୃତିରେ କହିଛନ୍ତି, “ସାମୁଦ୍ରିକ ଝଡ଼ ୱାର୍ଦା ଚେନ୍ନାଇରେ ତାଣ୍ଡବ କରି MITର ପ୍ରାୟତଃ ସମସ୍ତ ଗଛ ସହ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ କରିଦେଇଛି। ବିଦ୍ୟାର୍ଥୀ ଓ କର୍ମଚାରୀ ମାନେ ଧ୍ଵଂସାବଶେଷକୁ ସଫା କରିବା ପାଇଁ ଅହର୍ନିଶି କାମ କରୁଛନ୍ତି। ପୁନରୁଦ୍ଧାର କରିବା ପାଇଁ ଅନେକ ବର୍ଷ ଲାଗିଯାଇପାରେ। କିନ୍ତୁ ଆମେ ଯେତେଶୀଘ୍ର ଏ ନେଇ କାମ ଆରମ୍ଭ କରିବୁ ସେତେ ଶୀଘ୍ର ସେଠାରେ ପହଞ୍ଚି ପାରିବୁ।“

The News Minuteକୁ ଏକ ସାକ୍ଷାତକାର ଦେଇ ଜଣେ ପୂର୍ବତନ ଛାତ୍ର କହିଛନ୍ତି, “ଆମେ ଚାରି ପାଞ୍ଚ ଦିନ ତଳେ ଏହି ପ୍ରଚାର ଆରମ୍ଭ କଲୁ। ବାତ୍ୟା ପରେ ଆମର କ୍ୟାମ୍ପସ ଖୁବ ଖରାପ ସ୍ଥିତିରେ ଥିବାର ଆମେ ଜାଣିଲୁ। ଯଦିଓ ଏହା ଏକ ସରକାରୀ କଲେଜ ଅଟେ ଓ ଆମ ତରଫରୁ କୌଣସି ପାଣ୍ଠି ଆବଶ୍ୟକ କରେନାହିଁ କିନ୍ତୁ କଲେଜର ଅବସ୍ଥା ଦେଖିବା ପରେ ଆମେ ଏଥିପାଇଁ ପାଣ୍ଠି ଏକାଠି କରିବାର ନିଷ୍ପତ୍ତି ନେଲୁ।“

"Restore MIT to its original glory” ନାମରେ ଏହି ଅଭିଯାନ ଆରମ୍ଭ କରି ପ୍ରାୟ ୩୦ରୁ ଅଧିକ ପୂର୍ବତନ ଛାତ୍ର ଆସି ବିଶ୍ଵବିଦ୍ୟାଳୟର ଡିନ ଙ୍କ ଠାରୁ ଅନୁମତି ନେଇଥିଲେ। ଏଥିରୁ ମିଳିଥିବା ପାଣ୍ଠିକୁ ସେମାନେ ବୃକ୍ଷରୋପଣ ଓ ପୁନଃନିର୍ମାଣ କାର୍ଯ୍ୟରେ ଲଗାଇବେ ବୋଲି କହିଛନ୍ତି। ଟାର୍ଗେଟ ଫଣ୍ଡ ୫ ଲକ୍ଷ ବୋଲି ସେମାନେ ସୂଚାଇଛନ୍ତି।