ତାମିଲନାଡୁରେ ୩୨୦୦ କିଲୋମିଟର ସାଇକେଲ ଯାତ୍ରା କରିଥିବା କମଲ ହାଜଙ୍କ କାହାଣୀ

ତାମିଲନାଡୁରେ ୩୨୦୦ କିଲୋମିଟର ସାଇକେଲ ଯାତ୍ରା କରିଥିବା କମଲ ହାଜଙ୍କ କାହାଣୀ

Saturday November 07, 2015,

4 min Read

ଦୁନିଆରେ ଅନେକ ଲୋକ କିଛି ନୂଆ ଅବା ଅଲଗା କରିବା ପାଇଁ ଚାହିଁଥାନ୍ତି । ଏହା ସେମାନଙ୍କୁ ଏକ ଅଦ୍ଭୁତ ଶକ୍ତି ପ୍ରଦାନ କରିଥାଏ । ସାଧାରଣ ଦୃଷ୍ଟିରେ ଆମେ ସେମାନଙ୍କ ଭାବନାକୁ ବୁଝିପାରିନଥାଉ କିନ୍ତୁ ସେମାନଙ୍କର ଏହି ଅଦ୍ଭୁତ ଭାବନା ମଧ୍ୟରେ ନିହିତ ଥାଏ ଏକ ସୂକ୍ଷ୍ମ ଚେତନା । ତାମିଲନାଡୁ ରାଜ୍ୟର କମଲ ହାଜ ହେଉଛନ୍ତି ସେହିଭଳି ଜଣେ ବିରଳ ବ୍ୟକ୍ତିତ୍ୱ, ଯେ କି ତାମିଲନାଡୁର ପ୍ରାୟ ୩୨ଟି ଜିଲ୍ଲା ସାଇକେଲରେ ପାରି କରିବାକୁ ବସିଛନ୍ତି । ୨୪ ମଇ ୨୦୧୫ ସୁଦ୍ଧା ସେ ୨୦ ଦିନରେ ୨୮ ଜିଲ୍ଲାର ୨୪୦୦ କିଲୋମିଟର ଯାତ୍ରା କରିଛନ୍ତି । ହିସାବ କଲେ ଯାହାକି ଦୈନିକ ପ୍ରାୟ ୧୨୦ କିଲୋମିଟର ହିସାବରେ, ଘଣ୍ଟାକୁ ହାରାହାରି ୧୫ କିଲୋମିଟର ବେଗରେ ଓ ଦିନକୁ ହାରାହାରି ୮ ଘଣ୍ଟା ସାଇକେଲ ଚଳାଇବାକୁ ପଡିଥାଏ । ଏବଂ ତାମିଲନାଡୁରେ ମଇ ମାସରେ ଏଭଳି ପରିଶ୍ରମ କରିବା ପାଇଁ କେଉଁ ମାତ୍ରାରେ ଆଗ୍ରହର ଆବଶ୍ୟକତା ରହିଛି ତାହା କଳନା କଲେ ଆଶ୍ଚର୍ଯ୍ୟ ଲାଗେ ।

image


କମଲ ଏପରି ଏକ ଅସାଧାରଣ କାର୍ଯ୍ୟ କରିବାକୁ ଅନେକ ଦିନରୁ ଭାବିଥିଲେ। ସେ OMR ପେଡାଲ ମେସେଞ୍ଜର ନାମକ ଏକ ଷ୍ଟାର୍ଟ ଅପ କଂପାନୀ ପୂରାପୂରି ଏକୁଟିଆ ଚଳାନ୍ତି । ଚେନ୍ନାଇରେ ମୋଟର ସାଇକେଲ ମେସେଜ ସେବାର ଶୂନ୍ୟସ୍ଥାନ ପୂରଣ କରିବାକୁ ଏହି ସେବା ଆରମ୍ଭ ହୋଇଥିଲା । ଏହି ସେବା ଚେନ୍ନାଇର ଆଇଟି ହବ ଓଏମଆରରୁ ଆରମ୍ଭ ହେଇ, ତ୍ରିଭାନମୁର ରୁ ସିରୁସେରି ଯାଏ ପ୍ରଥମ ଆରମ୍ଭ ହୋଇଥିଲା । 

