ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ରେ ଇ-ଅଫିସ୍, ଗଦା ହୋଇ ରହିବ ନାହିଁ ଫାଇଲ୍

0

ଇ-ଗଭର୍ଣ୍ଣାସ୍ କୁ ସରକାର ବେଶ୍ ଗୁରୁତ୍ୱ ଦେଉଛନ୍ତି | ଏହାର ଅର୍ଥ ନୁହେଁ କେବଳ ଇଲୋକ୍ଟ୍ରୋନିକ୍ ଫର୍ମାଟ୍ ରେ ଅଫିସ୍ ବା ପ୍ରଶାସନିକ କାର୍ଯ୍ୟ କରିବା | ଇ-ଗଭର୍ଣ୍ଣାସ୍ ର ପ୍ରକୃତ ଲକ୍ଷ୍ୟ ହେଉଛି କିଭଳି ସାଧାରଣ ଲୋକଟିଏ ତୁରନ୍ତ ସରକାରୀ ସେବା ପାଇବ ଓ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ହେବ | ସାରା ଦେଶରେ ପାରମ୍ପରିକ ପଦ୍ଧତିରେ ଫାଇଲ୍ ଚାଷ ଛାଡି ଇ-ଅଫିସ୍ ଲାଗୁ କରିବାର ପ୍ରୟାସ ଜାରି ରହିଛି | ଓଡିଶା ମଧ୍ୟ ଏଥିରୁ ବାଦ୍ ପଡିନି | ଅନ୍ୟ ରାଜ୍ୟ ଭଳି ଓଡିଶା ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଇ-ଅଫିସରେ ପରିଣତ କରିଛି |

ଏହି ନିକଟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ର ଇ-ଅଫିସ୍ ଆରମ୍ଭ ହୋଇଛି | ଫାଇଲ୍ କାମ କିଭଳି କମ୍ପ୍ୟୁଟର ମାଧ୍ୟମରେ କରାଯାଇପାରିବ ସେଥିପାଇଁ ଏଥିରେ ବ୍ୟବସ୍ଥା ଅଛି | ଏଣିକି ଏହି ଦୁଇ ଅଫିସରେ ଫାଇଲ୍ ଗୁଡିକ କମ୍ପ୍ୟୁଟରିକୃତ ପ୍ରକ୍ରିୟାରେ ଗୋଟିଏ ଅଫିସରଙ୍କ ପାଖରୁ ଆଉ ଜଣେ ଅଫିସରଙ୍କୁ ଯିବ | କେଉଁଠି କିଏ ଖିଲାପି କରୁଛି, ତାହା ମଧ୍ୟ ଟ୍ରାକିଂ କରି ହେବ |

ପଢନ୍ତୁ - ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ : ‘ଇ-ଔଷଧୀ’ କରିବ ସହାୟତା

ଓଡିଶାର ମୁଖ୍ୟ ଶାସନ ସଚିବ ଏହି ଇ- ଅଫିସ୍ କୁ ଉଦଘାଟନ କରିବା ସମୟରେ କହିଥିଲେ,

ଅଧିକ ସ୍ୱଚ୍ଛ ପ୍ରଶାସନ, ତ୍ୱରିତ କାର୍ଯ୍ୟ ଓ ସମୟାନୁଯାୟୀ ସେବା ଯୋଗାଣ ଇ-ଅଫିସ ର ଲକ୍ଷ୍ୟ | ପ୍ରତ୍ୟେକ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଅଫିସ୍ ମାନଙ୍କରେ ଏହି ବ୍ୟବସ୍ଥାର ତ୍ୱରାନ୍ୱିତ କରିବା ପାଇଁ ସାଧାରଣ ପ୍ରଶାନିକ ବିଭାଗର କାର୍ଯ୍ୟଧାରା ଆଧୁନିକିକରଣ ସଂସ୍ଥା(ସି.ଏମ୍.ଜି.ଆଇ) ଓ ଏନଆଇସିକୁ କୁହାଯାଇଛି | ସାରା ରାଜ୍ୟରେ ଇ-ଅଫିସ୍ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ଉପରେ କାମ ବୋଝ କମିବ |

ପ୍ରଥମ ପର୍ଯ୍ୟାୟରେ ୨୦ଟି ଜିଲ୍ଲାରେ ଇ-ଅଫିସ୍ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହୋଇଛି | ୨୦୧୬ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଇ-ଅଫିସ୍ ରେ ପରିଣତ କରାଯିବ | ସି.ଏମ୍.ଜି.ଆଇ ଓ ଏନଆଇସି ଏଦିଗରେ କାମ କରୁଛନ୍ତି |

ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଲେ,

ଇ-ଅଫିସ୍ କାର୍ଯ୍ୟକାରୀ କରିବା ପାଇଁ ସବୁ କର୍ମଚାରୀ ତାଲିମ ପାଇଛନ୍ତି | ଏଥିରେ ନିର୍ଦ୍ଦେଶାଳୟର ୬୩ ଅଧିକାରୀ ଓ ୫ଟି ଉପବିଭାଗ ଏହି ବ୍ୟବସ୍ଥା ସହ ସମନ୍ୱିତ ହୋଇଛନ୍ତି | ଫଳରେ ଏବେ ଫାଇଲ୍ କାମ ଗୁଡିକ ସହଜରେ ହୋଇପାରିବ |

ଇପିକଲ୍ ର ୫୦୦ ଟି ଫାଇଲ୍ କୁ ସ୍କାନିଂ କରି ଏଥିରେ ସ୍ଥାନିତ କରାଯାଇଛି | ତେଣୁ ଇ-ଅଫିସ୍ ମାଧ୍ୟମରେ ହିଁ ଏସବୁ ଫାଇଲ୍ ର ପ୍ରୋସେସିଂ ଚାଲିପାରିବ | ଅଧିକାରୀ ଓ କର୍ମଚାରୀମାନେ ଲଗ୍ ଇନ୍ କରି ଏହି କାମ କରିବେ | ଏହା ସେମାନଙ୍କ କାମକୁ ମଧ୍ୟ ସହଜ କରିବ ଏବଂ ଫାଇଲ୍ ହଜିବା ଭଳି ଘଟଣା ହେବ ନାହିଁ | ଇ-ଅଫିସ୍ ଫଳରେ ନଥିପତ୍ର ସଂଖ୍ୟା ଧିରେ ଧିରେ କମିଯିବ |

ଆଉ କିଛି କାହାଣୀ -

1। ଓଡ଼ିଶା: ଯେଉଁଠି ମନ୍ଦିରର ପୂଜକ ଦଳିତ ମହିଳା

2। ସାମ୍ ପିଟ୍ରୋଡାଙ୍କ ଡିଜିଟାଲ୍ ଓଡିଶା ପ୍ଲାନ୍ : ସବୁ ଗାଁକୁ ଯିବ ଅପଟିକାଲ୍ ଫାଇବର କେବୁଲ୍

3। ଦେଶର ଶ୍ରେଷ୍ଠ ସ୍ମାର୍ଟ ସହର ଭୁବନେଶ୍ୱର

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories

Stories by Akhand