ଖବରକାଗଜ ବିକିବାଠାରୁ IITର ଯାତ୍ରା, ଶିବାଙ୍ଗୀଙ୍କ କାହାଣୀ

ଖବରକାଗଜ ବିକିବାଠାରୁ IITର ଯାତ୍ରା, ଶିବାଙ୍ଗୀଙ୍କ କାହାଣୀ

Saturday December 31, 2016,

1 min Read

ଗତ ମାସ ସୁପର ୩୦ଆନନ୍ଦ କୁମାର ନିଜର ଜଣେ ଛାତ୍ରୀଙ୍କର ଏକ ପ୍ରେରଣାଦାୟୀ କାହାଣୀ ସମସ୍ତଙ୍କ ସହ ବାଣ୍ଟିଥିଲେ। ଆନନ୍ଦ ଶିବାଙ୍ଗୀଙ୍କ ବିଷୟରେ ଲେଖିଥିଲେ, ଯିଏ ଦିନେ ନିଜ ବାପାଙ୍କ ସହ ଖବରକାଗଜ ବିକ୍ରି କରୁଥିଲେ ଓ ପରେ ଆଜି IIT-JEEରେ ସଫଳତା ଲାଭ କରି ସମସ୍ତଙ୍କୁ ଗର୍ବିତ କରାଇଛନ୍ତି।

image


ଏକ ଫେସବୁକ ପୋଷ୍ଟରେ ଆନନ୍ଦ ମନେପକାନ୍ତି କିପରି ଶିବାଙ୍ଗୀ ଟଙ୍କା ବାପାଙ୍କ ସହ ମିଶି ଖବରକାଗଜ ଓ ମଗାଜିନ ବିକ୍ରି କରୁଥିଲେ। ଅନେକ କଷ୍ଟ ସତ୍ତ୍ୱେ ମଧ୍ୟ ଶିବାଙ୍ଗୀ ଶିକ୍ଷାରୁ ମୁହଁ ଫେରାଇ ନଥିଲେ। ସେ ସୁଯୋଗ ଓ ସମୟ ପାଇଲା ମାନେ ପଢିବାରେ ଲାଗିଯାଉଥିଲେ। ଉତ୍ତର ପ୍ରଦେଶର କାନପୁର ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ଛୋଟ ଅଞ୍ଚଳ, ଦେହାର ଏକ ସରକାରୀ ସ୍କୁଲରୁ ଇଣ୍ଟରମିଡ଼ିଏଟ ପାସ କରିଥିଲେ।

ଦିନେ ଶିବାଙ୍ଗୀ ସୁପର ୩୦ ବିଷୟରେ ଜାଣିବାକୁ ପାଇଥିଲେ। ଏବଂ ଆନନ୍ଦଙ୍କ ସହ ଦେଖା କରିବାକୁ ମନସ୍ଥ କଲେ। ଖୁବଶୀଘ୍ର ସେ ଏହି ଅନୁଷ୍ଠାନରେ ସାମିଲ ହେଇଗଲେ ଏବଂ ଦୁନିଆର ସବୁଠାରୁ କଷ୍ଟକର ପ୍ରବେଶିକା ପରୀକ୍ଷା ମଧ୍ୟରୁ ଅନ୍ଯତମ IIT-JEE ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ। ଶିବାଙ୍ଗୀ ଖୁବ ସହଜରେ ଆନନ୍ଦଙ୍କ ପରିବାର ସହ ମିଶିଯାଇଥିଲେ। ତାଙ୍କ ମା’ଙ୍କୁ ‘ଦାଦି’ ବୋଲି ଡାକୁଥିଲେ ଓ ଦେହ ଖରାପ ସମୟରେ ସେଇ ଦାଦିଙ୍କ ପାଖରେ ଶୋଉଥିଲେ।

<a href=

Facebook Posta12bc34de56fgmedium"/>

ଶିବାଙ୍ଗୀ IIT-JEEରେ ସଫଳତା ଲାଭ କରି IIT ରୁର୍କିରେ ପାଠପଢା ଆରମ୍ଭ କରିଛନ୍ତି। ଆନନ୍ଦ ମନେପକାନ୍ତି କିପରି ଶିବାଙ୍ଗୀ ଯିବା ଦିନ ତାଙ୍କ ପରିବାରବୃନ୍ଦ ନିଜ ଝିଅ ଘର ଛାଡି ଗଲା ଭଳି ଭାବବିହ୍ଵଳ ହେଇପଡ଼ିଥିଲେ। ଆଜି ମଧ୍ୟ ଶିବାଙ୍ଗୀ ସମୟ ପାଇଲା ମାତ୍ରେ ଆନନ୍ଦ ଏବଂ ତାଙ୍କ ପରିବାର ସହ ଯୋଗାଯୋଗ କରନ୍ତି।

“ଆଜି ଶିବାଙ୍ଗୀ ଆମକୁ ଖବର ଦେଲା ଯେ ତାକୁ ଚାକିରୀ ମିଳିଯାଇଛି। ମୋର ପୁରା ପରିବାରର ଖୁସି କହିଲେ ନସରେ।“ ଆନନ୍ଦ ତାଙ୍କ ପୋଷ୍ଟରେ କୁହନ୍ତି।