ଭୀମ ର ନୂତନ ଆପ୍‌ ଏବେ ୭ଟି ଭାଷାରେ

ଭୀମ ର ନୂତନ ଆପ୍‌ ଏବେ ୭ଟି ଭାଷାରେ

Wednesday February 01, 2017,

2 min Read

ୟୁନିଫାଇଡ ପେମେଣ୍ଟସ୍‌ (ୟୁପିଆଇ) ଆଧାରରେ ନିର୍ମିତ ମୋବାଇଲ ଆପ୍‌ ଭାରତ ଇଣ୍ଟରଫେସ୍‌ ଫର ମନି (ଭୀମ) ଆପ୍‌ର ଏକ ଉନ୍ନତ ସଂସ୍କରଣ ଏବେ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି। ଏନ୍‌ପିସିଆଇ ବୟାନ ଦେଇ କହିଛି, ଭୀମ ଆପ୍‌ ଗତ ୩୦ ଡିସେମ୍ବରରେ ଲଞ୍ଚ୍‌ କରାଯାଇଥିଲା । ଏବେ ଏହାର ଏକ ନୂତନ ଭର୍ସନ୍‌ ପାଇଁ ଯୋଜନା କରାଯାଇଛି। ଏହି ନୂତନ ସଂସ୍କରଣ ଭିମ୍‌ ୧.୨ ସହିତ ନୂତନ ଭାଷା ବି ସାମିଲ ରହିଛି। ଭୀମ ଆପ୍‌ରେ ଦିଆଯାଇଥିବା ନିର୍ଦ୍ଦେଶନାମା ଗୁଡ଼ିକୁ ଆପଣଙ୍କ ନିଜର ଇଚ୍ଛା ମୁତାବକ ଭାଷା ଯଥା ଓଡ଼ିଆ, ବଙ୍ଗଳା, ତେଲୁଗୁ, ମାଲାୟାଲମ, କନ୍ନଡ ଓ ଗଜୁରାଟୀ ଆଦିରେ ପାଇ ପାରିବେ। ବର୍ତ୍ତମାନ ଯେଉଁ ଭୀମ ଆପ୍‌ ଉପଲବ୍ଧ ସେଥିରେ କେବଳ ଇଂରାଜୀ ଭାଷାରେ ହିଁ ରହିଛି।

Image : <a href=

Image :

Digita12bc34de56fgmedium"/>

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଭୀମ” ଆପ୍ ଆରମ୍ଭ ହେବାର 10 ଦିନ ମଧ୍ୟରେ 10 ନିୟୁତ ବା 1 କୋଟି ଡାଉନଲୋଡ ହୋଇଥିବାରୁ ବିଶେଷ ଖୁସି ଜାହିର କରିଛନ୍ତି ।

“ଭୀମ” ଆପ୍ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଜ୍ୱଳନ୍ତ ଉଦାହରଣ; କଳାଧନ ଓ ଭ୍ରଷ୍ଟାଚାରର ବିଲୋପ ଦିଗରେ ଟେକ୍ନୋଲଜିକୁ କିଭଳି ସୁନ୍ଦର ଭାବେ ବ୍ୟବହାର କରାଯାଇପାରିବ ତାହା “ଭୀମ” ଆପ୍ ପ୍ରମାଣିତ କରିବାକୁ ଯାଉଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିମୁଦ୍ରୀକରଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ନଗଦମୁକ୍ତ କାରବାର ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଉଛନ୍ତି । ଭୀମ ଆପ୍ ଅତି ସରଳ ଓ ବ୍ୟବହାର ଉପଯୋଗୀ ହୋଇଥିବାରୁ ସାଧାରଣ ମୋବାଇଲ ଫୋନ୍ ବ୍ୟବହାରୀ ମଧ୍ୟ ଏହାକୁ ଡାଉନଲୋଡ କରିବାକୁ ଆଗେଇ ଆସୁଛନ୍ତି । ଆଉ ଅଳ୍ପ ଦିନ ମଧ୍ୟରେ ନଗଦମୁକ୍ତ କାରବାର ପାଇଁ ଭୀମ ଆପ୍ କୁ ନୂତନ ଢ଼ଙ୍ଗରେ ପ୍ରଚଳନ କରାଯିବ । ଏଥିଲାଗି ମୋବାଇଲ ଫୋନ୍, ଇଣ୍ଟରନେଟ୍, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର କୌଣସି ଆବଶ୍ୟକତା ପଡିବ ନାହିଁ । ଏହା ଆଧାର ସଂଲଗ୍ନ ତଥ୍ୟ ଉପରେ ପର୍ଯ୍ୟବେଶିତ । ଯାହାକି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅଭିପ୍ରେତ ।