ସେଭ ଲାଇଫ ଫାଉଣ୍ଡେସନ, ଦୁର୍ଘଟଣାରେ ସାଥୀ

ସେଭ ଲାଇଫ ଫାଉଣ୍ଡେସନ, ଦୁର୍ଘଟଣାରେ ସାଥୀ

Monday November 02, 2015,

5 min Read

୨୦୦୭ ମସିହା ଏପ୍ରିଲ ୫ କଥା, ଆଇଏଏସ ପାଇଁ ପ୍ରସ୍ତୁତ ହେଉଥିବା ଶିବମ ବାଜପେୟୀ ନାମ୍ନୀ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ସ୍କୁଲ ଯାଉଥିବା ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଲେ । ଶିବମ ଏକ କାର ସହ ପିଟି ହୋଇ ପଡିଯାଇଥିଲେ । ଯେତେବେଳେ ସେ ଦୁର୍ଘଟଣା ଗ୍ରସ୍ତ ହେଇ ରାସ୍ତାରେ ପଡିରହିଥାନ୍ତି ସେସମୟରେ ଆଉ ଏକ ଗାଡି ମଧ୍ୟ ତାଙ୍କୁ ବାଡେଇ ଚାଲିଗଲା। ତା'ପରେ ସେ ଖୁବ କଷ୍ଟରେ ଘୁଷୁରି ଘୁଷୁରି ଆସି ରାସ୍ତା କଡରେ ଏକ ଗଛ ମୂଳରେ ପଡିରହିଲେ। ତାଙ୍କୁ ସେହିପରି ଦୀର୍ଘ ୪୫ ମିନିଟ ରାସ୍ତାରେ ପଡିରହି ମୃତ୍ୟୁ ସହିତ ସଂଘର୍ଷ କରି ଶେଷରେ ସେ ଆଉ ପାରିଲେ ନାହିଁ। ସେ ରାସ୍ତା ଉପରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କଲେ।ବାଜପେୟୀଙ୍କ ମାଙ୍କ କହିବା ଅନୁସାରେ ଏପରି ଘଟଣା ତାଙ୍କ ଜୀବନରେ ଦ୍ୱିତୀୟ ଥର ହୋଇଛି । ଶିବମଙ୍କର ପିତାଙ୍କର ମଧ୍ୟ ଏପରି ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେତେବେଳେ ଶିବମ ମାତ୍ର ୬ ମାସର ଶିଶୁ ଥିଲା ।

ଦୁର୍ଘଟଣାର ହାର ଏପରି ମାରାତ୍ମକ ହୋଇପଡିଛି ଯେ, ଭାରତରେ ପ୍ରତି ୪ ମିନିଟରେ ରାସ୍ତା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଉଛି । ଏହା ଅତ୍ୟନ୍ତ ଲଜ୍ଜାଜନକ । ୨୦୧୨ ମସିହାରେ ରାସ୍ତା ଦୁର୍ଘଟଣାରେ ଭାରତରେ ସର୍ବାଧିକ ୧ଲକ୍ଷ ୩୫ ହଜାର ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବିଶେଷ କରି ଏହି ଦୁର୍ଘଟଣାରେ ୧୫-୪୫ବର୍ଷ ମଧ୍ୟରେ ଅଧିକାଂଶ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ।

ପୀୟୁଷ ତିୱାରୀ

ପୀୟୁଷ ତିୱାରୀ


ବାଜପେୟୀଙ୍କ ସମ୍ପର୍କୀୟ ଭାଇ ପୀୟୁଷ ତିୱାରୀ ତାଙ୍କ ଦୁର୍ଘଟଣା ଖବର ଶୁଣି ଗଭୀର ଭାବେ ମର୍ମାହତ ହୋଇପଡିଥିଲେ । କାରଣ ଶିବମ ରାସ୍ତାରେ ୪୫ ମିନିଟ ପର୍ଯ୍ୟନ୍ତ ଚିତ୍କାର କରିବା ସତ୍ତ୍ୱେ କେହି ସାହାଯ୍ୟ କରିନଥିଲେ । ସେହି ୪୫ ମିନିଟ ମଧ୍ୟରେ ପାଖାପାଖି ୧୦୦୦ ଲୋକ ସେହି ରାସ୍ତା ଦେଇ ଯାଇଥିଲେ । କିନ୍ତୁ କେହି ପୋଲିସକୁ ଖବର ଦେଇନଥିଲେ କି ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିନଥିଲେ । ଏଠାରେ ଦୁର୍ଘଟଣା ହେଲେ କୌଣସି ବ୍ୟକ୍ତି ଜୀବନର ମୂଲ୍ୟ ବୁଝନ୍ତି ନାହିଁ । ଏହା ଭାବି ପୀୟୁଷ କ୍ରୋଧାନ୍ୱିତ ଥିଲେ ।

