ଜିଜ୍ଞାସା : ରାଜନେତାଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ପ୍ରତିଶୃତିବଦ୍ଧ

ଜିଜ୍ଞାସା : ରାଜନେତାଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ପ୍ରତିଶୃତିବଦ୍ଧ

Friday October 23, 2015,

3 min Read

ରିତ୍ୱୀକା ଭଟାଚାର୍ଯ୍ୟ ଆମେରିକାରେ ନିଜର ବିଦ୍ୟାଳୟ ଶିକ୍ଷା ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଜଣେ ଆମେରିକୀୟ ସିନେଟର କାଥେରିନ ହାରିସଙ୍କ ପାଇଁ କାର୍ଯ୍ୟ କରୁଥିଲେ । ଜଣେ ଆମେରିକୀୟ ରାଜନେତାଙ୍କୁ ସେମାନଙ୍କର କାର୍ଯ୍ୟ କରିବାରେ ସାହାଯ୍ୟ କରିବାକୁ କିଭଳି ଭାବରେ ଆବଶ୍ୟକୀୟ ତଥ୍ୟ, ସାହାଯ୍ୟ ଓ ସମ୍ବଳ ଯୋଗାଇ ଦିଆଯାଉଛି ତାହା ସେ ନିଜର କାର୍ଯ୍ୟରୁ ହୃଦୟଙ୍ଗମ କଲେ । ଯାହାକି ତାଙ୍କ ନିଜ ଦେଶ, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ରାଜନୈତିକ ପରିବେଶରେ ସଂପୂର୍ଣ୍ଣ ଅଭାବ । ନିଜ ଦେଶର ସର୍ବବୃହତ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଏହାର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ସେ ହାଭାର୍ଡର ଜନ୍ ଏଫ୍ କେନେଡି ସ୍କୁଲ ଅଫ ଗଭର୍ଣ୍ଣମେଣଟରୁ ସ୍ନାତୋକତର ସମାପ୍ତ ପରେ ନିଜର ଏନଜିଓ ସ୍ୱନୀତି ଦ୍ୱାରା ରାଜନୈତିକ ପରିବର୍ତନ ଆଣିବାକୁ କାର୍ଯ୍ୟ କରୁଛନ୍ତି ।

ବିଭିନ୍ନ ଯୋଜନା ଓ ସରକାରୀ କଳ ମଧ୍ୟରେ ସମନ୍ୱୟ ରକ୍ଷାକରି ଯୋଜନା ସମ୍ପର୍କିତ ସବିଶେଷ ଜ୍ଞାନ ଓ ତର୍ଜ୍ଜମା ଭିତ୍ତିକ ତଥ୍ୟ ଯୋଗାଇବାକୁ ସ୍ୱନୀତି ନିଜର ଜିଜ୍ଞାସା କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ନିମିତ୍ତ ଉତ୍ତମ ରିସର୍ଚ୍ଚ ଆଧାରିତ ତଥ୍ୟ ଯୋଗାଇବା ସେମାନଙ୍କର ମୁଳ ଲକ୍ଷ୍ୟ । ଯାହାକି ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସଠିକ ନିଷ୍ପତି ନେବାରେ ସାହାଯ୍ୟ କରିବ । ଦେଶର ରାଜନୈତିକ ବ୍ୟବସ୍ଥା ଦୁର୍ନିତୀ, ଭ୍ରଷ୍ଟାଚାର, ପ୍ରଶାସନିକ ଶିଥିଳତାର ଜାଲରେ ଛନ୍ଦି ହୋଇପଡିଛି । ଏହି ସବୁ ସମସ୍ୟାକୁ ଦୂର କରିବାକୁ ଜିଜ୍ଞାସା ଟିମ ଦୀର୍ଘଦିନ ହେଲା କାର୍ଯ୍ୟ କରୁଅଛି। ଭାରତର ପାର୍ଲାମେଣ୍ଟରେ ଯୁବକମାନଙ୍କ ସଂଖ୍ୟା ଖୁବ କମ୍ । ତଥାପି ରିତ୍ୱୀକାଙ୍କ ପରି ଉତ୍ସର୍ଗୀକୃତ ଯୁବପିଢୀ ଯେତେବେଳେ ବ୍ୟବସ୍ଥାର ପରିବର୍ତନ ପାଇଁ କଠିନ ପରିଶ୍ରମ କରୁଛନ୍ତି, ଆଶାର କିରଣ ନିଶ୍ଚୟ ଅଛି ।

