ସ୍ମାର୍ଟଫୋନ ବା ଇଣ୍ଟରନେଟ ବିନା ମଧ୍ୟ Paytmରେ କରିହେବ କାରବାର

ସ୍ମାର୍ଟଫୋନ ବା ଇଣ୍ଟରନେଟ ବିନା ମଧ୍ୟ Paytmରେ କରିହେବ କାରବାର

Friday December 09, 2016,

2 min Read

ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ Paytm ଏକ ଟୋଲ ଫ୍ରୀ ନମ୍ବର ଘୋଷଣା କରିଛି ଯାହା ସାହାଯ୍ୟରେ ଗ୍ରାହକ ଏବଂ ବ୍ୟବସାୟୀ ମାନେ ବିନା ଇଣ୍ଟରନେଟରେ ମଧ୍ୟ ଟଙ୍କାର କାରବାର କରିପାରିବେ ଏବଂ ତାଙ୍କର ମୋବାଇଲ ଫୋନ ମଧ୍ୟ ରିଚାର୍ଜ କରିପାରିବେ।

ଗ୍ରାହକ ଏବଂ ବ୍ୟବସାୟୀ ମାନଙ୍କୁ Paytmରେ ନିଜର ମୋବାଇଲ ନମ୍ବର ରେଜିଷ୍ଟର କରି ଏକ ଚାରି ଡିଜିଟର ପିନ ନମ୍ବର ରଖିବାକୁ ପଡ଼ିବ ବୋଲି କମ୍ପାନୀ ଏକ ଘୋଷଣାନାମାରେ ଜଣାଇଛି।

Vijay Shekhar Sharma, Founder and CEO, Paytm

Vijay Shekhar Sharma, Founder and CEO, Paytm


Paytmର ଉପସଭାପତି ନିତିନ ମିଶ୍ରା କହନ୍ତି,

ବ୍ୟବହାରକାରୀ ମାନେ ଗ୍ରହଣକାରୀଙ୍କର ମୋବାଇଲ ନମ୍ବର, ପଠାଇବାକୁ ଥିବା ରାଶି ଏବ ତାଙ୍କର Paytm ପିନ ଦେଇ ନିଜ ୱାଲେଟରୁ ଆରାମରେ ଅନ୍ୟ ଏକ Paytm ୱାଲେଟକୁ ଟଙ୍କା ପଠାଇପାରିବେ। ଆମେ ଅଧିକରୁ ଅଧିକ ଭାରତୀୟ ମାନେ କିପରି ସହଜ ଭାବେ ଡିଜିଟାଲ ଟଙ୍କା ବ୍ୟବହାର କରିପାରିବେ ସେଥିପାଇଁ ବଦ୍ଧପରିକର। ଆମର ନୂଆ ଟୋଲଫ୍ରୀ ନମ୍ବର (୧୮୦୦୧୮୦୦୧୨୩୪) ସେହି ଦିଗରେ ଆମର ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ସାହାଯ୍ୟରେ ଯେଉଁମାନେ ସ୍ମାର୍ଟଫୋନ ବ୍ୟବହାର କରୁନାହାନ୍ତି ସେମାନେ ମଧ୍ୟ କ୍ୟାଶଲେସ କାରବାର କରିବାରେ ସମର୍ଥ ହେବେ।

ବର୍ତ୍ତମାନ ୧୦ ଲକ୍ଷ ରୁ ଊର୍ଦ୍ଧ୍ଵ ଅଫଲାଇନ ବ୍ୟବସାୟୀ ମାନେ Paytmକୁ ନେଣଦେଣ ପାଇଁ ତାଙ୍କର ପ୍ରଧାନ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି ବୋଲି କମ୍ପାନୀ କହେ।

ବର୍ତ୍ତମାନ ସୁଦ୍ଧା Paytmର ବ୍ୟବହାରକାରୀଙ୍କ ସଂଖ୍ୟା ୧୬୦ ମିଲିୟନ। Paytmରେ Ant Financials (Alipay), Alibaba Group, SAIF Partners, Sapphire Venture, Mediatek ଏବଂ Silicon Valley Bank ଭଳି କମ୍ପାନୀ ମାନେ ପୁଞ୍ଜିନିବେଶ କରିଛନ୍ତି।

ନିକଟ ଅତୀତରେ Paytmର ପ୍ରତିଷ୍ଠାତା ଏବଂ ସିଇଓ ବିଜୟ ଶେଖର ଶର୍ମା ଆମ ଦେଶରେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ଷ୍ଟାର୍ଟଅପ ମାନଙ୍କର ଏକ ନେଟୱର୍କ ବନେଇବା ପାଇଁ ୧୦ କୋଟି ଟଙ୍କାର ପ୍ରତିଶ୍ରୁତି ଦେଇଥିଲେ। ନଭେମ୍ବର ମାସ ଶେଷ ବେଳକୁ କମ୍ପାନୀ ତା’ର ଚାଇନିଜ ନିବେଶକ ଏବଂ ମାଲିକାନାକୁ ନେଇ ତୀବ୍ର ସମାଲୋଚନାର ଶିକାର ହେଇଥିଲା। ସେତେବେଳେ ଶର୍ମା ସ୍ପଷ୍ଠ ଭାବେ କହିଥିଲେ ଯେ Paytm “ପୂରାପୂରି ସ୍ଵଦେଶୀ ଠିକ ମାରୁତି କମ୍ପାନୀ ଭଳି” ଅବମ ଗର୍ବର ସହ ନିଜକୁ “India Story”ର ପ୍ରତିନିଧି ବୋଲି କହିଥିଲେ।

ବର୍ତ୍ତମାନ ଚାଲିଥିବା ବିମୁଦ୍ରାକରଣକୁ ଖୁବ ପ୍ରଶଂସା କରି Paytm ପ୍ରଧାନମନ୍ତ୍ରୀ ମୋଦିଙ୍କର ଛବି ସହ ନାନା ବିଜ୍ଞାପନ ଛାଡିଥିଲା। ଏ ନେଇ ଅନେକେ ସମାଲୋଚନା କରିଥିଲେ ଯେ Paytmର ବୃହତ୍ତମ ଶେୟାରହୋଲ୍ଡର ଏକ ଚାଇନାର କମ୍ପାନୀ, Alibaba ଅଟେ।