ପୀୟୁଷ ବାରମ୍ବାର ଏହି ଦୁର୍ଘଟଣା ବିଷୟରେ ଚିନ୍ତା କରୁଥିଲେ । ଏହି ଦୁର୍ଘଟଣା ଏପରି ମାତ୍ର ଗୋଟିଏ ଘଟଣା ନୁହେଁ । ଭାରତର କୋଣ ଅନୁକୋଣରେ ପ୍ରତିଦିନ ପ୍ରତି ମିନିଟରେ ରାସ୍ତା ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେଉଛି । ତେଣୁ ସେ ନିଷ୍ପତି ନେଲେ ଯେ, ଏପରି ଏକ ଅନୁଷ୍ଠାନ କରିବେ ଯଦ୍ୱରା ବହୁ ସଂଖ୍ୟକ ବ୍ୟକ୍ତିଙ୍କର ଜୀବନ ବଂଚିପାରିବ । ଏହାପରେ ଜନ୍ମନେଲା ସେଭ ଲାଇଫ ଫାଉଣ୍ଡେସନ ଅନୁଷ୍ଠାନ । ଏହି ଅନୁଷ୍ଠାନ ମାଧ୍ୟମରେ ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତିଙ୍କୁ ସାହାଯ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି ।

image


ତିୱାରୀ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ମେଡିକାଲରେ ୨୦୦୯ ମସିହାରେ ଜରୁରୀକାଳୀନ ବ୍ୟବସ୍ଥା କରିବାସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଥିବା ପୋଲିସଙ୍କୁ ନିୟୋଜିତ କରିଥିଲେ । ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ମିଳିପାରିବ । ଏମସ୍ ହସପିଟାଲ, ଆପୋଲୋ ଏବଂ ମ୍ୟାକ୍ସ ହସପିଟାଲର ମିଳିତ ସହାୟତାରେ ସେଭ ଲାଇଫ କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ନିରୀହ ବ୍ୟକ୍ତିଙ୍କ ଜୀବନ ବଂଚାଯାଇପାରୁଛି । ଏହି ଯୋଜନା ମାଧ୍ୟମରେ ରକ୍ତହାନି ରୋକିବା, ସ୍ପାଇନାଲ ଏବଂ ହୃଦରୋଗୀଙ୍କ ନିମନ୍ତେ ବିଶେଷ ସହାୟତା କରାଯାଉଛି । ସେହିପରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଯେପରି ସଠିକ ଭାବେ ସହାୟତା ଦିଆଯାଇପାରିବ ସେଥିପାଇଁ ପୋଲିସଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି ସେପ୍ଟେମ୍ବର ୨୦୧୧ରେ ଦିଲ୍ଲୀ ହାଇକୋର୍ଟ ବିସ୍ଫୋରଣରେ ୪୫ ଜଣ ଆହତଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କର ଜୀବନ ଦିଲ୍ଲୀର ତାଲିମ ପ୍ରାପ୍ତ ପୋଲିସ ରକ୍ଷା କରିବାରେ ସଫଳ ହୋଇଥିବା ତିୱାରୀ କହିଛନ୍ତି ।

ଏହି ଯୋଜନାର ଭୂମିକା ଜନତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଛି । ସେ ୟୁନାଇଟେଡ ଷ୍ଟେଟସରେ ଏକ ଘରୋଇ କମ୍ପାନୀର ଏକ୍ୟୁଇଟି ଫାର୍ମ କ୍ୟାଲିବ୍ରେଟଡ ଗ୍ରୁପ ୨୦୧୧ର ମ୍ୟାନେଜିଙ୍ଗ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ପଦବୀରୁ ଇସ୍ତଫା ଦେଇ ନିଜ ଅନୁଷ୍ଠାନକୁ ଅଧିକ ସମୟ ଦେବାପାଇଁ ନିଷ୍ପତି ନେଲେ । ଭାରତର ଉତ୍ତମ ସାମରିକ ଆଇନ ଅନୁସାରେ ପ୍ରଶିକ୍ଷିତ ପୋଲିସ କର୍ମଚାରୀଙ୍କ ବ୍ୟତୀତ ସାଧାରଣ ଲୋକ ଯେପରି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିବେ ସେଥିଲାଗି ତିୱାରୀ ଏହି ଯୋଜନାକୁ ଆପଣେଇଛନ୍ତି । ୟୁଏସ, କାନାଡା, ଆର୍ଜେଣ୍ଟିନା, ଇସ୍ରାଏଲ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଏହି ଆଇନ ବହୁଳ ଭାବେ କାର୍ଯ୍ୟକାରୀ ହେଉଛି । ଏହି ଆଇନ ଅନୁସାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ମକଦ୍ଦମା ଦ୍ୱାରା ମଧ୍ୟ ସାହାଯ୍ୟ କରାଯାଉଛି । ୟୁରୋପ, ଜର୍ମାନୀ ଭଳି କିଛି ଦେଶରେ ପୀଡିତ ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯାଉନଥିବାବେଳେ କୌଣସି ପ୍ରକାର ଆଇନଗତ ସାହାଯ୍ୟ କରାଯାଉନାହିଁ । ଭାରତରେ ପ୍ରାୟତଃ ଲୋକ ପୋଲିସଙ୍କ ଭୟରେ ସାହାଯ୍ୟ କରୁନାହାନ୍ତି । ସେଭ ଲାଇଫ ସର୍ଭେ ଅନୁଯାୟୀ ୭୭ ପ୍ରତିଶତ ଲୋକ କୌଣସି ପ୍ରକାର ଦୁର୍ଘଟଣାରେ ଉଦ୍ଧାର କରିନଥାନ୍ତି ସେହିପରି ୮୮ ପ୍ରତିଶତ ଲୋକ ପୋଲିସର ଅଯଥା ପ୍ରଶ୍ନକୁ ଡରି ସାହାଯ୍ୟ କରିବାକୁ ପଛାଇଥାନ୍ତି ।

