ମୁମ୍ବାଇର ଏହି ଡାକ୍ତର ଲୋକାଲ ଟ୍ରେନ ଓ ବସର ଭିଡ଼କୁ ଯାଇ ଜନତାଙ୍କୁ କରୁଛନ୍ତି ଯକ୍ଷ୍ମା ସମ୍ପର୍କରେ ସଚେତନ

ମୁମ୍ବାଇର ଏହି ଡାକ୍ତର ଲୋକାଲ ଟ୍ରେନ ଓ ବସର ଭିଡ଼କୁ ଯାଇ ଜନତାଙ୍କୁ କରୁଛନ୍ତି ଯକ୍ଷ୍ମା ସମ୍ପର୍କରେ ସଚେତନ

Saturday January 21, 2017,

2 min Read

ଶ୍ରୀନିବାସ ରାମାନୁଜନଙ୍କ ଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ଯାଏଁ, ଯକ୍ଷ୍ମା ରୋଗରେ ଦେଶର ବିପୁଳ ପରିମାଣର ଲୋକେ ପୀଡିତ ହୋଇ କଷ୍ଟ ଭୋଗିଛନ୍ତି। ମୁମ୍ବାଇରେ ଥିବା ଶିଵଡ଼ି ହସପିଟାଲର ମୁଖ୍ୟ ମେଡିକାଲ ଅଫିସର ଡାଃ ଲଳିତ କୁମାର ଆନନ୍ଦେ ଏହି ମାରାତ୍ମକ ରୋଗ ସମ୍ବନ୍ଧରେ ଜ୍ଞାନ ଓ ସଚେତନତା ବଢାଇବାକୁ ନିଜ ଜୀବନର ମିଶନ କରିଛନ୍ତି। କେବଳ ନିଜ ଉଦ୍ୟମରେ ହିଁ ସେ ଗତ ଚାରିବର୍ଷ ମଧ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ଯକ୍ଷ୍ମା ରୋଗ ବିଷୟରେ ସଚେତନ କରିଛନ୍ତି। ସେ ରାସ୍ତାଘାଟରେ ବୁଲି ବୁଲି ଲୋକଙ୍କୁ ଏ ସମ୍ପର୍କରେ ତଥ୍ୟ ଦିଅନ୍ତି।

Representational Image; Source – <a href=

Representational Image; Source –

Scientific Americana12bc34de56fgmedium"/>

ସେ ଭିଡ଼ ଭର୍ତ୍ତି ଲୋକାଲ ଟ୍ରେନ ମାନଙ୍କରେ ଚଢି ସେଠାରେ ଯାତ୍ରୀ ମାନଙ୍କୁ ଏହି ରୋଗ ସମ୍ପର୍କରେ ସୂଚନା ଦେଇଥାନ୍ତି ସାଙ୍ଗରେ ଛୋଟ ପ୍ରେଜେଣ୍ଟେସନ ମଧ୍ୟ ଧରିଥାନ୍ତି। ସମୟ ଓ ସୁବିଧା ମିଳିଲେ ସେ ଲୋକଙ୍କୁ ତାହା ଦେଖାନ୍ତି ଓ ଯକ୍ଷ୍ମା ରୋଗର କାରଣ ଓ ନିବାରଣର ଉପାୟ ବତେଇଥାନ୍ତି। ସେ ଏକ ଯକ୍ଷ୍ମା ରୋଗୀକୁ ସର୍ବସାଧାରଣରେ କିପରି ଭାବେ କାଶିବା ଉଚିତ ତା’ ବିଷୟରେ ମଧ୍ୟ ଶିକ୍ଷା ଦିଅନ୍ତି।

ଆନନ୍ଦେ ଗତ ୨୭ ବର୍ଷ ଧରି ଶିଵଡ଼ି ହସପିଟାଲରେ କାମ କରି ଆସୁଛନ୍ତି। The Hindu ସହ କଥା ହେଇ ସେ କହନ୍ତି,

