ବଡ଼ ସହରରେ ଏକୁଟିଆ ଭାବୁଥିବା ବ୍ୟକ୍ତିଙ୍କୁ ବେଙ୍ଗାଲୁରୁରେ ଓମ୍ନି (neighbourhood socialisation) ସେବା ଦେଉଛନ୍ତି ଓଡ଼ିଆ ପୁଅ

ବଡ଼ ସହରରେ ଏକୁଟିଆ ଭାବୁଥିବା ବ୍ୟକ୍ତିଙ୍କୁ ବେଙ୍ଗାଲୁରୁରେ ଓମ୍ନି (neighbourhood socialisation) ସେବା ଦେଉଛନ୍ତି ଓଡ଼ିଆ ପୁଅ

Monday December 07, 2015,

2 min Read

ବ୍ୟସ୍ତବହୁଳ ସମାଜବ୍ୟବସ୍ଥାରେ ପଡେ଼ାଶୀଙ୍କୁ ଜାଣିବାକୁ ବି କାହା ପାଖରେ ସମୟ ନାହିଁ । ଓଡ଼ିଶାର କଟକରେ ଜନ୍ମିତ ଜାକସନ ଫର୍ଣାଣ୍ଡିଜ୍ ନିଜ ସହରର ସଂସ୍କୃତିକୁ ବେଶ୍ ଭଲ ପାଇଥିଲେ, ଯେଉଁଠି ଲୋକେ ପରସ୍ପର ସହ ସମ୍ପର୍କ ରଖନ୍ତି ।

Balamurugan and Jackson Fernandez

Balamurugan and Jackson Fernandez


ଏ ସମ୍ପର୍କ ଖାଲି ସାମାଜିକ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ । ପାଖ ଅଞ୍ଚଳରେ କିଛି ଘଟଣା ଘଟିଲା, ପାଖରେ ଡାକ୍ତର, ଓକିଲ, ପାଣିମିସ୍ତ୍ରୀ, ରଙ୍ଗମିସ୍ତ୍ରୀ, ସ୍ଥାନୀୟ ସୂଚନା ବା କେଉଁଠି କ’ଣ ଅପରାଧ ଘଟିଲା ଏସବୁ ବିଷୟରେ ସେମାନେ ଆଲୋଚନା କରନ୍ତି ।

ଏନ୍ଆଇଟି ତ୍ରିଚିରେ ଇଂଜିନିୟରିଂ ଓ ଜାମସେଦପୁର ଜାଭିୟରରୁ ଏମବିଏ ପରେ ଜାକସନ୍ ବେଙ୍ଗାଲୁରୁ ଆସିଲେ। ତେବେ ଏଠାରେ ସେ ସେ କଟକର ସେ ପରିବେଶ ପାଇଲେନି । ଲୋକେ ବିଶ୍ୱସ୍ତରରେ ସମ୍ପର୍କିତ ଥିଲେ ଅଥଚ ଆଞ୍ଚଳିକ ସ୍ତରରେ ପରସ୍ପର ସହ ମିଶିପାରୁ ନଥିଲେ । ଏ ସମସ୍ୟାର ସମାଧାନ ପାଇଁ ଜାକସନ ଓମ୍ନି ସଂସ୍ଥା ସ୍ଥାପନ କଲେ ।

ଜାକସନ୍ କହନ୍ତି, “ଆମେ ବେଙ୍ଗାଲୁରୁ ପୁଲିସର ହେଲୋ ନେବର ସେବା ଦ୍ୱାରା ଉଦ୍ବୁଦ୍ଧ ହୋଇ ଓମ୍ନି ସେବା ଆରମ୍ଭ କଲୁ । ଏଥିରେ ସ୍ଥାନୀୟ ସର୍ବସାଧାରଣ ଏଜେନ୍ସି, ବିକ୍ରେତା, ସ୍ଥାନ, ଆଗ୍ରହ, ଲୋକ ଓ ଆଗନ୍ତୁକଙ୍କ ବିଷୟରେ ସୂଚନା ରହିଲା ।”

