ଜେଜେମା ମାନଙ୍କ ପାଇଁ ସ୍କୁଲ ‘ଆଜିବାଇଚି ଶାଳା’; ସବୁଠାରୁ ବୟସ୍କା ଛାତ୍ରୀ ହେଲେ ୯୦ ବର୍ଷର

ଜେଜେମା ମାନଙ୍କ ପାଇଁ ସ୍କୁଲ ‘ଆଜିବାଇଚି ଶାଳା’; ସବୁଠାରୁ ବୟସ୍କା ଛାତ୍ରୀ ହେଲେ ୯୦ ବର୍ଷର

Monday February 13, 2017,

3 min Read

‘ଆଜିବାଇଚି ଶାଳା’ ନାମରେ ଖୋଲିଥିବା ସ୍କୁଲଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି। ଏହାର ବିଶେଷତ୍ଵ ହେଉଛି ଏଠାରେ କେବଳ ପ୍ରୌଢ ମହିଳା ମାନେ ହିଁ ପଢିପାରିବେ। ଏଠାକାର ଛାତ୍ରୀ ମାନଙ୍କ ବୟସ ୬୦ରୁ ଆରମ୍ଭ କରି ୯୦ ପର୍ଯ୍ୟନ୍ତ ରହିଛି। ଯୋଗେନ୍ଦ୍ର ବାଙ୍ଗର ଓ ମୋତିରାମ ଦଲାଲ ଚ୍ୟାରିଟେବଲ ଟ୍ରଷ୍ଟ ମିଶି ଏହି ସ୍କୁଲଟିକୁ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଏକ ଛୋଟ ଜାଗାରେ ଚହଳ ପକାଇଛି ଏହି ସ୍କୁଲଟି। ଦେଶରେ ଏପରି ଏକ ସ୍କୁଲର ପରିକଳ୍ପନା ପ୍ରଥମ, ଯେଉଁଠାରେ ଜେଜେମା ମାନେ ପାଠ ପଢିବାର ସୁଯୋଗ ପାଉଛନ୍ତି। ପିଲାବେଳେ କୌଣସି ପରିସ୍ଥିତି ବ କାରଣରୁ ହୁଏତ ସେମାନଙ୍କୁ ଶିକ୍ଷାଲାଭ ର ସୁଯୋଗ ମିଳିନଥିଲା। କିନ୍ତୁ ଆଜି ସେମାନେ ‘ଆଜିବାଇଚି ଶାଳା’ରେ ପାଠ ପଢିବାର ସୁବିଧା ପାଇପାରୁଛନ୍ତି।

Image : <a href=

Image :

Hindusthan Timesa12bc34de56fgmedium"/>

ଏହି ସ୍କୁଲଟି ଦିନକୁ ମାତ୍ର କିଛି ଘଣ୍ଟା ପାଇଁ ଖୋଲା ହୁଏ। ସମସ୍ତ ଛାତ୍ରୀଙ୍କର ୟୁନିଫର୍ମ ହେଉଛି ଗୋଲାପି ରଙ୍ଗର ଶାଢୀ। FirstPost ସହ ଏକ ସାକ୍ଷାତକାରରେ ମୋତିଲାଲ ଦଲାଲ ଚ୍ୟାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ଦିଲୀପ ଦଲାଲ କୁହନ୍ତି,

ବରୀଷ୍ଠ ନାଗରିକଙ୍କ ପାଇଁ ଶ୍ରଦ୍ଧା ଏବଂ ମମତାକୁ ବଢାଇବା ପାଇଁ ଆମେ ଏହି ସ୍କୁଲର ଆରମ୍ଭ କରିଥିଲୁ। ଆମେ ଏହି ଟ୍ରଷ୍ଟ ଏବଂ ଉଦ୍ୟମ ମାଧ୍ୟମରେ ଦୁନିଆକୁ ଜଣାଇବାକୁ ଚାହୁଁଛୁ ଯେ ବୃଦ୍ଧ ବ୍ୟକ୍ତି ମାନେ ଆମ ସମାଜର ଏକ ଅବିଚ୍ଛେଦ୍ୟ ଏବଂ ମହତ୍ଵପୂର୍ଣ୍ଣ ଅଙ୍ଗ ଅଟନ୍ତି।

