ପ୍ରକୃତ ସମସ୍ୟାର ପ୍ରକୃତ ସମାଧାନରେ ସିଦ୍ଧହସ୍ତ: ସ୍ମାର୍ଟ ଷ୍ଟାଇଲିଶ ଦେବଲୀନା ଚକ୍ରବର୍ତୀ

ପ୍ରକୃତ ସମସ୍ୟାର ପ୍ରକୃତ ସମାଧାନରେ ସିଦ୍ଧହସ୍ତ: ସ୍ମାର୍ଟ ଷ୍ଟାଇଲିଶ ଦେବଲୀନା ଚକ୍ରବର୍ତୀ

Thursday November 12, 2015,

4 min Read

Tanishq ଦ୍ଵାରା ପ୍ରାୟୋଜିତ Mia Women Series ମଧ୍ୟରୁ ଏହି କାହାଣୀ ଗୋଟିଏ। ଏହି କାହାଣୀମାନଙ୍କରେ ଆମେ ସାହସୀ, ସଫଳ ଓ ପ୍ରେରଣାଦାୟୀ ମହିଳାମାନଙ୍କର ସଫଳତାର ଗାଥା ପ୍ରଦର୍ଶନ କରିଥାଉ। (ଏ ସମସ୍ତ କାହାଣୀ ଉପରେ HerStoryର ସମ୍ପୂର୍ଣ ସମ୍ପାଦକୀୟ କର୍ତ୍ତୁତ୍ଵ ରହିଛି।)

“ବଡ ହେଲେ କଣ ହେବ” ଏ ପ୍ରଶ୍ନ ପାଇଁ ଅନେକ ଉତ୍ତର ପିଲା ଦିନେ ଦେବଲୀନା ଚକ୍ରବର୍ତୀଙ୍କ ପାଖରେ ଥିଲା। ତାଙ୍କୁ ଯେତେବେଳେ ୬ ବର୍ଷ ହେଇଥିଲା ସେ ଡାକ୍ତର ହେବାକୁ ଚାହୁଁଥିଲେ। ୧୪ ବର୍ଷ ବୟସରେ ନିଜ ଭାଉଜଙ୍କ ଦ୍ଵାରା ପ୍ରଭାବିତ ହୋଇ ହୋଟେଲ ମ୍ୟାନେଜମେଣ୍ଟ କରିବାକୁ ସ୍ଥିର କଲେ। ଆଉ କୋଡିଏ ବର୍ଷ ହେଲା ବେଳକୁ ସେଥିରେ ମଧ୍ୟ ପରିବର୍ତ୍ତନ ଆସିଲା। କଲେଜ ପଢିଲା ବେଳେ ସେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଫୋରସେନିକ ବିଶେଷଜ୍ଞ ହେବାକୁ ସ୍ଵପ୍ନ ଦେଖିଲେ। ଏ ସବୁ ଭିତରେ ଦେବଲୀନା ୨୦୦୨ ମସିହାରେ London School of Economicsରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ଓ ନିଜର ଲେଖାଲେଖି ଜାରି ରଖିଥିଲେ। କଳା ସଂସ୍କୃତି ଠାରୁ ଆରମ୍ଭ କରି ଫ୍ୟାଶନ ଓ ସାହିତ୍ୟ ଉପରେ କେନ୍ଦ୍ରିତ ତାଙ୍କ ଲେଖା ସବୁ ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା। ‘Man’s World’ ପତ୍ରିକାରେ ପ୍ରକାଶିତ ହେଉଥିବା ତାଙ୍କ ବ୍ୟଙ୍ଗାତ୍ମକ ସ୍ତମ୍ଭଟି ବେଶ ଲୋକପ୍ରିୟ।

image


ବର୍ତ୍ତମାନ ଦେବଲୀନା ଲଣ୍ଡନ ସ୍ଥିତ MGM Worldwide Television Groupରେ content licensing ନିର୍ଦେଶକ ଭାବେ କାର୍ଯ୍ୟରତ। ପ୍ରଯୋଜକ ଓ ସତ୍ଵାଧିକାରୀ ମାନଙ୍କଠାରୁ ଚଳଚିତ୍ର, ଧାରାବାହିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କିଣି ତାକୁ ଲୋକପ୍ରିୟ ଚ୍ୟାନେଲ ଓ ମାଧ୍ୟମମାନଙ୍କରେ ପ୍ରସାରିତ କରିବା ତାଙ୍କ କାମ।

