ଏଞ୍ଜେଲ ଇନଭେଷ୍ଟର ଓ ଭେଞ୍ଜର କ୍ୟାପିଟାଲିଷ୍ଟ - ଭାଗ ୨

ଏଞ୍ଜେଲ ଇନଭେଷ୍ଟର ଓ ଭେଞ୍ଜର କ୍ୟାପିଟାଲିଷ୍ଟ - ଭାଗ ୨

Saturday December 19, 2015,

4 min Read

ଏଥର ଭେଞ୍ଚର କ୍ୟାପିଟାଲ ବିଷୟରେ ଓ ଭିସିମାନଙ୍କ କାମ ବିଷୟରେ ଆଲୋଚନା କରିବା। 

image


ଆପଲ,ଇଣ୍ଟେଲ,HP ଓ ମାଇଣ୍ଡ ଟ୍ରି ପରି ପ୍ରତିଷ୍ଠିତ କମ୍ପାନି ଓ Makemytrip.com, Flipkart ଓ Myntra ପରି ନବୀନ କମ୍ପାନୀ ସଫଳ ହେବା ପଛରେ ଏମାନଙ୍କ ପ୍ରଚ୍ଛନ୍ନ ହାତ ରହିଛି। ଭାରତ ପରି ଉଦୀୟମାନ ଅର୍ଥନୀତିରେ ଏପରି କମ୍ପାନୀମାନେ ଆଗାମୀ ଦିନରେ ଏକ ବଡ଼ ଭୂମିକା ନିର୍ବାହ କରିବା ଆଶା କରାଯାଉଛି। ଭିସିମାନେ କମ୍ପାନୀମାନଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଞ୍ଜି ନିବେଶ କରନ୍ତି, ଯେତେବେଳେ ସେମାନେ ଆଞ୍ଜେଲ ଇନଭେଷ୍ଟମେଣ୍ଟ ହାସଲ କରିଥିବେ ଓ ଆଗାମୀଦିନରେ ଏକ ବୃହତ କର୍ପୋରେସନ ହେବାର ସମ୍ଭାବନା ରଖୁଥିବେ। ତେବେ ପ୍ରାରମ୍ଭରେ, ଭିସିମାନେ କେଉଁଠାରୁ ଅର୍ଥ ଆଣନ୍ତି ?

