ବିଳାସ ସାମଗ୍ରୀର ଇ-ବାଣିଜ୍ୟକୁ ଅଧିକ ଷ୍ଟାଇଲିସ କରୁଛି ପ୍ରିୟା ସଚଦେବଙ୍କ RocknShop

ବିଳାସ ସାମଗ୍ରୀର ଇ-ବାଣିଜ୍ୟକୁ ଅଧିକ ଷ୍ଟାଇଲିସ କରୁଛି ପ୍ରିୟା ସଚଦେବଙ୍କ RocknShop

Saturday November 07, 2015,

3 min Read

ବିଳାସ ସାମଗ୍ରୀ ଗୁଡିକର ବ୍ୟବସାୟକୁ ଇ-ବାଣିଜ୍ୟ ଏକ ନୂଆ ଦିଗନ୍ତ ଦେଇଛି। ତା ସହ ବ୍ୟବସାୟର ଗତିକୁ ମଧ୍ୟ ତ୍ଵରାନିତ କରିଛି। ଏହି କ୍ଷେତ୍ରର ଜଣେ ସଫଳ ଉଦ୍ୟୋଗୀ ହେଲେ ଲୋକପ୍ରିୟ ରିଟେଲ ଚେନ Kitschର ମାଲିକ ପ୍ରିୟା ସଚଦେବ। ଇ-ବାଣିଜ୍ୟ ସହାୟତାରେ ପ୍ରିୟା ନିଜ ବ୍ୟବସାୟକୁ ଏକ ନୂତନ ସ୍ତରକୁ ନେଇ ପାରିଛନ୍ତି। Kitschର ଅନଲାଇନ ଅବତାର ହେଉଛି knshop.com। ଲଣ୍ଡନସ୍ଥିତ ୟୁନିଭରସିଟି କଲେଜରୁ ନିଜ ଶିକ୍ଷା ଶେଷ କଲା ପରେ ପ୍ରିୟା ଅର୍ଥନୈତିକ ସଂସ୍ଥା Credit Suisseରେ କାର୍ଯ୍ୟ କରିଥିଲେ। ଫ୍ୟାଶନ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ଆଉ ଏହାର ଫଳଶ୍ରୁତି ହେଉଛି Rock-n-Shop। ପ୍ରିୟାଙ୍କ ସହ YourStoryର ଏକ ଅନ୍ତରଙ୍ଗ ଆଳାପ।

image


Kitsch ପ୍ରତିଷ୍ଠା ପାଇଁ ଆପଣ କେଉଁଠାରୁ ପ୍ରେରଣା ପାଇଥିଲେ ଓ ଏହାକୁ କିପରି RocknShop ସ୍ତରକୁ ନେଇପାରିଥିଲେ?

Rocknshop ହେଉଛି Kitschର ଏକ ବର୍ଦ୍ଧିତ କଳେବର। ଭାରତରେ ବ୍ୟବସାୟର ଭବିଷ୍ୟତ ହେଉଛି ଇ-ବାଣିଜ୍ୟ। rocknshop.comର ସଫଳତାର ଉତ୍ସ ହେଉଛି Kitsch।

ଆପଣଙ୍କ ବ୍ୟବସାୟିକ ସଫଳତା ପଛରେ କିଛି ମନ୍ତ୍ର ରହିଛି କି?

ମୋ ପାଇଁ ବ୍ୟବସାୟିକ ମନ୍ତ୍ର ହେଲା ସବୁବେଳେ କିଛି ନୂଆ ଶିଖିବା ଓ ନିଜ ସ୍ଵପ୍ନ ଦିଗରେ ଅଗ୍ରସର ହେବା।

ବିଳାସ ସାମଗ୍ରୀର ବ୍ରାଣ୍ଡ ମାନଙ୍କୁ ଅନଲାଇନ ବ୍ୟବସାୟ ପାଇଁ ଆପଣ କିପରି ବୁଝାଇ ପାରିଥିଲେ?

