ବ୍ରିଟେନକୁ ପଛରେ ପକାଇ ଭାରତ ହେଲା ବିଶ୍ଵର ଷଷ୍ଠ ବୃହତ୍ତମ ଅର୍ଥନୀତି

ବ୍ରିଟେନକୁ ପଛରେ ପକାଇ ଭାରତ ହେଲା ବିଶ୍ଵର ଷଷ୍ଠ ବୃହତ୍ତମ ଅର୍ଥନୀତି

Friday December 23, 2016,

2 min Read

ଦିନ ଥିଲା ବ୍ରିଟିଶ ମାନେ ଆମ ଦେଶରେ ରାଜ କରୁଥିଲେ। ଆଜି କିନ୍ତୁ ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ଵର ଷଷ୍ଠ ବୃହତ ଅର୍ଥନୀତି ଭାବେ ଆଗକୁ ଆସିଛି। ଭାରତ ଗତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ସମ୍ମାନ ହାସଲ କରିପାରିଛି। ଆମେରିକା, ଚୀନ, ଜାପାନ, ଜର୍ମାନୀ ଓ ଫ୍ରାନ୍ସ ବିଶ୍ଵର ଶୀର୍ଷ ପାଞ୍ଚଟି ଅର୍ଥନୀତି ବ୍ୟବସ୍ଥା ଭାବେ ଚିହ୍ନିତ ହୋଇଛନ୍ତି। ଭାରତର ଏହି ଦୌଡରେ ଆଗରେ ରହିବାର ମୁଖ୍ୟ କାରଣ ହେଉଛି ଦ୍ରୁତ ଅର୍ଥନୈତିକ ବୃଦ୍ଧି ଏବଂ ବ୍ରିଟେନର ବ୍ରେକ୍ସିଟ କାଣ୍ଡ।

Source : <a href=

Source :

Mashablea12bc34de56fgmedium"/>

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ ଏକ ଟୁଇଟରେ କହିଛନ୍ତି ଯେ ଗତ ବର୍ଷ ମଧ୍ୟରେ ବ୍ରିଟିଶ ପାଉଣ୍ଡର ମୂଲ୍ୟର ପ୍ରାୟ ୨୦ ପ୍ରତିଶତ କମିଛି।

image


ଫେବୃଆରୀରେ ଭାରତ ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍‌ ଅର୍ଥନୀତି ଭାବେ ଚୀନ୍ କୁ ପଛରେ ପକାଇଦେଇଥିଲା ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତାହାର ପୂର୍ବାନୁମାନରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାରକୁ ଏକ ବେଶ୍‌ ଉଚ୍ଚା ୭.୬%ରେ ନିର୍ଣ୍ଣୟ କରିଥିଲା। Foreign Policyର ଏକ ରିପୋର୍ଟ ଅନୁସାରେ କିରଣ ରିଜିଜୁ କହିଥିଲେ, “ଭାରତ ଜନସଂଖ୍ୟା ହିସାବରେ ସର୍ବବୃହତ ହେଇଥାଇପାରେ କିନ୍ତୁ ଅର୍ଥନୀତିରେ ଏପ୍ରକାର ଉନ୍ନତି ଏକ ବଡ଼ ଜିତ।“ ଏହି ରିପୋର୍ଟରୁ ଆହୁରି ଜଣାପଡେ ଯେ ୨୦୧୬ ସୁଦ୍ଧା UKର ଅର୍ଥନୀତି ୧.୮ ପ୍ରତିଶତ ବଢିବ ଏବଂ ୨୦୧୭ରେ ୧.୧ ପ୍ରତିଶତ କମିପାରେ। ଚଳିତ ବର୍ଷ ଜୁନରେ ବ୍ରିଟେନ ୟୂରୋପିଆନ ୟୂନିଅନରୁ ବାହାରିଆସିବାର ନିଷ୍ପତ୍ତି ନେଇଥିଲା ଯାହା ଫଳରେ ଏହାର ଅର୍ଥନୀତି ଏବଂ ମୁଦ୍ରାନୀତି ଅନେକ ଅନିୟମିତତା ଦେଇ ଗତି କରିଥିଲା। ଏହିସବୁ ମଧ୍ୟରେ ଭାରତୀୟ ଅର୍ଥନୀତି ସତତ ବିକାଶ ଦେଖିଛି। ଏହାର ମୁଖ୍ୟ କାରଣ ମାନେ ବିଶ୍ଵବ୍ୟାପୀ ପଣ୍ୟଦ୍ରବ୍ୟର ମୂଲ୍ୟରେ ହେଇଥିବା ହ୍ରାସ, ଉତ୍ତମ ବୃଷ୍ଟିପାତ, ଏବଂ କମ୍ ଅପେକ୍ଷିତ ମୁଦ୍ରାସ୍ଫୀତିରେ ହେଇପାରେ। ଯଦିଓ ସରକାର ଅର୍ଥନୀତିରେ ଅନେକ ଗୁଡିଏ ସଂସ୍କାର ଆଣିବାର କାମ କରିଛନ୍ତି କିନ୍ତୁ ଅର୍ଥନୀତି ଦୌଡରେ ଆଗରେ ରହିବାର କାରଣ ଗୁଡ଼ିକ ପୁର୍ବରେ ଉଲ୍ଲେଖ ହେଇଥିବା କାରଣ ହେଇପାରେ।

