ଜୟଲଳିତା ଓ ଅମ୍ମା ବ୍ରାଣ୍ଡ

ଜୟଲଳିତା ଓ ଅମ୍ମା ବ୍ରାଣ୍ଡ

Tuesday December 06, 2016,

2 min Read

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ସ୍ବର୍ଗତଃ ଜୟଲଳିତା ତାଙ୍କର ଛାପ ଛାଡିଯାଇଛନ୍ତି ‘ଅମ୍ମା’ ବ୍ରାଣ୍ଡରେ ମିଳୁଥିବା ଅନେକ କିଛି ମାଗଣା ଜିନିଷ ଏବଂ ବିଭିନ୍ନ ଜନପ୍ରିୟ ଯୋଜନାରେ। ଏହିସବୁ ଯୋଜନା ଜରିଆରେ ସେ ତାମିଲନାଡୁର ଜନସାଧାରଣଙ୍କର ମନ ମୋହିନେଇଥିଲେ ଓ ଘୋର ପ୍ରତିଦ୍ଵନ୍ଦୀ କରୁଣାନିଧିଙ୍କୁ ନିର୍ବାଚନ ଦୌଡରେ ପଛରେ ପକାଇଦେଇଥିଲେ।

Image : <a href=

Image :

LinkedIna12bc34de56fgmedium"/>

ଅମ୍ମା କ୍ୟାଣ୍ଟିନ ଠାରୁ ଆରମ୍ଭ କରି ଅମ୍ମା ଜିମ ଓ ପାର୍କ, ଧୀରେ ଧୀରେ ଜୟଲଳିତା ଓ ଅମ୍ମା ବ୍ରାଣ୍ଡ ସମାର୍ଥବୋଧକ ହେଇଯାଇଥିଲା।

ଯଦିଓ କରୁଣାନିଧି ଏହି ମାଗଣା ଉପହାର ବା ଫ୍ରୀବି ଯୋଗାଇବା ଆରମ୍ଭ କରିଥିଲେ କିନ୍ତୁ ଜୟଲଳିତା ୨୦୧୧ ଓ ୨୦୧୬ରେ ମତଦାତାଙ୍କ ଉପରେ ମାଗଣା ଉପହାରର ବର୍ଷା କରି ଏହି କଳାକୁ ଆୟତ୍ତ କରିପାରିଥିଲେ। ସେ କିନ୍ତୁ ଏପରି ଉପହାରର ସଜ୍ଞାକୁ ବଦଳାଇ ତାକୁ ଗରୀବ ଓ ପଛୁଆ ବର୍ଗର ଲୋକଙ୍କ ହିତ ପାଇଁ ସରକାର ଏକଦମ ମାଗଣା ଯୋଗାଉଥିବା ସୁବିଧା ଭାବରେ ପରିଣତ କରିଥିଲେ।

image


୨୦୦୬ରେ କରୁଣାନିଧି ଅନ୍ୟାନ୍ୟ ଯୋଜନା ସହ ମାଗଣା ରଙ୍ଗୀନ ଟିଭି ଦେବାର ଯୋଜନା ଆରମ୍ଭ କରିଥିଲେ। ଏହା ଏକ ମାଷ୍ଟର ଷ୍ଟ୍ରୋକ ଭିନ୍ନ କିଛି ନଥିଲା। ଏହି ସବୁ ଯୋଜନା ପିଠିରେ ଚଢି ଡ଼ିଏମକେ ଜିତର ସ୍ଵାଦ ଚାଖିପାରିଥିଲା। କିନ୍ତୁ ଜୟଲଳିତା ନିଜର ଅମ୍ମା ବ୍ରାଣ୍ଡରେ ଜନକଲ୍ୟାଣ ଯୋଜନା ସବୁ ଆରମ୍ଭ କରି ୨୦୧୧ ଓ ୨୦୧୬ରେ କରୁଣାନିଧିଙ୍କୁ ପଛରେ ପକାଇ ବିଜୟୀ ହେଇଥିଲେ।

୨୦୧୧ର ନିର୍ବାଚନରେ ଜୟଲଳିତା ମାଗଣା ଚାଉଳ, ଶିକ୍ଷାର୍ଥୀ ମାନଙ୍କୁ ମାଗଣା ଲାପଟପ, ମାଗଣାରେ ଦୁଧିଆଳୀ ଗାଈ ଓ ଛେଳି ବଣ୍ଟନ, ମିକ୍ସର ଗ୍ରାଇଣ୍ଡର ଓ ମଙ୍ଗଳସୂତ୍ର ପାଇଁ ସୁନା ଭଳି ଯୋଜନା ମାନ ଆରମ୍ଭ କରି କରୁଣାନିଧିଙ୍କୁ ମାତ ଦେଇଥିଲେ। ଏପରିକି ବିଧାନସଭାରେ ଡ଼ିଏମକେକୁ ତୃତୀୟ ସ୍ଥାନରେ ପହଞ୍ଚାଇ ଦେଇଥିଲେ। ଏହାଫଳରେ ତାଙ୍କର ସହଯୋଗୀ ଏଆଇଡ଼ିଏମକେ ବିରୋଧୀ ଦଳରେ ପରିଣତ ହେଇଥିଲା।

image


ପରେ ଜୟଲଳିତା ନିଜର ଜନକଲ୍ୟାଣ ଅଭିମୁଖୀ ପ୍ରତିଛବିକୁ ଅମ୍ମା କ୍ୟାଣ୍ଟିନ, ଅମ୍ମା ମିନେରାଲ ପାଣି, ଅମ୍ମା ସିମେଣ୍ଟ ଓ ଅମ୍ମା ଲୁଣ ଭଳି କିଛି ରିହାତି ଯୋଜନା ସହ ଆହୁରି ସୁଦୃଢ କରିଥିଲେ।

୨୦୧୬ର ନିର୍ବାଚନରେ ଜୟଲଳିତା ନିଜର ଜନପ୍ରିୟ ଭାବମୂର୍ତ୍ତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଘରୁଆ ବ୍ୟବହାରକାରୀ ମାନଙ୍କ ପାଇଁ ୧୦୦ ୟୁନିଟ ମାଗଣା ବିଜୁଳି, ମାଗଣା ମୋବାଇଲ ଫୋନ ସହ ମହିଳା ମାନେ ଦୁଇଚକିଆ ଯାନ କିଣିଲେ ୫୦% ରିହାତି ଭଳି ଯୋଜନା ଆରମ୍ଭ କରିଥିଲେ।

ଜୟଲଳିତାଙ୍କର ୬୮ବର୍ଷ ବୟସରେ ସୋମବାର ରାତିରେ ପରଲୋକ ଘଟିଛି। ଦୀର୍ଘ ୭୪ ଦିନ ଧରି ଚେନ୍ନାଇର ଆପୋଲୋ ହସପିଟାଲରେ ଚିକିତ୍ସାଧୀନ ଥିବା ଜୟଲଳିତାଙ୍କର ଗତକାଲି ସନ୍ଧ୍ୟାରେ ହୃଦକ୍ରିୟା ବନ୍ଦ ହୋଇଯାଇଥିଲା। ଲୋକଙ୍କର ଭଲପାଇବା, ସ୍ନେହ-ଆଦର ଯୋଗୁଁ ଅମ୍ମା ୫ ଥର ମୁଖ୍ୟମନ୍ତ୍ରୀ ହୋଇପାରିଥିଲ ।