ଏହା ଏତେ କଠିନ ନଥିଲା। ଏହି ବ୍ରାଣ୍ଡମାନଙ୍କର ସାମଗ୍ରୀ ଆଗରୁ ଆମ ଷ୍ଟୋର ଗୁଡିକରେ ଉପଲବ୍ଧ ଥିଲା। ସେମାନେ ଆମକୁ ଆଗରୁ ଜାଣିଥିଲେ ଓ ବିଶ୍ଵାସ ମଧ୍ୟ କରୁଥିଲେ।

ଫ୍ୟାଶନ କ୍ଷେତ୍ରରେ ଅନେକ ବିଶେଷ(ସ୍ପେସିଆଲିଟି) ବୁଟିକ କାମ କରୁଛନ୍ତି। ସେମାନେ ଇ-ବାଣିଜ୍ୟ କରୁଥିବା ବ୍ରାଣ୍ଡ ମାନଙ୍କ ଠାରୁ କିପରି ଭିନ୍ନ?

image


ଏହି ବୁଟିକ ମାନେ ନିଜ ଢଙ୍ଗରେ ନିଆରା ଓ ମାର୍ଜିତ। ସେମାନଙ୍କ ସଂଖ୍ୟା ଅଧିକ ନୁହେଁ କିମ୍ବା ଅଧିକ ଚାହିଦା ମେଣ୍ଟାଇବା ପାଇଁ ସେମାନେ ସକ୍ଷମ ନୁହନ୍ତି। ହେଲେ, ଫ୍ୟାଶନକୁ ଆଗେଇ ନେବାରେ ସେମାନଙ୍କ ଭୂମିକା ନିଶ୍ଚିତ ଭାବେ ଗୁରୁତ୍ଵପୂର୍ଣ। ସେମାନେ ନିଜ ଉତ୍ପାଦର ଗୁଣବତ୍ତା ଓ ଗ୍ରାହକମାନଙ୍କ ସନ୍ତୋଷ ଉପରେ ଅଧିକ ଧ୍ୟାନ ଦିଅନ୍ତି।

ଆପଣଙ୍କ ଭଉଣୀ ଆପଣଙ୍କ ବ୍ୟବସାୟରେ ଜଣେ ଅଂଶୀଦାର। ବ୍ୟବସାୟର ଦାୟିତ୍ଵକୁ ଆପଣମାନେ ନିଜ ଭିତରେ କିପରି ବାଣ୍ଟନ୍ତି?

କେଉଁ ବିଷୟରେ କାହାର ଅଭିଜ୍ଞତା ଓ ଦକ୍ଷତା ଅଧିକ, ସେହି ଅନୁସାରେ ହିଁ ଆମେ ପରସ୍ପର ମଧ୍ୟରେ କାମ ବାଣ୍ଟି ଥାଉ। ସଂସ୍ଥାର ନିତିଦିନ କାମରେ ଚାରୁ ଅଧିକ ସକ୍ରିୟ। ମୁଁ ସଂସ୍ଥାର ସୃଜନଶୀଳତା ଓ ଇ-ବାଣିଜ୍ୟ ବିଭାଗରେ ଅଧିକ ସମୟ ଦିଏ।

ନିଜ ପରିବାର ଲୋକଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କରିବାର ଅନୁଭୂତି କିପରି ଥିଲା? ଏହା ଆପଣଙ୍କୁ କିଛି ଶିକ୍ଷା ଦେଇଛି କି?

ପରିବାର ଲୋକଙ୍କ ସହ ବ୍ୟବସାୟ ଆରମ୍ଭ କଲେ କାମରୁ ବିଶ୍ରାମ ମିଳିବା କଷ୍ଟ। ଅନେକ ସମୟରେ ଅଫିସରେ ଅଫିସର କାମ ସରେ ନାହିଁ। ବଳକା କାମକୁ ଘରେ ସାରିବାକୁ ପଡ଼େ।

ଜଣକୁ ନିଯୁକ୍ତି ଦେଲା ବେଳେ ଆପଣ ତାଙ୍କ ଭିତରେ କି କି ଗୁଣ ଲକ୍ଷ୍ୟ କରନ୍ତି?

ଆତ୍ମବିଶ୍ଵାସ, ପରମ୍ପରିକତାରୁ ବାହାରି ଯାଇ କିଛି ନୂଆ ଭାବି ପାରୁଥିବାର କ୍ଷମତା ଓ ବିଭିନ୍ନ କ୍ଷେତ୍ରରେ କାମ କରିଥିବାର ଅଭିଜ୍ଞତା।

RocknShop ପ୍ରତିଷ୍ଠା ସମୟରୁ ଆଜି ଯାଏ ଆପଣ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଓ ସେମାନଙ୍କୁ ଆପଣ କିପରି ସାମ୍ନା କରିଛନ୍ତି?

