‘ଗ୍ରାହକଙ୍କ ସମସ୍ୟା ସମାଧାନକୁ ଦୃଷ୍ଟିରେ ରଖି ଆପଣଙ୍କୁ ସର୍ବଶ୍ରେଷ୍ଠ କମ୍ପାନୀ ହେବାକୁ ପଡିବ’ – ଏହା ସହ ପଢନ୍ତୁ ଭାରତୀୟ ଷ୍ଟାର୍ଟଅପ୍ ଅଭିଯାନର ୨୫ଟି ମହତ୍ୱପୂର୍ଣ୍ଣ କଥା

‘ଗ୍ରାହକଙ୍କ ସମସ୍ୟା ସମାଧାନକୁ ଦୃଷ୍ଟିରେ ରଖି ଆପଣଙ୍କୁ ସର୍ବଶ୍ରେଷ୍ଠ କମ୍ପାନୀ ହେବାକୁ ପଡିବ’ – ଏହା ସହ ପଢନ୍ତୁ ଭାରତୀୟ ଷ୍ଟାର୍ଟଅପ୍ ଅଭିଯାନର ୨୫ଟି ମହତ୍ୱପୂର୍ଣ୍ଣ କଥା

Thursday January 07, 2016,

3 min Read

ଏହି ସାଂରାଂଶ ଓ କାହାଣୀ ପରୀକ୍ଷଣରୁ ଉତ୍କର୍ଷତା ପର୍ଯ୍ୟନ୍ତ ସବୁକିଛି ଭାରତୀୟ ଉଦ୍ୟୋଗ ବିକାଶର ଅଭୁଲା ଯାତ୍ରାକୁ ଦର୍ଶାଉଛି | ୟୋରଷ୍ଟୋରୀର ଏକ ସାପ୍ତାହିକ ଫିଚର ‘ଷ୍ଟୋରୀ ବାଇଟ୍ସ’ଗତ ସପ୍ତାହର କେତେକ ଉଲ୍ଲେଖନୀୟ ବିବୃତ୍ତିକୁ ସ୍ଥାନ ଦେଇଛି | ଡିସେମ୍ବର ୨୭ରୁ ଜାନୁୟାରୀ ୨ ମଧ୍ୟରେ ଏହି ୨୫ଟି ବିବୃତ୍ତି ସମସ୍ତ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଯୋଗାଇବ | ଆପଣ ବି ପଢନ୍ତୁ |

