‘ସ୍ଵଚ୍ଛ ଭାରତ ଅଭିଯାନ’ ସଚେତନତା ଲାଗି ସାଇକେଲରେ ୧୫୦୦୦ କିଲୋମିଟର ଯାତ୍ରା

‘ସ୍ଵଚ୍ଛ ଭାରତ ଅଭିଯାନ’ ସଚେତନତା ଲାଗି ସାଇକେଲରେ ୧୫୦୦୦ କିଲୋମିଟର ଯାତ୍ରା

Thursday November 26, 2015,

1 min Read

ଉତ୍ତରପ୍ରଦେଶର ଏହି ଯୁବକ ଜଣକ ଗତବର୍ଷ ଠାରୁ ସାରା ଭାରତ ସାଇକେଲରେ ବୁଳୁଛନ୍ତି, ଲକ୍ଷ୍ୟ- ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛ ଭାରତ ଅଭିଯାନ ସପକ୍ଷରେ ସଚେତନତା ସୃଷ୍ଟି କରିବା ।

image


ପରିବେଶ ବିଜ୍ଞାନରେ Msc ଓ Mphil କରିଥିବା ୨୯ ବର୍ଷୀୟ ଅଭିଷେକ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ଏଯାବତ ସେ ୧୫୦୦୦ କିଲୋମିଟର ସାଇକେଲରେ ଭ୍ରମଣ କରି ସାରିଲେଣି । ଗତବର୍ଷ ନଭେମ୍ବର ମାସରେ ସେ ନିଜର ଯାତ୍ରା ଆରମ୍ଭ କରିଥିଲେ ।

ସ୍ଵଚ୍ଛ ଭାରତ ଅଭିଯାନର ବାର୍ତ୍ତାରେ ପ୍ରଭାବିତ ହୋଇ ସେ ନିଜର ଚାକିରି ଛାଡ଼ିଥିଲେ ଓ ଦେଶବ୍ୟାପୀ ସଚେତନତା ସୃଷ୍ଟି ଲାଗି ବାହାରି ପଡ଼ିଲେ । ଦେଶ ଭ୍ରମଣ ସମୟରେ ସେ ଲୋକମାନଙ୍କୁ ସ୍ବଚ୍ଛତା ସପକ୍ଷରେ ବୁଝାଇଥିଲେ ଓ ଛାଚ୍ରଛାତ୍ରୀଙ୍କୁ ଭାଷଣ ମଧ୍ୟ ଦେଇଥିଲେ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ନଭେମ୍ବର ୨୦ ତାରିଖରେ ଦିଲ୍ଲୀରେ ତାଙ୍କର ଗୋଟିଏ ବର୍ଷର ଯାତ୍ରା ସମାପ୍ତ ହେଉଛି ।

image


ପିଟିଆଇ ରିପୋର୍ଟ ଅନୁସାରେ, ୨୦୧୪ ନଭେମ୍ବର ୧୦ ତାରିଖରେ ସେ ଉତ୍ତରପ୍ରଦେଶର ଫତେଗଡ଼ରୁ ନିଜର ସାଇକେଲ ଯାତ୍ରା ଆରମ୍ଭ କରିଥିଲେ ।

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା