କାଗଜକୁ ନେଇ ଯନ୍ତ୍ରପାତିର ସଂସାର ଗଢିବାରେ ଜଣେ ଇଞ୍ଜିନିଅର କିଭଳି ବ୍ରତୀ ହୋଇଛନ୍ତି

କାଗଜକୁ ନେଇ ଯନ୍ତ୍ରପାତିର ସଂସାର ଗଢିବାରେ ଜଣେ ଇଞ୍ଜିନିଅର କିଭଳି ବ୍ରତୀ ହୋଇଛନ୍ତି

Saturday October 17, 2015,

5 min Read

ଦିଲ୍ଲୀ ସ୍ଥିତ ଏକ ଆଇଟି କମ୍ପାନୀରେ ସପଟ୍ଓୟାର ଇଞ୍ଜିନିଅର ଭାବେ କାମ କରୁଥିବା ଆତ୍ମଜୀତ ସିଂ ବାବା, ତାଙ୍କର ଅଫିସ କାମସାରି ଘରକୁ ଫେରିବା ମାତ୍ରେ ନିଜ କୋଠରି କୁ ବନ୍ଦ କରି ନିଜର ସ୍ଵପ୍ନ ରାଇଜର ଦ୍ଵାର ଖୋଲିଦେଇଥାନ୍ତି । ସ୍ଵପ୍ନ ତାଙ୍କର ଯୁଦ୍ଧ ବିମାନ, ଟ୍ୟାଙ୍କ,ସ୍ପେସ ସଟଲ, ହେଳିକୋପ୍ଟର, ବାଇକ ଓ ଜାହାଜ ଆଦି ।

Yes. Made of just Glue and Paper!

Yes. Made of just Glue and Paper!


ଆପଣ ତାଙ୍କୁ ଜଣେ “ଦୁଷ୍ଟ ବୈଜ୍ଞାନିକ’’ ବୋଲି ଧରିନେବା ପୂର୍ବରୁ ଏଠାରେ କହି ରଖୁଛୁ ଯେ ତାଙ୍କ ଉଦ୍ଦେଶ୍ୟ ସଂପୂର୍ଣ୍ଣ ରୂପେ ପ୍ରଶଂସା ଯୋଗ୍ୟ । ତାଙ୍କ ଭଣ୍ଡାର ଘର ଏପରିକି ଶୋଇବା ଘର ମଧ୍ୟ କାଗଜ ଓ ଅଠାରେ ଭର୍ତ୍ତି । ତାଙ୍କୁ ନେଇ ସେ ବିଭିନ୍ନ ପ୍ରକାର ଯୁଦ୍ଧ ବିମାନର ମଡେଲ ତିଆରି କରିଥାନ୍ତି ।

ବୋଧହୁଏ ଏହାହିଁ ହେଉଛି ଶୁଦ୍ଧ ଇଂଜିନିୟରିଂ,ପ୍ରବଳ ଆବେଗ ,ସରଳ ବିଚାର ଓ ଡିଭାଇନ ପ୍ରତି ଆକର୍ଷଣର ଏକ ସଠିକ ମିଶ୍ରଣ । ତାଙ୍କ ପ୍ରସ୍ତୁତିରେ ରହିଛି ଉଚ୍ଚ ଗୁଣମାନ ଯାହାକି ଦେଖିବାକୁ ସୁନ୍ଦର ତଥା ତାକୁ ଦେଖିଲେ ଜଣେ ନିଶ୍ଚିତ ତାର ନିର୍ମାତା ଙ୍କ ପ୍ରସଂଶା କରିବ । ଆପଣ ଯେତେବେଳେ ଏହାକୁ ଦେଖିବେ,ପ୍ରଥମେ ଅବିଶ୍ଵାସ ଲାଗିବ, ତାପରେ ଆପଣ ତାର ସୁନ୍ଦରତାକୁ ଉପଭୋଗ କରିବେ ଏବଂ ଶେଷରେ ତାର ପ୍ରେମରେ ପଡିଯିବେ ।

ସନ ୨୦୦୪ ମସିହା କଥା, ଆତ୍ମଜୀତ ସେତେବେଳେ ଟେକ୍ସଟାଇଲ କାମେଟ୍ରି ରେ ବି ଟେକ୍ ପଢୁଥାନ୍ତି । ତାଙ୍କ ମନରେ ଏକ ବିଚାର ଆସିଲା ଯେ ତାଙ୍କର ଜ୍ୟାମିତି ଜ୍ଞାନ (ସ୍କୁଲ ଦିନର )ଏବଂ ତାଙ୍କର ଇଂଜିନିଯରିଂ ନକ୍ସା ପ୍ରସ୍ତୁତି କୌଶଳ (ଇଂଜିନିଯରିଂ ପାଠ୍ୟକ୍ରମ )କୁ ବ୍ୟବହାର କରି କାଗଜରେ ଗୋଟିଏ ଉଡାଜାହାଜ ତିଆରି କରାଯାଇ ପାରିବ ।

“ଗୋଟିଏ ମାସର କଠିନ ପରିଶ୍ରମ ଏବଂ ଆଠଥର ଆଲୁମିନିଅମ ର ପେଣ୍ଟ ଦେଲା ପରେ ମୋର ପ୍ରଥମ ମଡେଲ ପ୍ରସ୍ତୁତ ହେଲା । ସେ ଦିନ ଠାରୁ ମୁଁ ଆଉ ପଛକୁ ଫେରି ଚାହିଁ ନାହିଁ ଏବଂ ବିଭିନ୍ନ ପ୍ରକାର ଉଚ୍ଚମାନର ଯୁଦ୍ଧ ବିମାନର ୨୭ ଟି ମଡେଲ ତିଆରି କରିପାରିଛି ।’’ ।

ସ୍କେଲ କାଗଜ ମଡେଲିଂ କଣ ?

Yamaha Dragstar Classic 11 Paper Model

Yamaha Dragstar Classic 11 Paper Model


“ଏହା ଉଡାଜାହାଜରେ ବ୍ୟବହାର ହେଉଥିବା ମୂଲ୍ୟବାନ ଧାତବ ଦ୍ରବ୍ୟ ନୁହେଁ । ଏହା କେବଳ କାଗଜ ଓ ଅଠା ଯୋଡ଼ ମାତ୍ର’’ ଆତମଜିତ୍ କୁହନ୍ତି । ମଡେଲ ର ଭିତର କାରିଗରି ଦେଖିଲେ ଏହା ଜଣା ପଡୁଛି ଯ ସେ ତାକୁ ଖୁବ ସରଳ ଆକାରରେ ପ୍ରସ୍ତୁତ କରିଛନ୍ତି ।

ନିର୍ଦ୍ଧିଷ୍ଟ ଭାବରେ ଗୋଟିଏ ମଡେଲ ତିଆରି କରିବାକୁ ଆତ୍ମଜୀତ ଙ୍କୁ ୭୦ ରୁ ୪୦୦ ଘଣ୍ଟା ସମୟ ଲାଗି ଥାଏ

“ବାଇକ ର ମଡେଲ ତିଆରି କରିବାକୁ ମୋତେ ୪ ରୁ ୫ ମାସ ଲାଗେ ଏବଂ ପ୍ରତିଦିନ ମୁଁ ଏ କାମ ପାଇଁ ୨ ରୁ ୩ ଘଣ୍ଟା ସମୟ ନେଇଥାଏ । ଅନ୍ୟ ପକ୍ଷରେ ଆରପିଜି ମଡେଲ ପ୍ରସ୍ତୁତ କରିବାକୁ ଦିନରେ ପାଞ୍ଚ ଘଣ୍ଟା ହିସାବରେ ଦୁଇ ସପ୍ତାହ ସମୟ ଲାଗିଥାଏ ।’’ ତାଙ୍କର କାର୍ଯ୍ୟନିଖୁଣତା ଆଗରେ ଏ ସମୟ କିଛି ନୁହେଁ ।

ସଉକ ର ପ୍ରାଥମିକ ଦିନ ଗୁଡିକ

image


ପ୍ରଥମେ ଯେତେବେଳେ ଆତ୍ମଜୀତ ନିଜ ତିଆରି ମଡେଲର ଚିତ୍ରକୁ ନିଜ ବନ୍ଧୁ ,ପରିବାର ବର୍ଗ ତଥା ସମ୍ପର୍କୀୟ ଙ୍କୁ ପଠାଇଲେ, ପ୍ରତ୍ୟକ ଙ୍କ ଠାରୁ ତାଙ୍କୁ ପ୍ରଶଂସା ମିଳିଲା । ଏପରିକି ମଡେଲ କୁ ଆଉଟିକେ ଉନ୍ନତ କରିବାକୁ ଆମେରିକାରୁ ମଧ୍ୟ ମତାମତ ଆସିଥିଲା । କିନ୍ତୁ ତାଙ୍କ ମାତା ପିତାଙ୍କ ମନରେ ଏହା ଉଦ୍ବେଗ ସୃଷ୍ଟି କଲା । “ପ୍ରଥମେ ସେମାନେ ଜାଣିନ ଥିଲେ ଯେ ମୁଁ କଣ ତିଆରି କରୁଛି ଏବଂ ଏହି ମଡେଲ ତିଆରି କରିବାକୁ ଏତେ ସମୟ ଅପଚୟ ଓ ପରିଶ୍ରମ କାହିଁକି କରୁଛି ? କିନ୍ତୁ ପରେ ଯେତେବେଳେ ୨୦୦୫ ମସିହାରେ ୪୦ ହଜାର ପ୍ରସିଦ୍ଧ ଶିଳ୍ପୀ ଙ୍କ ମଧ୍ୟରେ ମୁଁ ନବମ ସ୍ଥାନ ହାସଲ କଲି,ସେତେବେଳେ ସମସ୍ତେ ଜାଣିଲେ ଯେ ମୁଁ ମୋ କାମଟିକୁ ବୁଝିଛି ଏବଂ ସାରା ବିଶ୍ଵ ମୋର ମୋର କଠିନ ପରିଶ୍ରମ କୁ ପ୍ରଶଂସା କରିବାକୁ ଲାଗିଲା’’। ବର୍ତ୍ତମାନ ତାଙ୍କ ପରିବାର ବର୍ଗ ଓ ବନ୍ଧୁମାନେ ହେଉଛନ୍ତି ଆତ୍ମଜୀତଙ୍କ ସବୁଠୁ ବଡ ସମର୍ଥକ ଓ ସେମାନେ ଆତ୍ମଜୀତଙ୍କୁ ୱେବ ସାଇଟ ରେ ଦେଖି ଗର୍ବ ଅନୁଭବ କରିଥାନ୍ତି ।

