ଏନଜିଓଙ୍କୁ ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱ, ଓପୋଲଫେଡ୍ ଯୋଗାଇବ ଅଣ୍ଡା

ଏନଜିଓଙ୍କୁ ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱ, ଓପୋଲଫେଡ୍ ଯୋଗାଇବ ଅଣ୍ଡା

Friday February 12, 2016,

3 min Read

ସ୍ୱେଚ୍ଛାସେବୀ ସଂଗଠନ(ଏନଜିଓ)ମାନଙ୍କ ପାଇଁ ଗୋଟିଏ ଭଲ ଖବର | ଓଡିଶାରେ ଥିବା ବିଭିନ୍ନ ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଏବେ ସେମାନଙ୍କୁ ସଂପୂର୍ଣ ଭାବେ ଦାୟିତ୍ୱ ଦିଆଯିବ | ଏ ନେଇ ସରକାର ବିଧିବଧ ମାର୍ଗଦର୍ଶିକା ପ୍ରକାଶ କରିଛନ୍ତି | ଦୀର୍ଘଦିନ ହେଲା ଶିକ୍ଷକମାନେ ଏହି ଦାୟିତ୍ୱ ନେଇଥିଲେ | ସେମାନଙ୍କୁ ହଇରାଣ ହରକତ ହେବାକୁ ପଡୁଥିଲା | ଏଥିର ସେମାନେ ଏହି କାମରୁ ମୁକ୍ତ ହେବା ସହ ଶିକ୍ଷାଦାନରେ ଅଧିକ ସମୟ ଦେଇପାରିବେ |

image


ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ

ଅତି କମ୍ ରେ ୧୦ଟି ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବାର କ୍ଷମତା ଥିବା ସଂସ୍ଥାକୁ ଏହି କାର୍ଯ୍ୟରେ ସାମିଲ କରାଯିବ | ୧୦ଟି ସ୍କୁଲରେ ପିଲାସଂଖ୍ୟା ଅନୁସାରେ ମୁଣ୍ଡପିଛା ୧୦ ଟଙ୍କା କରି ଅଗ୍ରୀମ ଦେବାକୁ ପଡିବ | ରାଜ୍ୟ ସରକାରଙ୍କ ଖାଦ୍ୟ ତାଲିକା ଅନୁଯାୟୀ ଏନଜିଓଗୁଡିକ ଖାଦ୍ୟ ପ୍ରସ୍ତୁତ କରିବେ |

ପଢନ୍ତୁ - ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ରେ ଇ-ଅଫିସ୍, ଗଦା ହୋଇ ରହିବ ନାହିଁ ଫାଇଲ୍

କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡିକ ପାଇଁ ଜାରି ହୋଇଥିବା ନୂତନ ମଧ୍ୟାହ୍ନ ଭୋଜନ ନୀତି ଅନୁଯାୟୀ ସବୁ ରାଜ୍ୟରେ ଏହି ନୀତି କରାଯାଇଛି | ପୁଣି ଶିକ୍ଷା ଅଧିକାର ଆଇନ -୨୦୦୯କୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ | ତେଣୁ ସମାଜସେବୀ ସଂସ୍ଥାଗୁଡିକୁ ଦେଲେ, ଏହା ସଫଳ ହେବ ବୋଲି ଆଶା ରହିଛି |

ଏଥିପାଇଁ ସରକାର କିଛି ସର୍ତ୍ତାବଳୀ ରଖିଛନ୍ତି | ମାର୍ଗଦର୍ଶିକାରେ କୁହାଯାଆଇଛି –

ସଂସ୍ଥାଗୁଡିକର ଅତିକମ୍ ରେ ଦୁଇ ବର୍ଷର ଅଭି‌ଜ୍ଞତା ଥିବ | ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଠାରୁ ଲାଇସେନ୍ସ ଦେବାକୁ ପଡିବ | ପୁଣି ସଂସ୍ଥାଟି ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ୧୮୬୦ ଅନୁସାରେ ପଂଜିକୃତ ହୋଇଥିବା ଆବଶ୍ୟକ |

