ଭ୍ରମଣ କ୍ଳାନ୍ତି ଦୂର କରିବା ପାଇଁ ଫିଟନେସ ସମାଧାନ: ଆଲେଖ୍ୟା ନଦେନ୍ଦଲାଙ୍କ Bon Soul

ଭ୍ରମଣ କ୍ଳାନ୍ତି ଦୂର କରିବା ପାଇଁ ଫିଟନେସ ସମାଧାନ: ଆଲେଖ୍ୟା ନଦେନ୍ଦଲାଙ୍କ Bon Soul

Saturday November 14, 2015,

3 min Read

ଉପଲବ୍ଧ ସେବାମାନଙ୍କ ବିଷୟରେ ସୂଚନା ହାତ ପାଆନ୍ତାରେ ଯୋଗାଇ ଦେଇ ଲୋକମାନଙ୍କ ଜୀବନକୁ ସହଜ ଓ ସରଳ କରିବାର ପରିକଳ୍ପନାରୁ ହିଁ Bon Soulର ଜନ୍ମ। ଏହା ହେଉଛି ସ୍ପା ଓ ସେଲୁନମାନଙ୍କର ଗୋଟିଏ ଅନଲାଇନ ନେଟୱର୍କ। ଏହା କେବଳ ସ୍ପା ବା ସେଲୁନମାନଙ୍କ ଅବସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ପ୍ରଦାନ କରେନାହିଁ, ବରଂ ଏହି ସେଲୁନ ଓ ସ୍ପା ମାନଙ୍କରେ ଉପଲବ୍ଧ ସୁବିଧା, ଅନ୍ୟ ବ୍ୟବହାରକାରୀଙ୍କ ଅନୁଭୂତି ଓ ଅନୁମୋଦନ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିଥାଏ।

image


Bon Soulର ପ୍ରତିଷ୍ଠାତା ଆଲେଖ୍ୟା ନଦେନ୍ଦଲାଙ୍କ ସଫଳତାର ଯାତ୍ରା ବିଷୟରେ HerStoryର ଏକ ଅନ୍ତରଙ୍ଗ ଆଳାପ।

Bon Soul ପ୍ରତିଷ୍ଠା ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା କିପରି ଥିଲା ଓ ଏଥି ପାଇଁ ଆପଣଙ୍କୁ କିଏ ପ୍ରେରଣା ଦେଇଥିଲେ?

ପୂର୍ବରୁ ମୁଁ ବାପାଙ୍କୁ ତାଙ୍କ ବ୍ୟବସାୟରେ ସାହାଯ୍ୟ କରୁଥିଲି। ଏଥିପାଇଁ ମତେ ଅନେକ ସ୍ଥାନ ଭ୍ରମଣ କରିବାକୁ ପଡୁଥିଲା। ଫିଟ ରହିବାକୁ ମତେ ଭଲ ଲାଗେ। ସେଥିପାଇଁ ମୁଁ ନିୟମିତ ଭାବେ ଫିଟନେସ କ୍ଳାସ ଯାଏ। ମାତ୍ର ବ୍ୟବସାୟିକ କାରଣରୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିବାରୁ ମୁଁ ସମସ୍ତ କ୍ଳାସରେ ଉପସ୍ଥିତ ରହି ପାରୁନଥିଲି। ମତେ ଲାଗୁଥିଲା ଯେ ପୁରା ମାସ ପାଇଁ ପଇସା ଦେଇ ମୁଁ ନିଜର ଅର୍ଥ ଅପଚୟ କରୁଛି। ସେହି ସମୟରେ ମୋ ମନରେ ଭାବନା ଆସିଲା ଯେ ଯଦି ମୁଁ ପ୍ରତି କ୍ଳାସ ଅନୁସାରେ ପଇସା ଦେଇପାରିବି ତାହାଲେ ଏହା ମୋ ପାଇଁ ଲାଭ ଦାୟକ ହେବ। ଏହି ଭାବନାରୁ ହିଁ Bon Soul ପାଇଁ ମୂଳଦୁଆ ପଡିଥିଲା।

ଫିଟନେସ କ୍ଳାସ କହିଲେ ମୁଁ କେବଳ ବ୍ୟାୟମକୁ ବୁଝେ ନାହିଁ। ମୋ ପାଇଁ ଏହାର ପରିଭାଷା ହେଉଛି ସମ୍ପୂର୍ଣ ସୁସ୍ଥତା। ବ୍ୟାୟାମ ସହିତ ଅବସର ବିନୋଦନ ଓ ମାନସିକ ଫୁର୍ତ୍ତିକୁ ଯୋଡିବା ପାଇଁ ଆମେ ଫିଟନେସ ସେଣ୍ଟର ସହ ସ୍ପା ଓ ସେଲୁନ ମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କଲୁ।

ଏହି ବ୍ୟବସାୟ ପାଇଁ ଆପଣ ଏପରି ଗୋଟିଏ ଆକର୍ଷକ ନାମ କିପରି ଖୋଜିଲେ?