"ମୁଁ ପ୍ରଥମେ ଏହି ଯାତ୍ରା ଏକାକୀ ଆରମ୍ଭ କଲି। ମୁଁ ଫୋନରେ ଅର୍ଡର ଗ୍ରହଣ କରି ନିଜେ ସାଇକେଲ ଚଲେଇ ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟ, ପେନ ଡ୍ରାଇଭ ଭଳି ଜିନିଷ ନେବାଆଣିବା କରୁଥିଲି । OMRର ଅନନ୍ୟ ବିକ୍ରୟ ପ୍ରସ୍ତାବ ହେଲା ଏହା ଏକ ଘଂଟା ମଧ୍ୟରେ ଲୋକମାନଙ୍କ ପାଖରେ ତାଙ୍କର ଜିନିଷ ପହଂଚାଇବାକୁ ସମର୍ଥ ହେଉଥିଲା," କମଲ କୁହନ୍ତି। ତିନିମାସ ପରେ କମଲ ହୃଦୟଙ୍ଗମ କଲେ ଯେ, ଏହି ବ୍ୟବସାୟର କୌଣସି ସ୍ଥାୟୀତ୍ୱ ନାହିଁ। ସେଥିପାଇଁ ସେ ମୋବାଇଲ ବିଲବୋର୍ଡର ବ୍ୟବସାୟ ମଧ୍ୟ ଚାଲୁ କଲେ। ଏକୁଟିଆ କମ୍ପାନୀର ସମସ୍ତ କାର୍ଯ୍ୟକଳାପ ବୁଝିବା ଯଦିଓ ପ୍ରଥମେ ଠିକ ଥିଲା ମାତ୍ର ଧୀରେ ଧୀରେ କମଲ ଥକିବାକୁ ଲାଗିଲେ। ଏସବୁ ଛଡା କମଲଙ୍କର ନିୟମିତ ଚାକିରି ମଧ୍ୟ ଚାଲିଥାଏ। ସେ ଏକ What’s on! ନାମକ କମ୍ପାନୀରେ କଣ୍ଟେଣ୍ଟ ଲେଖକ ଭାବେ କାମ କରୁଥିଲେ। ଏତେ ସବୁ କିଛି ଏକାକୀ କରିବା ତାଙ୍କ ଉପରେ ଖୁବ ଭାରି ହେଇଯାଉଥିଲା।

image


"ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମୁଁ ଗୋଟିଏ ଦିନରେ ୬୦ରୁ ୧୦୦ କିମି ଯାତ୍ରା କରେ । ଏତଦବ୍ୟତୀତ ମୁଁ ୨୦୧୪ରେ ଚେନ୍ନାଇରେ ୧୦,୦୦୦ କିମି ସାଇକେଲରେ ଯାତ୍ରା କରିସାରିଛି । ଅନ୍ଵେଷଣର ଏହି ନିରନ୍ତର ଇଚ୍ଛା ଆହୁରି ବଳବତ୍ତର ହେଇଗଲା ଯେତେବେଳେ ମୁଁ Quora ଓ Yourstoryରେ ବାହାରୁଥିବା କାହାଣୀ ଗୁଡିକ ପଢିବା ଆରମ୍ଭ କଲି। (ଆମେ ଖୁବ ଖୁଶି ଯେ ଆମେ କାହାର ଜୀବନରେ ଏପରି କିଛି ସକାରାତ୍ମକ ପରିବର୍ତ୍ତନ ଓ ପ୍ରେରଣା ଆଣିପାରିଲୁ! )

