ଡଙ୍ଗାର ନାଉରୀ ତିଆରି କଲେ ବାଉଁଶ ପୋଲ, ବିଚ୍ଛିନ୍ନ ଗାଁକୁ ଯୋଡ଼ିଲେ ମୂଳ ଭୂଖଣ୍ଡ ସହ

ଡଙ୍ଗାର ନାଉରୀ ତିଆରି କଲେ ବାଉଁଶ ପୋଲ, ବିଚ୍ଛିନ୍ନ ଗାଁକୁ ଯୋଡ଼ିଲେ ମୂଳ ଭୂଖଣ୍ଡ ସହ

Monday October 03, 2016,

2 min Read

ମାତ୍ର କିଛି ଦିନ ତଳ ଯାଏଁ ଗ୍ରାମୀଣ ପଶ୍ଚିମବଙ୍ଗରେ ରହୁଥିବା ୪୩ ବର୍ଷ ବୟସ୍କ ଶେଖ ଲାଲଚାନ୍ଦ ଏକ ସାଧାରଣ ଘାଟର ନାଉରୀ ଥିଲେ ଯିଏ ଲୋକଙ୍କୁ ଥିବା ମୁଣ୍ଡେଶ୍ଵରୀ ନଈକୁ ପାରି ହେବାରେ ସାହାଯ୍ୟ କରୁଥିଲେ। ଆଜି ସେ ପାଲଟି ଯାଇଛନ୍ତି ସ୍ଥାନୀୟ ଲୋକଙ୍କ ପାଇଁ ଜଣେ ହିରୋ ଓ ଏକ ପ୍ରେରଣାର ଉତ୍ସ। କାରଣ? ସେ ନଈ ଉପରେ ନିଜେ ଗଢିଛନ୍ତି ଏକ ବାଉଁଶ ପୋଲ। ଏହି ପୋଲ ଯୋଗୁଁ ଏବେ ଘୋଡ଼ାବେରିଆ-ଚିନ୍ତନ ଓ ଭାତୋରା ଗାଁର ଲୋକେ ଯେଉଁମାନେ ପୂର୍ବେ ଏକ ଦ୍ଵୀପରେ ରହିଲା ଭଳି ରହୁଥିଲେ (ଏହି ଗାଁ ଗୁଡ଼ିକୁ ଚାରିପଟରୁ ମୁଣ୍ଡେଶ୍ଵରୀ, ଦାମୋଦର ଓ ରୂପନାରାୟଣ ନଦୀ ଘେରି ରହିଛି) ବର୍ତ୍ତମାନ ମୂଳ ଭୂଖଣ୍ଡ ସଙ୍ଗେ ଯୋଡି ହୋଇପାରିଛନ୍ତି।

Image : (L) – <a href=

Image : (L) –

The Weekend Leader; (R) – The Telegrapha12bc34de56fgmedium"/>

ଶେଖ ନିଜେ ହିଁ ଏହି ପୋଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବର୍ଷର କିଛି ସମୟ ଏପରି ଥିଲା ଯେତେବେଳେ ସେ ତାଙ୍କ ଡଙ୍ଗା ନେଇ ନଦୀକୁ ଯାଇପାରୁନଥିଲେ। ସେହି ସମୟରେ ଲୋକେ ମୂଳ ଭୂଖଣ୍ଡକୁ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। 

ଭଟ୍ଟା ସମୟରେ ଲୋକଙ୍କୁ ନଈ ଭିତରେ ଆଣ୍ଠୁଏ ପଙ୍କ କାଦୁଅ ହେଇ ଯିବାକୁ ପଡୁଥିଲା। ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ସ୍କୁଲ ପିଲାମାନେ। ସ୍କୁଲ ବ୍ୟାଗ ଧରି ପଙ୍କକାଦୁଅ ପାଣି ଭିତରେ ପଶି ଯିବା ଅସମ୍ଭବ ଥିଲା। ସେତେବେଳେ ମୁଁ ଭାବିଲି ଏଇ ନଈ ଉପରେ ଗୋଟେ ବାଉଁଶ ପୋଲ ତିଆରି କରିହେଲେ କେମିତି ହୁଅନ୍ତା ? 

- ଶେଖ Telegraphକୁ କୁହନ୍ତି।

ଏଇ ବାଉଁଶ ପୋଲ ତିଆରି କରିବା ପାଇଁ ସମୁଦାୟ ୭.୫ ଲକ୍ଷ ଟଙ୍କା ଲାଗିଥିଲା। ଶେଖ ନିଜ ସ୍ତ୍ରୀଙ୍କର କିଛି ଗହଣା ବିକ୍ରି କରି ଓ କିଛି ସମ୍ପର୍କୀୟଙ୍କ ଠାରୁ କରଜ କରି ଏହି ଅର୍ଥ ଯୋଗାଡ଼ କରିଥିଲେ। ଏହାର ତିଆରି କରିବା ପାଇଁ ମୋଟ ୧୬ଜଣ ଶ୍ରମିକ ୨୮ ଦିନ ଲଗାତର କାମ କରିଥିଲେ। ବର୍ତ୍ତମାନ ପୋଲ ଯୋଗେ ଯାତାୟାତ କରୁଥିବା ଲୋକଙ୍କୁ ଏକ ଛୋଟ ପରିମାଣ ଟୋଲ ଦେବାକୁ ପଡ଼ୁଛି। ତାହା ହିଁ ଶେଖଙ୍କର ବର୍ତ୍ତମାନର ଆୟ।

ପୋଲ ବ୍ୟବହାର କରୁଥିବା ପାଦଚଲା ଓ ସାଇକେଲ ଯାତ୍ରୀଙ୍କୁ ୨ ଟଙ୍କା ଟୋଲ ଦେବାକୁ ହେଉଛି। ମୋଟର ବାଇକ ନେଇ ଯାଉଥିବା ଲୋକେ ୬ ଟଙ୍କା ଓ କାର ନେଇ ଯିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ୁଛି। ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ମାନଙ୍କୁ ଦେବାକୁ ପଡ଼ୁଛି ମାତ୍ର ଟଙ୍କାଏ ଏବଂ ଆମ୍ବୁଲାନ୍ସ ଓ ପରୀକ୍ଷା ଚାଲୁଥିବା ସମୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯିବା ଆସିବା ମାଗଣା। ଚାଷୀ ଭାଇ ମାନେ ମାସକୁ ୫୦ ଟଙ୍କା ଦେଇ ନିଜ ମନ ମୁତାବକ ପୋଲ ବ୍ୟବହାର କରିପାରୁଛନ୍ତି।

ଯାତାୟାତ ଛଡ଼ା ଏଇ ପୋଲ ଯୋଗୁ ବିବାହ କାର୍ଯ୍ୟ ମଧ୍ୟ ସହଜ ହୋଇଯାଇଛି। ଦୂରରେ ରହୁଥିବା ଲୋକେ ତାଙ୍କ ଝିଅକୁ ଏଇ ଗାଁ ମାନଙ୍କରେ ବିଭା ଦେବାକୁ କୁଣ୍ଠିତ ହେଉଥିଲେ। ଯିବାଆସିବାର କିଛି ସୁବିଧା ନଥାଏ। ଏପରି ଅପନ୍ତରାରେ ଅବା କିଏ ତାଙ୍କ ଝିଅକୁ ବିଭା ଦେବ। କିନ୍ତୁ ଏଇ ପୋଲ ସେ ସମସ୍ଯାର ସମାଧାନ କରିଛି।