ବେଙ୍ଗାଲୁରୁରେ ବୁଲିଲା ଓଡିଆ ଯୁବକଙ୍କ ଭ୍ରାମ୍ୟମାଣ ଲାଇବ୍ରେରୀ

ଏକ ମିନି ଟ୍ରକ୍ର ଡାଲାକୁ ଲାଇବ୍ରେରୀ ଭଳି ସଜାଇ ଥିଲେ ଦୁଇ ଓଡିଆ ଅକ୍ଷର ରାଉତରାୟ(୩୫) ଓ ଶତାବ୍ଦୀ ମିଶ୍ର(୩୨) । ଏହି ଭ୍ରାମ୍ୟାମାଣ ଲାଇବ୍ରେରୀରେ ଦୁଇ ଦିନ ବେଙ୍ଗାଲୁରୁରେ ବୁଲିଥିଲା ।

ବେଙ୍ଗାଲୁରୁରେ ବୁଲିଲା ଓଡିଆ ଯୁବକଙ୍କ ଭ୍ରାମ୍ୟମାଣ ଲାଇବ୍ରେରୀ

Thursday January 14, 2016,

2 min Read

ଏକ ଛୋଟ ପିକ୍ ଅପ୍ ଭ୍ୟାନ୍ ସୃଷ୍ଟି କଲା ଲାଇବ୍ରେରୀ ର ଭ୍ରମ । ବେଙ୍ଗାଲୁରୁ ସହରରେ ଗତ ବୁଧବାର ଓ ଗୁରୁବାର ଏକ ଚଳନ୍ତା ଲାଇବ୍ରେରୀ କୁ ଲୋକମାନେ ଦେଖିବାକୁ ପାଇଥିଲେ । ଏଥିରେ ସବୁ ବର୍ଗର ପାଖାପାଖି ୪୦୦୦ ପୁସ୍ତକ ରହିଥିଲା । ଏକ ମିନି ଟ୍ରକ୍ର ଡାଲାକୁ ଲାଇବ୍ରେରୀ ଭଳି ସଜାଇ ଥିଲେ ଦୁଇ ଓଡିଆ ଅକ୍ଷର ରାଉତରାୟ(୩୫) ଓ ଶତାବ୍ଦୀ ମିଶ୍ର(୩୨) । ଏହି ଭ୍ରାମ୍ୟାମାଣ ଲାଇବ୍ରେରୀରେ ଦୁଇ ଦିନ ବେଙ୍ଗାଲୁରୁରେ ବୁଲିଥିଲା । ଯିଏ ଚାହିଲାଁ ବହି ଆଣି ପଢ଼ି ପାରିଲା ଆଉ ଏହାକୁ ୨୦% ରିହାତିରେ କିଣି ବି ପାରିଲା । ଏଭଳି ଏକ ନିଆରା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ।

ଅକ୍ଷୟ ଓ ଶତାବ୍ଦୀଙ୍କର ଓଡିଶାରେ ଏକ ବହି ଦୋକାନ ରହଛି । ଲୋକମାନଙ୍କ ହୃଦୟରେ ପୁସ୍ତକ ପ୍ରତି ଆଦର ବଢ଼ାଇବା ପାଇଁ ଦୁହେଁ ଏପରି ଚେଷ୍ଟା କରିଥିଲେ । ଅକ୍ଷୟଙ୍କ କହିବା ଅନୁଯାୟୀ ଏପ୍ରିଲ୍ ୨୦୧୪ରେ ସେ ପ୍ରଥମେ ଭ୍ରାମ୍ୟମାଣ ଲାଇବ୍ରେରୀ ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ପାଖରେ କୌଣସି ଯାନ ନଥିବାରୁ କିଛି ବନ୍ଧୁଙ୍କ ସହାୟତାରେ ସେ ପୁସ୍ତକ ସବୁ ଧରି ଓଡିଶାର କିଛି ଗାଁରେ ବୁଲିଥିଲେ । ପରେ ଏକ ଓମନି ଭ୍ୟାନକୁ ସଜାଇ ସେଥିରେ ପୁସ୍ତକ ନେଇ ରାଜ୍ୟର ୩୦ଟି ଜିଲ୍ଲା ଭ୍ରମଣ କରି ପୁସ୍ତକ ପଢ଼ିବାକୁ ସଚେତନତା ସୃଷ୍ଟି କରିଥିଲା । ଓଡିଶାରେ ଅକ୍ଷୟ ଓ ଶତାବ୍ଦୀଙ୍କର ଏହି ପ୍ରଚେଷ୍ଟା ସଫଳ ହୋଇଥିଲା । ଫଳରେ ଏହାକୁ ଜାତୀୟ ସ୍ତରରେ କରିବା ପାଇଁ ଉଭୟଙ୍କୁ ପ୍ରେରଣା ମିଳିଥିଲେ । ଏକ ମିନି ଟ୍ରକକୁ ଲାଇବ୍ରେରୀ ଭଳି ସଜାଇ ୯୦ ଦିନରେ ଦେଶର ୨୦ଟି ରାଜ୍ୟରେ ବୁଲିବା ଲକ୍ଷ୍ୟ ନେଇ ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଦୁହେଁ ବାହାରି ପଡିଲେ । ଏଯାବତ୍ ସେମାନେ ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ , ତାମିଲନାଡୁ ଓ କେରଳ ବୁଲି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ।

image


ବହିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ଉଭୟ କହିଛନ୍ତି ।

ଅକ୍ଷୟ ଓ ଶତାବ୍ଦୀଙ୍କର ଏହି ପ୍ରଚେଷ୍ଟା ପାଇଁ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛା ମିଳିଛି । ଲୋକପ୍ରିୟ ଲେଖକ ରସ୍କିନ୍ ବଣ୍ଡ୍ ଭୁବନେଶ୍ୱରରେ ଦୁଇ ଥର ଅକ୍ଷୟ ଓ ଶତାବ୍ଦୀଙ୍କର ଭ୍ରାମ୍ୟମାଣ ଲାଇବ୍ରେରୀ ବୁଲିଥିଲେ । ସେହିପରି ଲେଖକ ତଥା ଗାଳ୍ପିକ ମନୋଜ ଦାସ ମଧ୍ୟ ଅକ୍ଷୟ ଓ ଶତାବ୍ଦୀଙ୍କୁ ନିକଟରେ ଭେଟି ଶୁଭକାମନା ଜଣାଇଥିଲେ ।

    Share on
    close