ମନର ଆବେଗକୁ ବ୍ୟବସାୟ ରେ ପରିଣତ କରିବା

ଆତ୍ମଜୀତ ଯେତେବେଳେ ବି ନିଜର ମଡେଲ ପ୍ରଦର୍ଶନ କରିଛନ୍ତି ଖୁବ ନିଷ୍ଠା ଓ ଉତ୍ସାହତାର ସହ ତାକୁ ପ୍ରଦର୍ଶିତ କରିଛନ୍ତି । ଏହାର ଏକ ବ୍ୟବସାୟ ର ରୂପ ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

“ସମୟ ଓ କଠିନ ପରିଶ୍ରମ ଏବଂ ମୋର ବିଶେଷ କୌଶଳ କୁ ବ୍ୟବହାର କରି ମୁଁ ଏହାର ସୌଖୀନ ସାମଗ୍ରୀ ତିଆରି କରିବାକୁ ଚାହୁଁଛି’’।ସେ କହିଲେ ଘରର ସାଜ ସଜ୍ୟା ଓ ସୋକେଶ ପାଇଁ ବିଭିନ୍ନ ପ୍ରକାର ସ୍ଵତନ୍ତ୍ର ଧରଣର ଉତ୍ପାଦନ କରିବାକୁ ସେ ଚାହାନ୍ତି ।

“ଯଦି କେହି ମୋତେ ତାଙ୍କର ବାଇକ କୁ ସାଜ ସଜ୍ୟା କରିବା ପାଇଁ କୁହନ୍ତି, ମୁଁ ତାଙ୍କ ଆଗରେ ବିଭିନ୍ନ ପ୍ରକାର ସୁଶୋଭିତ ବାଇକ ର ମଡେଲ ପ୍ରସ୍ତୁତ କରିପାରିବି । ସେଥିରେ କେବଳ ବିଭିନ୍ନ ପ୍ରକାର ଚିତ୍ତାକର୍ଷକ ସାଜସଯ୍ୟା ରହିବ ।ତାଙ୍କର ଅନ୍ୟ ପ୍ରକାର ବିଚାର ମଧ୍ୟ ରହିଛି । “ଧରନ୍ତୁ ଟୟୋଟା କମ୍ପାନୀ ଏକ ନୂତନ ମଡେଲର ଗାଡି ବଜାରକୁ ଛାଡୁଛି ।ତାର ଉଦ୍ ଘାଟନ ସମାରୋହରେ ମୁଁ ଟୟୋଟା କମ୍ପାନୀ ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଜସଜ୍ୟା ପ୍ରସ୍ତୁତ କରିପାରିବି । ସେହି ୟୁଏସପି ହସ୍ତ ତନ୍ତରେ ସଜ୍ୱିତ, ଉଚ୍ଚମାନର ଶୋଭାବର୍ଦ୍ଧକ ତଥା ହାଲୁକା ଓଜନର ହୋଇପାରିବ ’’ । ସେ କୁହନ୍ତି ।

ସୋଲୋପ୍ରେନ୍ୟୁଅରର ଅନୁଧ୍ୟାନ

କିନ୍ତୁ ଅନ୍ୟ ଧରଣର ସୋଲୋପ୍ରେନ୍ୟୁଅର ଭଳି ଯେଉଁ ଗ୍ରାହକ ମାନେ ନିଜର ଆବେଗ ବା ସଜାଇବାର ଇଚ୍ଛା ପ୍ରକାଶ କରିବେ, ଆତ୍ମଜୀତଙ୍କ ରାସ୍ତାରେ କିଛି ଅସୁବିଧା ମଧ୍ୟ ରହିଛି ।