ସେଭ ଲାଇଫ ଯୋଜନା ଜରିଆରେ ୪୫୦୦ ପୋଲିସ କର୍ମଚାରୀଙ୍କୁ ଡିସେମ୍ବର ସୁଦ୍ଧା ତାଲିମ ପ୍ରଦାନ କରାଯିବା ସହ ଅନ୍ୟ ୨୫୦୦ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବାର ମଧ୍ୟ ଯୋଜନା କରାଯାଇଛି । ରାଜ୍ୟ ସମୁଦାୟ ସିଷ୍ଟମର ଉପଯୋଗ କରିବା ସହ ଏହି ସେଭ ଲାଇଫ ପ୍ଲାନ ଦିଲ୍ଲୀରେ ମୁଖ୍ୟ ଭାବରେ ୨୫୦୦ ସ୍ଵେଚ୍ଛାସେବୀ ନିୟୋଜିତ କରିବା ସହ ଏହାପରେ ଏହି ଯୋଜନାକୁ ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଭଳି ସହରକୁ ସମ୍ପ୍ରସାରଣ କରାଯିବ । ଏହି ସ୍ଵେଚ୍ଛାସେବୀଙ୍କୁ ପୋଲିସମାନେ ଚୟନ କରିବାର ପ୍ରକ୍ରିୟା ରହିଛି । ଏହି ସ୍ଵେଚ୍ଛାସେବୀମାନେ ଯେପରି ସାହାଯ୍ୟ କରିବାବେଳେ କୌଣସି ପୋଲିସ କର୍ମଚାରୀଙ୍କୁ ଭୟ ନକରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଭାରତରେ ରହୁଥିବା ଅନେକ ବ୍ୟକ୍ତି ଘଟୁଥିବା ଦୁର୍ଘଟଣାରେ ନିଜର ସମ୍ପର୍କୀୟମାନଙ୍କୁ ହରଉଛନ୍ତି । ତେବେ ଏହି ସେଭ ଲାଇଫ ମିଶନ ବହୁ ଲୋକଙ୍କୁ ସହାୟତା ହୋଇପାରିଛି ।

image


ଦୈନିକ ଏହି ସେବାର ବିଶେଷ ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରଥମେ ୧୦୦ରୁ ୧୫୦ ଗଣମାଧ୍ୟମ କଭର କରୁଥିବାବେଳେ ପରେ ଏହା ୫-୧୦ ମଧ୍ୟରେ ସୀମିତ ରହୁଥିବା ତିୱାରୀ ପ୍ରକାଶ କରିଛନ୍ତି ।

ସେଭ ଲାଇଫକୁ ଗତ ମାସରେ ସୁପ୍ରିମକୋର୍ଟ ତରଫରୁ ଉତ୍ତମ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଏହି ନୋଟିସରେ ଏହି ଆଇନକୁ ବ୍ୟାଖ୍ୟା କରିବାର ନିର୍ଦ୍ଧେଶ ରହିଛି । ଆରଟିଆଇ ଆକ୍ଟ ଅନୁସାରେ ମାଲବାହୀ ଯାନ ୯୩ (୮) ହିସାବରେ । ମାଲବାହୀ ଯାନ ଗୁଡିକ ଛଡ ନେଲାବେଳେ ୧ରୁ ୨ ମିଟର ଦୂରତା ହିସାବରେ ରଖିବା ଦରକାର । ୨୦୦୯ରୁ ୨୦୧୧ରେ ସର୍ବାଧିକ ୩୭୦୭ ଜଣ ଏହି ମାଲବାହୀ ଯାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