ଆମ ପାଖରେ ବାଛିବା ପାଇଁ ଅନେକ ଗୁଡିଏ ନାମ ଥିଲା। ମୁଁ ପ୍ରଥମେ ଏହାର ନାମ bookmyclass.com ଦେବା ପାଇଁ ସ୍ଥିର କରିଥିଲି। ମାତ୍ର ପରେ ଲାଗିଲା ଯେ ଆମେ ଫିଟନେସ ସହ ସ୍ପା ଓ ସେଲୁନ ଗୁଡିକୁ ମଧ୍ୟ ଯୋଡୁଥିବାରୁ bookmyclass ନାମ ଟି ପ୍ରଯୁଜ୍ୟ ହେବନାହିଁ। ବ୍ୟବସାୟ ଦୃଷ୍ଟିକୋଣରୁ .in ଅପେକ୍ଷା .com ଡୋମେନ ଆମ ପାଇଁ ଅଧିକ ପ୍ରଭାବଶଳୀ ହେବ ବୋଲି ଆମେ ନିଶ୍ଚିତ ଥିଲୁ। ନାମ ଖୋଜିବାର ପ୍ରକ୍ରିୟା ଲମ୍ବା ଥିଲା ଓ ମୁମ୍ବାଇର ଜଣେ ବ୍ୟକ୍ତି ଆମକୁ ପାଖାପାଖି ୫୦୦ ନାମ ବାଛିବା ପାଇଁ ଦେଇଥିଲେ। ପରେ, Bon Soul ନାମରେ ଆମେ ସମସ୍ତେ ସହମତି ପ୍ରକାଶ କଲୁ। ଏହାର ଅର୍ଥ ହେଉଛି ଭଲ ଆତ୍ମା। ଆମେ ଚାହୁଁ ଯେ ଆମ ସେବାକୁ ବ୍ୟବହାର କରି ଲୋକମାନେ ଖୁସି ପାଆନ୍ତୁ। ସେଥିପାଇଁ ଏହି ନାମଟି ରଖିବାକୁ ଆମେ ସ୍ଥିର କଲୁ।

ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କିଛି କୁହନ୍ତୁ।

ମୁଁ ଚେନ୍ନାଇ ସ୍ଥିତ VITରୁ ଇଞ୍ଜିନିୟରିଙ୍ଗ ଶିକ୍ଷା ଶେଷ କରିଛି। ଏହା ପରେ ମୁଁ ଅତ୍ୟାଧୁନିକ ଘରୋଇ ଉପକରଣ (ଯେମିତିକି ସ୍ଵୟଂଚାଳିତ ଲାଇଟ, ଫ୍ୟାନ ଇତ୍ୟାଦି) କ୍ଷେତ୍ରରେ କାମ କରିବାକୁ ଚାହୁଁଥିଲି। ମାତ୍ର ଏହି କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ଡିଜାଇନିଙ୍ଗ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲି। ସେଥିପାଇଁ ମୁଁ ନ୍ୟୁୟର୍କର New School for Designରେ ଇଞ୍ଜିନିୟରିଙ୍ଗ ଡିଜାଇନ ପଢିବା ପାଇଁ ଗଲି। ପାଠ ଶେଷ ହେଲା ପରେ ମୁଁ ପ୍ରାୟ ୧୦ ମାସ ମିଆମିରେ କାମ କରିଥିଲି ଓ ତାପରେ ଭାରତ ଫେରି ଆସି ବାପାଙ୍କ ସହ କାମ କରିବା ଆରମ୍ଭ କଲି। ବର୍ତ୍ତମାନ ମୁଁ ହାଇଦ୍ରାବାଦର ISBରେ ଏମବିଏ ପଢୁଛି।

Bon Soul ସ୍ପା ଓ ଫିଟନେସ କ୍ଷେତ୍ରର Zomato ହୋଇପାରିବ ବୋଲି ଆପଣ ଭାବୁଛନ୍ତି କି?

Zomato ହେବାର ଲକ୍ଷ୍ୟ ମୋର ନାହିଁ। କାରଣ ଏପରି ଲକ୍ଷ୍ୟ ରଖିଲେ ଆପଣ ସୀମିତ ହୋଇଯିବେ। ଅନ୍ୟମାନଙ୍କ ସହ ନିଜକୁ ତୁଳନା କଲେ ଆପଣ ଦ୍ଵିତୀୟ ସ୍ଥାନରେ ହିଁ ରହିପାରିବେ। ହେଲେ, Zomato ଯେପରି ଭାବେ ନିଜ ବ୍ୟବସାୟ ବଢାଇ ଚାଲିଛି ମୁଁ ମଧ୍ୟ ସେପରି କରିବାକୁ ଚାହେଁ।

ଆପଣ ବର୍ତ୍ତମାନ ହାଇଦ୍ରାବାଦରେ ରହୁଛନ୍ତି। ନିଜ ବ୍ୟବସାୟକୁ ଆଗକୁ ବଢେଇବା ପାଇଁ ଆପଣ କିକି ଯୋଜନା ରଖିଛନ୍ତି?

ବାଙ୍ଗାଲୋର ଓ ଚେନ୍ନାଇରେ ନିଜ ବ୍ୟବସାୟର ବିସ୍ତାର ପାଇଁ ଆମେ କାମ କରିବା ଆରମ୍ଭ କରିସାରିଲୁଣି। ଆଗାମୀ ଦୁଇ ଅଢେଇ ମାସ ଭିତରେ ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟାନ୍ୟ ମେଟ୍ରୋ ନଗରୀରେ ଆମେ ଆମର ସେବା ଉପଲବ୍ଧ କରେଇବା ପାଇଁ ଲକ୍ଷ୍ୟ ରଖିଛୁ। ଧିରେ ଆମେ ଆମର ଉପସ୍ଥିତି ସାରା ଭାରତରେ ଜାହିର କରିବୁ।