Amul Girlଙ୍କୁ ପୁରିଲା ପଚାଶ : ୧୦ଟି ଅଭୂଲା ଅମୁଲ ବିଜ୍ଞାପନ

Amul Girlଙ୍କୁ ପୁରିଲା ପଚାଶ : ୧୦ଟି ଅଭୂଲା ଅମୁଲ ବିଜ୍ଞାପନ

Monday October 17, 2016,

2 min Read

ଛୋଟ ହେଇଥିଲା ବେଳେ ବୁଢୀମା ଗୋଟେ ଛୋଟ ଜାଲି ଆଲମୀରାରେ ପଛପଟ କଣକୁ ଲୁଚେଇ ରଖିଥିବା ଅମୁଲ ଡବାରୁ ଦିନ ଦିପହରେ ସମସ୍ତେ ଶୋଇଥିବା ବେଳେ ଅମୁଲ ଲୁଚେଇ ଖାଇବା ମନେ ପଡ଼େ। ବୁଢୀମା ଖୁଡଖାଡ଼ ଶବଦରେ ଉଠିପଡ଼ି ଚୋର କୋଉଠି ବୋଲି ନଜର ପକେଇବ ଆଉ ଆମେ (ମୁଁ ଆଉ ନାନୀ) ପାଟି ଚାପି ସାବଧାନ। ସେ ପାଖକୁ ଆସିବ, କହିବ ଆଁ କର। ସେତେବେଳେ ପାଟି ଭର୍ତ୍ତି ଅମୁଲକୁ ଠେଲି ପେଲି ତାଳୁ ଉପରେ ଗୋଟା କରି ବସେଇ ସାରିଥାଉ ଆମେ। ନାନୀକୁ ବୁଢାବାପା ପଚାରିଲେ ବଡ଼ ହେଇ ଚାକିରୀ କରି ପ୍ରଥମ ଦରମାରେ କଅଣ ଆଣିବୁ ସେ କହେ ଗୋଟେ ବଡ଼ ଅମୁଲ ଡବା ଆଣିକି ଏକା ଖାଇବି, କାହାକୁ ଦେବିନି। ଏମିତି ଅନେକ କିଛି ଅମୁଲ ସ୍ମୃତି ସାଇତା ହେଇଥିବ ସଭିଙ୍କ ମନ ଭିତରେ।

ଅମୁଲ ଡବା ସହ ଅମୁଲ ଗାର୍ଲକୁ କିଏ ବା ଭୁଲିପାରିବ ? ଗୋଲ ମୁହଁ, ରିବନ ବନ୍ଧା ନୀଳ ଚୁଟି, ପୋଲକା ଡଟ ଫ୍ରକ ପିନ୍ଧା ସେଇ ଚାଲାକ ଚତୁରୀ ଝିଅଟିର ଜନ୍ମକୁ ଆଜି ପଚାଶ ବର୍ଷ ପୁରିଛି। ଗୋଟେ ହାତରେ ଲହୁଣିମରା ଟୋଷ୍ଟ ସହ ମୁହଁରେ ଚାତୁର୍ଯ୍ୟରେ ଭରା ଦୁଇପଦ ଗମାତିଆ କଥାଅମୁଲ ଗାର୍ଲ ଦୀର୍ଘ ପଚାଶ ବର୍ଷ ଧରି ଦେଶର ସାମାଜିକ, ରାଜନୈତିକ, ଖେଳ ପରିସ୍ଥିତିକୁ ହାଲୁକା ଭାବେ ବ୍ୟାଖ୍ୟା କରିଆସିଛି। ୨୦୧୪ରେ ମୋଦିଙ୍କ ଜନ୍ମଦିନ ଅବସରରେ “Accha din-ner aaya hai” ରୁ ଆରମ୍ଭ କରି ପଚାଶ ବର୍ଷ ତଳର ବାଧ୍ୟତାପୂର୍ଣ୍ଣ ପରିବାର ନିୟୋଜନ ଯାତ୍ରା...ଅମୁଲ ଗାର୍ଲ ସମସ୍ତ ସମୟକୁ ଓ ବିଚାର-ବିଷୟକୁ ଛୁଇଁ ଆସିଛି।

image


୧୯୬୫ରେ ଅମୁଲର ପ୍ରତିଯୋଗୀ ବ୍ରାଣ୍ଡ Polsonର ବଟର ଗାର୍ଲକୁ ମାତ ଦେବା ପାଇଁ ଆର୍ଟ ଏଜେନ୍ସିର ମାଲିକ ସିଲଭେଷ୍ଟର ଡା କୁହ୍ନା ଓ ତାଙ୍କର ଆର୍ଟ ଡିରେକ୍ଟର ଯୁଷ୍ଟସ ଫର୍ନାଣ୍ଡିଜଙ୍କ ମିଳିତ କଳ୍ପନାରୁ ଜନ୍ମ ହେଇଥିଲା ଅମୁଲ ଗାର୍ଲ। କୁରିଏନଙ୍କ ଆଶୀର୍ବାଦ ସହ ଏହି ଚମତ୍କାରୀ ବିଜ୍ଞାପନ ଚାଲିଲା। ଆସନ୍ତୁ ନଜର ପକାଇବା ୧୦ଟି ଏପରି ଅମୁଲ ବିଜ୍ଞାପନ ଉପରେ ଯାହା ଜନମାନସରୁ କେବେ ମଧ୍ୟ ଲିଭିବ ନାହିଁ ବା ଲିଭିବା ଉଚିତ ମଧ୍ୟ ନୁହେଁ।

୧। ଜରୁରୀକାଳୀନ ପରିସ୍ଥିତି ସମୟରେ ଚାଲିଥିବା ବାଧ୍ୟତାମୂଳକ ପରିବାର ନିୟୋଜନ ଉପରେ

image


୨। ପ୍ରସିଦ୍ଧ ଫେସବୁକ ଓ Whatsappର ଡିଲ ଉପରେ

image


୩। ସ୍ମୃତି ଇରାନୀଙ୍କର ମନ୍ତ୍ରୀ ଭାବେ ନେଇଥିବା ନିଷ୍ପତ୍ତି ଗୁଡ଼ିକ ଉପରେ

image


୪। ୨୦୧୪ ନିର୍ବାଚନରେ ମୋଦିଙ୍କ ବିଜୟ ପରେ

image


୫। କିରଣ ବେଦୀଙ୍କ ରାଜନୀତି

image


୬। ଆନ୍ନା ହଜାରେଙ୍କ ଲୋକପାଳ ବିଲ ପାଇଁ ଜନଆନ୍ଦୋଳନ ଉପରେ

image


୭। ମୋଦିଙ୍କର ବହୁ ଚର୍ଚ୍ଚିତ କୋଟ ଉପରେ

image


୮। ଅମିର ଖାନ ଓ କିରଣ ରାଓଙ୍କର ଅସହିଷ୍ଣୁତା ଟିପ୍ପଣୀ ଉପରେ

image


୯। ମୋଦି ଓ ଓବାମାଙ୍କ ବନ୍ଧୁତ୍ଵ ଉପରେ

image


୧୦। ଐଶ୍ଵର୍ଯ୍ୟା ରାୟଙ୍କ ବାଇଗଣି ଲିପଷ୍ଟିକ ଉପରେ

image


ଏହି ତାଲିକାଟି ଖୁବ ଛୋଟ। ପ୍ରତିଟି ବିଜ୍ଞାପନ ଏକୁ ଆରେକ।