“ମୁଁ ଗୋଟିଏ ସଂସ୍ଥାରେ ଚାକିରି କରିଛି । ମଡେଲ ଗୁଡିକ ତିଆରି କରିବାକୁ ମୋ ପାଖରେ ଯଥେଷ୍ଟ ସମୟ ନାହିଁ ଯଦି ଲୋକ ମାନେ ମୋ ଠାରୁ ମଡେଲ କିଣିବାକୁ ଚାହିଁବେ, ତେବେ ଚାକିରି ଛାଡି ମୁଁ ପୁରା ସମୟ ପାଇଁ ଏହି କାମ କରିବି” । ଏ କ୍ଷେତ୍ରରେ ଆଉ ଏକ ଅସୁବିଧା ମଧ୍ୟ ରହିଛି । ଯେହେତୁ ଏହି ମଡେଲ ଗୁଡିକ ମଜବୁତ ନୁହେଁ ଏବଂ ଭାଙ୍ଗିଯିବାର ସମ୍ଭାବନା ରହିଛି,ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆ ଅଣା ମଧ୍ୟ ନିରାପଦ ନୁହେଁ । ସେଗୁଡିକ ଏକ କାଚ ବାକ୍ସ ରେ ନିଆ ଅଣା କରାଯାଇ ପାରିବ ।

Paper Model of ‘Rocket Propelled Grenade Launcher’

Paper Model of ‘Rocket Propelled Grenade Launcher’


ମୋ ଉତ୍ପାଦନ କୁ ଦେଖିଲା ମାତ୍ରେ ଲୋକ ତାକୁ ପସନ୍ଦ କରିଥାନ୍ତି । କିନ୍ତୁ ଯେତେବେଳେ ସେମାନେ ଏହାକୁ ଛୁଅନ୍ତି ଓ ଧରନ୍ତି ସେତେବେଳେ ସେମାନେ ଜାଣିପାରନ୍ତି ଯେ ଏହା କେତେ ହାଲୁକା । ଏହା ତାଙ୍କ ମନରେ ଏକ ଦୀର୍ଘସ୍ଥାୟୀ ଛାପ ପକାଇ ଥାଏ । ତେଣୁ ଯେଉଁ ମାନେ ଏହି ମଡେଲ ଗୁଡିକୁ କିଣିବାକୁ ଚାହାଁନ୍ତି ସେ ବ୍ୟକ୍ତିଗତ ଭାବରେ ଏହାକୁ ପରଖି କିଣିବାକୁ ମୁଁ ସେମାନଙ୍କୁ ଅନୁରୋଧ କରିବି । ହେଉଛନ୍ତି ଏକ ଜାତୀୟ ସ୍ତରର ଟେବୁଲ ଟେନିସ ଖେଳାଳି । ସେ ଗିଟାର ବଜାଇ ମଧ୍ୟ ସିଖୁଛନ୍ତି । କିନ୍ତୁ ସେ ସବୁବେଳେ ଜଣେ ପାଇଲଟ ହେବାକୁ ଚାହାଁନ୍ତି। “ଜନ୍ମରୁ ହିଁ ଉଡାଜାହାଜ ପ୍ରତି ମୋର ବହୁତ ଉତ୍ସାହ ରହିଛି ।” ଏବଂ ଏବେ ମଧ୍ୟ ଆକାଶ ରେ ଉଡୁଥିବା ଜାହାଜକୁ ମୁଁ ନିରେଖି ଦେଖିଥାଏ । ମୁଁ ଜାତୀୟ ରାଜପଥ ୮ ରେ ଅଟକି ଯାଇ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର ରୁ ଉପରକୁ ଉଠୁଥିବା ଏବଂ ତଳକୁ ଖସୁଥିବା ଜାହାଜ କୁ ବିଦାୟ ଦେଇଥାଏ ।

ଏବେମଧ୍ୟ ମୋର ଏହି ଆଗ୍ରହ ରହିଛି । ଜଣ ଟ୍ରାଭୋଲଟା ଭଳି ମୋ ଘର ପଛପଟେ ଏକ ରନ୍ ୱେ ତିଆରି କରିଛି। ଆତ୍ମଜୀତ ଙ୍କ କାମକୁ ଆପଣ ପସନ୍ଦ କରନ୍ତିକି? ଦେଖନ୍ତୁ –ଫେସବୁକରେ ତାଙ୍କ ପୃଷ୍ଠାକୁ ।

Update (ଜୁନ ୦୫.୨୦୧୫ ): କାଗଜ ମଡେଲିଂ –ଆବେଗରୁ ଉତ୍କର୍ଷ ଆତ୍ମଜୀତଙ୍କ ଆଲୋଚନାକୁ TEDXITAM ୟୁନିଭରସିଟି ରେ ଦେଖନ୍ତୁ ।