ନ୍ୟାୟ ପାଇବା ପାଇଁ ୧୦୦୦ କିମି ଚାଲିଥିଲେ, ସୁଷମାଙ୍କ ଉଦ୍ୟମରେ ଘରକୁ ଫେରିଲେ

ନ୍ୟାୟ ପାଇବା ପାଇଁ ୧୦୦୦ କିମି ଚାଲିଥିଲେ, ସୁଷମାଙ୍କ ଉଦ୍ୟମରେ ଘରକୁ ଫେରିଲେ

Thursday December 08, 2016,

2 min Read

୪୮ ବର୍ଷୀୟ ଜଗନ୍ନାଥ ସେଲଭାରାଜ ଗତ ଦୁଇ ବର୍ଷ ଧରି ସଂଘର୍ଷ କରୁଥିଲେ ନିଜ ଘରକୁ ଫେରିବା ପାଇଁ। ଘର ଫେରନ୍ତା ବିମାନ ଟିକେଟ କିଣିବାକୁ ଅନୁମତିର ପ୍ରାର୍ଥନା ନେଇ ଦୁବାଇର କୋର୍ଟ ଦ୍ଵାରସ୍ଥ ହେଇଥିଲେ। ଗତ ଦୁଇ ବର୍ଷ ଭିତରେ ସେ କୋର୍ଟକୁ ଯିବା ଆସିବା କରି ପ୍ରାୟ ୧୦୦୦ କିଲୋମିଟର ଚାଲିଥିଲେ। ଆଜି ସେ ଘରକୁ ଫେରିପାରିଛନ୍ତି।

Image : (L) – <a href=

Image : (L) –

Khaleej Times; (R) – Twittera12bc34de56fgmedium"/>

ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ଵରାଜ ସରକାରୀ ସହାୟତା ଦେଇ ସେଲଭାରାଜଙ୍କୁ ତାଙ୍କର ଗାଁ, ତାମିଲନାଡୁର ତିରୁଚିରାପଲ୍ଲୀକୁ ଫେରାଇ ଆଣିଛନ୍ତି। ସ୍ଵରାଜ ବର୍ତ୍ତମାନ କିଡନୀ ଖରାପ ହୋଇଥିବାରୁ AIIMS ଠାରେ ଚିକିତ୍ସାଧୀନ ଅଛନ୍ତି। ସେ ଗତ ସପ୍ତାହ ହସପିଟାଲରେ ଥିବା ଅବସ୍ଥାରେ ହିଁ ଗଣମାଧ୍ୟମର ଏ ନେଇ ରିପୋର୍ଟ ଦେଖିସାରିବା ପରେ ଦୁବାଇରେ ଥିବା ଭାରତୀୟ କନସୁଲେଟ ଠାରୁ ଏହା ସମ୍ବନ୍ଧରେ ବିସ୍ତୃତ ବିବରଣୀ ମଗାଇଥିଲେ ବୋଲି ପିଟିଆଇ ସୂତ୍ରରୁ ଜଣା।

ସୁଷମା ପରେ ଟୁଇଟ କରିଥିଲେ ଯେ,

ଆମେ ସେଲଭାରାଜଙ୍କୁ ଭାରତ ଫେରାଇ ଆଣି ତାଙ୍କ ଗାଁକୁ ପଠାଇଦେଇଛୁ। ସେ ଗତ ବର୍ଷ ୨୦ ଥର ଦୁବାଇ କୋର୍ଟର ଦ୍ଵାରସ୍ଥ ହେଇଥିଲେ, ଯାହାକୁ ଦୂରତାରେ ମାପିଲେ ୧୦୦୦ କିଲୋମିଟର ହେବ।

ଏକ ଦୁର୍ଘଟଣାରେ ସେଲଭାରାଜଙ୍କ ମାଁ ଙ୍କର ନିଧନ ହେବା ପରେ ସେ ଘରକୁ ଫେରିଆସିବାକୁ ଚାହିଁଥିଲେ। କିନ୍ତୁ ତାଙ୍କୁ ନିଜ ମାଁ ଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ମଧ୍ୟ ଛୁଟି ମିଳିନଥିଲା। 

“ମୋର କେସ ନମ୍ବର ୮୨୬ ଥିଲା। ଦୁବାଇ କୋର୍ଟକୁ ପହଞ୍ଚିବା ପାଇଁ ମୋତେ ଦୁଇ ଘଣ୍ଟା ସମୟ ଲାଗୁଥିଲା। ମୁଁ ଶୁଣାଣି ଥିବା ଦିନ ଭୋର ଚାରିଟା ସମୟରେ ଉଠି ଦୁଇ ଘଣ୍ଟା ଚାଲି କୋର୍ଟରେ ପହଞ୍ଚେ। ପ୍ରତି ୧୫ ଦିନରେ ଠାରେ ଶୁଣାଣି ଥାଏ। ବସ କିମ୍ବା ଟ୍ଯାକ୍ସିରେ ଯିବା ପାଇଁ ମୋ ପାଖରେ ପଇସା ନଥାଏ, “ ସେଲଭାରାଜ ଖଲିଜ ଟାଇମସକୁ କୁହନ୍ତି।

ସେ ସୋନାପୁରରେ ଥିବା ଏକସର୍ବସାଧାରଣ ପାର୍କରେ ରହୁଥିଲେ। କରମାରେ ଥିବା କୋର୍ଟକୁ ପହଞ୍ଚିବା ପାଇଁ ବସଭଡ଼ା ମାତ୍ର କିଛି ଦିରହାମ ଲାଗେ, କିନ୍ତୁ ସେଲଭାରାଜଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ସେତକ ନଥିଲା। ତେଣୁ ସେ ବାଧ୍ୟ ହୋଇ କୋର୍ଟ ଶୁଣାଣି ଦିନ ଯିବା ଆସିବା ହୋଇ ଚାରି ଘଣ୍ଟା ଚାଲୁଥିଲେ।