ଜୀବନ ଜଞ୍ଜାଳଠୁ ଦୂରରେ ପ୍ରକୃତିର କୋଳରେ ତନୁମନକୁ ନୁତନ ରୋମାଂଚରେ ଭରିବାକୁ ସଦା ପ୍ରସ୍ତୁତ- LetsCampOut

ଜୀବନ ଜଞ୍ଜାଳଠୁ ଦୂରରେ ପ୍ରକୃତିର କୋଳରେ ତନୁମନକୁ ନୁତନ ରୋମାଂଚରେ ଭରିବାକୁ ସଦା ପ୍ରସ୍ତୁତ- LetsCampOut

Monday October 26, 2015,

3 min Read

ବ୍ୟସ୍ତବହୁଳ ଜୀବନର ଭାରାକ୍ରାନ୍ତ ମନକୁ ଟିକିଏ ହାଲକା କରିବା ପାଇଁ ଆମ ସମସ୍ତଙ୍କର ଇଛା । ଥରେ ଭାବିଲେ ତ କେଉଁ ଏକ ଅଜଣା ନିର୍ଜ୍ଜନ ପାହାଡର ପାଦଦେଶରେ ଆପଣ ଆପଣଙ୍କ ଅତି ଅନ୍ତରଙ୍ଗ ଲୋକଟି ସହ ଦୂର ସାଗରରେ ଡୁବି ଯାଉଥିବା ସୂର୍ଯ୍ୟର ଗତିକୁ ଅତି ଆବେଗତାର ସହ ଉପଭୋଗ କରୁଛନ୍ତି । ଚାରିଆଡେ ନିରବତାର ପ୍ରତିଧ୍ୱନୀ । ଆଉ ଆପଣ ଝାପସା ଆଲୋକରେ ଜହ୍ନାଲୋକର ମାୟାରେ ବିଭୋର । ସତରେ କଣ ଏହା ସଂଭବ ? ଅନେକ ସମୟରେ ମନରେ ଏମିତି ପ୍ରଶ୍ନ ଉଠେ । ଏମିତି ତ ସମସ୍ତେ ନିସ୍ତବ୍ଧତାରେ ପ୍ରକୃତିର ନଗ୍ନ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଭଲପାଆନ୍ତି । ସମୟେ ସମୟେ ପ୍ରକୃତିର ବିସ୍ମୟକୁ ବି ଏକ ଦୁଃସାହସିକତାରେ ସମ୍ମୁଖୀନ ହେବାକୁ ମନ କହେ, ଯାହାକୁ ଆମେ ଇଂରାଜୀରେ ଆଡଭେନଚର ଜର୍ଣ୍ଣି କରିଥାଉ ।

image


ଏହା କିଛି ଲୋକଙ୍କ ପାଇଁ ଏକ ନିଶା ବି । ଆଉ ଏପରି ଏକ କାର୍ଯ୍ୟରେ ପ୍ରକୃତି ପ୍ରେମୀମାନଙ୍କୁ ସାହାଯ୍ୟ କରିବାକୁ ଏକ ପେଶାଭାବେ ଗ୍ରହଣ କରି ଜଣେ ସଫଳ ବ୍ୟବସାୟୀରେ ପରିଣତି ହେବାକୁ ଆପଣମାନେ ନିହାତି ଭାବରେ ଏକ ପାଗଳାମୀ ଭାବି ପାରନ୍ତି । କିନ୍ତୁ ଏହାକୁ ସଫଳ କରିଛନ୍ତି LetsCampOutର ପ୍ରତିଷ୍ଠାତା ଅଭିଜିତ ମାହାତ୍ରେ। 

image



ତାଙ୍କ ମତରେ ଆମକୁ ପ୍ରୋତ୍ସାହିତ କରିବାଭଳି ଅନେକ କିଛି ଅଛି । କିନ୍ତୁ LetsCampOut ପାଇଁ ପ୍ରକୃତିର ଅକ୍ଷୁର୍ଣ୍ଣ ସୌନ୍ଦର୍ଯ୍ୟ ଓ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟିବାରେ ହିଁ ରୋମାଂଚ ରହିଛି ।

ଏହି କଂପାନୀ ମହାରାଷ୍ଟ୍ରରେ କ୍ୟାମ୍ପିଂ ସୁବିଧା ପ୍ରଧାନ କରୁଅଛି । ଲୋନାଭଲା, ରାଜମାଚି, ଫନାଶ୍ରୀ, ଟୁନଗାରଲ୍ରି. କାସିଦ, କାଶ୍, ମାଥେରାନ୍, ପଂଚଗନୀ ଭଳି ମହାରାଷ୍ଟ୍ରର ୧୨ ଟି ସ୍ଥାନରେ ମନଲୋଭା କ୍ୟାମ୍ପିଂ ସୁବିଧା ଦେଇଥାଏ ।

