ସାମୂହିକ ଟୀକାକରଣ ଦ୍ଵାରା ବର୍ଷକୁ ୪,୦୦,୦୦୦ ଶିଶୁଙ୍କ ଜୀବନ ରକ୍ଷା କରିବ ୟୁନିସେଫ୍

0

ୟୁନିସେଫ୍ ବର୍ତ୍ତମାନ ଭାରତରେ ତାହାର ମହତ୍ତ୍ଵାକାଂକ୍ଷୀ ଗଣଟୀକାକରଣ ଯୋଜନା ଆରମ୍ଭ କରିଛି ଯାହାର ନାମ ରଖାଯାଇଛି ମିଶନ୍ ଇନ୍ଦ୍ରଧନୁ। ଏହା ଭାରତ ସରକାର ସହ ମିଶି ଏହି ଯୋଜନାରେ ବର୍ଷକୁ ୪,୦୦,୦୦୦ ଶିଶୁ ମାନଙ୍କୁ ବିଭିନ୍ନ ପ୍ରାଣନାଶକାରୀ ରୋଗ ମାନଙ୍କ ଠାରୁ ବଂଚିବା ପାଇଁ ପ୍ରତିଷେଧକ ଟୀକା ଦେବ । ଏହି କ୍ରମରେ ଏହା ‘ଏକ ତାରା ଏମିତି ବି’ ନାମକ ଏକ ଯୋଜନା ଆରମ୍ଭ କରିଛି ,ଯେଉଁଥିରେ ୪ ଟି ପ୍ରେରଣାପୁର୍ଣ୍ଣ ଭିଡିଓ ରହିଛି। ଏହି ଭିଡିଓ ଗୁଡିକ ଏହି ଯୋଜନାରେ ସମ୍ପୃକ୍ତ ଥିବା ଅଗଧାଡିର କର୍ମୀମାନେ ଓ ଅନ୍ୟାନ୍ୟ କର୍ମୀ ଯିଏକି ପରିବର୍ତ୍ତନ ଆଣିବା ନିମନ୍ତେ କାର୍ଯ୍ୟ କରୁଛନ୍ତି ଓ ଏହି ଯୋଜନା କୁ ସଫଳ କରିବା କୁ ସବୁଠାରୁ ଅଧିକ ପରିଶ୍ରମ କରୁଛନ୍ତି ସେମାନଙ୍କ ଉପରେ ଆଧାରିତ। ଏହା ୟୁନିସେଫ୍ ର ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ଜନସମ୍ପର୍କ ଅଭିଯାନ।

ଏହି କ୍ରମରେ ଏ ବର୍ଷ ଏପ୍ରିଲ ମାସ୧୦ ତାରିଖରେ ପ୍ରଥମ ଭିଡିଓ ଆସିଥିଲା। ଏଥିରେ ପୁର୍ଣ୍ଣଚନ୍ଦ୍ର ନାମକ ଜଣେ ଅଟୋ ଡ୍ରାଇଭର ବିଷୟରେ ଦର୍ଶାଯାଇଛି ଯିଏ କି ଏହି ଯୋଜନାର ଏକ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ। ପୁର୍ଣଚନ୍ଦ୍ର ବିକଳ୍ପ ଟିକାକରଣ ବ୍ୟବସ୍ଥା ବା AVTS ର ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅଂଶ ଅଟନ୍ତି। ତାଙ୍କର କାମ ହେଲା ସକାଳୁ ସକାଳୁ ନିଜ ଅଟୋରେ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଟୀକା ନେଇ ଶିଶୁଙ୍କ ମଧ୍ୟରେ ଦେବା ନିମନ୍ତେ ବାହାରିଯାଆନ୍ତି। ଯାହାକୁ ଲୋକେ ଟୀକାକରଣ ଯାନ ବୋଲି କହନ୍ତି। ଏହି ଯାନ ସାଧାରଣତଃ ସେହି ସ୍ଥାନ ମାନଙ୍କୁ ଯାଇ ଟୀକାକରଣ କରିଥାଏ ଯେଉଁ ଜାଗାକୁ ଗମନାଗମନ ର ସୁବିଧା ନାହିଁ ବା ଅପହଞ୍ଚ ଅଞ୍ଚଳ ଯେଉଁଠାରେ ନିୟମିତ ସ୍ଵାସ୍ଥ୍ୟସେବା ପହଞ୍ଚି ପାରେ ନାହିନ।

ସେହିଭଳି ଦ୍ଵିତୀୟ ଭିଡିଓରେ ଅଶା କର୍ମୀ ମାନଂକ ବିଷୟରେ ଦର୍ଶାଯାଇଛି ଯେଉଁମାନେ ଦୁର୍ଗମ ଅଞ୍ଚଳରେ ଲୋକମାନଂକ ନିକଟକୁ ଯାଇ ଟୀକାକରଣ କାମ କରୁଛନ୍ତି। ଏଥିରେ ଝାରଖଣ୍ଡର ଅସ୍ରୀତା ନାମକ ଜଣେ କର୍ମୀ କିପରି ସମ୍ପୁର୍ଣ୍ଣ ସେବା ମନୋଭାବରେ ପିଲାମାନଂକ ଟୀକାକରଣ କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଭିଡିଓରେ ଅଶା କର୍ମୀ ମାନେ ଦେଶରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଲୋକମାନଙ୍କ ମନରୁ କିପରି ଅନ୍ଧବିଶ୍ଵାସ ଦୁର କରୁଛନ୍ତି ଓ ସେମାନଂକୁ ଉତ୍ତମ ସ୍ଵାସ୍ଥ୍ ସେବା ଯୋଗାଇ ଦେଉଛନ୍ତି ତାହା ମଧ୍ୟ ଦର୍ଶାଯାଇଛି। ଗୋଷ୍ଠୀ ମାଧ୍ୟମରେ ମହିଳା ମାନଂକ ମଧ୍ୟରେ ANM କର୍ମୀ ଓ ପଂଚାୟତସ୍ତରୀୟ ନେତୃତ୍ଵ ସାହାଯ୍ୟରେ ପିଲାମାନଂକ ଟୀକାକରଣ କରାଯାଉଛି ଯାହାକି ସେମାନଂକୁ ଭବିଷ୍ୟତରେ ବିଭିନ୍ନ ରୋଗଦାଉରୁ କିପରି ରକ୍ଷା କରିବା, ଏହା ମଧ୍ୟ ଦର୍ଶାଯାଇଛି.

ଆଗକୁ ୟୁନିସେଫ୍ ଏହିଭଳି ଆଉ ୨ଟି ଭିଡିଓ ଆଣିବାକୁ ଯୋଜନା ରଖିଛି।