image


ପାର୍ଲିଆମେଣ୍ଟାରିଆନମାନଙ୍କ ସହ ମିଶି ସ୍ୱନୀତି କାର୍ଯ୍ୟ କରିବାରେ ସେମାନଙ୍କ ଅଂଚଳର ଗୁରୁତ୍ୱ ପୂର୍ଣ୍ଣ ସମସ୍ୟାଗୁଡିକ ପ୍ରାଥମିକତା ଭିତିରେ ସମାଧାନ କରିବା ଆମର ଲକ୍ଷ୍ୟଥିଲା । କିନ୍ତୁ ଆମେ ଏଥିରେ ଏକ ବ୍ୟତିକ୍ରମ ଲକ୍ଷ୍ୟ କଲୁ । ପାର୍ଲିଆମେଣ୍ଟାରିଆନମାନେ ସେମାନଙ୍କ ଦଳୀୟ କର୍ମୀ ଓ ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ନେଇ ନୀତି ନିର୍ଦ୍ଧାରଣ କରୁଛନ୍ତି । କୌଣସି ଯୋଜନାର ଯୋଜନା ବଦ୍ଧ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନ କରି ବିନା ତଥ୍ୟ ଆଧାରରେ କାର୍ଯ୍ୟ କରୁଥିବାରୁ ଏଥିରେ ବ୍ୟତିକ୍ରମ ଘଟୁଛି । ଏହି ସବୁ ବ୍ୟତିକ୍ରମକୁ ଅନୁଧ୍ୟାନ କରି ଜିଜ୍ଞାସାର କଳ୍ପନା କରାଯାଇଥିଲା ।

image


ଏହାଦ୍ୱାରା ସୁପରିକଳ୍ପିତ ଯୋଜନା ମାଧ୍ୟମରେ ଉନ୍ନତିର ବିଭିନ୍ନ ମାନଦଣ୍ଡକୁ ତର୍ଜ୍ଜମା କରି ଏକ ଦଳ, ରାଜ୍ୟ ଅଥବା ଗୋଟିଏ ସେକ୍ଟରର ନିର୍ଦ୍ଧିଷ୍ଟ ସମୟ ସୀମାରେ ହୋଇଥିବା କାର୍ଯ୍ୟକୁ ଜଣେ ପାର୍ଲାମେଣ୍ଟାରିଆନ ବା ନାଗରିକ ତର୍ଜ୍ଜମା କରିପାରିବ । ଏବଂ ଆବଶ୍ୟକ ସ୍ଥଳେ ଯୋଜନାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଉନ୍ନତିରେ ସହାୟକ ହୋଇପାରିବ ।

ଛଅ ଜଣ ରିସର୍ଚ୍ଚ ସହାୟକ ଓ ଦୁଇ ଜଣ କୋଡରଙ୍କୁ ନେଇ ଜିଙ୍ଗାସାର ଆଠ ଜଣିଆ ଟିମ ଗଠିତ । ରିସର୍ଚ୍ଚ ସହାୟକମାନେ ପ୍ରଥମେ ବିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ତଥ୍ୟ ଏକଜୁଟ କରିବା ସହ ପ୍ରଶାସକମାନଙ୍କ ସହ ବାର୍ତ୍ତାଳାପ କରି ଏବଂ ସୂଚନା ଅଧୀକାର ବଳରେ ତଥ୍ୟ ଏକଜୁଟ କଲେ । ତଥ୍ୟ ମିଳିଗଲା ପରେ ଏହାକୁ ବିଭିନ୍ନ ମାନଦଣ୍ଡରେ ତର୍ଜ୍ଜମା କରି ସଜାଇବାକୁ ତିନିମାସ ସମୟ ଲାଗିଲା । ଶେଷରେ ସେମାନେ ଅକ୍ଳାନ୍ତ ପରିଶ୍ରମ କରି ତଥ୍ୟ ଗୁଡିକ ଥାକ ଥାକ କରି ଏକ୍ସେଲ ଚାର୍ଟରେ ସଜାଇ କୋଡିଂ କଲେ । କୋଡରମାନେ ସତର୍କତାର ସହ ଦୀର୍ଘ ପାଂଚମାସ ଧରି କୋଡିଂ କଲାପରେ ମାନଚିତ୍ର ଓ ତଥ୍ୟକୁ ଏକତ୍ରିତ କରି ଜିଜ୍ଞାସା ସାଇଟ ସଂପୂର୍ଣ୍ଣ ରୂପ ପାଇଲା ।

ସ୍ୱନୀତି ଖାଲି ଏକ ଏପରି ସଂସ୍ଥା ନୁହେଁ ଜିଏକି କେବଳ ଆଉ କେବଳ ଜ୍ଞାନ ଓ ତଥ୍ୟ ଯୋଗାଇବ। ଆମେ ନିରନ୍ତର ପ୍ରୟାସ କରୁଛୁ ଆମର ୱେବସାଇଟରେ ଅନ୍ୟ ମାନଦଣ୍ଡ ଯୋଡିବାକୁ ଓ ଇନ୍ଟରଫେସକୁ ଆହୁରି ଭଲ ଓ ଆକର୍ଷଣୀୟ କରିବା ପାଇଁ। ଆମେ ଆହୁରି ତଥ୍ୟ ଯୋଗାଡ କରିବାରେ ଲାଗି ପଡିଛୁ ଯାହାକି ଆଗକୁ ଯାଇ ଲୋକ ପ୍ରତିନିଧି ମାନଙ୍କୁ ଉଚିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଖାଲି ଏତିକି ନୁହେଁ, ଆମେ ଆଗକୁ ଯାଇ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ ହେବାରେ ବି ପୂର୍ଣ୍ଣ ସହଯୋଗ ଯୋଗାଇବୁ ବୋଲି ଲକ୍ଷ ରଖିଛୁ।