image


ମୁଁ ବିଶ୍ୱାସ କରେ ଯେ ଆପଣ ସାରା ବିଶ୍ୱକୁ ପରିବର୍ତ୍ତନ କରିପାରିବେ ନାହିଁ , ତେଣୁ ପୃଥିବୀର ଏକ ଛୋଟ ଅଂଶକୁ ବଦଳାଇବା ଶ୍ରେୟଷ୍କର | - ଆଡାମ୍ ଉଡୱାର୍ଡ କାଲକେରୀ ସଂଗୀତ ବିଦ୍ୟାଳୟ
ବର୍ତ୍ତମାନ ଜନସଂଖ୍ୟାର ଏକ ବଡ ଅଂଶ ନିତିଦିନିଆ ଆବଶ୍ୟକତା ପାଇଁ ଆପସ୍ ଉପରେ ନିର୍ଭର କରୁଛନ୍ତି | - ରଜତ ଗୁପ୍ତା, ପ୍ଲାନେଟ୍ ଗୋଗୋ
୨୦୧୬ ସୁଦ୍ଧା ଭାରତର ଗାଡି ବିକ୍ରି ବ୍ରାଜିଲ୍, ଜର୍ମାନୀ ଓ ଜାପାନକୁ ଟପିଯିବ ଓ ଭାରତ ଏ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ ମାର୍କେଟ୍ ହୋଇଯିବ | – ମୁକୁଲ ସିଂଘଲ, ସେଫ୍ ପାର୍ଟନର୍ସ
ଭାରତର ଇ-କମର୍ସ ଉଦ୍ୟୋଗ ୨୦୧୬ରେ ୩୮ ବିଲିଅନ୍ ଡଲାର ଛୁଇଁବା ଆଶା କରାଯାଉଛି |
– ଆସୋଚାମ୍
ଆଗାମୀ ପାଂଚ ବର୍ଷ ମଧ୍ୟରେ ସାରା ଦେଶରେ ଆମେ ୧୦ ହାର ଷ୍ଟାର୍ଟଅପ୍ ଟିମ କୁ ସହଯୋଗ କରିବାକୁ ଯୋଜାନ କରିଛୁ | – ସଂଜୟ ବିଜୟକୁମାର, ଷ୍ଟାର୍ଟଅପ୍ ଭିଲେଜ୍
ଲାଲରଙ୍ଗର ପଚାଶଟି ଛାଇ ଚିତ୍ର ଭାଇରାଲ୍ ହେବା ପାଇଁ ଏକ ମାଧ୍ୟମ | – ମଂଜୁନାଥ ପାଡିଗର୍, ମାର୍କେଟର
‘ଆସନ୍ତୁ ଫିକ୍ସ କରିବା’ ମୋଡ୍ ରୁ ପରବର୍ତ୍ତୀ ମୋଡ୍ କୁ ଯିବା ଲାଗି ଏହା ହେଉଛି ପ୍ରକୃଷ୍ଟ ସମୟ | – ପ୍ରଣୟ ଶ୍ରୀନିବାସନ୍, ସୋର୍ସ ଇଜି
ଆଭ୍ୟନ୍ତରୀଣ ମାନବୀୟ ବିଶ୍ୱ ହେଉଛି ଏକ ବ୍ରହ୍ମାଣ୍ଡ ଯାହା ସାଧାରଣ ମହାଜଗତ ଠାରୁ ପ୍ରଶସ୍ଥ ଓ ଗଭୀର | – ଭ୍ଲାଦିମିର୍ କାଜାନେଭସ୍କି, କାର୍ଟୁନିଷ୍ଟ
ଆମେ ଯେବେ ପ୍ରକୃତି ପାଖରେ ବାସକରୁ, ଆମର ପୂରା ଜୀବନ ଓ ବ୍ୟକ୍ତିତ୍ୱ ପରିବର୍ତ୍ତନ ହୋଇଯାଏ |
– ଶଶୀ ଭୂଷଣ, ମାଡାମସ୍ ଫାର୍ମ
ଆମେ ନକ୍ସଲ ଉପଦ୍ରବ ଅଂଚଳକୁ ଯିବୁ ଓ ଭାରତର ଅନ୍ୟ କଷ୍ଟସାଧ୍ୟ ଅଂଚଳକୁ ବି ଯିବୁ | ଆମେ ଯଦି ନ ଯିବା, ତେବେ ଯିବ କିଏ ?
– ଶଶାଙ୍କ ମଣି, ଜାଗୃତି ଯାତ୍ରା
ଯଦି ଆମେ ବିଫଳତାକୁ ଆଗକୁ ଦେଖିବା ଆରମ୍ଭ କରିବା, ତାହେଲେ କିଛି ହୋଇପାରିବ ନାହିଁ |
ଜେନପୁ ରଙ୍ଗମେଇ, କ୍ୟାନ୍ ଯୁଥ୍
ଲଗାତର ଅନ୍ୱେଷଣ ମୋ ଆଇଡିଆକୁ ବିଶ୍ୱ ସାମ୍ନାରେ ରଖିବା ଲାଗି ମୋ ଭିତରେ ଆତ୍ମବିଶ୍ୱାସ ଆଣି ଦେଇଥିଲା।
– ସ୍ପ୍ରିହା ଚୋଖାନୀ, ପଲ୍ପ ଫ୍ୟାକ୍ଟ୍ରୀ
କେବେହେଲେ ନିଜ ପ୍ରତି ଦୟା କରନାହିଁ |
– ନିର୍ମଳା କେୱଲାନୀ, ନିନା ଫାଉଣ୍ଡେସନ୍