Forbesର ଏକ ରିପୋର୍ଟ ଅନୁଯାୟୀ ୧୮ତମ ଶତାବ୍ଦୀରେ ବ୍ରିଟେନରେ ହେଇଥିବା ଶିଳ୍ପବିପ୍ଳବ ଯୋଗୁ ସେ ଭାରତ ଠାରୁ ଢେର ଆଗରେ ଥିଲା। ଅନ୍ତତଃ ଭାରତ ସ୍ଵାଧୀନତା ଲାଭ କରିବା ପର୍ଯ୍ୟନ୍ତ ବ୍ରିଟେନ ଅର୍ଥନୈତିକ ଭାବରେ ଭାରତ ଠାରୁ ଅନେକ ଆଗୁଆ ଥିଲା। କିନ୍ତୁ ୧୯୪୭ ପରେ ଭାରତ ଏବଂ ବ୍ରିଟେନ ପାଖାପାଖି ସମାନ ଗତିରେ ବଢିବାକୁ ଲାଗିଲେ। ଭାରତର ଅର୍ଥିନୀତି ସ୍ଥିର ରହିଯାଇଥିଲା। ଗୋଟିଏ ରୁଦ୍ଧ, କେନ୍ଦ୍ରୀୟଏବଂ ସମାଜବାଦ ଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥାକୁ ଲାଗୁ କରାଇବା ପାଇଁ ଭାରତର ଇଛା ହିଁ ମୂଳତଃ ଏହି ଅସୁବିଧାର ସୃଷ୍ଟିକର୍ତ୍ତା। ୧୯୯୧ରେ ଭାରତ ବଜାରରେ ସୁଧାର ଆଣିବା ପରେ ଅଭିବୃଦ୍ଧି ଆରମ୍ଭ ହେଇଥିଲା ଏବଂ ଏବେ ପର୍ଯ୍ୟନ୍ତ ଅଭିବୃଦ୍ଧି ଜାରି ରହିଛି। ଏହି ସମୟ ଅବଧିରେ ଭାରତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଦେଖିଛି ଏବଂ ଶେଷରେ ୨୦୧୬ରେ UKକୁ ପଛରେ ପକାଇ ଦେଇପାରିଛି (ଯଦିଓ ଭାରତର ମୁଣ୍ଡ ପିଛା ଆୟ ବ୍ରିଟେନର ମୁଣ୍ଡପିଛା ଆୟର ଏକ ପଞ୍ଚମାଂଶ)।

କିନ୍ତୁ ଏସବୁ ପରେ ମଧ୍ୟ ନିକଟରେ ହେଇଥିବା ବିମୁଦ୍ରାକରଣ ଯୋଗୁ ଅର୍ଥନୈତିଜ୍ଞ ମାନେ ଭାରତ ଯେ କେତେଦିନ ଯାଏଁ ଏହି ପଦକୁ ଧରି ରଖିପାରିବ ସେ ନେଇ ନିଜର ସନ୍ଦେହ ପ୍ରକାଶ କରିଛନ୍ତି।