ସମ୍ମାନସୂଚକ ଡକ୍ଟରେଟ ଉପାଧିକୁ ଗ୍ରହଣ କରିବାକୁ ରାହୁଲ ଡ୍ରାଭିଡ଼ କଲେ ମନା

ସମ୍ମାନସୂଚକ ଡକ୍ଟରେଟ ଉପାଧିକୁ ଗ୍ରହଣ କରିବାକୁ ରାହୁଲ ଡ୍ରାଭିଡ଼ କଲେ ମନା

Sunday January 29, 2017,

2 min Read

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଡ୍ରାଭିଡ଼ଙ୍କୁ ନିକଟରେ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ସମ୍ମାନନୀୟ ଡକ୍ଟରେଟ ଉପାଧିରେ ସମ୍ମାନିତ କରିବ ବୋଲି ଘୋଷଣା କରିଥିଲା। କିନ୍ତୁ ରାହୁଲ ବିନମ୍ରତାର ସହ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶ୍ୱବିଦ୍ୟାଳୟର ପରିଚାଳନା କମିଟି ୨୭ ଜାନୁୟାରୀରେ ପାଳନ ହେବାକୁ ଥିବା ନିଜର ୫୨ତମ ଦୀକ୍ଷାନ୍ତ ସମାରୋହରେ ତାଙ୍କୁ ଏହି ଉପାଧିରେ ସମ୍ମାନିତ କରିବେ ବୋଲି ଯୋଜନା କରିଥିଲେ।

Image Source – <a href=

Image Source –

Ten Sportsa12bc34de56fgmedium"/>

କିନ୍ତୁ ରାହୁଲ ଏହାକୁ ଗ୍ରହଣ କରିବାକୁ ମନା କରି କହିଛନ୍ତି ଯେ ସେ ନିଜେ ଖେଳ ଉପରେ ଗବେଷଣା କରି ଡକ୍ଟରେଟ ପାଇବାକୁ ପସନ୍ଦ କରିବେ, କେବଳ ସମ୍ମାନସୂଚକ ଡକ୍ଟରେଟ ନେବାକୁ ନୁହେଁ। ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ଦ୍ଵାରା ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଏହି ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ – ରାହୁଲ ଆମକୁ ଜଣାଇଛନ୍ତି ଯେ ସେ ନିଜେ ଖେଳ ଉପରେ ଶୈକ୍ଷିକ ଗବେଷଣା କରି ନିଜ ଉଦ୍ୟମରେ ଡକ୍ଟରେଟ ଲାଭ କରିବାକୁ ଇଚ୍ଛା କରନ୍ତି ଏବଂ ଏକ ସମ୍ମାନସୂଚକ ଡକ୍ଟରେଟ ଗ୍ରହଣ କରିବାକୁ ଇଛୁକ ନୁହେଁ।

image


The Times Of India ସହ କଥା ହେଇ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟର କୁଳପତି ଥିମେ ଗୌଡା କହିଛନ୍ତି,

ଆମେ ଜାଣିବାକୁ ପାଇଲୁ ଯେ ସେ ଏହି ସମ୍ମାନ ଗ୍ରହଣ କରିବାକୁ କୁଣ୍ଠିତ କାରଣ ସେ ନିଜେ ସେ ସମ୍ମାନକୁ ଅରଜନ କରିବାକୁ ଚାହୁଁଛନ୍ତି। ସେ ଯାହା ହେଉ ନା କାହିଁକି ଏପରି ଏକ ସମ୍ମାନ ମାଗଣା ଦିଆଯାଏ ନାହିଁ। ଖେଳ ଦୁନିଆ ପ୍ରତି ତାଙ୍କର ଅସାମାନ୍ୟ ଯୋଗଦାନକୁ ସମ୍ମାନ ଦେବା ପାଇଁ ଆମେ ତାଙ୍କୁ ଏହି ଉପାଧିରେ ସମ୍ମାନିତ କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ। ଆମେ ତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛୁ। ସେ ବର୍ତ୍ତମାନ ଦେଶ ବାହାରେ ଅଛନ୍ତି। ସେ ଦେଶକୁ ଫେରିବା ପରେ ଆମେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବୁ।

କିନ୍ତୁ ରାହୁଲଙ୍କ ପାଇଁ ଏପରି ଘଟଣା ନୂଆ ନୁହେଁ। ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ବଳିଷ୍ଠ ପ୍ରତିରକ୍ଷା ପାଇଁ ତାଙ୍କୁ କ୍ରିକେଟ ଦୁନିଆର “The Wall” ବୋଲି କୁହାଯାଏ। ଏହା ପୂର୍ବରୁ ୨୦୧୪ରେ ଗୁଲବର୍ଗା ବିଶ୍ୱବିଦ୍ୟାଳୟରୁ ସମାନ ଧରଣର ପ୍ରସ୍ତାବକୁ ମଧ୍ୟ ସେ ଗ୍ରହଣ କରିବାକୁ ମନା କରିଦେଇଥିଲେ।