“ମୁଁ ଏହି ସାଇକେଲ ଯାତ୍ରା ୨୦୧୫ ମେ ୩ରେ ଚେନାଇର ଭେଲାଚେରୀରୁ ଆରମ୍ଭ କରି ୨୭ ମେ ୨୦୧୫ରେ ଶେଷ କରିଥିଲି” । ପୂର୍ବରୁ ଏପରି ଯାତ୍ରା କେହି କରିନଥିଲେ । ମୁଁ ପ୍ରଥମ ଭାରତୀୟ ଭାବେ ଏହି ଯାତ୍ରାରେ ଭାରତର ସବୁ ଜିଲ୍ଲାକୁ ଗସ୍ତ କରିଛି," କୁହନ୍ତି କମଲ। ତାଙ୍କ ଯାତ୍ରାର ମୁଖ୍ୟ ଆକର୍ଷଣ କଣ ଥିଲା ବୋଲି ପଚାରିଲେ ସେ କୁହନ୍ତି, "ଏହି ଯାତ୍ରା ଖାଲି ସିଧା ସିଧା ଜାତୀୟ ରାଜପଥରେ ସାଇକେଲ ଚଳେଇବା ନୁହେଁ, ବରଂ ତାମିଲନାଡୁର ପ୍ରତି ଗାଁ ମଧ୍ୟ ଦେଇ ଯିବା, ତାଙ୍କର ଭିନ୍ନ ଭିନ୍ନ ସ୍ଥାନୀୟ ଭାଷା ଓ ତାଙ୍କର ଖାଦ୍ୟ। ତାଙ୍କ ଭିତରେ ଲୁଚି ରହିଥିବା ଚଳଚ୍ଚିତ୍ର ନିର୍ମାତା ନଜରରେ ଦେଖିଲେ ଏହା ଏକ ଅତ୍ୟନ୍ତ ଅସାଧାରଣ ଯାତ୍ରା।" ଏହି ଯାତ୍ରାକୁ ସେ ଭିଡିଓ ଶୁଟିଂ ମଧ୍ୟ କରୁଛନ୍ତି।

image


କମଲ ନିଜକୁ ଏକ ତଥାକଥିତ ଜୀବନ ଯାହାକି ଗୁମ୍ଫା ସଦୃଶ, ତା' ଭିତରର ଏକ ବାସିନ୍ଦା ବୋଲି ମନେ କଲେହେଁ ସମୟ ସମୟରେ ନିଜକୁ ସେଇ ଗୁମ୍ଫାରୁ ବାହାର କରିଆଣିବା ପାଇଁ ଏହି ପ୍ରକାର ଯାତ୍ରା କରିଥାନ୍ତି। “ ମୁଁ ଗୌରବ ସିଦ୍ଧାର୍ଥ, କାର୍ତିକ ବର୍ମା ଏବଂ ମାର୍କ ବେମଂଟଙ୍କ ଦ୍ୱାରା ପ୍ରଭାବିତ ହୋଇ ମୋର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏହି ଯାତ୍ରା କରିଥିଲି।" ସେ କନ୍ୟାକୁମାରୀରୁ କଛ, ଶ୍ରୀନଗରରୁ ଆଇଜଲ, ହାଇଦ୍ରାବାଦରୁ ଚେନାଇ ଯିବାପାଇଁ ଲକ୍ଷ୍ୟ ରଖିଛନ୍ତି । ମୁଁ ଏହି ଯାତ୍ରାକୁ ସଫଳ କରିବାପାଇଁ ଦୃଢନିଶ୍ଚିତ ଅଛି ଏବଂ ମୁଁ ଏଥିରେ ସଫଳ ହୋଇ ନିଜକୁ ପ୍ରମାଣିତ କରିବାକୁ ଚାହୁଁଛି । ତେଣୁ ନିଶ୍ଚିତ ଭାବେ ଏହି ଯାତ୍ରା କରିବି ବୋଲି କମଲ କହିଛନ୍ତି ।