ଉଦ୍ୟୋଗର ଅୟମାରମ୍ଭ

ଆମେରିକାରେ ଷ୍ଟା୍ରଟେଜି କନ୍ସୁଲଟନ୍ଟ ଥିଲେ ଜାକସନ୍ । ନିଜର ଉଦ୍ୟୋଗ ସ୍ଵପ୍ନ ସାକାର କରିବାକୁ ସେ ଭାରତ ଫେରିଲେ । ତାଙ୍କ ପ୍ରଥମ ଷ୍ଟାର୍ଟଅପ୍ ଗ୍ରାବ୍ଅନ୍ ନିକଟରେ Snapdeal ଦ୍ୱାରା ଅଧିଗୃହୀତ ହୋଇଯାଇଛି । ୱେଗୋ ଡଟ୍ କମରେ ବି ସେ କିଛିଦିନ ହାତ ଦେଇଛନ୍ତି ।

ଜାକସନ୍ କହନ୍ତି, ‘ମୋର ନିରନ୍ତର ଆଗ୍ରହ ଯୋଗୁ ଓମ୍ନି ପ୍ରତିଷ୍ଠା ହେଲା । ନିକଟରେ ଏହା ବେଷ୍ଟ୍ ଇନୋଭେସନ୍ ଆୱାର୍ଡ ପାଇଛି ।’

ନିଜ ପରିବେଶରେ ସବୁବେଳେ ସଂପୃକ୍ତ ରହନ୍ତୁ

ଓମ୍ନି ଏକ ପ୍ରୋକ୍ସିମିଟି ପ୍ଲାଟ୍ଫର୍ମ ଯେଉଁଠି ନିଜ ପରିବେଶର ବିଭିନ୍ନ ଏଜେନ୍ସି ଓ ବ୍ୟବସାୟ ଆଦି ସମ୍ପର୍କ ସ୍ଥାପନ ସହଜ ହୋଇଥାଏ । ଏଥିରେ ଜଣେପାଣିମିସ୍ତ୍ରୀ, ବଢେ଼ଇ, କାମତୁଣୀ ଭଳି ସ୍ଥାନୀୟ ସେବା ବି ଖୋଜିପାରିବେ ।

ଜାକସନ୍ କହନ୍ତି-

ଆପଣ ନିଜ ପାଖପଡ଼ିଶାରେ ଥିବା ଜିନିଷ ଏଥିରେ ଖୋଜିପାରିବେ ଓ ଯୋଡ଼ି ମଧ୍ୟ ପାରିବେ । ଏଥିରେ ଦିଆଯାଉଥଇବା ସୂଚନା ବେଶ୍ ସ୍ଥାନୀୟ, ଆବଶ୍ୟକୀୟ । ଆମର ବହୁ ଭେଣ୍ଡର ପାର୍ଟନର ତାଙ୍କର ଗ୍ରାହକ ପାଇବା ଲାଗି ଏବେ ଓମ୍ନି ବ୍ୟବହାର କରୁଛନ୍ତି । ଏବେ ଇନ୍ଦିରାନଗର, କୋରାମଙ୍ଗଳ, ଜେପି ନଗର ଓ ହ୍ୱାଇଟ୍ଫିଲ୍ଡ ଭଳି ଅଞ୍ଚଳରେ ଆମର ବେଶ୍ ପ୍ରଭାବ ଅଛି । ଆମେ ଅଧିକ ଉନ୍ନତ କାପାବିଲିଟଜ୍ ଓ ସମ୍ପର୍କ ଅପ୍ସନ୍ ଏଥି ସହ ଯୋଡ଼ୁଛୁ ।

ମାତ୍ର କିଛି ସପ୍ତାହ ମଧ୍ୟରେ ଓମ୍ନି ୧୦୦୦ରୁ ଅଧିକ ବ୍ୟବହାରକାରୀ ଓ ୧୨୦୦ରୁ ଅଧିକ ଭେଣ୍ଡରଙ୍କ ସହ ସମ୍ପର୍କ ଯୋଡ଼ିସାରିଛି । ବର୍ତମାନ ଏହି ଷ୍ଟାର୍ଟ-ଅପରେ ୧୦ ଜଣ ସଦସ୍ୟ କାର୍ଯ୍ୟ କରୁଛନ୍ତି ।

ସେ କହନ୍ତି, ଆଗକୁ ଦେଶର ୯-୧୦ଟି ସହରରେ ଓମ୍ନି ସେବା ଆରମ୍ଭର ଲକ୍ଷ୍ୟ ରଖିଛି ।

Check out Omni.