ପୁଣି ଆସିବ ୧୦୦୦ ଟଙ୍କିଆ ନୋଟ

ପୁଣି ଆସିବ ୧୦୦୦ ଟଙ୍କିଆ ନୋଟ

Tuesday February 28, 2017,

1 min Read

image


ପୁଣି ଫେରିବ ଏକ ହଜାର ଟଙ୍କିଆ ନୋଟ୍ । ନୂଆ ରୂପରେଖରେ ବଜାରକୁ ଆସିବ ଏହି ନୂଆ ନୋଟ୍ । ତେବେ ଏ ନେଇ ଆରବିଆଇ କିଛି ସ୍ପଷ୍ଟ କରିନାହିଁ । କେବେ ଏହି ନୂଆ ନୋଟ୍ ଆସିବ, ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ । ପୂର୍ବରୁ ଜାନୁଆରୀ ମାସରେ ନୂଆ ହଜାରେ ଟଙ୍କିଆ ନୋଟ୍ ବଜାରକୁ ଆସିବ ବୋଲି ଯୋଜନା ଥିଲା । ହେଲେ ୫୦୦ ଟଙ୍କିଆ ନୋଟ୍ ଚାହିଦା ମେଂଟାଇବା ଲାଗି କିଛି ଦିନ ପାଇଁ ଏହି ଯୋଜନା ସ୍ଥଗିତ ରହିଥିବା ଆରବିଆଇର ଜଣେ ପଦସ୍ଥ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଥିବା ପ୍ରକାଶ ପାଇଛି ।

ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆକୁ ବଜାରରୁ ପ୍ରତ୍ୟାହାର କରି ନିଆଯାଇଥିଲା । ଉଭୟ ଆରବିଆଇ ଓ ସରକାର ନୂଆ ହଜାରେ ଟଙ୍କିଆ ସିରିଜ ନୋଟ୍ ବଜାରକୁ ଛାଡିବା ନେଇ ଯୋଜନା କରିଥିଲେ ବି ୫୦୦ ଟଙ୍କିଆ ନୋଟର ଅଭାବ ଭରଣା ପାଇଁ ପ୍ରାଥମିକତା ଦିଆଯିବାରୁ ଏଥିରେ ବିଳମ୍ବ ହୋଇଥିଲା । ବିମୁଦ୍ରାକରଣ ପରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ପୁରୁଣା ନୋଟ୍ ଫେରି ଆସିଛି । ଏବେ ୧୦୦୦ ଟଙ୍କିଆ ନୋଟ୍ ଛାପା କାର୍ଯ୍ୟ ଆରମ୍ଭ ହୋଇଥିବା ଏକ ସୂତ୍ରରୁ ଜଣାପଡିଛି । ଏହା ନୂଆ ୫୦୦ ଓ ୧୦୦୦ ଟଙ୍କିଆ ସିରିଜ ଅନୁରୂପ ହୋଇଥିବା ଚର୍ଚ୍ଚା ହେଉଛି ।