ଆସିପାରେ ନୂଆ ୨୫୦ ଟଙ୍କିଆ ନୋଟ, ପାଞ୍ଚ ବର୍ଷ ମଧ୍ୟରେ ୨୦୦୦ ଟଙ୍କିଆ ହେବ ବନ୍ଦ

ଆସିପାରେ ନୂଆ ୨୫୦ ଟଙ୍କିଆ ନୋଟ, ପାଞ୍ଚ ବର୍ଷ ମଧ୍ୟରେ ୨୦୦୦ ଟଙ୍କିଆ ହେବ ବନ୍ଦ

Tuesday December 13, 2016,

2 min Read

ବିମୁଦ୍ରାକରଣ ପରେ ଦେଶରେ ସୃଷ୍ଟି ହେଇଛି ମୁଦ୍ରା ମରୁଡ଼ି। ସଭିଙ୍କର ନଜର ଏବେ ମୁଦ୍ରାନୀତି ଉପରେ। ସରକାର ଏହାକୁ କିପରି ଭାବେ ନିୟନ୍ତ୍ରଣ କରିପାରିବେ ଓ ଆଗକୁ ଯାଇ ତାଙ୍କର ରଣନୀତି କଣ ହେବ। ଏ ସମ୍ପର୍କରେ ସଂକେତ ଦେଇ ଆରଏସଏସର ସହ ସମ୍ପୃକ୍ତ ଥିବା ଜଣେ ବରୀଷ୍ଠ ପରମର୍ଶଦାତା ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ, ଏସ ଗୁରୁମୂର୍ତ୍ତୀ କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନୂଆ ଆସିଥିବା ୨୦୦୦ ଟଙ୍କା ନୋଟ ବନ୍ଦ କରାଯାଇପାରେ।

Image : <a href=

Image :

Indian Expressa12bc34de56fgmedium"/>

India Today ସହ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଗୁରୁମୂର୍ତ୍ତୀ ମୋଦିଙ୍କର ବିମୁଦ୍ରାକରଣ ପଦକ୍ଷେପକୁ ସମର୍ଥନ କରିଥିଲେ ଏବଂ କମ ମୂଲ୍ୟର ନୋଟ ଆଣିବା ଉପରେ ଗୁରୁତ୍ତ୍ୱ ଦେଇଥିଲେ। ସଂଘର ପୃଷ୍ଠପୋଷକତାରେ ଚାଲୁଥିବା ବିବେକାନନ୍ଦ ଫାଉଣ୍ଡେସନର ଗୁରୁମୂର୍ତ୍ତୀ ଜଣେ ସଦସ୍ୟ ଏବଂ ବିମୁଦ୍ରାକରଣ ପ୍ରସଙ୍ଗ ନେଇ ସରକାର ତାଙ୍କଠାରୁ ପରାମର୍ଶ ନେଉଛନ୍ତି। ତେଣୁ ତାଙ୍କର ଏ ନେଇ ମନ୍ତବ୍ୟ ଗୁରୁତ୍ତ୍ୱପୂର୍ଣ୍ଣ। 

ଗୁରୁମୂର୍ତ୍ତୀଙ୍କ କହିବା ଅନୁସାରେ ୨୦୦୦ ଟଙ୍କାର ନୋଟ ନୋଟବନ୍ଦୀ ପରେ ଜନସାଧାରଣଙ୍କର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏକ ସେତୁ ମାତ୍ର ଥିଲା। କିନ୍ତୁ ଧୀରେ ଧୀରେ ତା’କୁ ଅର୍ଥବ୍ୟବସ୍ଥାରୁ ପ୍ରତ୍ୟାହାର କରାଯିବ।

ନୂଆ ନୋଟ ଆସିବା ପରେ ତାକୁ ଜାଲି କରିବା ପାଇଁ ସାଧାରଣତଃ ପାଞ୍ଚରୁ ସାତ ବର୍ଷ ସମୟ ଲାଗିଥାଏ। କିନ୍ତୁ ସେ ସମୟ ଅବଧି ପୂର୍ବରୁ ଏହି ନୋଟକୁ ବନ୍ଦ କରିଦିଆଯିବ। ଏହା କେବଳ ମାତ୍ର ସାମୟିକ ଭାବେ ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବିକଳ୍ପ ହିସାବରେ ପ୍ରଚଳନ ହେଇଥିଲା ବୋଲି ଗୁରୁମୂର୍ତ୍ତୀ India Todayକୁ କହନ୍ତି।

ଅତୀତରେ ଏପରି ଅନେକ ଉଦାହରଣ ରହିଛି ଯେବେ ନୋଟକୁ ଅଚଳ ନକରି ଧୀରେ ଧୀରେ ବ୍ୟବସ୍ଥା ମଧ୍ୟରୁ ପ୍ରତ୍ୟାହାର କରିନିଆଯାଇଛି। ସରକାର କମ ମୂଲ୍ୟର ନୋଟ ପ୍ରଚଳନ କରିବା ଉପରେ ଜୋର ଦେଉଛନ୍ତି। ସର୍ବାଧିକ ୫୦୦ ଟଙ୍କିଆ ନୋଟ ଛପିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହା ତଳକୁ ୨୫୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ରହିପାରେ।

ସରକାର ଏବେ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ଗୁରୁତ୍ତ୍ୱ ଦେଉଛନ୍ତି। ଆଶା କରାଯାଉଛି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଲୋକେ ଡିଜିଟାଲ ପେମେଣ୍ଟରେ ଅଭ୍ୟସ୍ତ ହୋଇଯିବେ ତେଣୁ ୨୦୦୦ ଟଙ୍କିଆ ନୋଟର ବିଶେଷ ଅବଶ୍ୟକତା ରହିବ ନାହିଁ।