ସ୍ୱଚ୍ଛ ଭାରତ ମିଶନ ପ୍ରକଳ୍ପରେ ଆବର୍ଜ୍ଜନାରୁ ଶକ୍ତି ଉତ୍ପାଦନ କରାଯିବାକୁ ଗୁରୁତ୍ୱ

ସ୍ୱଚ୍ଛ ଭାରତ ମିଶନ ପ୍ରକଳ୍ପରେ ଆବର୍ଜ୍ଜନାରୁ ଶକ୍ତି ଉତ୍ପାଦନ କରାଯିବାକୁ ଗୁରୁତ୍ୱ

Saturday November 28, 2015,

2 min Read

ମୁଖ୍ୟମନ୍ତ୍ରୀମାନଙ୍କର ଏକ କମିଟି ସ୍ୱଚ୍ଛ ଭାରତ ମିଶନର ବିଭିନ୍ନ ଦିଗ ଉପରେ ତର୍ଜ୍ଜମା କରୁଛି । ଚଣ୍ଡୀଗଡରେ ଏହାର ପ୍ରଥମ ମିଟିଂ ଅନୁଷ୍ଠିତ ହୋଇଥିଲା । ଆବର୍ଜ୍ଜନାରୁ ଶକ୍ତି ଉତ୍ପାଦନ କରିବାକୁ ଗୁରୁତ୍ୱ ଦିଆଯାଇ ଆବର୍ଜ୍ଜନାରୁ ରକ୍ଷା ପାଇବା ପାଇଁ ଉପାୟ ବାହାର କରାଯିବାକୁ ଏଥିରେ ଆଲୋଚନା କରାଯାଇଛି ଓ ଏହା ଉପରେ ଏକ ଅତ୍ୟନ୍ତ ବାସ୍ତବିକ ରିପୋର୍ଟ ପ୍ରଧାନ ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଏହି କମିଟି ସ୍ଥିର କରିଛି । ।

image


ପିଟିଆଇରୁ ମିଳିଥିବା ସୂଚନା ଅନୁସାରେ ଏହି କମିଟିର ଏକ ସବ କମିଟି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ମହାରାଷ୍ଟ୍ର, ହରିଆନା ଓ ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ସାତଟି ରାଜ୍ୟର ପ୍ରତିନିଧିମାନେ ଯୋଗଦେଇ ଆଲୋଚନା କରିଥିଲେ ।

ଶକ୍ତି କ୍ଷେତ୍ରରେ କେତେକ ଡେଭଲପର ଅଛନ୍ତି, ଯେଉଁମାନେ କି ଆବର୍ଜ୍ଜନା ସଂଗ୍ରହ କରି ଏହାକୁ ପୃଥକ କରି ପାୱାର ପ୍ଲାଣ୍ଟକୁ ଯୋଗାଇବେ, ଯାହାକି ପରେ ଶକ୍ତି ପରିବର୍ତ୍ତନ କରାଯିବ ବୋଲି ଏହାର ଦ୍ୱିତୀୟ ଅଧିବେଶନ ପରେ ନାଇଡୁ ଗଣମାଧ୍ୟମକୁ ଜଣାଇଛନ୍ତି ।

ଏବଂ ଏହି ଆବର୍ଜନାରୁ ହାଇଡ୍ରୋ, ସୌର କିମ୍ବା ତାପଜ କେଉଁ ପାୱାର ପ୍ଲାଣ୍ଟରେ ବ୍ୟବହାର କରାଯିବ ସେ ନେଇ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଲେ । ଆମେ ଏକ ଦୀର୍ଘ ମିଆଦି ମଡେଲ ପ୍ରସ୍ତୁତ କରିବାକୁ ଯାଉଛୁ । ଆମେ ଆବର୍ଜନାକୁ ଶକ୍ତିରେ ପରିବର୍ତ୍ତନ କରିବାକୁ ଯାଉଛୁ । ସିଙ୍ଗାପୁର ଶୈଳୀରେ ତରଳ ଆବର୍ଜ୍ଜନାକୁ ପାନୀୟ ଉଦେଶ୍ୟରେ କିପରି ବ୍ୟବହାର କରାଯାଇପାରିବ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯିବ ।

ଏହା ଏକ ସକରାତ୍ମକ ଓ ଆଶାପୂର୍ଣ୍ଣ ମିଟିଂ ଥିଲା । କେନ୍ଦ୍ରର ବିଭିନ୍ନ ବିଭାଗର ତିନୋଟି ଉପସ୍ଥାପନା ଏଥିରେ ସାମିଲ ହୋଇଥିଲା – ଏକ ବିଶେଷଜ୍ଞମାନଙ୍କ ଦ୍ୱାରା ବ୍ୟବହାର ହେବାକୁ ଥିବା ଜ୍ଞାନକୌଶଳ ଉପସ୍ଥାପନା କରାଯାଇ ରିପୋର୍ଟଟିକୁ କେବଳ ଏହାର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆନଯାଇ ଏହାର ବାସ୍ତବିକରୂପ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ଓ ସମସ୍ତ ମେମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ । ଦିଲ୍ଲୀର ଓଖଲାରେ ଆବର୍ଜ୍ଜନାରୁ ୨୦ ମେଗାୱାଟ ଶକ୍ତି ଉତ୍ପାଦନ ହୋଇଥିବାର ଉଦାହରଣ ଦେଇ ନାଇଡୁ କହିଲେ ଏହା ଅତ୍ୟନ୍ତ ଫଳପ୍ରଦ ଥିଲା ଓ ସାରା ବିଶ୍ୱରେ ଏହାଉପରେ ପରୀକ୍ଷଣ କରାଯାଉଛି ଏବଂ ଚୀନ, ୟୁଏସ୍, ଜାପାନ ପରି ଦେଶରେ ଏହିପରି ପ୍ଲାଣ୍ଟ ମାନ କାର୍ଯ୍ୟକରୁଛି ।

ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟାର ପରିମଳକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଏକ ବିଷୟ ରଖାଯିବାକୁ କହିଛନ୍ତି । ଯାହାଦ୍ୱାରା କି ଛାତ୍ରଛାତ୍ରୀ ପିଲାବେଳୁ ପରିଷ୍କାର ପରିଛନତା ଉପରେ ଗୁରୁତ୍ୱ ବେବେ ଓ ନିଜର ପରିବେଶକୁ ସଫା ରଖିବାକୁ ଚେଷ୍ଟା କରିବେ ।

ଏତଦ୍ ବ୍ୟତୀତ ଆବର୍ଜ୍ଜନାର ପୁନବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ଓ ଏଥିରୁ ଶକ୍ତି ଉତ୍ପନ୍ନ ହେବା ଆରମ୍ଭ ହେଲେ ଲୋକମାନେ କମ ଦାମରେ ଶକ୍ତି ପାଇପାରିବେ ବୋଲି ସେ କହିଲେ ।