'ଗୁଙ୍ଗା ପହିଲିମାନ'ଙ୍କ ଅକୁହା ବେଦନା

0

୨୦୦୫ ରେ ସେ ଭାରତ ପାଇ ପ୍ରଥମ ସ୍ଵର୍ଣ ପଦକ ଜିତିଥିଲେ ବଧିର ଅଲିମ୍ପିକ ମେଲବର୍ଣ ଠାରେ । ସେହିପରି ୨୦୧୩ ବଧିର ଅଲିମ୍ପିକରେ । ସେ ହଉଛନ୍ତି ଭାରତର "ଗୂଙ୍ଗା ପହିଲିମାନ" ବିରେନ୍ଦ୍ର ।

ମାଟି କାଦୁଅରେ ଭରପୁର ଶରୀର, ଅଗ୍ନୀବର୍ଷୀ ଆଖି, ବିରେନ୍ଦ୍ର ସିଂ ତାଙ୍କ ପ୍ରତିଦ୍ଵନ୍ଦୀଙ୍କୁ କୌଶଳ କ୍ରମେ ଅକ୍ତିଆର କୁ ନେଇ ବିଜୟ ହାସଲ କରନ୍ତି । ନିଜ ଠାରୁ ଭାରି ତଥା ଓଜନଦାର ଖେଳାଳିଙ୍କ ଠାରୁ ମଧ୍ୟ ବିଜୟ ହାସଲ କରି ଦର୍ଶକଙ୍କ କରତାଳି ପାଇବାରେ ସେ ଓସ୍ତାଦ । ହେଲେ ସେ କରତାଳିର ଶବ୍ଦ ଶୁଣିବାକୁ ସେ ସକ୍ଷମ ନୁହନ୍ତି । କାରଣ ଏହି 28 ବର୍ଷୀୟ ଯୋଦ୍ଧା ମୂକ ଓ ବଧିର । ହେଲେ ଏହା ତାଙ୍କୁ ଭାରତ ପାଇଁ ପଦକ ଜିତିବାରୁ ବଞ୍ଚିତ କରିପାରିନାହି ।

୨୦୦୫ ରେ ସେ ଭାରତ ପାଇ ପ୍ରଥମ ସ୍ଵର୍ଣ ପଦକ ଜିତିଥିଲେ ବଧିର ଅଲିମ୍ପିକ ମେଲବର୍ଣ ଠାରେ । ସେହିପରି ୨୦୧୩ ବଧିର ଅଲିମ୍ପିକରେ । ସେ ହଉଛନ୍ତି ଭାରତର "ଗୁଙ୍ଗା ପହିଲିମାନ" ବିରେନ୍ଦ୍ର ।

ସେ କଥା କହିପାରୁଥିବା ତଥା ଶୁଣିପାରୁଥିବା ଯୋଦ୍ଧା ମାନଙ୍କ ସହ ଖେଳି ସେମାନଙ୍କୁ ହରାଇପାରିବାର କ୍ଷମତା ରଖନ୍ତି । ଏବେ ସେ ଛତରସାଲ ଷ୍ଟାଡିୟମ ଠାରେ ନିଜ ଅଭ୍ୟାସ ଜାରି ରଖିଛନ୍ତି । ଏଠାରୁ ସୁଶୀଲ କୁମାରଙ୍କ ଭଳି ଯୋଦ୍ଧା ସୃଷ୍ଟି ହୋଇଥିବା ନଜିର ରହିଛି । ଛୋଟ ବେଳେ ସେ ସୁଶୀଲ କୁମାର ଙ୍କ ସହ ଖେଳୁଥିବା ବେଳେ ଏବେ ଯାଏ ସେ ଭାରତରେ ଗୋଟେ ହେଲେ କୁସ୍ତି ଲଢି ନାହାନ୍ତି ।

