‘ଏକଲା ଚଲୋ’ : ଆସାମବାସୀଙ୍କ ସେବାରେ ‘ERCEyeCare’

‘ଏକଲା ଚଲୋ’ :  ଆସାମବାସୀଙ୍କ ସେବାରେ ‘ERCEyeCare’

Saturday October 31, 2015,

4 min Read

ଡାକ୍ତର ପରଭୀଜ ଉବେଦ ଅସାମର ଜଣେ ଚକ୍ଷୁ ବିଶେଷଜ୍ଞ। ସମାଜର ଅବହେଳିତ ଗୋଷ୍ଠୀକୁ ସୁଲଭ ଓ ସଂପୂର୍ଣ୍ଣ ଚକ୍ଷୁର ଚିକିତ୍ସା ପ୍ରଦାନ କରିବା ହୋଇଛି ତାଙ୍କ ଜୀବନର ମିଶନ। ଡାକ୍ତରୀ ପାସ କଲାପରେ ଜୋରହାଟ ସିଭିଲ ହସପିଟାଲରେ ଯୋଗ ଦେଲେ ଏବଂ ଅନେକ ଲୋକଙ୍କୁ ମୋତିଆବିନ୍ଦୁ ରୋଗରେ ଆକ୍ରାନ୍ତ ହୋଇଥିବା ଲକ୍ଷ୍ୟ କଲେ । ଅନେକ ଏପରି ରୋଗୀ ଥିଲେ ଯେଉଁ ମାନଙ୍କର ଦୃଷ୍ଟିଶକ୍ତି ଖୁବ କମ ଥିଲା କିନ୍ତୁ ସେମାନେ ତାହାର କୌଣସି ଚିକିତ୍ସା କରୁ ନ ଥିଲେ।

image


ପରଭୀଜ କହନ୍ତି ଯେ ଆସାମରେ ଉପଲବ୍ଧ ହେଉଥିବା ଚକ୍ଷୁ ଚିକିତ୍ସା ସମଗ୍ର ଦେଶରେ ନ୍ୟୂନତମ, କିନ୍ତୁ ଶତକଡା ଅଠର ଭାଗ ଭାରତୀୟ ମୋତିଆବିନ୍ଦୁ ରୋଗୀ ଅସାମର। ଅନେକ ସାଧାରଣ ହାସପାତାଳରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରର ସୁବିଧା ନାହିଁ। ସ୍ୱଳ୍ପ ଆୟକାରୀ ଗୋଷ୍ଠୀଙ୍କ ପାଇଁ ବ୍ୟୟବହୁଳ ଘରୋଇ ହାସପାତାଳଗୁଡ଼ିକ ଅପହଞ୍ଚ। ଯେତେବେଳେ ସେ ହସପିଟାଲରେ କାମ କାମ କରୁଥିଲେ ସେ ଜାଣିପାରୁଥିଲେ ଯେ ଜନସଂଖ୍ୟାର ଗୋଟିଏ ବଡ ଅଂଶ ଚକ୍ଷୁ ଚିକିତ୍ସାସେବାରୁ ବଞ୍ଚିତ । କିନ୍ତୁ କେଉଁଠାରୁ ଆରମ୍ଭ କରାଯିବ ସେ ଭାବିପାରୁନଥିଲେ।