ଯେକୌଣସି ବ୍ୟବସାୟ ଆରମ୍ଭ କଲେ ସମସ୍ୟା ତ ରହିବ। ଏହା ବଡ କଥା ନୁହେଁ। ଗୁରୁତ୍ଵପୂର୍ଣ କଥାଟି ହେଲା ସମସ୍ୟାକୁ ସାମ୍ନା କରିପାରିବେ ବୋଲି ନିଜ ଭିତରେ ବିଶ୍ଵାସ ରହିବା ଦରକାର।

Kitsch ଆରମ୍ଭ କରିବା ପୂର୍ବରୁ ଆପଣ କଣ କରୁଥିଲେ? ଜଣେ ଉଦ୍ୟୋଗପତି ହେବା ପାଇଁ ଆପଣ କାହିଁକି ସ୍ଥିର କଲେ?

Kitsch ପୂର୍ବରୁ ମୁଁ ବୋଷ୍ଟନ ସ୍ଥିତ CSFB ସଂସ୍ଥାରେ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ଭାବେ କାମ କରିଥିଲି। ଏହା ପରେ ମୁଁ ବାପାଙ୍କ ମୋଟର ଯନ୍ତ୍ରାଂଶର ଖୁଚୁରା ବ୍ୟବସାୟରେ ମଧ୍ୟ କାମ କରିଛି।

ବିଳାସ ସାମଗ୍ରୀର ଇ-ବାଣିଜ୍ୟ କ୍ଷେତ୍ରଟି ଅତ୍ୟନ୍ତ ପ୍ରତିଦ୍ୱନ୍ଦିତାମୂଳକ। RocknShop ନିଜ ପ୍ରତିଦ୍ଵନ୍ଦୀମାନଙ୍କ ଠାରୁ କିପରି ଅଲଗା?

ବର୍ତ୍ତମାନ ଏହି କ୍ଷେତ୍ରଟି ଏତେ ପ୍ରତିଦ୍ୱନ୍ଦିତାମୂଳକ ନୁହେଁ। ମାତ୍ର ମୁଁ ନିଶ୍ଚିତ ଯେ ଖୁବ ଶୀଘ୍ର ଏହି କ୍ଷେତ୍ରରେ ନୂଆ ଲୋକମାନେ ପ୍ରବେଶ କରଇବେ। ଇ-ବାଣିଜ୍ୟ କ୍ଷେତ୍ରଟି ଦ୍ରୁତ ଗତିରେ ଆଗକୁ ବଢୁଛି।

RocknShop ପାଇଁ ଆପଣ କି କି ପ୍ରଚାର ପ୍ରସାର ମୂଳକ ପଦକ୍ଷେପ ନେଇଛନ୍ତି? ଏ ବିଷୟରେ ଅନ୍ୟ ଉଦ୍ୟୋଗପତି ମାନଙ୍କୁ ଆପଣ କି ଉପଦେଶ ଦେବାକୁ ଚାହିଁବେ?

ସଠିକ ଯୋଗାଯୋଗ ହିଁ ଆପଣଙ୍କ ପ୍ରଚାର ପ୍ରସାରକୁ ବଳିଷ୍ଠ କରିପାରିବ। ଠିକ ତଥ୍ୟକୁ ଠିକ ମଧ୍ୟମର ନିଜ ଗ୍ରାହକ ମାନଙ୍କ ପାଖରେ ପହଞ୍ଚାଇବାକୁ ପଡିବ।

ମହିଳା ଉଦ୍ୟୋଗପତି ମାନଙ୍କୁ ଉତ୍ସାହିତ କରିବା ପାଇଁ କିଛି କହିବେ କି?

ନିଜ ଭିତରେ ଥିବା ବ୍ୟବସାୟ କରିପାରିବା ଗୁଣ ଉପରେ ଭରସା ରଖନ୍ତୁ ଓ ନିଜ ସ୍ଵପ୍ନ ଦିଗରେ ଆଗକୁ ବଢିବା ପାଇଁ କାମ କରନ୍ତୁ।