ଗ୍ରାହକଙ୍କ ସମସ୍ୟା ସମାଧାନକୁ ଦୃଷ୍ଟିରେ ରଖି ଆପଣଙ୍କୁ ସର୍ବଶ୍ରେଷ୍ଠ କମ୍ପାନୀ ହେବାକୁ ପଡିବ |
– ଅପ୍ରମେୟ ରାଧାକ୍ରିଷ୍ଣନ୍, ଆଂଜେଲ୍ ଇନଭେଷ୍ଟର୍
ବର୍ତ୍ତମାନ ପାଇଁ, ବବଲ୍ ଥାଉ କି ନଥାଉ, ପାର୍ଟି ଚାଲିଛି |
– ରାଜ୍ ମିତ୍ରା, ନିବେଶକ ବିଶେଷଜ୍ଞ
ଆଗକୁ ଯିବା ବେଳେ ଆପଣଙ୍କୁ ନିଜର ଯୋଜନାକୁ ପୁନଃ ପ୍ରସ୍ତୁତ କିବାକୁ ପଡିପାରେ |
– ନୁପୁର ଯୋଶୀ, ପେପର ପ୍ଲେନସ୍
ମତାମତ ଠାରୁ ପ୍ରମାଣ ପର୍ଯ୍ୟନ୍ତ ଯାତ୍ରାକୁ ହାତକୁ ନେବା ହିଁ ଷ୍ଟାର୍ଟଅପ୍ ବିଷୟରେ ଚିନ୍ତା କରୁଥିବା ଯେ କୌଣସି ଉଦ୍ୟୋଗ ପାଇଁ ପ୍ରଥମ ଚ୍ୟାଲେଂଜ୍ |
– ଗଣପତି ବେଣୁଗୋପାଳ, ଆକ୍ସିଲର୍
ଗ୍ରାହକ ପସନ୍ଦ କରୁଥିବା କିଛି ଜିନିଷ ପ୍ରସ୍ତୁତ କର | ତାପରେ ଏହାକୁ ବସିକରି ଉପଭୋଗ କର | ଅଧିକ ସବୁବେଳେ ଭଲ ହୁଏ ନାହିଁ |
– ମହିମା କାପୁର, ଟକିଂ ଷ୍ଟ୍ରିଟ୍
ଆମର କେତେକ ପ୍ରାଥମିକ ଶକ୍ତିକୁ ହାରାଇବା ଥିଲା ଅତ୍ୟନ୍ତ ନିରୁତ୍ସାହଜନକ | କିନ୍ତୁ ଏହା ଆମକୁ ଠିକ୍ ପ୍ରଯୁକ୍ତିବିଦ୍ୟା ପାଇବା ଲାଗି ସାହାଯ୍ୟ କରିଥିଲା |
– ରୁଦ୍ରେଶ ଚୌଧୁରୀ, ଆର୍କ-ଦି ୱେ
ଭାରତରେ ଅଧିକାଂଶ ମାର୍କେଟରଙ୍କ ନିକଟରେ ପ୍ରୟୋଗ କରିବା ଇଛାର ଅଭାବ ରହିଛି | ସେମାନେ ଚେଷ୍ଟା କରିବା ଓ ପରୀକ୍ଷା କରିବାରେ ହିଁ ବିଶ୍ୱାସ ରଖନ୍ତି |
– ରେଶୁ ରାଠି, ବେଟାଉଟ୍
ହଁ, ମୁଁ ବିଶ୍ୱାସକରେ କିଛି କମ୍ପାନୀ ଦ୍ୱାରା ହାସଲ ହୋଇଥିବା ମୂଲ୍ୟୟନ ବାସ୍ତବ ନୁହେଁ ଓ ଖୁବଶିଘ୍ର ସତ ପଦାକୁ ଆସିବ |
– ଅମିତ ଜୈନ, କାର ଦେଖୋAmit Jain, CarDekho
ସବୁ ଧନୀକମାନେ ପିଛା କରିବାର ଯୋଗ୍ୟ ନୁହନ୍ତି |
– ଜୟନ୍ତ ଜଗଦିଶ୍, ରକ୍ଷା ସେଫ୍ ଡ୍ରାଇଭ୍
ଏକ ପାରମ୍ପରିକ ଶିଳ୍ପରେ ଗ୍ରାହକ ଓ ସପ୍ଲାୟରଙ୍କ ପାଇଁ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିବା ସବୁବେଳେ ପାଇଁ ଏକ ଚ୍ୟାଲେଂଜ୍ |
– ବିନିତ୍ ସିଂହ, ବିଲ୍ଡ ବଜାର
ପ୍ରତିଦିନ ଆମେ ପ୍ରତିଭା, ସ୍ମୃତି ଓ ଚେତନା ସମ୍ପର୍କରେ କିଛି ନା କିଛି ନୂଆ ଶିଖିଥାଉ |
– ନବନୀତ୍ ଶର୍ମା, ସ୍ନାପସୋପର୍
ନିଜର ଉତ୍ପାଦ ପ୍ରସ୍ତୁତ କରିବା ସମୟରେ ବଡ ଓ ବିଶ୍ୱସ୍ତରୀୟ ଚିନ୍ତା ଠାରୁ ବିରତ ରୁହନ୍ତୁ ନାହିଁ |
– ନବୀନ ତିୱାରୀ, ଇନମୋବି

ମୂଳ ଲେଖା - ମଦନମୋହନ ରାଓ

ଭାଷାନ୍ତର - ଅଖଣ୍ଡ