ଅଲିମ୍ପିକ୍ସରେ ଦୁଇଟି ପଦକର ବିଜେତା ସୀତାଙ୍କ ଗାଥା

ଦିନେ ରାସ୍ତାରେ ଗୁପଚୁପ ବିକିବାକୁ ପଡ଼ିଥିଲା

ଅଲିମ୍ପିକ୍ସରେ ଦୁଇଟି ପଦକର ବିଜେତା ସୀତାଙ୍କ ଗାଥା

Saturday December 31, 2016,

2 min Read

ସୀତା ସାହୁଙ୍କୁ ମାତ୍ର ୧୫ ବର୍ଷ ବୟସ ହେଇଥିଲା ଯେତେବେଳେ ସେ ୨୦୧୧ର ଏଥେନ୍ସ ସ୍ପେଶାଲ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିଲେ। ମଧ୍ୟପ୍ରଦେଶର ଏଇ ଚୁପଚାପିଆ ଝିଅଟି ୨୦୦ ଓ ୪୦୦ ମିଟର ରିଲେ ରେସରେ ଦୁଇଟି କାଂସ୍ୟ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଥିଲା।

Image : <a href=

Image :

Sports Keedaa12bc34de56fgmedium"/>

ସେତେବେଳେ ରାଜ୍ୟ ସରକାର ତାଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ ସତ କିନ୍ତୁ ସେ ଘୋଷଣା ଘୋଷଣାରେ ହିଁ ରହିଯାଇଥିଲା। ସୀତା ଏକ ଖୁବ ଗରୀବ ମୂଲିଆ ପରିବାରରୁ ଆସିଛନ୍ତି। ଏହି ପୁରସ୍କାର ତାଙ୍କ ପାଇଁ ଅନେକ କିଛି ପରିବର୍ତ୍ତନ ଆଣିପାରିଥାନ୍ତା। ତାଙ୍କ ବାପା ମୂଲ ଲାଗି ଦିନକୁ ୧୫୦-୧୮୦ ଟଙ୍କା ମଜୁରୀ ପାଇଥାନ୍ତି। ଖୁବଶୀଘ୍ର ତାଙ୍କ ବାପା ଅସୁସ୍ଥ ହେଇପଡିବାରୁ ସୀତାଙ୍କ ସ୍କୁଲ ଯିବା ବନ୍ଦ ହେଇଗଲା। ପରିସ୍ଥିତିର ଚାପରେ ପଡ଼ି ସେ ତାଙ୍କ ମା’ ଓ ଭାଇଭଉଣୀଙ୍କ ସହ ମିଶି ତାଙ୍କର ଅଞ୍ଚଳ, ମଧ୍ୟପ୍ରଦେଶର ରେୱାର ରାସ୍ତାରେ ଗୁପଚୁପ ବିକିବାକୁ ଲାଗିଲେ।

“ସେ ଯେବେ ଦୁଇଟି କାଂସ୍ୟ ପଦକ ଜିତିଲେ ଏବଂ ପୁରସ୍କାର ଘୋଷଣା ହେଲା, ସେମାନେ ଖୁବ ଉତ୍ସାହର ସହ ଟଙ୍କା ପୁରସ୍କାରକୁ ଅପେକ୍ଷା କରିଥିଲେ। କିନ୍ତୁ ସେ ଆଶା ଆଶାରେ ହିଁ ରହିଗଲା। ଆଜି ସୀତାଙ୍କ ଖେଳ ବିଷୟରେ ତାଙ୍କ ପରିବାରରେ ଆଉ କୌଣସି କଥା ଉଠେନାହିଁ। ତାଙ୍କ ପିତାମାତା ଶୁଣିବା ମାତ୍ରେ ନିଆଁ ହେଇଉଠୁଥିଲେ“ 

                   - ସୀତାଙ୍କର ତାଲିମଦାତା ଓ ଶିକ୍ଷୟତ୍ରୀ ଉଷା ସାହୁ The Times of Indiaକୁ କୁହନ୍ତି।

୨୦୧୩ରେ ଏହି ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ସରକାର ସୀତା ଙ୍କୁ ତାଙ୍କର ପ୍ରାପ୍ୟ ପୁରସ୍କାର ଦେଇଥିଲେ। ତାଙ୍କ ପରିବାର ପାଇଁ ସବୁଠାରୁ ଖୁସିର ଦିନ ସେଦିନ ଥିଲା ଯେବେ NTPC ସୀତାଙ୍କୁ ତାଙ୍କ ପଦକ ଜିତିବା ପାଇଁ ୬ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲା।

ଏହା ପରେ ସୀତା ଓ ତାଙ୍କର ଭାଇଭଉଣୀ ମାନେ ସ୍କୁଲକୁ ଫେରିଗଲେ। ସୀତାଙ୍କ ବାପା ମଧ୍ୟ ଏବେ ସୁସ୍ଥ ଅଛନ୍ତି ଓ ନିଜ ପରିବାରର ଗୁପଚୁପ ବ୍ୟବସାୟକୁ ବଢାଇ ଏକ ଷ୍ଟଲ କରିଛନ୍ତି। ବ୍ୟବସାୟ ଭଲ ଚାଲିଛି।

“ଆମେ ସବୁ ଆଶା ଛାଡ଼ିଦେଇଥିଲୁ। ଆମେ କେବେ ଭାବିନଥିଲୁ ଯେ ଆମର ଜୀବନରେ କେବେ କିଛି ସୁଖ ଆସିବ। କିନ୍ତୁ ଆଜି ସମୟ ବଦଳିଛି। ତାହାର ସମସ୍ତ ଶ୍ରେୟ ସୀତାକୁ ଯାଉଛି। ସେ ଆମ ସମସ୍ତଙ୍କର ଜୀବନକୁ ବଦଳାଇଦେଇଛି। 

                                - ସୀତାଙ୍କ ମା’ କିରଣ TopYapsକୁ କୁହନ୍ତି।