ଜୀବନର ନୂତନ ଅଧ୍ୟାୟ ଆରମ୍ଭ କଲେ ଅଙ୍ଗଦାନର ଶପଥ ନେଇ

ଜୀବନର ନୂତନ ଅଧ୍ୟାୟ ଆରମ୍ଭ କଲେ ଅଙ୍ଗଦାନର ଶପଥ ନେଇ

Saturday December 24, 2016,

3 min Read

ବିଗ ଫ୍ୟାଟ ଇଣ୍ଡିଆନ ୱେଡିଙ୍ଗ ବା ଶୁଦ୍ଧ ଓଡ଼ିଆରେ କୁହାଗଲେ ବଡ଼ ଧୁମଧାମର ବାହାଘର ବିଷୟରେ ବା କିଏ ନ ଜାଣେ। ଝିଅ ଜନ୍ମ ହେବା ଦିନରୁ ବାପା ମା’ ତା’ର ବାହାଘର ପାଇଁ ପେଟ କାଟି ଧନ ସଞ୍ଚିବାରେ ଲାଗନ୍ତି। ବାହାଘରରେ ବାଣ ଫୁଟିବ, ରୋଷଣୀ ହେବ, ଭୂରି ଭୋଜନ, ବନ୍ଧୁବାନ୍ଧବଙ୍କୁ ଲୁଗାପଟା କେତେ କଅଣ। ଆଜିକାଲି ଫେଶନ ବଦଳିଛି। ଟିଭି ଆଉ ସିନେମା ଦେଖି ସାଧାରଣ ମଧ୍ୟବିତ୍ତ ପରିବାରର ଲୋକେ ବି ତାଙ୍କ ଘର ବାହାଘରରେ ମେହେନ୍ଦି, ସଙ୍ଗୀତ, ଥିମ ୱେଡିଙ୍ଗ ଇତ୍ୟାଦି କଲେଣି। ଗୋଟେ ମଧ୍ୟବିତ୍ତ ପରିବାରରେ ବାହାଘରର ବଜେଟ କିଛି ନ ହେଲେ ୧୨ ରୁ ୧୫ ଲକ୍ଷରୁ ଆରମ୍ଭ। ଆଉ ବଡ଼ବଡିଆଙ୍କ କଥା କହିଲେ ସରିବନି।

GVK ଗ୍ରୁପର ପ୍ରତିଷ୍ଠାତା ଜିଭି କୃଷ୍ଣ ରେଡ୍ଡିଙ୍କ ନାତୁଣୀ ମଲ୍ଲିକା ରେଡ୍ଡିଙ୍କ ବାହାଘରରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଇଥିଲା। ଅମିତାଭ ବଚ୍ଚନ ଅତିଥି ଭାବେ ଯୋଗ ଦେଇଥିଲେ। କୁହାଯାଏ ସେଠାରେ କାଳେ ସତ ମଲ୍ଲୀଫୁଲରେ ତିଆରି ଶହ ଶହ ଝୁମର ଟଙ୍ଗାଯାଇଥିଲା। ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ବନିଶା ମିତ୍ତଲଙ୍କ ବାହାଘରରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେଇଥିଲା। ବଲିଉଡ଼ର ଷ୍ଟାର ଶାହରୁଖ ଖାନ, ରାଣୀ ମୁଖାର୍ଜୀ, ଐଶ୍ୱର୍ଯ୍ୟା ରାୟ ଇତ୍ୟାଦି ସେଠାରେ ମନୋରଞ୍ଜନ ପାଇଁ ନାଚ ମଧ୍ୟ କରିଥିଲେ। ନିକଟରେ ବିମୁଦ୍ରାକରଣ ସମସ୍ଯା ସମୟରେ ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଧନ ରେଡ୍ଡି ତାଙ୍କର ଝିଅ ବାହାଘରରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାର ଖବର ବହୁତ ହଇଚଇ ସୃଷ୍ଟି କରିଥିଲା।

Image : <a href=

Image :

