ସୋଲାର ପଙ୍କଚରବାଲା: କଳାହାଣ୍ଡିରେ ପଙ୍କଚର୍ ମାରିବାର ନୂଆ କୌଶଳ

ସୋଲାର ପଙ୍କଚରବାଲା: କଳାହାଣ୍ଡିରେ ପଙ୍କଚର୍ ମାରିବାର ନୂଆ କୌଶଳ

Wednesday March 30, 2016,

2 min Read

ପରିବେଶ ସୁରକ୍ଷା ତଥା ପ୍ରଦୂଷଣ ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ ଏବଂ ବିକଳ୍ପ ଶକ୍ତି ଉତ୍ସର ସଫଳ ରୂପାୟନ ପାଇଁ ପ୍ରୟାସ ଜାରି ରଖିଛି ଅଣ-ଲାଭ ଉଦ୍ୟୋଗିକ ସଂସ୍ଥା ବତୀଘର ଫାଉଣ୍ଡେସନ୍। ଗ୍ରୀଷ୍ମ ଋତୁରେ ଗ୍ରାମୀଣ ମୋଟରସାଇକେଲ୍ ଚାଳକ ତଥା ସାଇକେଲ ଚାଳକଙ୍କୁ ସହାୟତା ନିମନ୍ତେ ପ୍ରଥମ କରି ଓଡିଶାର କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରର କାନିଗୁମ୍ମା ଗ୍ରାମରେ ସୋଲାର୍ ପଙ୍କଚର୍ ବାଲା ନାମକ ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରାଯାଇଛି । 

image


ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରରେ ସ୍ଥାପିତ ଏହି ପ୍ରୟାସ ଦ୍ୱାରା ରାଜ୍ୟ ଏବଂ ସମଗ୍ର ଦେଶର ଗ୍ରାମୀଣ ଯୁବବର୍ଗ ସୌର ଶକ୍ତି ସହାୟତାରେ ସେମାନଙ୍କର ପଙ୍କଚର୍ ଦୋକାନ ତଥା ସାଇକେଲ୍ ଏବଂ ମୋଟର ସାଇକେଲ୍ ମରାମତି ଦୋକାନ ଆରମ୍ଭ କରିପାରିବେ । ଏଠରେ ସୌରଶକ୍ତି ଦ୍ୱାରା ପରିଚାଳିତ ଏୟାର କମ୍ପ୍ରେସର ମୋଟର ଦ୍ୱାରା ସାଇକେଲ୍ ଏବଂ ମୋଟର ସାଇକେଲ୍ ଚକାରେ ଏୟାର ଦେବା ସହିତ ଅନ୍ୟାନ୍ୟ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇପାରିବ । 

ବତୀଘର ଫାଉଣ୍ଡେସନ ଜାନୁଆରୀ ୨୦୧୬ରେ ପ୍ରଶାନ୍ତ ବିଶ୍ୱାଳଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ପ୍ରଶାନ୍ତଙ୍କର ସୌରଶକ୍ତିର ସୁବିନିଯୋଗ କ୍ଷେତ୍ରରେ ଦେଶରେ ତଥା ଦେଶ ବାହାରେ ଦୀର୍ଘ ଦିନର ବିପୁଳ ଅଭିଜ୍ଞତା ରହିଛି । 

ଥୁଆମୂଳ ରାମପୁରରେ ପ୍ରଥମ ସୌରଶକ୍ତି ଚାଳିତ ସୋଲାର୍ ପଙ୍କଚର୍ ବାଲା ପ୍ରକଳ୍ପର ଶୁଭାରମ୍ଭ ସମୟରେ ଯୁବ ଶିଳ୍ପଦ୍ୟୋଗୀ ଶିଶିର ମାଝି କହିଲେ,

ଏହି ଅତ୍ୟାଧୁନିକ ପ୍ରୟାସର ସଫଳତା ନେଇ ମୁଁ ବେଶ୍ ଆଶାବାଦୀ । ଏଠାରେ ସ୍ଥାପିତ ହୋଇଥିବା ପଙ୍କଚର୍ ବାଲା ପ୍ରକଳ୍ପ ସ୍ଥାନୀୟ ସାଇକେଲ ଚାଳକ ଏବଂ ମୋଟରସାଇକେଲ୍ ଚାଳକଙ୍କୁ ବିଶେଷ ସହାୟତା ଉପଲବ୍ଧ କରାଇବ । ଏହି ମେସିନ୍ ପକେଟକୁ ସୁହାଇଲା ଭଳି ୧୫,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ମୂଲ୍ୟରେ ସ୍ଥାପିତ କରାଯାଇ ପାରିବ ଏବଂ ଏହାର ରକ୍ଷାଣବେକ୍ଷଣ ଖର୍ଚ୍ଚ ଅତି କମ୍ ତେଣୁ ଗ୍ରାମୀଣ ଯୁବବର୍ଗଙ୍କୁ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହେବ ।

ଆଗାମୀ ୬ମାସ ମଧ୍ୟରେ ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ବତୀଘର ପକ୍ଷରୁ ୧୦୦ଟି ସୋଲାର୍ ପଙ୍କଚର୍ ବାଲା ସ୍ଥାପନର ଯୋଜନା କରାଯାଇଛି ।

ସ୍ଥାନୀୟ ଗ୍ରାମୀଣ ଗ୍ରାମ ମୁଖିଆ ଚେତନ ପ୍ରଧାନ ତଥା କନିଗୁମ୍ମା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ ସୋଲାର୍ ପଙ୍କଚର୍ ବାଲାର ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ । ଏହି ଅବସରରେ ବତୀଘର ଫାଉଣ୍ଡେସନର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ପଲକ ଅଗ୍ରୱାଲା ଏବଂ ଅନ୍ୟ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

image



(ସୋଲାର୍ ପଙ୍କଚରବାଲା ସିଷ୍ଟମ କଳାହାଣ୍ଡିର ଥୁଆମୂଳ ରାମପୁରର କାନିଗୁମ୍ମା ଗ୍ରାମର ଏକ ସାଇକେଲ୍ ଓ ମୋଟର ସାଇକେଲ୍ ମରାମତି ଦୋକାନରେ ସ୍ଥାପନ କରାଯାଇଛି)

ବିଶେଷ ବିବରଣୀ ପାଇଁ ଯୋଗାଯୋଗ :

ପ୍ରଶାନ୍ତ ବିଶ୍ୱାଳ, ବତୀଘର ଫାଉଣ୍ଡେସନ୍, ଫୋନ୍ : ୯୬୯୨୩୦୪୪୦୬୦, ୯୨୪୧୪୫୨୧୦୦