ଭାରତ ଏବଂ କିଛି ଦେଶ ମାନଙ୍କରେ ରାସ୍ତା ଦୁର୍ଘଟଣା ହେଲେ କୌଣସି ଅନୁଷ୍ଠାନ ତରଫରୁ ନେତୃତ୍ୱ ନେବାପାଇଁ ଜରୁରୀକାଳିନ ନମ୍ବରର ବ୍ୟବସ୍ଥା କରାଯାଇନାହିଁ । ଦୁର୍ଘଟଣା ହେଲେ ପୋଲିସ ଥାନା ଏବଂ ହସପିଟାଲ ସୁବିଧା ପାଇବା ପାଇଁ ଗୋଟିଏ ନମ୍ବର ବ୍ୟବସ୍ଥା କରିବାପାଇଁ ସେଭ ଲାଇଫ ସରକାରଙ୍କ ପାଖରେ ପ୍ରସ୍ତାବ ଦେଇଛି । ଯଦ୍ୱାରା ବହୁ ସାଧାରଣ ଲୋକ ଉପକୃତ ହେବେ । ମହାରାଷ୍ଟ୍ରରେ ସେଭ ଲାଇଫ ଦ୍ୱାରା ୧୮୦୦ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି ଏହା ମହାରାଷ୍ଟ୍ର ହାଇୱେ ନିୟନ୍ତ୍ରଣ କକ୍ଷ କୋଲାବାକୁ ସଂଯୋଗ କରିବା ସହିତ ସ୍ଥାନୀୟ ଗ୍ୟାସ କଟର ସହ ମଧ୍ୟ ସଂଯୋଗ ରହିଛି ।

ସେଭ ଲାଇଫ ବହୁତ ଗୁଡିଏ ଅନୁଷ୍ଠାନ ସହିତ ଯୋଡି ହୋଇ ରହିଛି ଡବ୍ଲୁ୍ୟଏଚଓ, ବ୍ଲୁମବର୍ଗ ଫିଲାଂଥ୍ରପିଜ୍, ରେଲିଗେର୍, ଆପୋଲୋ, ମ୍ୟାକ୍ସ ଭାରତୀ, ମେକ ମାଇ ଟ୍ରିପ ଓ ଏତଦବ୍ୟବତୀତ ବହୁ ସଂସ୍ଥାକୁ ଅନୁଦାନ ମଧ୍ୟ କରୁଛି । ତିୱାରୀ ଆସନ୍ତାବର୍ଷ ଏହି ପ୍ଲାନକୁ ଅନ୍ୟ ରାଜ୍ୟକୁ ଅଧିକ ସୁଦୃଢ ଭାବେ ସମ୍ପ୍ରସାରଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେଭ ଲାଇଫ ଯୋଜନା ଦିଲ୍ଲୀରେ ଯେଉଁଭଳି କାର୍ଯ୍ୟ କରିଥିଲା ତାହା ଅନ୍ୟ ରାଜ୍ୟରେ ମଧ୍ୟ କରିବେ ବୋଲି ଯୋଜନା କରିଛନ୍ତି । କାରଣ ଏହା ଦିଲ୍ଲୀରେ ଅତ୍ୟନ୍ତ ସକରାତ୍ମକ ପ୍ରଭାବ ପକାଇଥିଲା ।

ତିୱାରୀ ଯେତେ ଚେଷ୍ଟା କଲେ ମଧ୍ୟ ଶିବମଙ୍କୁ ହରେଇବାର ଦୁଃଖ ଭୁଲିଯିବେନି । କିନ୍ତୁ ତାଙ୍କର ଏହି କାମ ଜରିଆରେ କିଛି ଯନ୍ତ୍ରଣା ଉପଶମ ହେବ ବୋଲି ଆଶା ରଖିଛନ୍ତି ।

ଯଦି ଆପଣ ଜୀବନରେ କେବେ ଦୁର୍ଘଟଣାରେ ପଡିଲେ ବା କୌଣସି ଦୁର୍ଘଟଣା ହେବାର ଦେଖନ୍ତି ତେବେ ଏଠାରେ କିଛି ଦୁର୍ଘଟଣା ଟିପ୍ସ ଓ ଅପାତକାଳୀନ ପଦ୍ଧତି ବିଷୟରେ ପଢନ୍ତୁ ଯାହା ଦରକାର ହେଇପାରେ।

ସେଭ ଲାଇଫ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କଲେ ଏଠାରେ କ୍ଲିକ କରନ୍ତୁ