ସ୍ମାର୍ଟଫୋନକୁ ଧୋଇହେବ ସାବୁନରେ

ସ୍ମାର୍ଟଫୋନକୁ ଧୋଇହେବ ସାବୁନରେ

Wednesday February 01, 2017,

1 min Read

ସ୍ମାର୍ଟଫୋନ ବ୍ୟବହାର କରିବା ସମୟରେ ଅନେକ ସମୟରେ ହାତରୁ ଝାଳ, ତେଲ, ମଇଳା ଇତ୍ୟାଦି ଫୋନର ସ୍କ୍ରୀନରେ ଲାଗିଥାଏ। ଆମେ ଭାବୁ ତାକୁ କିପରି ସଫା କରିବା। ଆମେ ସାଧାରଣତଃ ତାକୁ ପୋଛିଦେଇଥାଉ। କିନ୍ତୁ ଠାରେ ଭାବିଲେ ଯଦି ଆପଣ ନିଜ ଫୋନକୁ ଧୋଇ ପାରନ୍ତେ ତାହେଲେ ?

ଦେଖିଥିବେ ପାଣିରେ ପଡିଗଲା ପରେ ଫୋନ୍‌ ଅକାମୀ ହୋଇଯାଏ। ପୁଣି ଥରେ ପୂର୍ବ ଭଳି କାମ କରିବା ଲାଗି ସର୍ଭିସିଂ କରିବାକୁ ପଡ଼େ। ହାତରୁ ଖସି ତଳେ ପଡ଼ିଲେ ମଧ୍ୟ ଫୋନ୍‌ ଚାଲିଥାଏ। ହେଲେ ଆପଣ କେବେ ଜାଣି ନ ଥିବେ ଯେ, ମଇଲା ଫୋନ୍‌କୁ ସାବୁନ୍‌ରେ ଧୋଇବା କେତେ ଦୂର ଯଥାର୍ଥ। କଥାଟା ଅଜବ ଲାଗୁଥିଲେ ବି ସତ।

image


ଜାପାନୀ କଂପାନି କିଓକେୟାର ଦ୍ୱାରା ‘ରାଫରେ’ ନାମରେ ଏମିତି ଏକ ଫୋନ୍‌ ଲଞ୍ଚ କରିଛି, ଯାହାକୁ ମଇଳା ହେଲେ କପଡ଼ା ଧୋଇଲା ଭଳି ସଫା କରିପାରିବେ। ଏହି ଆଣ୍ଡ୍ରଏଡ୍‌ ଫୋନ୍‌ର ଅନ୍ୟତମ ବିଶେଷତ୍ୱ ହେଲା ଯେ ଏଥିରେ ବିଶେଷ ଧରଣର ସ୍କ୍ରିନ୍‌ ଲାଗିଛି।

ଏହି ଫୋନ୍‌ରେ କୁକିଙ୍ଗ ଓ ଆରାମ ଦେଇଥିବା ଏପ୍ସ ରହିଛି। ଫୋନ୍‌କୁ ଛୁଇଁବା ଦ୍ୱାରା କଲର ଜବାବ୍‌ ଦେଇହେବ। ଫୋନ୍‌ର ଡିସ୍‌ପ୍ଲେ ଦ୍ୱାରା ସାଉଣ୍ଡର ପରିଚାଳନା କରିହେବ। ଏହା ଦ୍ୱାରା ଇୟରଫୋନ୍‌ ମଇଳା ହେବ ନାହିଁ।