ଭିନ୍ନକ୍ଷମମାନଙ୍କୁ ପରିବହନ ସୁବିଧା ଯୋଗାଇବାକୁ ହୁଇଲ୍ସ ଅଫ ଚେଞ୍ଜର କିକ୍ ଷ୍ଟାର୍ଟ କ୍ୟାବ ପ୍ରକଳ୍ପ

ଭିନ୍ନକ୍ଷମମାନଙ୍କୁ ପରିବହନ ସୁବିଧା ଯୋଗାଇବାକୁ ହୁଇଲ୍ସ ଅଫ ଚେଞ୍ଜର କିକ୍ ଷ୍ଟାର୍ଟ କ୍ୟାବ ପ୍ରକଳ୍ପ

Friday November 27, 2015,

3 min Read

ସମାଜର ସାମଗ୍ରିକ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ହୁଇଲ୍ସ ଅଫ ଚେଞ୍ଜ ଏନ୍ଜିଓ ଏକ କିକ୍ ଷ୍ଟାର୍ଟ କ୍ୟାବ ପ୍ରକଳ୍ପ ଚଳାଇଛି । ଶାରିରୀକ ଅକ୍ଷମ ଓ ବୟସ୍କ ଲୋକମାନଙ୍କୁ ଏହା କମ ଦାମରେ ଆରାମ ଦାୟକ ପରିବହନ ସେବା ଯୋଗାଇଥାଏ । (MphasiS) ଏମ୍ଫାସିସ୍ – ଏକ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ପ୍ରଦାନକାରୀ ସଂସ୍ଥା ହୁଇଲ୍ସ ଅଫ ଚେଞ୍ଜକୁ ଜ୍ଞାନକୌଶଳ ପ୍ରଦାନ କରି ସହଯୋଗୀ ହୋଇଥିବା ବେଳେ କର୍ଣ୍ଣାଟକ ରାଜ୍ୟ ସରକାର ମଧ୍ୟ ସହଯୋଗର ହାତ ବଢ଼ାଇଛି । କିକ୍ ଷ୍ଟାର୍ଟର ୩ ଭେଇକିଲ୍ ଫ୍ଲିଟ ଜ୍ଞ୍ୟାନକୌଶଳରେ ପ୍ରସ୍ତୁତ ଏହି କ୍ୟାବ ଶରିରୀକ ଅକ୍ଷମ ଓ ବୟସ୍କ ଲୋକମାନଙ୍କ ଯାତ୍ରା ପାଇଁ ଅତ୍ୟନ୍ତ ସୁବିଧା ଜନକ ।

Karnataka Disability Commissioner K S Rajanna and MphasiS CEO Ganesh Ayyar during the launch

Karnataka Disability Commissioner K S Rajanna and MphasiS CEO Ganesh Ayyar during the launch


ଏହା ସୁଇଫ୍ଟ ଡିଜାୟରକୁ ଏହାର ପ୍ରଥମ ମଡେଲ ଗାଡି ଭାବେ ବ୍ୟବହାର କରୁଛି । ଏଥିରେ ଅକ୍ଷମମାନଙ୍କୁ ଗାଡିର ଦ୍ୱାର ପର୍ଯ୍ୟନ୍ତ ଆସି ଆଶା ବାଡି କିମ୍ବା ଅନ୍ୟ ଭରଷା ନେବା ପାଇଁ ସହଜରେ ବୁଲିପାରୁଥିବା ଓ ଦ୍ୱାର ପର୍ଯ୍ୟନ୍ତ ଘୁଞ୍ଚାଇ ଆଣିପାରୁଥିବା ଚେୟାର ଭଳି ସିଟର ବ୍ୟବସ୍ଥା କରାଯାଇଛି, ଯାହାକି ଭିନ୍ନକ୍ଷମମାନଙ୍କୁ ସହଜରେ ଗାଡି ଭିତରେ ପଶିବାକୁ ଓ ବାହାରିବାକୁ ସହଯୋଗ କରିଥାଏ ।

ଏହାର ଦ୍ୱିତୀୟ ମଡେଲରେ ୱାଗନର ଆର ଗାଡିକୁ ବ୍ୟବହାର କରାଯାଉଛି । ଏଥିରେ ଗାଡିର ପଛ ଦ୍ୱାରରେ ଏକ ସ୍ଲୋପ କରାଯାଇଛି ଓ ହ୍ୱିଲ ଚେୟାର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଭିନ୍ନକ୍ଷମମାନେ ଆରାମରେ ଗାଡିରେ ଚଢ଼ିପାରିବେ ଓ ଓହ୍ଲାଇପାରିବେ ।

ତୃତୀୟ ମଡେଲରେ ଏକ ଟୟୋଟା ଲିଭା ରହିଛି, ଯେଉଁଥିରେ ବାହାରକୁ ବାହାର କରିହେଉଥିବା ଚେୟାରର ବ୍ୟବସ୍ଥା ରହିଛି । ଏହାକୁ ଏକ ହ୍ୱିଲ ଚେୟାରକୁ ମଧ୍ୟ ବଦଳାଯାଇପାରିବ । ଏଥି ସହିତ ପ୍ରତି ଗାଡିରେ ଏହାର ଗତି ନିରୀକ୍ଷଣ କରିବାକୁ ଜିପିଏସ୍ ମନିଟରିଂ ବ୍ୟବସ୍ଥା ରହିଛି ।

Vidya Ramasubban, chief visionary of KickStart Cabs, demonstrating how a modified vehicle works

Vidya Ramasubban, chief visionary of KickStart Cabs, demonstrating how a modified vehicle works