Facebooka12bc34de56fgmedium"/>

ବିବାହ ହେଉଛି ଏକ ପବିତ୍ର ବନ୍ଧନ। ବାହାଘର ଯାହାକୁ ଇଂଗ୍ଲିଶରେ ୱେଡିଙ୍ଗ କହନ୍ତି ସେ ହେଲା କିଛି ଉତ୍ସବ ମାତ୍ର। ଅସଲ ବିବାହ ତା’ପରେ ଆରମ୍ଭ। ଉତ୍ସବକୁ ପାଳିବାର ଢଙ୍ଗ ସଭିଙ୍କର ଭିନେ ଭିନେ। କିଏ ମହମବତୀ ଲିଭେଇ ଜନ୍ମଦିନ ପାଳନ କରେ ତ କିଏ ଦୀପ ଜାଳି। ଗତ ମାସ ଏମିତି କିଛି ନିଆରା ଢଙ୍ଗରେ ଆଶିଷ ଓ ପ୍ରିୟଙ୍କା ତାଙ୍କର ବିବାହ ଉତ୍ସବକୁ ପାଳିଥିଲେ। ଧୁମଧାମରେ ଓ ବହୁତ ଟଙ୍କାପଇସା ଖର୍ଚ୍ଚ ନ କରି ସେମାନେ ତାଙ୍କ ଯୁଗ୍ମ ଜୀବନର ଆୟମାରମ୍ଭ କୁ ସରଳ ଓ ଅର୍ଥପୂର୍ଣ୍ଣ କରିବାକୁ ଚାହିଁଥିଲେ। ସେଥିପାଇଁ ଖୁବ ନିରାଡମ୍ବର ଭାବେ କଟକ, ବିଦ୍ଯାଧରପୁର ସାଇ ମନ୍ଦିରରେ ତାଙ୍କର ହାତଗଣ୍ଠି ପଡ଼ିଥିଲା। ବେଦିରୁ ଉଠିବା ମାତ୍ରେ ବରକନ୍ୟା ଉଭୟ ନିଜର ଶରୀର ଓ ଅଙ୍ଗଦାନ କରିବା ପାଇଁ ସତ୍ୟପାଠରେ ସ୍ଵାକ୍ଷର କରିଥିଲେ।

ଆଶିଷ ମହାନ୍ତି ପେସାରେ ଜଣେ ଇଞ୍ଜିନିୟର। ଘର ସାଲେପୁର ରେ। ଟୋରୋଣ୍ଟୋ ଠାରେ ଆରାମଦାୟ ଚାକିରୀ ଛାଡ଼ି ନିଜ ଦେଶରେ ନିଜର ଷ୍ଟାର୍ଟଅପ କରିବାକୁ ମନ ବଳାଇଥିଲେ । ବେଙ୍ଗାଲୁରୁରେ ଆରମ୍ଭ କରିଥିଲେ ତାଙ୍କର ଆଇଟି ଫାର୍ମ ଯାହାର ନାମ ହେଉଛି ‘ନେକ୍ସହପ’ (Nexhop)। ଆଜି ଏକ ସଫଳ ଷ୍ଟାର୍ଟଅପର ସିଇଓ ହେଇଥିଲେ ହେଁ ସେ ଖୁବ ସାବଲୀଳ ଭାବେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ବାଛିଥିଲେ। ତାଙ୍କର ଜୀବନସାଥୀ ପ୍ରିୟଙ୍କା ପଶ୍ଚିମବଙ୍ଗର ନିବାସୀ। ବର୍ତ୍ତମାନ ସେ ମଧ୍ୟ Nexhopରେ ଅପରେଶନର ମୁଖ୍ୟ ଭାବେ କାମ କରୁଛନ୍ତି।

କିଛି ବନ୍ଧୁଙ୍କ ଜରିଆରେ ପରସ୍ପରକୁ ଭେଟିଥିଲେ ଆଶିଷ ଓ ପ୍ରିୟଙ୍କା। ସମାଜ ପାଇଁ କିଛି କରିବାର ଇଛା, ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଦରକାରରେ ଥିବା ଲୋକଙ୍କୁ ସାହାଯ୍ୟ କରିବା, ଏଇ ମନୋବୃତ୍ତି ଦୁହିଁଙ୍କୁ ପରସ୍ପରର ଆହୁରି ନିକଟତର କରିଦେଲା। ଏବଂ ପରେ ସେମାନେ ବିବାହର ନିଷ୍ପତ୍ତି ନେଲେ।

ଗତବର୍ଷ ବେଙ୍ଗାଲୁରୁରେ ଏକ ରାସ୍ତା ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରେଇଥିଲେ। ଦୁର୍ଘଟଣାରେ ତାଙ୍କର ଅଣ୍ଟା ପାଖରୁ ଶରୀର ଦୁଇ ଭାଗ ହେଇଯାଇଥିଲା। ସେଇ ଅବସ୍ଥାରେ ସେ ରାସ୍ତାରେ ପ୍ରାୟ ଅଧଘଣ୍ଟା ପଡ଼ିରହିଥିଲେ। ଯେତେବେଳେ ଆମ୍ବୁଲାନ୍ସ ଆସି ତାଙ୍କୁ ନେଇଥିଲା ସେ ଏତେ ଯନ୍ତ୍ରଣା ମଧ୍ୟରେ ଥାଇ ମଧ୍ୟ ନିଜର ଶରୀର ଓ ଅଙ୍ଗଦାନ କରିବାର ଇଚ୍ଛା ପ୍ରକାଶ କରିଥିଲେ। କଥା କଥାରେ ଏଇ ବିଷୟରେ ଆଲୋଚନାରୁ ହିଁ ଆଶିଷ ଓ ପ୍ରିୟଙ୍କା ନିଜ ଜୀବନର ଏଇ ମହତ୍ଵପୂର୍ଣ୍ଣ ଦିନରେ ନିଜର ଅଙ୍ଗଦାନ କରିବେ ବୋଲି ନିଶ୍ଚୟ କରିଥିଲେ।