ଚାରିବର୍ଷ ପୁର୍ବେ ଭାରତର ବିଭିନ୍ନ ସ୍ଥାନରେ କ୍ୟାମ୍ପିଙ୍ଗ ସେବାରେ ଅତ୍ୟନ୍ତ ନିମ୍ନମାନର ସେବା ଓ ସରଂଜାମରେ ବିରକ୍ତହୋଇ ଅଭିଜିତ କିଛି ନୂଆ କରିବାକୁ ଚେଷ୍ଟାକଲେ । 

ତାଙ୍କ ମୁହଁରେ,

ମୁଁ ସେତେବେଳେ ଏକ ଆନ୍ତର୍ଜାତିକ ବ୍ୟାଙ୍କିଂ ଫାର୍ମ ପାଇଁ କାର୍ଯ୍ୟ କରୁଥାଏ ଓ ଚେନ୍ନାଇର ଏକ ପ୍ରୋଜେକ୍ଟପାଇଁ ମନୋନୀତ ହୋଇଥାଏ । ଯେହେତୁ ମୁଁ ସ୍ଥାନାନ୍ତରିତ ହୋଇଥାଏ ପାଖାପାଖି ତିନିବର୍ଷ ଯାଏ ମୁଁ ଅତିରିକ୍ତ ଦୈନିକ ଭତା ପାଉଥାଏ । ଏହାକୁ ମୁଁ ମୋର ପ୍ରାରମ୍ଭିକ ପୁଂଜି କରି LetsCampOut କରିବାକୁ ଆଗଭର ହେଲି।
image


LetsCampOut ଭେଂଚର ଆରମ୍ଭ ହେବାର ଅଳ୍ପ ଦିନ ମଧ୍ୟରେ ହସପିଟାଲିଟି ସେକ୍ଟରରେ ଏକ ବରିଷ୍ଠ ପଦବୀରେଥିବା ଅଭିଜିତଙ୍କ ବନ୍ଧୁ ଅମିତ ଜାମ୍ବୋତକର ତାଙ୍କ ସହ ଯୋଗଦେଲେ ।

ଭାରତରେ ଭ୍ରମଣକାରୀମାନଙ୍କୁ ସରଳ ଓ ସହଜ କ୍ୟାମ୍ପିଂ ସୁବିଧା ଯୋଗାଇବା ଲକ୍ଷ୍ୟରେ ଆମେ ମାତ୍ର ଅଳ୍ପ କେତୋଟି ଟେଣ୍ଟ ଓ ଗୋଟିଏ କ୍ୟାମ୍ପିଙ୍ଗ ଗ୍ରାଉଣ୍ଡକୁ ନେଇ ୨୦୧୦ ମସିହାରେ ଏହା ଆରମ୍ଭ କଲୁ । ଯେହେତୁ ଭାରତରେ କ୍ୟାମ୍ପିଂ ସେବା ଏକ ନୂତନ ବ୍ୟବସାୟ ସାମ୍ରାଜ୍ୟ ଥିଲା ଓ ସମୟ ଆମ ପାଇଁ ଅନୁକୁଳ ଥିଲା, ଆମର ଆକାଂକ୍ଷିତ ପ୍ରୋଜେକ୍ଟ ଖୁବ୍ ଶୀଘ୍ର ଏକ ସଫଳ ବ୍ୟବସାୟର ମାନ୍ୟତା ପାଇଲା ।

ପ୍ରଥମ ଦଫାରେ କିଛି ଆଉଟଡୋର ଆଡଭେନଚର ପ୍ରେମୀ ସେମାନଙ୍କର ଗ୍ରାହକ ହେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଧିରେ ଧିରେ ଗ୍ରାହକମାନଙ୍କ ସଂଖ୍ୟା ବଢିଲା ଓ ବିଭିନ୍ନ ବର୍ଗର ଲୋକ ସାମିଲ ହେଲେ । ବିଗତ କିଛି ବର୍ଷରେ ଅନେକ ପରିବାର, ମହିଳା ଗ୍ରୁପ, ବନ୍ଧୁମେଳ ଓ ଦମ୍ପତିମାନେ କ୍ୟାମ୍ପିଂ ପାଇଁ ଆସିଛନ୍ତି । ବର୍ତ୍ତମାନର ଦିନରେ ଲୋକମାନଙ୍କପାଖରେ ସମୟର ଘୋର ଅଭାବ । ସେମାନେ ନିଜର ବ୍ୟସ୍ତବହୁଳ ଜୀବନର ଭାରାକ୍ରାନ୍ତମନକୁ ଟିକିଏ ହାଲକା କରିବା ପାଇଁ ବିଭିନ୍ନ ରୋମାଂଚକର ଅନୁଭୂତି ଖୋଜୁଛନ୍ତି । ସ୍କାଏ ଗେଜ୍ କର୍ପୋରେଟ କର୍ମଚାରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି । ଆଉ ସେମାନେ ମଧ୍ୟ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାପାଇଁ ପେଟ୍ କ୍ୟାମ୍ପିଙ୍ଗ ଆଉଟ, ଆଉଟ ଏଣ୍ଡ ଲାଉଡ ଭଳି ପେଟ୍ ଓ ମ୍ୟୁଜିକ ସହ କ୍ୟାମ୍ପିଙ୍ଗ ସୁବିଧା ପ୍ରଦାନ କରୁଛନ୍ତି ।

