୯୫ ବର୍ଷ ବୟସ୍କା ମହିଳା ଆଗ୍ରାରେ ବିଧାନ ସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

୯୫ ବର୍ଷ ବୟସ୍କା ମହିଳା ଆଗ୍ରାରେ ବିଧାନ ସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

Sunday January 29, 2017,

1 min Read

ଆଗ୍ରାର ଜଣେ ୯୫ ବର୍ଷୀୟା ମହିଳା ଜଳ ଦେବୀ ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ଆସନ୍ତା ବିଧାନସଭା ନିର୍ବାଚନରେ ଆଗ୍ରା ଜିଲ୍ଲାର ଖେରାଗଡ଼ ଆସନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉତ୍ତର ପ୍ରଦେଶରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଲୋକଙ୍କ ମଧ୍ୟରେ ସେ ବୋଧ ହୁଏ ସବୁଠାରୁ ବୟସ୍କ। ଆଗ୍ରା ଜିଲ୍ଲାରେ ଥିବା ନଅଟି ବିଧାନ ସଭା ଆସନ ପାଇଁ ଆଶାୟୀ ୧୬୬ଟି ପ୍ରାର୍ଥୀଙ୍କ ମଧ୍ୟରୁ ଜଳ ଦେବୀ ଅନ୍ୟତମା। ଫେବୃଆରୀ ୧୧ରୁ ଆରମ୍ଭ ହେବାକୁ ଯାଉଛି ମତଦାନ।

image


ଜିଲ୍ଲା ପଞ୍ଚାଯତର ଜଣେ ପୁରୁଣା ସଦସ୍ୟା, ଜଳ ଦେବୀ ନିଜ ସୁପୁତ୍ର ରାମନାଥ ସିକରୱାରଙ୍କ ସଙ୍ଗେ ଏକ ହୁଇଲ ଚେୟାରରେ ବସି କିଲଟରୀ ଦପ୍ତରରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କର ପୁତ୍ର ତାଙ୍କର ଓକିଲ ମଧ୍ୟ। ମଜାର କଥା ହେଉଛି ଯେ ରାମନାଥ ମଧ୍ୟ ଜଣେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଭିଡିଓଟି ଦେଖନ୍ତୁ।


ଜଳ ଦେବୀ କୁହନ୍ତି ସେ ନିଜର ନିର୍ବାଚନ କ୍ଷେତ୍ରରେ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢିବା ପାଇଁ ବଦ୍ଧପରିକର ଏବଂ ସର୍ବଦା ସେଠାକାର ବିକାଶ ଦିଗରେ କାମ କରିଆସିଛନ୍ତି। ପୂର୍ବ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଜଗନେର ବ୍ଲକରୁ ଲଢି ୧୩,୦୦୦ ଭୋଟରେ ଜିତି ସେ ରେକର୍ଡ ସୃଷ୍ଟି କରିଥିଲେ।

ଏଥର ବିଧାନ ସଭା ନିର୍ବାଚନ ପାଇଁ ମତଦାନ ୧୧ ଫେବୃଆରୀ ଓ ୮ ମାର୍ଚ୍ଚ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ସଞ୍ଚାଳିତ ହେବାକୁ ଯାଉଛି।