ସର୍ତ୍ତାବଳୀ ପୂରଣ କରୁଥିବା ସଂସ୍ଥାମାନଙ୍କୁ ଅତି କମ୍ ରେ ୧୦ଟି ସ୍କୁଲ ପରିଚାଳନା ଦାୟିତ୍ୱ ଦିଆଯିବ | ତେବେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ସଂସ୍ଥାମାନେ ତୃତୀୟ ପକ୍ଷକୁ ଦାୟିତ୍ୱ ହସ୍ତାନ୍ତର କରିପାରିବେ ନାହିଁ | ସଂସ୍ଥାର ଖର୍ଚ୍ଚ ପ୍ରତିବର୍ଷ ସରକାରୀ ଅଧିକାରୀ ସମୀକ୍ଷା ହେବ | ଖର୍ଚ୍ଚ ଓ ମଧ୍ୟାହ୍ନ ଭୋଜନ ନିୟମିତ ତଦାରଖ କରାଯିବ | ଖାଦ୍ୟର ଗୁଣବତ୍ତା ଓ ପରିମାଣ ନିୟମିତ ବ୍ୟବଧାନରେ ଯାଂଚ କରାଯିବ | ତେବେ ଏଥିରେ ଖିଲାପ କଲେ ସଂସ୍ଥା ବିରୋଧରେ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ରଂଜନା ଚୋପ୍ରା |

image


ସ୍କୁଲରେ ଏନଜିଓଙ୍କ କାମକୁ ତଦାରଖ କରିବା ପାଇଁ ଏକ ତଦାରଖ କମିଟି କରାଯାଇଛି | ରାଜ୍ୟ ସ୍ତରୀୟ ତଦାରଖ କମିଟିରେ ବିଭାଗୀୟ ସଚିବ ମୁଖ୍ୟ ଅଧ୍ୟକ୍ଷ ଭାବେ ରହିବେ |

ଓପୋଲଫେଡ୍ ଅଣ୍ଡା

ମଧ୍ୟାହ୍ନ ଭୋଜନ ସମ୍ପର୍କରେ ଆଉ ଏକ ବଡ ନିଷ୍ପତି ହୋଇଛି | ଏଣିକି ସରକାରୀ ସଂସ୍ଥା ଓପୋଲଫେଡ୍ ସ୍କୁଲଗୁଡିକୁ ଫାର୍ମ ଫ୍ରେସ୍ ଅଣ୍ଡା ଯୋଗାଇବ | ଆଗରୁ ଘରୋଇ ସଂସ୍ଥାଠାରୁ ଅଣ୍ଡା କିଣାଯାଉଥିଲା | ବୁଧବାର ଓ ଶନିବାର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉଛି | ତେଣୁ ଦିନେ ଦୁଇ ଦିନ ପୂର୍ବରୁ ଓପୋଲଫେଡ୍ ଏଜେଣ୍ଟମାନେ ସ୍କୁଲରେ ତଟକା ଅଣ୍ଡା ପହଁଚାଇବେ |

image


ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି

ଓପୋଲଫେଡ୍ ବାହାରୁ ଅଣ୍ଡା କିଣି ଦେଇପାରିବ ନାହିଁ | ଅଣ୍ଡା ବାବଦ ଅର୍ଥ ଇ-ଟ୍ରାନ୍ସଫର ଯୋଗେ ପ୍ରଦାନ କରାଯିବ | ପ୍ରଧାନ ଶିକ୍ଷକ ଆବଶ୍ୟକ ଅଣ୍ଡା ସମ୍ପର୍କରେ ପୂର୍ବରୁ ସୂଚନା ଦେବେ ଓ ବଜାର ଦର ଠାରୁ କମ୍ ଦରରେ ଓପୋଲଫେଡ୍ ଅଣ୍ଡା ଯୋଗାଇବ |

ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ପାଇଁ ସରକାରଙ୍କ ଏ ସବୁ ବ୍ୟବସ୍ଥା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି |

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ବସ୍ତି ମହିଳାଙ୍କୁ ମାଗଣା ଗାଡ଼ିଚାଳନା ଶିଖାଉଛି CCWD

2। କେନ୍ଦ୍ରୀୟ ଯୋଜନାରେ ଓଡିଶାରେ ଦିନକୁ ନିର୍ମାଣ ହେଉଛି ୧୬୮୦ ଘର

3। ଦୁଇ ଝିଅଙ୍କ ସଂଘର୍ଷର କାହାଣୀ, ଅଭାବ ଭିତରେ ଦେଖୁଛନ୍ତି ସଫଳତାର ସ୍ୱପ୍ନ