ମହିଳାଙ୍କ ମାସିକ ଋତୁସ୍ରାବ ଜନିତ ସମସ୍ୟାର ସମାଧାନ କରୁଛି ରେଡିଓ କାର୍ଯ୍ୟକ୍ରମ ‘ଶୁଣଲୋ ସଖୀ’

ଋତୁସ୍ରାବ ଉପରେ ଚର୍ଚ୍ଚା କରୁଥିବା ଏକମାତ୍ର ରେଡିଓ କାର୍ଯ୍ୟକ୍ରମ

ମହିଳାଙ୍କ ମାସିକ ଋତୁସ୍ରାବ ଜନିତ ସମସ୍ୟାର ସମାଧାନ କରୁଛି
ରେଡିଓ କାର୍ଯ୍ୟକ୍ରମ ‘ଶୁଣଲୋ ସଖୀ’

Saturday March 26, 2016,

2 min Read

ଆମେ ପିରିୟଡ ବିଷୟରେ କେବେ କାହାସହ ଖୋଲା ଖୋଲି ଭାବେ କଥା ହୋଇନଥିଲୁ । ପ୍ରଥମକରି 'ଶୁଣଲୋ ସଖୀ' କ୍ଲବ ହେବା ପରେ ଆମେ ଏବେ ଅନେକ କିଛି ନୂଆ ଜାଣିବାକୁ ପାଉଛୁ। 
Pic Courtesy : Menstrupedia.com

Pic Courtesy : Menstrupedia.com


ଏହା କହିଛନ୍ତି, ଶିିଖରଚଣ୍ଡିର ମାଧୁରୀ । ସେହିପରି ଅଶୋକ ନଗରର ୧୫ ବର୍ଷୀୟା ରୁବିନା ମଧ୍ୟ ଶୁଣଲୋ ସଖୀ କ୍ଲବର ଜଣେ ସଦସ୍ୟା ଏବଂ ସେ ଏବେ ନିଜ ବସ୍ତିରେ ଅନ୍ୟ ଝିଅ ମାନଙ୍କୁ ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛନ୍ତି ।

image


ମାଧୁରୀ ଓ ରୁବିନା ପରି ଅନେକ ଝିଅ ତଥା କିଶୋରୀ ଏହି ଶୁଣଲୋ ସଖୀ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇପାରିଥିବା ବେଳେ, ଅନେକଙ୍କୁ ସଚେତନତା କରିପାରିିଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ଏହି ମହିଳା ତଥା ଝିଅ ମାନଙ୍କୁ ଶୁଣିବା ବେଳେ ୟୁନିସେଫର ବରିଷ୍ଠ ଅଧିକାରୀ ଲୋପାମୁଦ୍ରା ତ୍ରିପାଠୀ କହିଥିଲେ,

image


ବୈଷୟିକ ଜ୍ଞାନକୈାଶଳ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚିବାର ଏହି ପ୍ରୟାସ ନିଶ୍ଚିତ ସ୍ୱାଗତଯୋଗ୍ୟ । - ଲୋପାମୁଦ୍ରା ତ୍ରିପାଠୀ, ୟୁନିସେଫ
image


ସହରାଂଚଳ ବସ୍ତିରେ ମାସିକ ଋତୁସ୍ରାବ ଜନିତ ସମସ୍ୟା ଅତ୍ୟନ୍ତ ଜଟୀଳ - ଡା ଚୟନିକା ମିଶ୍ର

ଏପରି ଏକ ସ୍ପର୍ଶକାତର ବିଷୟ ଉପରେ ରେଡିଓ ମାଧ୍ୟମରେ ଲୋକଙ୍କ ପାଖରେ କଥାକୁ ପହଂଚାଇବାର କୈାଶଳକୁ ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର ଅଭିନବ ବୋଲି ଦର୍ଶାଇଥିଲେ । ପ୍ରାକ୍ଟିକାଲ ଆକ୍ସନର ଭାରତ ମୁଖ୍ୟ ବିରୁପାକ୍ଷ ଦୀକ୍ଷିତ ଏ ଅବସରରେ କହିଥିଲେ ଯେ ସେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବଡ଼ ସ୍ତରରେ କରିବାକୁ ଯୋଜନା ରଖିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ବସ୍ତିର ଯୁବତୀ ଓ ମହିଳାଙ୍କ ମାସିକ ରୁତୁସ୍ରାବ ସମୟରେ ହେଉଥିବା ବିଭିନ୍ନ ସମସ୍ୟାକୁ ରେଡିଓ ମାଧ୍ୟମରେ ସେମାନଙ୍କ ପାଖରେ ପହଚାଂଇବାର ଅଭିନବ ପ୍ରୟାସ ହେଉଛି “ଶୁଣଲୋ ସଖୀ” । ଏହି କାର୍ଯ୍ୟକ୍ରମକୁ ମହିଳାମାନଙ୍କୁ ପାଖକୁ ନେଇ ଆସିଛି ପ୍ରାକ୍ଟିକାଲ ଆକ୍ସନ ଓ ଶିଶୁ-ମହିଳା ବିକାଶ କେନ୍ଦ୍ର । SOA ରେଡ଼ିଓ ୯୦.୪ ରେ ପ୍ରତି ସପ୍ତାହରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଶୁଣଲୋ ସଖି ଏବେ ରାଜଧାନୀର ବିଭିନ୍ନ ବସ୍ତିରେ ଆଦୃତି ଲାଭ କରିଛି ।

ରେଡ଼ିଓ କାର୍ଯ୍ୟକ୍ରମ ବାଦ ରାଜଧାନୀର ୧୫ଟି ବସ୍ତିରେ ନିୟମିତ ଚଳଚ୍ଚିତ୍ର ପ୍ରଦର୍ଶନ, ଅଡ଼ିଓ ପଡ଼କାଷ୍ଟିଙ୍ଗ, ସଖୀ କ୍ଲବ ମାଧ୍ୟମରେ ଝିଅ ମାନଙ୍କୁ ମାସିକ ଋତୁସ୍ରାବ ଓ କିଶୋରୀ ସ୍ୱାସ୍ଥ୍ୟ ସଂମ୍ବନ୍ଧିତ ବିଭିନ୍ନ ଜ୍ଞାନ ଓ ସୁଚନା ପ୍ରଦାନ କରାଯାଉଛି ।

ଯୋଗାଯୋଗ : ୦୯୦୪୦୧୩୨୧୩୧