ତିନିବର୍ଷ ପରେ ପରଭୀଜଙ୍କୁ ଏହାର ଉତ୍ତର ମିଳିଗଲା। ୨୦୧୧ରେ ହୁଏତ ତାଙ୍କୁ ଜଣା ନ ଥିଲା ଗୋଟିଏ ସାମାଜିକ ଉଦ୍ୟୋଗ କିପରି କାର୍ଯ୍ୟକ୍ଷମ ହୁଏ, କିନ୍ତୁ ଏ ମଧ୍ୟରେ ସେ ଅନେକ ରାସ୍ତା ଅତିକ୍ରମ କରିସାରିଛନ୍ତି। ସମ୍ପ୍ରତି ସେ ERC Eye Care ର ପ୍ରତିଷ୍ଠାତା, ଯାହାକି ଅସାମର ସର୍ବସାଧାରଣଙ୍କୁ ବିଶେଷତଃ ଅବହେଳିତ ଲୋକଙ୍କୁ ସୁଲଭ ଚକ୍ଷୁଚିକିତ୍ସା ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ। ୨୦୧୩ ଡିସେମ୍ବରରେ Ankur Capital, Ennovent Impact Investment Holding ଏବଂ ଅନ୍ୟ ଦୁଇଟି ନିବେଶକ ସଂସ୍ଥା ERC Eye Care ରେ ପୁଞ୍ଜି ନିବେଶ କଲେ। ଏବେ ERC Eye Care ଆସାମରେ ତିନୋଟି ଦୃଷ୍ଟିକେନ୍ଦ୍ର ଜୋରହାଟ,ନାକାଚାରି ଓ ବରୋଲାରେ ପ୍ରତିଷ୍ଠା କରି ପାରିଛି। ଏହାର ୨୨ଜଣ ନିୟମିତ ଓ ୪୦ ଜଣ ପାର୍ଟ ଟାଇମ କର୍ମଚାରୀ ଅଛନ୍ତି। .

ସେମାନଙ୍କର ସେବା ମୂଲ୍ୟ ୯୯ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ମୋତିଆବନ୍ଦି ଅସ୍ତ୍ରୋପଚାର ପାଇଁ ୩୫୦୦ ଟଙ୍କା ପଡ଼ିଥାଏ। ପରାମର୍ଶ ଶୁଳ୍କ ୫୦ ଟଙ୍କା ଦେବାକୁ ହୋଇଥାଏ। ସେମାନେ ଗୋଟେ ହବ୍ ଓ ସ୍ପୋକ ମଡେଲରେ କାମ କରନ୍ତି ଯେଉଁଥିରେ ଜିଲ୍ଲା ସଦର ମହକୁମାରେ ଅସ୍ତ୍ରୋପଚାର ସୁବିଧା ସହିତ ଗୋଟିଏ ଚକ୍ଷୁ କେନ୍ଦ୍ର ରହିବ। ପ୍ରତିଟି ହବ୍ ଚାରି ପାଞ୍ଚଟି ସ୍ପୋକ ବା ସାଟେଲାଇଟ କେନ୍ଦ୍ର ସହିତ ସଂଯୁକ୍ତ ରହିବ ଯେଉଁଗୁଡ଼ିକ ଆଖପାଖ ଗ୍ରାମାଞ୍ଚଳରେ ମୌଳିକ ଚକ୍ଷୁ ସେବା ପ୍ରଦାନ କରିଥାନ୍ତି । ସାଟେଲାଇଟ କେନ୍ଦ୍ରଗୁଡ଼ିକୁ ଅପଟୋମିଟରିଷ୍ଟ ମାନେ ଅପଥାଲମୋଲୋଜିଷ୍ଟଙ୍କ ସହାୟତାରେ ଚଳାଇଥାନ୍ତି। ERC ଦୃଷ୍ଟି ସହାୟକ ମାନେ ଦୁଆର ଦୁଆର ଯାଇ ଲୋକମାନଙ୍କୁ ପରୀକ୍ଷା କରିଥାଆନ୍ତି ଏବଂ ସଚେତନ କରାଇଥାନ୍ତି। ସେମାନେ ଗୋଟିଏ ମୋବାଇଲ ୟୁନିଟ ବି ଆରମ୍ଭକରିଛନ୍ତିଯାହାକି ଜିଲ୍ଲାରେ ଗୋଟିଏ ମାସରେ ୧୫ରୁ ୨୦ଟି ଶିବିର ଆୟୋଜିତ କରିଥାଏ । ଏଠାରେ ମାଗଣା ଆଖି ପରୀକ୍ଷା କରାଯାଇଥାଏ ଓ ଔଷଧ ଦିଆଯାଇଥାଏ । ସେମାନଙ୍କର ମଡେଲଟି ସ୍ଵୟଂସଂପୂର୍ଣ୍ଣ ଯେଉଁଥିରେ Bop ଦ୍ଵାରା ସେବାର ପୂର୍ଣ୍ଣ ଉପଯୋଗ କରିବାକୁ ଜୋର ଦିଆଯାଇଥାଏ। ଏଥିରେ ସବୁ ପ୍ରକାରର ଅର୍ଥନୈତିକ ସ୍ତରର ଲୋକମାନଙ୍କୁ ସୁହାଇଲା ଭଳି ପ୍ରଡ଼କ୍ଟ ଓ ସେବା ମହଜୁଦ ଥାଏ। ପରଭେଜ ବିଶ୍ଵାସ କରନ୍ତି ଯେ ଏପରି ଏକ ସୁଲଭ ବ୍ୟବସ୍ଥା ଥିବା ହେତୁ ସେମାନେ ଚକ୍ଷୁସେବା ବିଷୟରେ ଏକ ଉଚିତ ସଚେତନତା ସୃଷ୍ଟି କରିପାରିବେ।