ନିଜ ରାଜ୍ୟକୁ ନେଇ ଗର୍ବ ଅନୁଭବ କରୁଥିବା କମଲ କୁହନ୍ତି, ଲୋକମାନେ ସାଇକେଲରେ ଦେଶ କିମ୍ବା ବିଶ୍ୱ ପରିଭ୍ରମଣ କରିବାକୁ ପସନ୍ଦ କରନ୍ତି କିନ୍ତୁ ସେ ନିଜ ରାଜ୍ୟ ତାମିଲନାଡୁର ସମସ୍ତ ଉପତ୍ୟକା ଓ ଦୁର୍ଗମ ଅଂଚଳ ଠାରୁ ନିଜର ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। "ମୁଁ ପିଲାବେଳୁ ଅନ୍ୟମାନେ ନାପସନ୍ଦ କରୁଥିବା କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲି । ତେଣୁ ମୁଁ ଲୋୟଲା କଲେଜରେ ଭିଜୁଆଲ କମୁ୍ୟନିକେସନରେ କ୍ୟାରିୟର ଆରମ୍ଭ କରିଥିଲି । ମୂଳରୁ ମୋର ଦୁଇଟି ଆବେଗ ଥିଲା ଫିଲ୍ମ ତିଆରି କରିବା ଓ ଯାତ୍ରା କରିବା। ବର୍ତ୍ତମାନ ଦୁଇଟି ଜକ ମିଶିପାରିଛି ସେଥିପାଇଁ ସେ ବୋହୁତ ଖୁଶି।

ଏହି ଯାତ୍ରା ଅନେକ ପ୍ରକାର ପରିବର୍ତ୍ତନ ଆଣିବାର ପ୍ରଥମ ପାହାଚ ମାତ୍ର । “ମୁ ଅନେକ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛି। ନୂତନ କିଛି ଉଦ୍ଭାବନ ଜରିଆରେ, ଲୋକଙ୍କର ରୁଢିବାଦୀ ଚିନ୍ତାଧାରାରେ କିଛି ପରିବର୍ତ୍ତନ, ମୋର ପ୍ରଥମ ଦେଶବ୍ୟାପୀ ଫିଲ୍ମ ରିଲିଜ କରିବାରେ, ଅନେକ ଦୁର୍ଗମ ଆଞ୍ଚଳ ଯାତ୍ରା କରିବାରେ। ଏସବୁ କରିବା ମୋ ସ୍ଵପ୍ନ।" ବର୍ତ୍ତମାନ ତାମିଲନାଡୁରେ ତାଙ୍କ ଯାତ୍ରା ସମ୍ପୂର୍ଣ୍ଣ ହୋଇଛି । କିଛି ଦିନ ବିଶ୍ରାମ ପରେ କମଲ ପୁଣି ଏକ ପ୍ଲାନ ବିଷୟରେ ଚିନ୍ତା କରିବେ। ତାଙ୍କ ମସ୍ତିଷ୍କ ଯୋଜନାରେ ଭର୍ତ୍ତି। ଭିଡିଓ କଣ୍ଟେଣ୍ଟ ମାର୍କେଟିଂ କମ୍ପାନି, QR କୋଡ ବେସଡ ବିଜ୍ଞାପନ ଏବଂ କିଛି ଏକ ଉତ୍ପାଦ ଯାହାକି ଡାଇବେଟିସରେ ଆକ୍ରାନ୍ତ ଲୋକଙ୍କୁ ଲକ୍ଷ୍ୟ କରି- ଏପରି ଅନେକ ଯୋଜନା । ତାଙ୍କର ଏହି ଯୋଜନା ସବୁ ସଫଳ ହେବ କି ବିଫଳ ହେବ ସେ ନିଜେ ବି ଜାଣିନାହାନ୍ତି କିନ୍ତୁ ଏଥିମଧ୍ୟରୁ ଯେ କୌଣସି ଏକ ଯୋଜନାକୁ ରୂପରେଖ ଦେବାପାଇଁ ଦୃଢନିଶ୍ଚିତ ଅଛନ୍ତି । ଅତିଶୀଘ୍ର ସେ ତାଙ୍କ ଭ୍ରମଣ ଯାତ୍ରା ଉପରେ ଆଧାରିତ ଏକ ବୃତ୍ତ ଚିତ୍ରକୁ ରିଲିଜ କରିବେ ବୋଲି କହିଛନ୍ତି । ସେ ଏହି ଚଳଚ୍ଚିତ୍ରକୁ ନେଇ ଅଧିକ ଅର୍ଥର ଆଶା ରଖିନଥିବାବେଳେ କେବଳ ପରିବାର ଏବଂ ବନ୍ଧୁଙ୍କ ସହଯୋଗର ଆଶା ଚାହିଁଛନ୍ତି ।