ସମସ୍ତେ ଟିବି ବା ଯକ୍ଷ୍ମା ବିଷୟରେ କଥା ହୁଅନ୍ତି। ଯେଉଁମାନେ ଏ ରୋଗର କଷ୍ଟ ପାଇଛନ୍ତି ଏବଂ ଯେଉଁମାନେ ଏହାପାଇଁ ଔଷଧର ପ୍ରତିକ୍ରିୟା ଭୋଗୁଛନ୍ତି, ସମସ୍ତେ। କିନ୍ତୁ ମୁଁ ଆମ ସହରବାସୀଙ୍କୁ ଆମ ସଭିଙ୍କ ଶରୀରରେ ସୁପ୍ତ ପ୍ରାୟ ଥିବା ଯକ୍ଷ୍ମାର ଜୀବାଣୁ ବିଷୟରେ ସଚେତନ କରିବାକୁ ଚାହୁଁଛି। ଏହି ଜୀବାଣୁକୁ କିପରି ଭାବେ ନିୟନ୍ତ୍ରଣରେ ରଖି ସୁପ୍ତ ଅବସ୍ଥାରେ ହିଁ ରଖିହେବ ସେ ସମ୍ପର୍କରେ ବୁଝାଇବାକୁ ଚାହୁଁଛି।

ଆନନ୍ଦେ ୨୦୧୩ରେ ତାଙ୍କର ମିଶନ ଆରମ୍ଭ କରିଥିଲେ। ସେସମୟରେ ମୁମ୍ବାଇରେ ଔଷଧ ପ୍ରତିରୋଧୀ ଯକ୍ଷ୍ମା ଦେଖା ଦେଇଥାଏ। ଯଦିଓ ସରକାର ତାଙ୍କର ଗବେଷଣାକୁ ଅନୁମୋଦନ ଦେଲେ ନାହିଁ, କିନ୍ତୁ ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ସେ ନିଜର ଏହି ପ୍ରୟାସ ପାଇଁ ଏତେ ମାତ୍ରାରେ ସମର୍ପିତ ଯେ ସେ ନିଜ ଗାଡ଼ି ଟ୍ରାଫିକ ଜାମରେ ଅଟକିଗଲେ ଖୁସି ହୁଅନ୍ତି ଓ ଗାଡ଼ିରୁ ବାହାରି ବାକି ଗାଡ଼ି ମାନଙ୍କ ପାଖକୁ ବୁଲି ବୁଲି ଯାଇ ଯକ୍ଷ୍ମା ବିଷୟରେ ଲୋକମାନଙ୍କୁ ସଚେତନ କରାନ୍ତି।

ଆନନ୍ଦେ ଆବାସିକ ସମାଜ, ଆପାର୍ଟମେଣ୍ଟ, ଓ ସ୍କୁଲ କଲେଜ ମାନଙ୍କରେ ଏ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ସେ ମୁମ୍ବାଇର ୧.୫ କୋଟି ଜନତାଙ୍କୁ ଯକ୍ଷ୍ମା ସମ୍ପର୍କରେ ସଚେତନ କରିବାର ଲକ୍ଷ୍ୟ ରଖିଛନ୍ତି।

ଯକ୍ଷ୍ମା ଭାରତରେ ଥିବା ମାରାତ୍ମକ ରୋଗ ମାନଙ୍କ ମଧ୍ୟରେ ଗୋଟିଏ। WHOର ତଥ୍ୟ ଅନୁସାରେ ସମଗ୍ର ବିଶ୍ଵରେ ମୋଟ ୯.୬ ମିଲିୟନ ଯକ୍ଷ୍ମା ରୋଗୀ ଅଛନ୍ତି, ଯହିଁରୁ ଆମ ଦେଶରେ ଥିବା ରୋଗୀଙ୍କ ସଂଖ୍ୟା ହେଉଛି ୨.୨ ମିଲିୟନ।