Image : <a href=

Image :

Facebooka12bc34de56fgmedium"/>

“ଜଣେ ମଣିଷ ଯେଉଁ ସମୟରେ ଏତେ ପରିମାଣରେ ଶାରୀରିକ ଯନ୍ତ୍ରଣା ଅନୁଭବ କରୁଛି ଏବଂ ନିଜ ମୃତ୍ୟୁକୁ ନିଜ ଆଖି ଆଗରେ ଦେଖିପାରୁଛି ସେଇ ମୂହୁର୍ତ୍ତରେ ସେ ନିଜର ଶରୀର ଓ ଅଙ୍ଗଦାନ ବିଷୟରେ ଭାବିପାରିବା ଅଭୁତପୂର୍ବ। ଆମେ ଏହି ଘଟଣା ଦ୍ଵାରା ବହୁତ ପ୍ରଭାବିତ ହେଇଥିଲୁ ଓ ଠିକ ହାତଗଣ୍ଠି ପଡିସାରିବା ପରେ ନିଜେ ଅଙ୍ଗଦାନର ସତ୍ୟପାଠ କରିବୁ ବୋଲି ଠିକ୍ କଲୁ। ଆମର ଏ ମିଳନକୁ ଏହି ନିଷ୍ପତ୍ତି ଆହୁରି ସୁନ୍ଦର କରିଦେବ ବୋଲି ଆମେ ଆଶା କରୁଛୁ”

                                    - ଆଶିଷ କୁହନ୍ତି।

Image : <a href=

Image :

Facebooka12bc34de56fgmedium"/>

ଆଶିଷଙ୍କର ପରିବାର ମଧ୍ୟ ସାଲେପୁରରେ ଥିବା ଗରୀବ ପରିବାରଙ୍କ ପାଇଁ ଜନକଲ୍ୟାଣର ଅନେକ କାମ କରୁଛି। ଆଶିଷ ତାଙ୍କର ଏ ନିଷ୍ପତ୍ତି ସମ୍ବନ୍ଧରେ ତାଙ୍କ ପରିବାରରେ ଜଣାଇଲା ପରେ ସେମାନେ ବହୁତ ଖୁସି ହେଇଥିଲେ। ପ୍ରିୟଙ୍କା ମଧ୍ୟ ଏପରି ଏକ ନିଷ୍ପତ୍ତିରେ ତାଙ୍କର ସାଥି ହେଇଥିବାରୁ ସେ ଖୁସି ଦୁଇଗୁଣା ହେଇଯାଇଥିଲା।

କିଛିବର୍ଷ ପୂର୍ବେ ପ୍ରିୟଙ୍କାଙ୍କର ବାପା ଦୁନିଆ ଛାଡ଼ି ଚାଲିଯାଇଥିଲେ। ଉଚିତ ସମୟରେ ଅଙ୍ଗ ପାଇପାରିନଥିବାରୁ ତାଙ୍କୁ ଡାକ୍ତର ବଞ୍ଚାଇପାରିଲେନାହିଁ। ଆଜି ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ତାଙ୍କ ଅନ୍ତେ ୩୬ ଜଣଙ୍କୁ ସେ ନିଜର ଶରୀର ଓ ଅଙ୍ଗ ମାଧ୍ୟମରେ ଜୀବନଦାନ ଦେଇପାରିବେ। 

ଆଶିଷ ଓ ପ୍ରିୟଙ୍କା ଆଶା କରନ୍ତି ଯେ ତାଙ୍କର ଏଇ ନିଷ୍ପତ୍ତି ଯୁବପିଢି ପାଇଁ ଏକ ଉଦାହରଣ ହେବ ଓ ଅନ୍ୟମାନଙ୍କୁ ପ୍ରେରଣା ଦେବ। Yourstory ଓଡ଼ିଆ ତରଫରୁ ଅନେକ ଅଭିନନ୍ଦନ।