ଷ୍ଟାନଫୋର୍ଡ, ପ୍ରିନ୍ସଟନ ବା ହାର୍ଭାର୍ଡ ପରି ଶିକ୍ଷାନୁଷ୍ଠାନମାନଙ୍କ ବିଷୟରେ ଚିନ୍ତା କରାଯାଉ। ସେଗୁଡିକ ପାଖରେ ବିପୁଳ ପରିମାଣରେ ଅର୍ଥ ଥାଏ, ଯାହାକି କର୍ପସ ଫଣ୍ଡ ଆକାରରେ ଦାନ ମିଳିଥାଏ। ଶିକ୍ଷାନୁଷ୍ଠାନର ଭବିଷ୍ୟତର ଆର୍ଥିକ ଆବଶ୍ୟକତା ନିମନ୍ତେ ଆୟ ଉଦ୍ଦେଶ୍ୟରେ ସେହି ଅର୍ଥ ବିନିଯୋଗ ହୁଏ। ଏସବୁ ପାଣ୍ଠିର ଏକ ବଡ ଅଂଶ ବ୍ୟାଙ୍କ ଓ ମ୍ୟୁଚୁଆଲ ଫଣ୍ଡ ପରି ନିରାପଦ ସ୍ଥାନରେ ପୁଞ୍ଜିନିବେଶ କରାଯାଏ। ଏଠାରେ ପୁଞ୍ଜି ଖଟାଇବା ସୁରକ୍ଷିତ ହେଲେ ମଧ୍ୟ ରିଟର୍ଣ୍ଣ କମ୍ ମିଳିଥାଏ। ବର୍ତ୍ତମାନ କଳ୍ପନା କରନ୍ତୁ ଯେ ଆପଣ ଏକ ବିଶ୍ଵବିଦ୍ୟାଳୟ କର୍ପସ ଫଣ୍ଡ ଦାୟିତ୍ଵରେ ଅଛନ୍ତି। ଆପଣଙ୍କୁ 100 ଡଲାର ଦିଆଗଲା ଓ ଅନୁଷ୍ଠାନ ଚାହୁଁଛି ଯେ 6ବର୍ଷ ପରେ ଏଥିରୁ 200 ଡଲାର ରିଟର୍ଣ୍ଣ ଆସୁ। କାରଣ ସେତେବେଳେ ଅନୁଷ୍ଠାନ ଚଳାଇବା ପାଇଁ ସେତିକି ଅର୍ଥ ଆବଶ୍ୟକ ପଡିବ। 8 ପ୍ରତିଶତ ସୁଧହାରରେ ଯଦି ଆପଣ ଏକ ବ୍ୟାଙ୍କରେ ଏହି 100 ଡଲାର ରଖନ୍ତେ ତେବେ 6 ବର୍ଷ ପରେ ତାହା 158 ଡଲାର ହେବ। ଏଣୁ ବିଶ୍ଵବିଦ୍ୟାଳୟ ଫଣ୍ଡ ମ୍ୟାନେଜର ଭାବେ, ସମୁଦାୟ 100 ଡଲାର ଏକ ସଞ୍ଚୟ ବ୍ୟାଙ୍କ ଖାତାରେ ନ ରଖି ଆପଣ 80 ଡଲାର ବ୍ୟାଙ୍କ ଜମା ପରି ଏକ ସୁନିଶ୍ଚିତ ପୁଞ୍ଜିନିବେଶ କରିବେ ଓ ଅବଶିଷ୍ଟ 20 ଡଲାର କିଛି ଷ୍ଟାର୍ଟ-ଅପ କମ୍ପାନୀ ପଛରେ ଲଗାଇବେ। ଆଶାକରିବେ ଯେ ଏମାନଙ୍କ ମଧ୍ୟରୁ କେତୋଟି ଗୁଗୁଲ୍ ଓ ଇନଫୋସିସ୍ ପରି ବୃହତ ତଥା ସଫଳ କମ୍ପାନୀ ହୋଇପାରିବେ ଓ ତା ହେଲେ ରିଟର୍ଣ୍ଣ ଅନ ଇନଭେଷ୍ଟମେଣ୍ଟ ଏତେ ଆସିବ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଣୁ ଆପଣ ସେହି ଅର୍ଥକୁ ଏକ ଭିସିକୁ ପ୍ରଦାନ କରିବେ। କେବଳ ଶିକ୍ଷାନୁଷ୍ଠାନ ନୁହେଁ ବ୍ୟାଙ୍କ, ଧନୀ ବ୍ୟକ୍ତିମାନେ ମଧ୍ୟ ନିଜ ଅର୍ଥର କିଛି ଅଂଶ ଭେଞ୍ଚର କ୍ୟାପିଟାଲ ଫଣ୍ଡରେ ନିବେଶ କରନ୍ତି, ଯାହାକୁ ଭିସିି ପରିଚାଳନା କରନ୍ତି।