ସାଙ୍କେତିକ ଭାଷା ରେ ସେ କୁହନ୍ତି ମୁଁ ଭାରତର ଗୁଙ୍ଗା ପହିଲିଳିମାନ ଓ ଏଥିପାଇଁ ସେ ଅନେକ ଗର୍ବ ଅନୁଭବ କରନ୍ତି । ଆଜି ଯାଏ ଅନେକ ପଦକ ଜିତି ସାରିଥିବା ବିରେନ୍ଦ୍ର ଙ୍କ ପାଇ କୌଣସି ଆର୍ଥିକ ସହାୟତା କିମ୍ବା ସମ୍ମାନ ଆସିବା କେବଳ ଏକ ଦୁରୂହ ସ୍ଵପ୍ନ । ଏବେ ସେ ହରିୟାଣା ବିଦ୍ୟୁତ ବିଭାଗରେ କିରାଣୀ ହିସାବରେ କାମ କରନ୍ତି । ଏହାଛଡା ସେ ଦିଲ୍ଲୀ ହରିୟାନା ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ଦଙ୍ଗଲରେ କୁସ୍ତି ଳଢନ୍ତି । ୨୦୦୪ ରେ ବଧିର ଅଲିମ୍ପିକ୍ସ ରେ ସେ ଏକମାତ୍ର ଭାରତୀୟ ଯୋଦ୍ଧା ହୋଇଥିବା ବେଳେ ରହି ପ୍ରତିଯୋଗୀତା ଲାଗି ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିଥିଲେ । ସେଠାରେ ସେ ସ୍ଵର୍ଣ ପଦକ ଜିତିବା ପରେ ମଧ୍ୟ ୨୦୦୮ ରେ ପୂନଶ୍ଚ ନିଜ ହାତରୁ ଖର୍ଚ୍ଚ କରି ସେହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ୨୦୧୩ ରେ ଭାରତୀୟ କ୍ରୀଡା ପ୍ରାଧିକରଣ ତାଙ୍କ ଖର୍ଚ୍ଚ ବହନ କରିଥିଲା ।

ବିରେନ୍ଦ୍ର ଙ୍କ ଇଚ୍ଛା ସେ ଭାରତ ପାଇ ଅନ୍ତର୍ଜାତିକ ସ୍ତରରେ ପ୍ରତିଯୋଗୀତାରେ ଭାଗ ନେବେ ଅନ୍ୟ ଯୋଦ୍ଧାଙ୍କ ଭଳି। ମାତ୍ର ଭାରତୀୟ କୁସ୍ତି ମହାସଂଘ ଭିନ୍ନକ୍ଷମ ଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରୁନହିଁ । ୨୦୧୨ ର ଲଣ୍ଡନ ଅଲିମ୍ପିକ୍ସରେ ୩ ଜଣ ଭିନ୍ନକ୍ଷମ ଖେଳାଳି ରହିବାର ନଜିର ମଧ୍ୟ ରହିଛି ।

ଇତିମଧ୍ୟରେ ୩ ଜଣ ଚଳଚ୍ଚିତ୍ର ନିର୍ମାତା ମିଟ ଯାନୀ, ପ୍ରତୀକ ଗୁପ୍ତା, ବିବେକ ଚୌଧୁରୀ ତାଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର "ଗୁଙ୍ଗା ପହିଲିମାନ " ବନାଇ ସାରିଛନ୍ତି । ୨୦୧୬ ର ରିଓ ଅଲିମ୍ପିକ୍ସ ରେ ତାଙ୍କୁ ସ୍ଥାନ ଦେବା ପାଇ ଏହା ଏକ କ୍ଷୁଦ୍ର ପ୍ରୟାସ । ଏହା ଦୁଖର ବିଷୟ ଯେ ସେ ଆଜି ଯାଏ ଜିତିଥିବା ସମସ୍ତ ପୁରସ୍କାର ର ଆର୍ଥିକ ରାଶି ପାଇ ପାରିନାହାନ୍ତି ।

ବିବେକ ବର୍ଷ ତମାମ ପ୍ରାୟ ୨୦-୨୫ ଟି ଡାଙ୍ଗଳ ରେ ଲଢାଇ କରି ନିଜ ଲାଗି ଅର୍ଥ ସଂଗ୍ରହ କରନ୍ତି । ୫୦୦୦ ରୁ ଆରମ୍ଭ କରି ୧ ଲକ୍ଷ ପର୍ଯ୍ୟନ୍ତ ପ୍ରତି ଲଢାଇ ପିଛା ସେ ରୋଜଗାର କରନ୍ତି । ଏବଂ ସେ ହାରିବାର ବହୁତ କମ ଉଦାହରଣ ରହିଛି । ସେ ନିଜେ ୭୪ କିଲୋ ହୋଇଥିବା ବେଳେ ଦଙ୍ଗଲରେ ୧୦୦ ରୁ ଅଧିକ ବର୍ଗର ଯୋଦ୍ଧାଙ୍କୁ ପରାହତ କରନ୍ତି ।

ଏହି ସିନେମାଟି ଏବେ ଭାରତର ଭିନ୍ନ ସହରରେ ପ୍ରଦର୍ଶିତ ହେଉଛି । ଆଶା ଅଛି କି ଭାରତୀୟ ମୁଷ୍ଟି ଯୋଦ୍ଧା ମହାସଂଘ ବିରେନ୍ଦ୍ରଙ୍କୁ ରିଓ ଅଲିମ୍ପିକ୍ସରେ ଭାଗ ନେବା ପାଇ ପଦକ୍ଷେପ ନେବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାର ସୁଯୋଗ ଦେବେ ।