ପିଲାଙ୍କ କାନ୍ଦିବାର କାରଣ କହିବ ନୂଆ - ଆପ୍

ଆପଣଙ୍କ ସ୍ମାର୍ଟ ଫୋନ୍ ହିଁ କହି ଦେବ, ପିଲାଟି କାହିଁକି କାନ୍ଦୁଛି । ଏମିତି ଏକ ଆପ୍ ଡିଜାଇନ୍ ହୋଇଛି, ଯାହା ପିଲାଟିର କାନ୍ଦିବାର କାରଣ ବତାଇ ପାରୁଛି ।

ପିଲାଙ୍କ କାନ୍ଦିବାର କାରଣ କହିବ ନୂଆ - ଆପ୍

Monday January 04, 2016,

2 min Read

ଆପଣଙ୍କ ସ୍ମାର୍ଟ ଫୋନ୍ ହିଁ କହି ଦେବ, ପିଲାଟି କାହିଁକି କାନ୍ଦୁଛି । ଏମିତି ଏକ ଆପ୍ ଡିଜାଇନ୍ ହୋଇଛି, ଯାହା ପିଲାଟିର କାନ୍ଦିବାର କାରଣ ବତାଇ ପାରୁଛି ।

ନୂଆ କରି ବାପା, ମା ହୋଇଥିବା ଲୋକମାନେ ନିଜ ଶିଶୁ କାନ୍ଦିଲେ ବେଶ ବିଚଳିତ ହୋଇ ପଡ଼ନ୍ତି । ପିଲାଟି କାହିଁକି କାନ୍ଦୁଛି, ସେମାନେ ଜାଣି ପାରନ୍ତିନି । ଫଳରେ ଉପାୟଶୂନ୍ୟ ହୋଇ ସେମାନେ ହଜାରେ ରକମର କାମ କରି ବସନ୍ତି ।

image


ହେଲ ଏବେ ସେମାନଙ୍କ ପାଇଁ ଖୁସି ଖବର । ଆପଣଙ୍କ ସ୍ମାର୍ଟ ଫୋନ୍ ହିଁ କହି ଦେବ, ପିଲାଟି କାହିଁକି କାନ୍ଦୁଛି । ଏମିତି ଏକ ଆପ୍ ଡିଜାଇନ୍ ହୋଇଛି, ଯାହା ପିଲାଟିର କାନ୍ଦିବାର କାରଣ ବତାଇ ପାରୁଛି । ନ୍ୟାସନାଲ ତାଇୱାନ ହସ୍ପିଟାଲ୍ ୟୁନଲିନ ଦ୍ୱାରା ତିଆରି ହୋଇଛି ନୂଆ ଆପ୍ । ନୂଆ ଆପ୍ ଜରିଆରେ ପିଲାଟିର କାନ୍ଦିବାକୁ ବଡ଼ ଡାଟାବେସ୍ ସହିତ ମିଳାଇ ଦିଆଯାଏ । ସେଥିମଧ୍ୟରୁ କେଉଁ କାରଣରୁ ପିଲାଟି କାନ୍ଦୁଛି, ତାହା ଜଣାପଡେ଼ । ନୂଆ ଆପର ନାଁ- ଦି ଇନଫ୍ୟାଂଟ କ୍ରାଇଜ୍ ବା ପିଲାଟି କାନ୍ଦିବାର କାରଣ ।

image


ଆପର ପ୍ରୟୋଗ ବି ବେଶ ସହଜ । ପିଲାଟି କାନ୍ଦିବା ବେଳେ ୧୦ ସେକେଣ୍ଡ ପାଇଁ ରେକର୍ଡ଼ିଙ୍ଗ ବଟନ୍ ଟିପି ରଖିବାକୁ ପଡେ଼ । ପରେ ତାହା ସାଉଣ୍ଡ କ୍ଲାଉଡ଼ରେ ଅପଲୋଡ଼୍ ହୁଏ । ପୁଣି ଅନେକ ପ୍ରକ୍ରିୟା ଦେଇ ୧୫ ସେକେଣ୍ଡ ମଧ୍ୟରେ ଆପ୍ଲିକେସନ୍ ବତାଇ ଦିଏ, କାନ୍ଦିବାର କାରଣ କଣ ।

ଏଥିରେ ପାଖାପାଖି ୧୦୦ ଜଣ ଶିଶୁଙ୍କର ୨ ଲକ୍ଷରୁ ଅଧିକ କାନ୍ଦିବାର ପ୍ରକ୍ରିୟାକୁ ରେକର୍ଡ଼ିଙ୍ଗ କରାଯାଇଛି ।

ଖବରକାଗଜ ଡେଲି ମେଲର କହିବା ଅନୁସାରେ- ଏହା ପିଲାଙ୍କର କାନ୍ଦିବାର ଚାରୋଟି ମୁଖ୍ୟ କାରଣ ଚିହ୍ନଟ କରିଥାଏ । ପିଲାଟିକୁ ନିଦ ଲାଗୁଛି କି ବ୍ୟଥା ହେଉଛି କି ଭୋକ ଲାଗୁଛି କିମ୍ବା ତା'ର ଡାଇପର୍ ଓଦା ହୋଇ ଯାଇଛି, ତାହା ଜଣା ପଡ଼ିଯାଏ ।

ଆପ୍ ଡେଭ୍ଲପର୍ସମାନଙ୍କ କହିବା କଥା ହେଉଛି- ୬ ସପ୍ତାହରୁ କମ୍ ପିଲା ସଂପର୍କରେ ଏହା ୯୨ ପ୍ରତିଶତ ଠିକ ଭାବେ କାମ କରେ । ପ୍ୟାରେଂଟସମାନଙ୍କଠାରୁ ମିଳିଥିବା ଫିଡବ୍ୟାକ ଏହା କହୁଛି । ପିଲାଟି ବଡ଼ ହେଲେ ଆପ୍ ଠିକ କାରଣ କହିବାର ଧାରା କମିଯାଏ । ୬ ମାସରୁ କମ୍ ଛୁଆଙ୍କ ପାଇଁ ଏହା ବେଶ ଉପଯୋଗୀ ।
image


ଆପଲ ପ୍ଲେ ଷ୍ଟୋର୍ କିମ୍ବା ଗୁଗଲ୍ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ କରିହେବ ।