ହସ ଜିତି ମନ ଛୁଇଁବାର ହିଣ୍ଡାଲକୋର ପ୍ରୟାସ - ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ପ୍ରଯତ୍ନ

ହସ ଜିତି ମନ ଛୁଇଁବାର ହିଣ୍ଡାଲକୋର ପ୍ରୟାସ - ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ପ୍ରଯତ୍ନ

Tuesday October 20, 2015,

2 min Read

ଆଦିତ୍ୟ ବିର୍ଲା ଗୃପ୍ ର ଏକ ୟୁନିଟ୍ ,ହିଣ୍ଡାଲକୋ ଏହାର ସାମାଜିକ ଦାୟିତ୍ଵବୋଧତା ଦିଗରେ ଆଞ୍ଚଳିକ ଲୋକମାନଙ୍କର ବିକାଶ ତଥା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ‘ସଂସ୍କାର’ ଏବଂ ଏହିଭଳି ୪୪ଟି ସ୍ଵୟଂ ସେବୀସଂସ୍ଥା କୁ ସମର୍ଥନ ଦେଉଛି । ହିଣ୍ଡାଲକୋ ର ଏହି ସମାଜସେବା ଉଦ୍ଦେଶ୍ୟର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ବାସନ୍ତୀ ମହାରଣା ,ଯେ କି ସମ୍ବଲପୁର ଜିଲ୍ଲାର ହୀରାକୁଦ ଗ୍ରାମରେ ବାସ କରନ୍ତି । ସେ ଓ ତାଙ୍କର ସ୍ଵାମୀ ଦିନମଜୁରିଆ ଅଟନ୍ତି । ସାଧାରଣ ଲୋକଙ୍କ ଭଳି ତାଙ୍କ ସ୍ଵପ୍ନ ଥିଲାତାଙ୍କ ଦୁଇ ସନ୍ତାନ ଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ , ହେଲେ ତାଙ୍କ ଦୁହିଙ୍କର ମୋଟ ଆୟ ତାଙ୍କ ପରିବାରକୁ ପୋଷିବାରେ ଯଥେଷ୍ଟ ହେଉ ନ ଥାଏ । ଏହି ସମୟରେ ହିଣ୍ଡାଲ୍କୋ ତାଙ୍କ ସହାୟତା କାରିଥିଲା ଏବଂ ତାଙ୍କର ସ୍ଵପ୍ନକୁ ସାକାର କରିଥିଲା ।

image


ଏହି ସମ୍ପର୍କରେ ହିଣ୍ଡାଲକୋ ର ହୀରାକୁଦ କମ୍ପ୍ଲେକ୍ସର ମୁଖ୍ୟ ,ଶ୍ରୀ ପ୍ରସ୍ୟୋନ ମୁଖାର୍ଜୀ କହିଛନ୍ତି ,” ଏହି ଅଞ୍ଚଳର ମହିଳାମାନଙ୍କର ହିତ ପାଇଁ ଆମେ ଚିନ୍ତିତ ଏବଂ ସ୍ଵୟଂ ସହାୟକ ସଂସ୍ଥାମାନଙ୍କର ସମର୍ଥନ ମାଧ୍ୟମରେ ଆମେ ଏଠାକାର ମହିଳାମାନଙ୍କ ମଧ୍ୟରେ ସ୍ଵାଧୀନତା ଏବଂ ଉଦ୍ୟମ ଶୀଳତା ଭାବନାକୁ ଜାଗ୍ରତ କରି ସେମାନଙ୍କୁ ଏକ ସମ୍ମାନ ଭରା ଜୀବନ ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ।“ସେ ଆହୁରି କହିଛନ୍ତି,” ହିରାକୁଦରେ ଆମେ ଉଲ୍ଲେଖନୀୟ ବିକାଶ ପରିଲକ୍ଷିତ କରିଛୁ । ଆମର ପ୍ରଚେଷ୍ଟା ନା କେବଳ ସ୍ଵୟଂ ସହାୟକ ସଂସ୍ଥାମାନଙ୍କୁ ସମର୍ଥନ ଦେଉଛି ବରଂ ମହିଳାମାନଙ୍କୁ ସ୍ଵାଧୀନ ଭାବରେ ନିଜସ୍ଵ,ଟେଲରିଂ ଏବଂ ଫିନାଇଲ ପ୍ରସ୍ତୁତ ଭଳି ବ୍ୟବସାୟ ଆରମ୍ଭ କରିବାକୁ ଶଶକ୍ତ କରାଉଛି ।“ କେବଳ ୧୩ଜଣଙ୍କୁ ନେଇ ୨୦୦୮ରେ ଆରମ୍ଭ ଏହି ପଦକ୍ଷେପ ଖୁବ ସଫଳତା ହାସଲ କରିଛି ।

image


ହିଣ୍ଡାଲକୋ ଏହି ଦଳକୁ ସ୍ଥାନୀୟ ୟୁକୋ ବ୍ୟାଙ୍କ ରେ ଏକ ଖାତା ଖୋଲିବା ପାଇଁ ସହାୟତା ପ୍ରଦାନ କରିଥିଲା । ସେମାନଙ୍କୁ ପାମ୍ପଡ ଓ ବାଡି ପ୍ରସ୍ତୁତ ବ୍ୟବସାୟ ନିମନ୍ତେ ଏକ ଲୋନ୍ ମଧ୍ୟ ମିଳିଥିଲା । ହିଣ୍ଡାଲ୍କୋ ସେମାନଙ୍କୁ ଆକାଉଣ୍ଟସ୍ ବୁକ୍ ପରିଚାଳନା ନିମନ୍ତେ ତାଲିମ୍ ପ୍ରଦାନ କରିଥିଲା । ସେମାନେ ଟଙ୍କା ୨୬୦୦ରେ ବ୍ୟବସାୟ ର ଆରମ୍ଭ କରିଥିଲେ ।ବାର୍ତ୍ତାମାନ ସମୟରେ ଏହି ବ୍ୟବସାୟରୁ ସେମାନେ ବାର୍ଷିକ ଟଙ୍କା ୩,୭୫,୫୦୦ ଆୟ କରୁଛନ୍ତି । ସମସ୍ତ ଖର୍ଚ୍ଚ ସରିବା ପରେ ପ୍ରତ୍ୟେକ ସଭ୍ୟଙ୍କର ମାସିକ ଆୟ ଟଙ୍କା ୧,୧୦୦ ରୁ ଟଙ୍କା ୧,୨୦୦ ମଧ୍ୟରେ ହେଉଛି । ଏହା ତାଙ୍କ ଆୟରେ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଜୀବନ ଶୈଳୀ ରେ ମଧ୍ୟ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ସେମାନେ ତାଙ୍କ ଅଞ୍ଚଳର ସମାଜ ପରିବର୍ତ୍ତନ କାରୀ ଏଜେଣ୍ଟ ଭାବେ ପରିଗଣନା କରାଯାଉଛନ୍ତି । ବର୍ତ୍ତମାନ ସମସ୍ତ ସ୍ଵୟଂ ସହାୟକ ଦଳ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି । ସେମାନଙ୍କ ମଧ୍ୟରୁ ଅନେକ ଆୟରେ ବୃଦ୍ଧି ଆଣିବା ନିମନ୍ତେ ବ୍ୟାଙ୍କରୁ ଋଣ ନେଉଛନ୍ତି ।