image


ମନେକରନ୍ତୁ ଯେ ଜଣେ ବିଭିନ୍ନ ଉତ୍ସରୁ 100 ଡଲାର ସଂଗ୍ରହ କଲା। ସେ ଏବେ ଏପରି କିଛି କମ୍ପାନୀଙ୍କ ସନ୍ଧାନ କରିବ ଯେଉଁମାନେ ରାମ ଶ୍ରୀରାମଙ୍କ ପରି ଏଞ୍ଜେଲମାନଙ୍କ ସହାୟତାରେ ଜନ୍ମ ନେଇଥିବ,କିନ୍ତୁ ଏବେ ଟିକିଏ ବଡ଼ ହେବା ପରେ ଆଉ କିଛି ପାଣ୍ଠି ଆବଶ୍ୟକ କରୁଥିବ। ତେବେ ବେଳେବେଳେ, ସେ କୌଣସି ଏଞ୍ଜେଲକୁ ଅପେକ୍ଷା ନକରି ନିଜେ ଗୋଟିଏ କମ୍ପାନୀକୁ ବାଛିବେ। ଯଦି ତାହା ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଲା ଓ ତାପରେ ସେ ଏକ ଇନଭେଷ୍ଟମେଣ୍ଟର ଏକ ତାଲିକା ପ୍ରସ୍ତୁତ କରେ, ସେ ନିଜର 100 ଡଲାର କେତୋଟି (ମନେକର 10ଟି) କମ୍ପାନିରେ ବାଣ୍ଟିଦିଏ। ଏସବୁ କମ୍ପାନୀମାନେ ଭିସିକୁ ସେୟାର ଇସୁ କରି ଆଂଶିକ ମାଲିକାନା ପ୍ରଦାନ କରନ୍ତି। ତେବେ ଏହା ଉଭୟ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ପ୍ରାକ୍ ନିବେଶ ଆଲୋଚନା ଉପରେ ନିର୍ଭର କରେ। ଛଅ ବା ସାତ ବର୍ଷ ପରେ କମ୍ପାନୀର ଅଭିବୃଦ୍ଧି ଓ ସେ ସମୟର ବଜାର ସ୍ଥିତି ଅନୁସାରେ ଉକ୍ତ 10ଟି ମଧ୍ୟରୁ 6ଟିର ପ୍ରଦର୍ଶନ ଭଲ ନଥିବ, ଏପରିକି ବନ୍ଦ ହୋଇଯାଇଥିବେ। ଏପରି ହେଲେ ଭାଲୁ ନିଜର ନିବେଶ ଅର୍ଥ ହରାଏ। 3ଟି କମ୍ପାନୀ କ୍ଷେତ୍ରରେ, ନିବେଶ ଉପରେ ଯେଉଁ ସୁଧ ମିଳେ ତାହା ସଞ୍ଚୟ ବ୍ୟାଙ୍କ ଜମା ଠାରୁ ଅଳ୍ପ କିଛି ଅଧିକ ଥାଏ। ଏହାକୁ ଭଲ ବା ଖରାପ ନିବେଶ କୁହାଯାଇପାରିବନାହିଁ । କିନ୍ତୁ ଅବଶିଷ୍ଟ ଦୁଇଟି ବା ଏପରିକି ଗୋଟିଏ କମ୍ପାନୀର କାହାଣୀ ଗୁଗୁଲ୍ ବା ଇନଫୋସିସ୍ ପରି ସଂପୂର୍ଣ୍ଣ ଅଲଗା ଥାଏ ଓ ରିଟର୍ଣ୍ଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ଅଧିକ ଥାଏ ଓ ଏବେ ଭିସି ନିଜ ଅଂଶକୁ ସେୟାର ବଜାରରେ ବିପୁଳ ଲାଭରେ ବିକି ପାରିବ। ଯେତେବେଳେ ଏହି ଅର୍ଥ ପାଇଯାଏ, ଭିସି ତାହାକୁ ନିଜର ମୂଳ ନିବେଶକମାନଙ୍କ ମଧ୍ୟରେ ବାଣ୍ଟିଦିଏ ଓ ନିଜ ପାଇଁ କିଛି ରଖେ।

