ସ୍ତନକର୍କଟ ସମ୍ପର୍କରେ ସଚେତନତା ଆଣିବା ପାଇଁ ୩୫୦ କିଲୋମିଟର ଖାଲି ପାଦରେ ଦୌଡ଼ିଲେ

ସ୍ତନକର୍କଟ ସମ୍ପର୍କରେ ସଚେତନତା ଆଣିବା ପାଇଁ ୩୫୦ କିଲୋମିଟର ଖାଲି ପାଦରେ ଦୌଡ଼ିଲେ

Wednesday November 30, 2016,

1 min Read

୩୦ ବର୍ଷୀୟା ନୀଳିମା ପୁଡ଼ୋତା ନିକଟରେ ଖାଲି ପାଦରେ ୩୫୦ କିଲୋମିଟର ଦଉଡିଛନ୍ତି। ବିଜୟୱାଡ଼ା ରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏହି ଦୌଡର ଆଭିମୁଖ୍ୟ ଥିଲା ସ୍ତନ କର୍କଟ ବିଷୟରେ ଜନସଚେତନତା ଆଣିବା। ଏହି ପୂର୍ବତନ କର୍ପୋରେଟ କର୍ମୀ ଆଗରୁ ଏଭରେଷ୍ଟ ସମିଟ କରିବାର ପ୍ରୟାସ ମଧ୍ୟ କରିଥିଲେ। ୩୫୦ କିମିର ଏହି ଦୂରତାକୁ ସେ ଆଠ ଦିନ ମଧ୍ୟରେ ଅତିକ୍ରମ କରିଥିଲେ। ସେ ବିଶାଖାପାଟଣାରେ ପହଞ୍ଚି ସେଠାରେ ଏହି ମାସ ୨୦ ତାରିଖରେ ହେଇଥିବା ପିଙ୍କାଥନରେ ଯୋଗ ଦେଇଥିଲେ।

Image : <a href=

Image :

Facebooka12bc34de56fgmedium"/>

ନୀଳିମା ଖାଲିପାଦରେ ଏହି ଦୌଡ ଆରମ୍ଭ କରିବା ଆଗରୁ ୫ ମାସ ଧରି ଏ ନେଇ ପୂର୍ବ ପ୍ରସ୍ତୁତି କରିଥିଲେ। ହାଇଦ୍ରାବାଦର ନୀଳିମା The Hinduକୁ କୁହନ୍ତି, 

“ଯଦିଓ ଏହି ଭୂଖଣ୍ଡ ଉତ୍ତମ ଧରଣର ଥିଲା, ତେବେ ଗରମ ଓ ଗୁଳୁଗୁଳିଆ ପାଗ ଯୋଗୁଁ ନିରନ୍ତର ଭାବେ ଦୌଡିବା କଷ୍ଟକର ଥିଲା। ଯେବେ ମୁଁ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଦୌଡିବା ଆରମ୍ଭ କରୁଥିଲି ସେତେବେଳେ ରାସ୍ତାରେ ସାପଙ୍କର ଦୌରାତ୍ମ୍ୟ ରହୁଥିଲା। ଏହି ଅଞ୍ଚଳରେ ପ୍ରାୟ ଜଙ୍ଗଲିଆ ଓ ଚାଷଜମି ଥିବାରୁ ଏଠାରେ ପ୍ରବଳ ମାତ୍ରାରେ ସାପ ମାନେ ବସବାସ କରନ୍ତି।“

୨୦୧୪ର ଏକ ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରାୟ ୯୭,୩୨୮ ସଂଖ୍ୟକ ମହିଳା ସ୍ତନକର୍କଟ ରୋଗରେ ଆକ୍ରାନ୍ତ। ୨୦୩୦ ସୁଦ୍ଧା ଏହି ସଂଖ୍ୟା ଦୁଇଗୁଣ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନନ୍ଦା ଗତ ବର୍ଷ ରାଜ୍ୟସଭାରେ କହିଥିଲେ। କ୍ୟାନସର ଗଣନା ଅନୁସାରେ ସ୍ତନକର୍କଟର ହାର ଆଖିଦୃଶିଆ ଭାବେ ବଢିଚାଲିଛି। ବେଙ୍ଗାଲୁରୁରେ ୩୫-୪୪ ବର୍ଷୀୟା ମହିଳା, ଚେନ୍ନାଇ ଓ ମୁମ୍ବାଇରେ ୪୫-୫୪ ବୟସ ସୀମା ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରେ ଏହି ହାର ବେଶ ଅଧିକ ବୋଲି ପିଟିଆଇର ରିପୋର୍ଟ କୁହେ।