image


ପରଭୀଜ ୨୦୧୧ରେ ଗୋଟିଏ କ୍ଲିନିକରୁ ହିଁ କାମ ଆରମ୍ଭ କଲେ। ଗୋଟିଏ ବୃହତ୍ତର ଜନସମୁଦାୟ କୁ ପହଞ୍ଚିବା ପାଇଁ ସେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସବୁ ଆୟୋଜନ କଲେ। ପ୍ରଥମେ ତାଙ୍କ କ୍ଲିନିକକୁ ଖୁବ କମ ରୋଗୀ ଆସିଲେ। ସେ ସେମାନଙ୍କ ସହିତ ବିସ୍ତୃତଭାବେ ଚକ୍ଷୁର ଯତ୍ନ ଓ ଚିକିତ୍ସା ଯୋଜନା ବିଷୟରେ ଆଲୋଚନା କଲେ। ରୋଗୀମାନଙ୍କ ଦୃଷ୍ଟିକୋଣରୁ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି କିପରି ଆଗକୁ ବଢିପାରିବେ ସେ ବିଷୟରେ ତାଙ୍କର ଏକ ସ୍ପଷ୍ଟ ଧାରଣା ହେଲା। ତଥାପି ତାଙ୍କ ଆଗରେ ଏକ ଆହ୍ଵାନ ଥିଲା। ସେ ଗୋଟିଏ କ୍ଲିନିକରେ କେବଳ ଏତିକି କରିପାରିଥିଲେ ଏବଂ ଜାଣିପାରୁନଥିଲେ କିପରି ଆହୁରି ପୋଷଣୀୟ ଶିବିର ମାନ କରିପାରିବେ। ସେ ଭାବୁଥିଲେ ଯେ ଗୋଟିଏ ହବ୍ ଓ ସ୍ପୋକ ମଡେଲ ଏ ଦିଗରେ କାମ କରି ପାରିବ। କିନ୍ତୁ ଏଥି ପାଇଁ ଯଥେଷ୍ଟ ଅର୍ଥ ଆବଶ୍ୟକ ଥିଲା ଏବଂ ସେ ଏହାର ଅନ୍ଵେଷଣରେ ବାହାରିଲେ।