ଭିସିିମାନେ ପୁଞ୍ଜିନିବେଶ ଜଗତକୁ ଭଲଭାବରେ ବୁଝନ୍ତି। ଷ୍ଟାର୍ଟ-ଅପ ସ୍ତରରୁ ଅର୍ଥାତ ମୂଳରୁ ଏକ ବ୍ୟବସାୟକୁ ଛିଡା କରିବାର ଜଟିଳତା ସମ୍ପର୍କରେ ସେମାନେ ବେଶ୍ ଅବଗତ। ଗୋଟିଏ ସୁପ୍ରତିଷ୍ଠିତ ବୃହତ କମ୍ପାନୀ ଚଳାଇବା ତୁଳନାରେ ଏକ ନୂଆ କମ୍ପାନୀ ଆରମ୍ଭ କରିବା ଭିନ୍ନ କଥା ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେମାନେ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଥାନ୍ତି। କାରଣ ପ୍ରତି ଉଦ୍ୟୋଗର ନିଜସ୍ଵ ଜଟିଳତା ଓ ସ୍ଵତନ୍ତ୍ରତା ରହିଛି। ଉଦାହରଣ ସ୍ଵରୂପ କେତେକ ଭିସି ବାୟୋଟେକ୍ନୋଲୋଜୀରେ ବିଶେଷଜ୍ଞତା ହାସଲ କରିଥିବାବେଳେ ଆଉ କେତେକ ରିଅଲ ଇଷ୍ଟେଟ୍ ବା ରିଟେଲ ଆଦି କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଥାନ୍ତି। ଏହା ଦ୍ଵାରା ସେମାନେ ପ୍ରକୃତ ବ୍ୟବସାୟଜଗତରୁ ସାହାଯ୍ୟ ଆବଶ୍ୟକ କରୁଥିବା ଉତ୍ସାହଭରା ଯୁବ ଶିଳ୍ପଦ୍ୟୋଗୀମାନଙ୍କୁ ଉପଯୋଗୀ ଉପଦେଶ ଦେଇପାରନ୍ତି। ଚତୁରବାଜ ପରି ଏଞ୍ଜେଲମାନେ ଆରମ୍ଭ ହୋଇନଥିବା ଏବଂ ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା ଏକ କମ୍ପାନୀ ପାଇଁ ଏକ ଚେକ୍ ଲେଖିପାରୁଥିବାବେଳେ, ଭିସି ବିଜନେସ୍ ଆଇଡିଆ ସମ୍ପର୍କରେ ଅନେକ କିଛି ସ୍ପଷ୍ଟତା ଚାହିଁଥାନ୍ତି। କାରଣ ରାମ ଶ୍ରୀରାମଙ୍କ କ୍ଷେତ୍ରରେ ତାହା ହେଉଛି ତାଙ୍କ ନିଜସ୍ଵ ଧନ, କିନ୍ତୁ ଭିସିମାନେ ନିଜର ସଂସ୍ଥାଗତ ନିବେଶକଙ୍କ ପ୍ରତି ଉତ୍ତରଦାୟୀ ରହିଥାନ୍ତି, ଯେଉଁମାନେ କି ସେମାନଙ୍କ ଭେଞ୍ଚର ଫଣ୍ଡରେ ନିବେଶ କରିଥାନ୍ତି। ପୁଣି ରାମ ଶ୍ରୀରାମ ଗୁଗୁଲରେ ଯେତିକି ନିବେଶ କରିଥିଲେ ଏକ ଭେଞ୍ଚର ଫଣ୍ଡ ତା'ଠାରୁ ଅନେକଗୁଣ ଅଧିକ ପରିମାଣରେ ନିବେଶ କରେ। ଏଣୁ ଯେତେବେଳେ କୌଣସି ଉଦ୍ୟୋଗୀ ଭିସି ନିକଟକୁ ଆସେ, ସେମାନେ ତାଙ୍କୁ ତାର ଟିକିନିଖି ବିଜନେସ୍ ପ୍ଲାନ, ବଜାରକୁ ସେ କିଭଳି ବୁଝେ, ଏତେ ପ୍ରତିଯୋଗିତା ସତ୍ତ୍ୱେ କିପରି ବଜାରରେ ନିଜର ସ୍ଥାନଟିଏ ସୃଷ୍ଟି କରିବ, ନିଜର ସେଲ୍ସ(ବିକ୍ରୟ)ର ପୂର୍ବାନୁମାନ, ଉତ୍ପାଦନ ଓ ଅନ୍ୟାନ୍ୟ ବ୍ୟୟ, ଲାଭ,ବିପଦ ଓ ବିପଦଦୂରୀରଣ ପାଇଁ ଯୋଜନା ଇତ୍ୟାଦି ବିଷୟରେ ପଚରାଉଚୁରା କରିଥାନ୍ତି।