୮ ମାର୍ଚ୍ଚ ୨୦୧୬ରେ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଏବେ ଛାତ୍ରୀଙ୍କ ସଂଖ୍ୟା ୨୭। ସେମାନେ ଏକାଠି ବସି ମରାଠୀ ଭାଷା ଲେଖିପଢି ଶିଖନ୍ତି। ସ୍କୁଲର ସବୁଠାରୁ ବୟସ୍କା ଛାତ୍ରୀ, ୯୦ ବର୍ଷ ବୟସ୍କା ସୀତାବାଇ ଦେଶମୁଖ Hindustan Timesକୁ କୁହନ୍ତି, 

“ମୋ ଜୀବନରେ ମୁଁ କେବେ ମଧ୍ୟ ଭାବିନଥିଲି ଯେ ମୋତେ ଲେଖାପଢା କରିବାର ସୁଯୋଗ ମିଳିବ। ମୁଁ ଛୋଟ ଥିବା ବେଳେ ମୋର ପରିବାର ଅତ୍ୟନ୍ତ ଗରୀବ ଥିଲା ଏବଂ ସେତେବେଳେ ଝିଅମାନଙ୍କୁ ସ୍କୁଲ ଯିବାକୁ ଅନୁମତି ନଥିଲା। ଗତ ଏକବର୍ଷ ମଧ୍ୟରେ ସତେ ଯେମିତି ଏକ ନୂଆଁ ଜୀବନ ମିଳିଛି।“ 

ସୀତାବାଇ ପ୍ରାୟ ସମୟରେ ନିଜର ଆଠ ବର୍ଷର ନାତୁଣୀ ଅନୁଷ୍କା ସହ ସ୍କୁଲକୁ ଆସନ୍ତି। ସେ ତାଙ୍କୁ ତାଙ୍କର ପାଠପଢାରେ ସାହାଯ୍ୟ ମଧ୍ୟ କରେ। Hindustan Timesକୁ ତାଙ୍କ କୁନି ନାତୁଣୀ କୁହେ ଯେ ଜେଜେମା ସହ ମିଶି ପାଠ ପଢିବାକୁ ବହୁତ ମଜା ଲାଗେ।

ଏହି ଗଣତନ୍ତ୍ର ଦିବସରେ ସ୍କୁଲଟି ଏକ ବଡ଼ ଜାଗାକୁ ଘୁଞ୍ଚିଗଲା ଏବଂ ଏନେଇ ଜେଜେମା ମାନେ ଖୁବ ଖୁସି। ସ୍ଥାନୀୟ ଛୋଟ ପିଲା ମାନଙ୍କ ସହ ମିଶି ସ୍କୁଲର ଛାତ୍ରୀମାନେ ଖୁବ ଆନନ୍ଦ ଉଲ୍ଲାସର ସହ ଗଣତନ୍ତ୍ର ଦିବସ ପାଳନ କରିଥିଲେ। ଦିଲୀପ ଦଲାଲ କୁହନ୍ତି, “ସବୁ ଜେଜେମା ମାନଙ୍କୁ ଏହି ଅବସରରେ ବିଦ୍ୟାର୍ଥୀ ଭାବେ ଭାଗ ନେବା ଦେଖି ମୋତେ ବହୁତ ଗର୍ବ ଅନୁଭବ ହେଉଛି।“