ଆସାମର ଅଧିକାଂଶ ଲୋକ ସାମାଜିକ ଉଦ୍ୟୋଗବିଷୟରେ ସଚେତନ ନୁହଁନ୍ତି। ଆଉ କିଏ ଜାଣିଛି , ଯେ ଏପରି ଏକ ସଂସ୍ଥାରେ କେହି ବି ପଇସା ବିନିଯୋଗ କରିବା ପାଇଁ ଆଗ୍ରହୀ ହୋଇପାରେ - ସେ ତ ଦୂରର କଥା।ପରଭୀଜ କହନ୍ତି। “ମୋତେ ବି ଜଣା ନ ଥିଲା। ମୁଁ ଯେତେବେଳେ ଆରମ୍ଭ କଲି ମୋତେ କେବଳ ଗୋଟିଏ ଶବ୍ଦ ଜଣା ଥିଲା – “ଏଞ୍ଜେଲ ଇନଭେଷ୍ଟର”। ମୋର ଅନ୍ଵେଷଣ ଜାରି ରହିଲା ଏବଂ ଏହି ଯାତ୍ରାରେ ମୋର ସର୍ବୋତ୍ତମ ସାଥି ହେଲା ଗୁଗଲ। ମୁଁ ଏ ସମ୍ପର୍କରେ ପ୍ରାସଙ୍ଗିକ ବହିସବୁ ପଢିବାରେ ଲାଗିଲି। ପ୍ରଥମ ଥର ପାଇଁ ମୁଁ ଗୋଟିଏ ବ୍ୟବସାୟ ନକ୍ସା ପ୍ରସ୍ତୁତ କଲି ଏବଂ ଏ ଦିଗରେ କାର୍ଯ୍ୟକ୍ଷମ ବିଭିନ୍ନ ବିତ୍ତୀୟ ମଡେଲ ବିଷୟରେ ଜାଣିବାକୁ ଚେଷ୍ଟା କଲି। ମୁଁ ଅର୍ଥ ନିବେଶ ସନ୍ଧାନରେ ଥିଲି ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲି। ପ୍ରଥମେ ମୁଁ ଯେତେବେଳେ ଭାଗ ନେବା ଆରମ୍ଭ କଲି ସେତେବେଳେ ERC ଅର୍ଥ ନିବେଶ ପାଇବା ଅବସ୍ଥାରେ ନ ଥିଲା। ମୁଁ ଫିଡବ୍ୟାକରୁଜ୍ଞାନ ଆହରଣ କରି ନିଜକୁ ପ୍ରସ୍ତୁତ କରିଚାଲିଥିଲି। ତା’ପରେ ERC ଜିତିଲା ‘Spark the Rise’ ପ୍ରତିଯୋଗିତା ଏବଂ ଗତବର୍ଷ ସଂକଳ୍ପ ପୁରସ୍କାର ପ୍ରତିଯୋଗିତାରେ ଫାଇନାଲକୁ ଯାଇଛି। ପୃଷ୍ଠପୋଷକ ଓ ଉପଦେଷ୍ଟା ମାନଙ୍କ ସମ୍ମୁଖରେ ଏହା ବଢି ଏକ ପରିପୂର୍ଣ୍ଣ ବ୍ୟବସାୟରେ ରୂପାନ୍ତରିତ ହେଲା ଯାହାକିଯେ କୌଣସି ସମସ୍ୟାର ସମାଧାନ ଲାଗି କ୍ଷମତା ରଖିଛି”

ପୁଞ୍ଜିନିବେଶ ସହିତ ‘ERC Eye Care’ଏହାର ଆଇଟି ବିଭାଗର ଉନ୍ନତି,‘ହବ୍ଓ ସ୍ପୋକ’ଏବଂ ମୋବାଇଲ ଟିମରସମ୍ପ୍ରସାରଣ କରିଏକ ବୃହତ୍ତର ଜନସଂଖ୍ୟାକୁ ପହଞ୍ଚିବା ଓ ଚକ୍ଷୁଯତ୍ନ ବିଷୟରେ ସଚେତନତା ବୃଦ୍ଧିର ଯୋଜନା କରୁଅଛି।ପରଭୀଜ ବର୍ତ୍ତମାନ ଖୁବ ଉତ୍ସାହିତ ; ସେ ଏବେ‘ERC Eye Care’ ରେ ବେଶୀରୁ ବେଶୀ ରୋଗୀ ଚିକିତ୍ସା କରିବାକୁ ଚାହାଁନ୍ତି।