ଜିଓ ଗ୍ରାହକଙ୍କ ପାଇଁ ପୁଣି ଖୁସିଖବର ! ଆସୁଛି ପାଂଚଟି ଧମାକାଦାର ଯୋଜନା

ଜିଓ ଗ୍ରାହକଙ୍କ ପାଇଁ ପୁଣି ଖୁସିଖବର ! ଆସୁଛି ପାଂଚଟି ଧମାକାଦାର ଯୋଜନା

Sunday April 30, 2017,

2 min Read

ରିଲାଏନ୍ସ ଜିଓ ଆସିବା ପରେ ଅନ୍ୟ ଟେଲିକମ୍ କମ୍ପାନୀ ମାନଙ୍କର ଯେମିତି ଆରମ୍ଭ ହୋଇଯାଇଛି ଅଧପତନ । ଏବେ ଟେଲିକମ୍ ପରେ ଅନ୍ୟ କ୍ଷେତ୍ରରେ ମଧ୍ୟ ଜିଓ ନିଜ ଦବାଦବା ଆରମ୍ଭ କରିବାକୁ ଅଂଟା ଭିଡିଛି । ଚଳିତ ବର୍ଷ ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ୫ଟି ବିଶେଷ ସୁବିଧା ଆଣିପାରେ । ତେବେ କଣ ରହିଛି ସେହି ସୁବିଧା ନଜର ପକାନ୍ତୁ ।

image


ଜିଓ ଡିଟିଏଚ୍ ସେବା :

ରିଲିଏନ୍ସ ଚଳିତ ବର୍ଷ ୩୫୦ରୁ ଅଧିକ ଚ୍ୟାନେଲ୍ ସହ ଡିଟିଏଚ୍ ସେବା ଆରମ୍ଭ କରିବାକୁ ଯାଉଛି । ଏଥିରେ ୫୦ଟି ଏଚଡି ଚ୍ୟାନେଲ୍ ରହିବ । ତେବେ ଏଥିପାଇଁ ଆପଣଙ୍କ ପାଖରେ ଜିଓ ସିମ୍ ଏବଂ ଜିଓ ଟିଭି ଆପ୍ ରହିବା ଆବଶ୍ୟକ । ଏହା ସହ ଜିଓ ହୋମ୍ ବ୍ରଡବ୍ୟାଣ୍ଡ କନେକ୍ସନ୍ ମଧ୍ୟ ଆବଶ୍ୟକ । ଶୁଣିବାକୁ ମିଳୁଛି ଏଥିରେ ଭଏସ୍ କଂଟ୍ରୋଲ୍ ସୁବିଧା ମଧ୍ୟ ମିଳିବ ।

ରିଲାଏନ୍ସ ଜିଓ ବ୍ରଡବ୍ୟାଣ୍ଡ ସେବା :

ସେହିପରି ଜିଓ ଖୁବ୍ ଶୀଘ୍ର ଫାଇବର୍ ଟୁ ହୋମ୍ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିପାରେ । ଏହାର ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇ ସାରିଛି । ତେବେ ଏଯାଏଁ ଏହାର ଲଂଚ୍ ହେବାର ତାରିଖ ଧାର୍ଯ୍ୟ ହୋଇନାହିଁ । ସୂଚନା ଯୋଗ୍ୟ ଯେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଯେଉଁଠି ଏହି ସେବା ଆରମ୍ଭ ହେବ ସେଠାରେ ୭୦ଏମବିପିସ୍ ରୁ ୧୦୦ ଏମବିପିସ୍ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସୁବିଧା ମିଳିବ ।

ଜିଓ ମନି :

ଜିଓ ମନି ସେବା ଆରମ୍ଭ ହୋଇସାରିଛି ଏବଂ ଅନେକ ସ୍ଥାନରେ ଜିଓ ମନି ଦ୍ୱାରା ପେମେଂଟ୍ ମଧ୍ୟ ଆରମ୍ଭ ହେଲାଣି । କିନ୍ତୁ ଶୁଣିବାକୁ ମିଳୁଛି ଖୁବ୍ ଶୀଘ୍ର ୱାଲେଟ୍ ଜିଓ ନିଜ ସେବା ସୀମା ବଢାଇପାରେ । ଯାହାଦ୍ୱାରା ଆଗାମୀ ସମୟରେ ତାହାଦ୍ୱାରା ମେଟ୍ରୋ , ଦୋକାନ ଏବଂ ଅନ୍ୟ ସ୍ଥାନ ମାନଙ୍କରେ ପେମେଂଟ୍ କରିପାରିବେ ।

୪ଜି ବିଓଏଲଟିଆଇ ଫିଚର ଫୋନ୍ :

ଏହି ଫୋନର ଏକ ଫଟୋ ରିଲାଏନ୍ସ ଜିଓ ୱେବସାଇଟରେ ଜାରି ହୋଇସାରିଛି । ଏହି ଫିଚର ଫୋନ୍ ୪ଜି ବିଓଏଲଟିଆଇକୁ ସପୋର୍ଟ କରିବ । ଶୁଣିବାକୁ ମିଳିଛି ଏହି ଫୋନର ଦାମ ୯୯୯ରୁ ୧୫୦୦ ମଧ୍ୟରେ ରହିଛି । ଚଳିତ ବର୍ଷ ଏହି ଫୋନ୍ ମାର୍କେଟକୁ ଆସିବା ସମ୍ଭାବନା ରହିବ ।

ହୋମ୍ ଅଟୋମେସନ୍ :

ରିଲାଏନ୍ସ ଖୁବ୍ ଶୀଘ୍ର ହୋମ୍ ଅଟୋମେସନ୍ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ରିଲାଏନ୍ସ ଜିଓ ଏକ ଆପ୍ ମଧ୍ୟ ତିଆରି କରୁଛି ଯାହାର ନାଁ ରହିଛି ଜିଓ ମିଡିଆସେୟାର୍ । ଜିଓ ଏକ ଏମିତି ସିଷ୍ଟମ୍ ଡେଭଲପ୍ କରୁଛି ଯାହାଦ୍ୱାରା ଲୋକ ନିଜ ଘରର ସମସ୍ତ ଜିନିଷକୁ ଜିଓ ମୋବାଇଲ୍ ଦ୍ୱାରା କେଉଁଠାରୁ ଅପରେଟ୍ କରିପାରିବ ।