ଯୋଗେନ୍ଦ୍ର ବାଙ୍ଗର, ଯିଏ ପ୍ରଥମେ ଏହି ଉଦ୍ୟମର ପରିକଳ୍ପନା କରିଥିଲେ, FirstPost ସହ କଥାବାର୍ତ୍ତା ହୋଇ କୁହନ୍ତି, ଗାଁରେ ସମସ୍ତେ ଆମର ଏହି ଉଦ୍ୟମକୁ ସ୍ଵାଗତ କରିଥିଲେ। କେହି କେବେ ଏହା ବିରୋଧରେ କିଛି ସ୍ଵର ଉଠେଇନାହାନ୍ତି। ସେମାନେ ଆମକୁ କହିଲେ ଯେ, ତୁମେ ଯାହା କରୁଛ ସମାଜ ପାଇଁ ତାହା ମଙ୍ଗଳକାରୀ ଅଟେ। ଆଜି ପର୍ଯ୍ଯନ୍ତ କେହି ଏପରି କିଛି କରିନଥିଲେ ଏବଂ ଆମେ ସର୍ବଦା ତୁମ ସାଥିରେ ଅଛୁ। ବହୁଳ ପରିମାଣରେ ସକାରାତ୍ମକ ପ୍ରତିକ୍ରିୟା ପାଇ ବାଙ୍ଗର ଆନନ୍ଦିତ ହୋଇ କୁହନ୍ତି,

ଜୀବନରେ ଜ୍ଞାନର ମହତ୍ଵ ସବୁଠାରୁ ଅଧିକ। ଯେଉଁ ବୟସ୍କ ନାଗରିକ ମାନେ ତାଙ୍କ ଜୀବନ କାଳରେ କେବେ ସ୍କୁଲ ଯିବାର ସୁଯୋଗ ପାଇନଥିଲେ, ସେମାନଙ୍କୁ ଏକ ସୁଯୋଗ ଦେବା ଆମପାଇଁ ଗୁରୁତ୍ଵପୂର୍ଣ୍ଣ ଥିଲା। ଆମେ ଆମ ଗାଁକୁ ୧୦୦% ସାକ୍ଷର କରିବା ସହ ଏକ ଆନନ୍ଦ ଆଣିବା ଉଦ୍ଦେଶ୍ୟରେ ଏହି ସ୍କୁଲ ଆରମ୍ଭ କରିଥିଲୁ। ଆମେ ଏହାଛଡ଼ା ଆଗକୁ କିଛି ନୂଆଁ ମଧ୍ୟ ଭାବିଛୁ। ଖୁବଶୀଘ୍ର ଆମେ ତାଙ୍କୁ ହାତ ତିଆରି କାଗଜର ବ୍ୟାଗ ଏବଂ ଦୋହଡ଼ ତିଆରି ମଧ୍ୟ ଶିଖାଇବୁ।

୬୫ ବର୍ଷ ବୟସ୍କା ଛାତ୍ରୀ କାନ୍ତାବାଇ ମୋରେ କୁହନ୍ତି, ଆମେ ସବୁ ବୟସ୍କା ମହିଳା ମାନେ ଗୋଟିଏ କ୍ଳାସରେ ଲେଖାପଢା କରିବା ପାଇଁ ଏକାଠି ହେଉଛୁ। ପାଠ ଛଡ଼ା ଆମକୁ ବଗିଚା କାମ କରିବାକୁ ଭଲ ଲାଗେ। ତେଣୁ ଆମେ ମିଶିକରି ବଗିଚା କମ କରୁଛୁ। ଦିନକ ପାଇଁ ବୁଲାବୁଲି କରିବା ପାଇଁ ମଧ୍ୟ ଯାଉ। ଦିଲୀପ ଆମ ସଭିଙ୍କୁ ପିକନିକ ପାଇଁ ନେଇକରି ଯିବେ ବୋଲି ମଧ୍ୟ କହିଛନ୍ତି। ଆମେ ସମସ୍ତେ ତାକୁ ଆଗ୍ରହର ସହ ଅପେକ୍ଷା କରିଛୁ।