ଦିନେ ହ୍ଵାଟସ୍‌ଆପ୍‌ ପ୍ରତିଷ୍ଠାତାଙ୍କୁ ଫେସବୁକ ଓ ଟୁଇଟର କରିଥିଲେ ପ୍ରତ୍ୟାଖ୍ୟାନ

ଦିନେ ହ୍ଵାଟସ୍‌ଆପ୍‌ ପ୍ରତିଷ୍ଠାତାଙ୍କୁ ଫେସବୁକ ଓ ଟୁଇଟର କରିଥିଲେ ପ୍ରତ୍ୟାଖ୍ୟାନ

Tuesday February 28, 2017,

1 min Read

ହ୍ଵାଟସ୍‌ଆପ୍‌ ପ୍ରତିଷ୍ଠାତା ବ୍ରାଏନ ଅକ୍‌ସନ୍‌ଙ୍କୁ ଫେସ୍‌ବୁକ୍‌ ଚାକିରି ଦେଇ ନ ଥିଲା। ସେ ଫେସ୍‌ବୁକ୍‌ରେ ଚାକିରି ପାଇଁ ଆବେଦନ କରିଥିବା ବେଳେ ତାକୁ ସେମାନେ ଖାରଜ କରି ଦେଇଥିଲେ। ୨୦୦୯ରେ ବ୍ରିଆନ୍‌ ଫେସ୍‌ବୁକ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ସେହିବର୍ଷ ଟ୍ଵିଟର୍‌ ବି ବ୍ରିଆନ୍‌ଙ୍କୁ ଚାକିରି ଦେବାକୁ ମନା କରିଦେଇଥିଲା। ସେ ସେତେବେଳେ ୟାହୁ ପାଇଁ କାମ କରୁଥିଲେ। ପରେ ସେ ତାଙ୍କର ସାଙ୍ଗଙ୍କ ସହ ମିଶିକରି ହ୍ଵାଟସ୍‌ଆପ୍‌ ପ୍ରତିଷ୍ଠା କରିିଥିଲେ। ଏହା ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା। ୨୦୧୪ ମସିହାରେ ଫେସ୍‌ବୁକ୍‌ ଏହାକୁ ୧୯୦ କୋଟି ଆମେରିକୀୟ ଡଲାର୍‌ ଦେଇ କିଣିଥିଲା। ଫେସ୍‌ବୁକ୍‌ର ମାଲିକ ମାର୍କ ଜୁକର ବର୍ଗଙ୍କ ଏହି ନିଷ୍ପତ୍ତିକୁ ଅନେକ ଏକ ବଡ଼ ଭୁଲ୍‌ ନିଷ୍ପତ୍ତି ବୋଲି କହିଥିଲେ। ଫେସ୍‌ବୁକ୍‌ ହ୍ଵାଟସ୍‌ଆପ୍‌କୁ କିଣିବାରୁ ବ୍ରିଆନ୍‌ ଅକସନ୍‌ ମଲ୍ଟି ବିଲିଅନାର ହୋଇଯାଇଥିଲେ।

image


ବ୍ରିଆନ୍‌ ଓ ତାଙ୍କ ସାଙ୍ଗ କୋଉମ୍‌ ୨୦୦୯ରେ ହ୍ଵାଟସ୍‌ଆପ୍‌କୁ ତିଆରି କରିଥିଲେ। ଦୂରରେ ରହୁଥିବା ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ପାଇଁ ସେମାନେ ଏହାକୁ ବିକାଶ କରିଥିଲେ। ହ୍ଵାଟସ୍‌ଆପ୍‌ ବି ସାରା ବିଶ୍ୱରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।