ଏ ଦଶକ ଭାରତରେ ଉଦ୍ୟୋଗୀଙ୍କର: ନାରାୟଣ ମୂର୍ତ୍ତୀ

ଏ ଦଶକ ଭାରତରେ ଉଦ୍ୟୋଗୀଙ୍କର: ନାରାୟଣ ମୂର୍ତ୍ତୀ

Thursday January 14, 2016,

1 min Read

ଦେଶରେ StartUp ଲାଗି ବାତାବରଣ ସୃଷ୍ଟି, ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଅଭିଯାନ ଶୁଭାରମ୍ଭର କିଛିଦିନ ପୂର୍ବରୁ ଇନଫୋସିସର ସହ-ପ୍ରତିଷ୍ଠାତା ଓ ଭେଞ୍ଚର ଇନଭେଷ୍ଟର ଏନ୍ ଆର୍ ନାରାୟଣ ମୂର୍ତ୍ତୀ କହିଛନ୍ତି ଯେ ଦେଶରେ ‘ଉଦ୍ୟୋଗୀଙ୍କ ଦଶକ’ କରିବାକୁ ସମୟ ପ୍ରକୃଷ୍ଟ ରହିଛି ।

N R Narayana Murthy

N R Narayana Murthy


ମୁମ୍ବାଇରେ ICSI କାର୍ଯ୍ୟକ୍ରମ ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି, ‘ମୁଁ ଭାବୁଛି ଉଦ୍ୟୋଗୀମାନଙ୍କ ଗ୍ରହଚଳନ ଏବେ ଭଲ ରହିଛି ଏବଂ ଏ ଦଶନ୍ଧି ସେମାନଙ୍କର ହେବାକୁ ଯାଉଛି ।’ ସେ କହିଛନ୍ତି ଯେ ଦେଶରେ ଏବେ ଏଡେ଼ ସୁନ୍ଦର ସୁଯୋଗ ରହିଛି ଯେ ଉଦ୍ୟୋଗୀମାନଙ୍କ ଉତ୍ସାହ ବଢ଼ିଯିବ ।

Catamaran Ventures ନାମରେ ଭେଞ୍ଚର ଇନଭେଷ୍ଟିଂ ଫାର୍ମ ଚଳାଉଥିବା ମୂର୍ତ୍ତୀ ପୁଣି କହିଛନ୍ତି, ‘ବର୍ତ୍ତମାନ ବହୁତ ଭେଞ୍ଚର କ୍ୟାପିଟାଲ ଉପଲବ୍ଧ ଏବଂ ସରକାର ବି ସେସବୁ ଉଦ୍ୟୋଗୀଙ୍କ ହାତପାହାନ୍ତାକୁ ଆଣିବାକୁ ପ୍ରୟାସ କରୁଛନ୍ତି । ଜାନୁଆରି ୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଥିବା ବେଳେ ସରକାରଙ୍କର ଏ ଉଦ୍ୟମକୁ ସେ ସ୍ଵାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କର ସ୍ଵାଧୀନତା ଦିବସ ଅଭିଭାଷଣରେ ‘ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ’ ଅଭିଯାନ ଘୋଷଣା କରିଥିଲେ । ଏହା ମାଧ୍ୟମରେ ଷ୍ଟାର୍ଟଅପଗୁଡ଼ିକ ବ୍ୟାଙ୍କ ଋଣ ପାଇବା ସହ ରିହାତି ପାଇବେ ଏବଂ ଦେଶରେ ନିଯୁକ୍ତି ବଢ଼ିବ ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ପରେ କହିଥିଲେ ଯେ ଅଭିଯାନ ଶୁଭାରମ୍ଭ ସମୟରେ ମୋଦି ଅଧିକ କାର୍ଯ୍ୟକ୍ରମର ଘୋଷଣା କରିବେ । ଷ୍ଟାର୍ଟଅପ୍ ସଂଖ୍ୟା ଦୃଷ୍ଟିରୁ ଆମେରିକା, ଇଂଲଣ୍ଡ ଓ ଚାଇନା ପଛକୁ ଭାରତ ଚତୁର୍ଥ ସ୍ଥାନରେ ରହିଛି ।