ଏଥିମଧ୍ୟରେ ଆମର ଅନେକ ଗ୍ରାହକ ଓ ସମର୍ଥକ ଅଛନ୍ତି, ଯେଉଁମାନେ କି ବିଭିନ୍ନ ପ୍ରକାର ଉପକରଣ, ସେବା ଓ ବାରବିକ୍ୟୁ, ରକ୍ କ୍ଲାଇମ୍ବିଂ, ଜଙ୍ଗଲ ନାଇଟ ଟ୍ରେକ ଓ ଆଷ୍ଟ୍ରୋନୋମି ସେସନ ଉଇଥ୍ ଏକ୍ସପର୍ଟ୍ସ ଭଳି ଆଡଭେନଚରରେ ସହଯୋଗ କରୁଛନ୍ତି । କଂପାନୀ କ୍ୟାମ୍ପ ପାଖ ଗ୍ରାମବାସୀଙ୍କ ସହ ଉତ୍ତମ ସଂପର୍କ ଓ ପରିବେଶର ସୁରକ୍ଷା ଉପରେ ବେଶ ସଚେତନ । ଆମେ ଆମର ସମସ୍ତ କ୍ୟାମ୍ପିଙ୍ଗ ସ୍ଥଳ ଗୁଡିକର ମାଲିକାନା ନେଇଛୁ ଓ ନିଜର ନିଜର ନୀତି ପ୍ରଣୟନ କରିଛୁ । ଏଥିସହିତ ସମସ୍ତ ଖାଦ୍ୟ ପାଇଁ ଇକୋଟୁରିଜିମ ନିୟମପାଳନ କରିବା ସହ ନିକଟସ୍ଥ ଅଂଚଳ ଉପରେ ନିର୍ଭର କରିବା ସହ ସୌର ଆଲୋକ ବ୍ୟବହାର କରିଥାଉ । କ୍ୟାମ୍ପିଙ୍ଗ ପାଖରେ କୌଣସି କଂକ୍ରିଟ ନିର୍ମାଣ ନ କରି ଅଂଚଳବାସୀଙ୍କ ଆର୍ଥିକ ଦିଗକୁ ପୃଷ୍ଟିରେ ରଖି ସେମାନଙ୍କଠାରେ ଉପଲବ୍ଧ ସରଂଜାମରେ ଟେଣ୍ଟ କରୁ ବୋଲି ଅଭିଜିତ ପ୍ରକାଶ କରନ୍ତି ।

image


ଚାରିବର୍ଷରେ ଆମେ ଅତି ଉନ୍ନତମାନର କ୍ୟାମ୍ପିଙ୍ଗ ଉପକରଣ ସହ ଆଡଭେନଚରସ ସହ ଅନେକ ନିଯୁକ୍ତି ସୃଷ୍ଟି କରିବା ସହ ଆମସହ କାମକରୁଥିବା ଗ୍ରାମବାସୀମାନଙ୍କପାଇଁ ଉପାର୍ଜ୍ଜନର ପନ୍ଥା ବାହାର କରିପାରିଛୁ ବୋଲି ଅଭିଜିତ ଗର୍ବର ସହ କୁହନ୍ତି ।

କଂପାନୀ ବର୍ତ୍ତମାନ ମୁଖ୍ୟତ ମୁମ୍ବାଇ ଓ ପୁନେରେ କାର୍ଯ୍ୟ କରୁଛି ଓ ସେମାନେ ଦକ୍ଷୀଣ ଓ ଉତର ଭାରତକୁ ନିଜର ବ୍ୟବସାୟ ପରିଧି ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି ।

କ୍ୟାମ୍ପିଂରେ LetsCampOut ଯେଉଁ ପରାକାଷ୍ଠା ଦେଖାଇଛି ତାହା ପ୍ରଶଂସନୀୟ । ଏହା ମାଧ୍ୟମରେ ନିରାପତ୍ତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ଲୋକମାନଙ୍କ ନିକଟରେ ପହଂଚି ପାରିବ । ଆଉଟଡୋର ପ୍ରଚାର କେବଳ ଏକ ମନୋରଂଜନ ଧର୍ମୀ କାର୍ଯ୍ୟନୁହେଁ , ପ୍ରକୃତିର ସୌନ୍ଦର୍ଯ୍ୟକୁ ପୁନଃଆବିଷ୍କାର କରିବାର ଏହା ଏକ ସୁଯୋଗ ପ୍ରଦାନ କରିଥାଏ ।

ୱେବସାଇଟ

ଯୋଗାଯୋଗ - Cellphone:+91 981 981 3493, E-mail: [email protected]