ଏପରି ଏକ ନିଆରା କାମକୁ ନିଜ ପେଷା ଭାବେ କାହିଁକି ବାଛିଲେ ପ୍ରଶ୍ନର ମଜାଦାର ଉତ୍ତର ଦିଅନ୍ତି ଦେବଲୀନା। London School of Economicsରୁ ରାଜନୈତିକ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ଶେଷ କଲା ପରେ ସେ ଜଣେ ସାମ୍ବାଦିକ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ସେ Times of Indiaକୁ ସାକ୍ଷାତକାର ଦେବା ପାଇଁ ମଧ୍ୟ ଆସିଥିଲେ। ମାତ୍ର ସାକ୍ଷାତକାର ସମୟରେ ସେ ଜାଣିବାକୁ ପାଇଲେ ଯେ ଏହି ଚାକିରିରେ କାର୍ଯ୍ୟବ୍ୟସ୍ତତା ତୁଳନାରେ ମିଳୁଥିବା ଦରମା ବହୁତ କମ। ଏହା ତାଙ୍କ ଭିତରେ ଭାବାନ୍ତର ଆଣିଥିଲା ଓ ଲେଖାଲେଖିର ଅର୍ଥନୈତିକ ମାନ କିପରି ବୃଦ୍ଧି କରା ଯାଇ ପାରିବ ତାହା ଉପରେ ସେ କାମ କରିବାକୁ ଆରମ୍ଭ କଲେ। ଏହାପରେ ସେ ଟେଲିଭିଜନ ପାଇଁ କାମ କରିବା ସହ ଲାଇସେନ୍ସ ବ୍ୟବସାୟକୁ ଭଲ ଭାବେ ବୁଝିବା ଆରମ୍ଭ କଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ତାଙ୍କୁ ଏହି ସଫଳତା ମିଳିଲା।

image


ତାଙ୍କର ନିତିଦିନିଆ କର୍ମମୟ ଜୀବନ ଅତ୍ୟନ୍ତ ବ୍ୟସ୍ତ ବହୁଳ। ଅନେକ ଇମେଲର ଓ ଫୋନର ଉତ୍ତର ଦେବା, ପ୍ରସ୍ତାବ ଚିଠା ତିଆରି କରିବା, ବଜେଟ ତିଆରି କରିବା ଓ ବିକ୍ରୀ ରିପୋର୍ଟ ପ୍ରସ୍ତୁତ କରିବା ସହ ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ତାଙ୍କ ଦୈନଦିନ ଜୀବନର ଅଂଶବିଶେଷ। ଏହା ସହିତ ସେ ନିଜ ଫଟୋଗ୍ରାଫର ବନ୍ଧୁ ମରିୟମ ମାମାଜିଙ୍କ ସହ ମିଶି ରନ୍ଧଣା ଓ ଭଲ ଖାଇବା ଉପରେ ଆଧାରିତ ଲୋକପ୍ରିୟ ବ୍ଲଗ ‘Made in Umami’ ମଧ୍ୟ ଲେଖନ୍ତି।

ଚଳିତ ବର୍ଷ ଦେବଲୀନା ନିଜ କ୍ୟାରିଅରରେ କିଛି ଉଲ୍ଲେଖନୀୟ କାମ କରିବା ପାଇଁ ଯୋଜନା ରଖିଛନ୍ତି। ୟୁରୋପର କିଛି ନୂଆ ଅଞ୍ଚଳରେ ସେ ବ୍ୟବସାୟ ବିସ୍ତାର ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାଛଡା ଗ୍ରୀସ, ଦୁବାଇ, ଦକ୍ଷିଣ ଆଫ୍ରିକା ଓ ଆୟାରଲ୍ୟାଣ୍ଡର ଲୋକମାନଙ୍କ ସଭ୍ୟତା ସଂସ୍କୃତି, ଖାଦ୍ୟପେୟ ଓ ପୋଷାକ ପରିଧାନ ଉପରେ ଅଧିକ ଜାଣିବା ପାଇଁ ମନସ୍ଥ କରିଛନ୍ତି। ଦେବଲୀନାଙ୍କ ସଫଳତା ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟକର ମନେ ହୋଇପାରେ। ମାତ୍ର ଏ ସଫଳତା ତାଙ୍କୁ ସହଜରେ ମିଳି ନାହିଁ ବୋଲି ଦେବଲୀନା କୁହନ୍ତି। ତାଙ୍କ ମତରେ ପରିବର୍ତ୍ତନ ହିଁ ହେଉଛି ଜୀବନର ଏକମାତ୍ର ସତ୍ୟ। ଜୀବନ ସବୁବେଳେ ବଦଳୁ ଥାଏ, କେତେବେଳେ କମ ତ କେତେବେଳେ ଅଧିକ। ଏହା ସହ ତାଳ ଦେଇ ଚାଲିପାରିଲେ ହିଁ ସଫଳତା ମିଳେ।