କହିବାକୁ ଗଲେ ଏଥିରେ ଉଭୟ ଗୁଣବତ୍ତା ଓ ସେବାକୁ ଗୁରୁତ୍ୱ ଦିଆଯାଇଛି । ଏହା ଆରମ୍ଭରୁ ଲୋକାଦୃତ ହୋଇଛି ଓ ଆଗାମୀ ପାଞ୍ଚ ବର୍ଷରେ ସେମାନେ ପାଂଚ ହଜାର ଭିନ୍ନକ୍ଷମ ଓ ବୟସ୍କ ନାଗରିକଙ୍କ ନିକଟରେ ତାଙ୍କ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ବିଦ୍ୟା କୁହନ୍ତି ।

ତାଙ୍କ ମତରେ ଅଧିକ ଲୋକଙ୍କୁ ଏହି ସେବା ପ୍ରଦାନ କରିବା ଭିନ୍ନ ଏହା ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ବୃଦ୍ଧି କରିବ। ଏଥିସହିତ ପରିବହନ ଅସୁବିଧା ହେତୁ ଭିନ୍ନକ୍ଷମମାନେ ଡାକ୍ତରଖାନାରେ ଦୀର୍ଘଦିନ ରହି ଚିକିତ୍ସିତ ହେଉଛନ୍ତି ଓ ଅନେକ ରୋଗୀ ପରିବହନ ଅସୁବିଧା ହେତୁ ଡାକ୍ତରଖାନା ଯିବାରେ ଅବହେଳା କରନ୍ତି । କିକ୍ ଷ୍ଟାର୍ଟ ନିଶ୍ଚିତ ଭାବରେ ଏସବୁ ସମସ୍ୟାର ସମାଧାନ କରିବ । ବର୍ତ୍ତମାନ ପାଇଁ ଏହି ସେବା କେବଳ ବେଙ୍ଗାଲୁରରେ ଉପଲବ୍ଧ ।

ବିଦ୍ୟା ଭିନ୍ନକ୍ଷମମାନଙ୍କ ସହ କାର୍ଯ୍ୟ କରିଥିବା ଅଭିଜ୍ଞତାକୁ ନେଇ ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଲେ, ଯେଉଁଥିରୁ କିକ୍ ଷ୍ଟାର୍ଟର ପରିକଳ୍ପନା ତାଙ୍କ ମନକୁ ଆସିଲା । ଆମ ପରିବହନ ବ୍ୟବସ୍ଥାରେ ବୟସ୍କ ଓ ଭିନ୍ନକ୍ଷମମାନଙ୍କ ପ୍ରତି ଥିବା ଅସମ୍ମାନ ଦୂରକରି ଏକ ସଚେତନତା ସୃଷ୍ଟି କରିବା ସହ ଭିନ୍ନକ୍ଷମମାନଙ୍କ ପାଇଁ କିଛି କରିବାକୁ ଚାହିଁଥିଲି , ଯାହାକି ସେମାନଙ୍କ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଆଣିପାରିବ ବୋଲି ସେ କୁହନ୍ତି ।

ଭିନ୍ନକ୍ଷମମାନଙ୍କ ପରିବହନ ଓ ଗମନାଗମନ ଏକ ବଡ ସମସ୍ୟା । ମତ୍ର ଅଳ୍ପ କେତେକ ଉଚ୍ଚ ଅଟ୍ଟାଳିକା, ସର୍ବସାଧାରଣ ସ୍ଥାନ, ଯାନବାହନରେ ଯାତାୟାତ କରୁଥିବା ବେଳେ ଅଧିକାଂଶ ଲୋକ ଏସବୁରୁ ବଞ୍ଚିତ ହେଉଛନ୍ତି। ଗତ ଜନଗଣନା ଅନୁସାରେ ବେଙ୍ଗାଲୁରରେ ଛଅ ଲକ୍ଷ ଭିନ୍ନକ୍ଷମ ଥିବାବେଳେ ସାତଲକ୍ଷ ବୟସ୍କ ଲୋକଅଛନ୍ତି । ଏଥି ସହିତ ଲୋକମାନଙ୍କର ସେମାନଙ୍କ ପ୍ରତି ଥିବା ଭାବନାରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଅନେକ କିଛି କରିବାର ଅଛି । କିନ୍ତୁ ବର୍ତ୍ତମାନ ଏଥିରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଅନେକ ଭିନ୍ନକ୍ଷମ ଘରେ ନ ବସି ବଡ ବଡ କଂପାନୀରେ ନିଯୁକ୍ତି ପାଉଛନ୍ତି ବୋଲି ବିଦ୍ୟା କୁହନ୍ତି ।

ଲୋକମାନେ www.kickstartcabs.comରେ ଲଗଅନ କରି ଅନଲାଇନରେ ଟ୍ୟାକ୍ସି ବୁକ୍ କରିପାରିବେ ଯାହାକି କର୍ମଜୀବିମାନଙ୍କୁ କର୍ମକ୍ଷେତ୍ରକୁ ଯିବାରେ ଅତ୍ୟନ୍ତ ଉପଯୋଗୀ । ଏହି ୱେବସାଇଟ୍ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଧିଷ୍ଟ ଆନ୍ତର୍ଜ୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରସ୍ତୁତ । ଏହା ବ୍ୟତୀତ ୮୧୦୫୬୦୦୪୪୫ କୁ ଡାଏଲ କରି ମଧ୍ୟ ଜଣେ ଏହି ସେବା ପାଇପାରିବ ।

ମୂଳ ଲେଖା - ମାରିଆନ ହେଇନିକ

ଭାଷାନ୍ତର - ସୌରଭ ପରିଡ଼ା

    Share on
    close