ନିଜ ଭିତରେ ଥିବା ଅଧୈର୍ଯ୍ୟପଣ ଓ ଅନ୍ୟ ମାନଙ୍କ କଥା ସହି ନପାରିବା ଗୁଣକୁ ତାଙ୍କ ପାଇଁ ଥିବା ସମସ୍ୟା ମଧ୍ୟରେ ପ୍ରମୁଖ ବୋଲି ଦେବଲୀନା ବିଚାର କରନ୍ତି। ତା ଛଡା ପୁରୁଷ ପ୍ରାଧାନ୍ୟତା ତାଙ୍କୁ କେତେକ କ୍ଷେତ୍ରରେ ସମସ୍ୟାରେ ପକାଇଛି ବୋଲି ସେ ମତ ଦିଅନ୍ତି। ହେଲେ ଜୀବନ ଯଦି ଗୋଲାପର ଶେଯ ହୋଇ ଥାଆନ୍ତା ତେବେ ସେ ଆଜି ସଫଳ ହୋଇ ପାରିନଥାନ୍ତେ ଓ ପ୍ରତି ବିଫଳତାରୁ ସେ କିଛି ନୂଆ ଶିଖିଛନ୍ତି ବୋଲି ଦେବଲୀନା କୁହନ୍ତି।

ଅନ୍ୟମାନେ ଦେବଲୀନାଙ୍କୁ ଅତ୍ୟଧିକ ଉଚ୍ଚାଭିଳାଷୀ ବୋଲି ଭାବନ୍ତି। ମାତ୍ର ଦେବଲୀନାଙ୍କ ମତରେ ସେ ଜଣେ ଦୃଢମନା ମହିଳା। ସେ ଆର୍ଥିକ ଦୃଷ୍ଟିକୋଣରୁ ସ୍ଵାଧୀନ ଭାବେ ବଞ୍ଚିବାକୁ ଓ ନିଜର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଚାହାନ୍ତି। ଗୋଟିଏ ଅର୍ଥପୂର୍ଣ ଜୀବନ ବଞ୍ଚିବା ତାଙ୍କ ଲକ୍ଷ୍ୟ। ପ୍ରତ୍ୟେକଟି ଦିନକୁ ଶାନ୍ତି ଓ ସ୍ଵାଧିନତାର ସହ ବଞ୍ଚିବା ହିଁ ହେଉଛି ତାଙ୍କ ପାଇଁ ସଫଳତାର ଅର୍ଥ।

ଫ୍ୟାଶନ ହେଉଛି ବାହାର ଦୁନିଆକୁ ସାମ୍ନା କରିବା ପାଇଁ ତାଙ୍କ ଅସ୍ତ୍ର। ନିଜ ପରିଧାନରେ ସେ ନିଜ ବ୍ୟକ୍ତିତ୍ଵର ଛାପ ଛାଡିବାକୁ ଚାହାନ୍ତି। ସେ କାହାକୁ ଭେଟିବାକୁ ଯାଉଛନ୍ତି ଓ କି କାମ କରିବାକୁ ଯାଉଛନ୍ତି ତାକୁ ଆଖିରେ ରଖି ସେ ନିଜର ପରିଧାନ ଚୟନ କରନ୍ତି। ବିବାହ ତାଙ୍କ ପାଇଁ ଏକ ସୁଖଦ ଅନୁଭୂତି ବୋଲି ଦେବଲୀନା କୁହନ୍ତି। ସେ ତାଙ୍କ ସ୍ଵାମୀଙ୍କ ସହ ଅତ୍ୟନ୍ତ ଅନ୍ତରଙ୍ଗ ଓ ଅବେଗିକ ଭାବେ ଜଡିତ। ଭଲ ପାଇବା ଓ ସଫା ହୃଦୟ ହିଁ ଖୁସିର ଚାବିକାଠି ବୋଲି ସେ ମତ ଦିଅନ୍ତି।

image


ତାଙ୍କ ଠାରୁ ବୟସରେ ସାନମାନଙ୍କୁ କିଛି ଉପଦେଶ ଦେବେ କି ପ୍ରଶ୍ନର ଉତ୍ତର ଦେଇ ଦେବଲୀନା କୁହନ୍ତି ଯେ ଆପଣ ମାନେ ନିଜକୁ ଯେତିକି ଦୃଢ ବୋଲି ଭାବନ୍ତି ପ୍ରକୃତରେ ଆପଣମାନେ ତା ଠାରୁ ଆଧିକ ଦୃଢ। ନିଜର ଅବମୂଲ୍ୟାୟନ କରନ୍ତୁ ନାହିଁ ଓ ଖାଇବା ପିଇବା ଉପରେ ସଠିକ ଧ୍ୟାନ ଦିଅନ୍ତୁ। ଏହା ହିଁ ସଫଳତାର ଚାବିକାଠି।